Dharitri News
ରାଜ୍ୟ |

ପ୍ରସଙ୍ଗ ନ ଥିଲେ ମୋ କାର୍ଯ୍ୟାଳୟ ଉପରେ ଆକ୍ରମଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ, ସେତେବେଳେ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରିଥାନ୍ତି। ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ନିଜ ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ। ଏ ଘଟଣା ନେଇ ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମୁଖମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ରଖିବା ସହ କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ଏଡାଇ ଯାଇନାହାନ୍ତି। ସେ କହିଛନ୍ତି ଯେ, ଦଳ ପାଇଁ ଯାହା ଠିକ୍‌ ହେବ, ସେହି ନିଷ୍ପତ୍ତି ନିଆଯିବ। ମୁଁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ ରହୁଛି। ଏକଥା ସାଧାରଣଜନତାଙ୍କୁ ଭଲ ଭାବରେ ଜଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ମଧ୍ୟ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ଉଦ୍ଧୃତ କରି ବୈଜୟନ୍ତ ଟୁଇଟରରେ ପୁନଶ୍ଚ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଅତ୍ୟନ୍ତ ମର୍ମାହତ। ଦୁର୍ନୀତିଗସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେତେବେଳେ ବିଜୁବାବୁ ଦାବି କରୁଥିଲେ, ସେତେବେଳେ କ’ଣ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିଲା । ଯଦି ସେଭଳି କୌଣସି ପ୍ରସଙ୍ଗ ନଥିଲା ତେବେ ମାହାଙ୍ଗାରେ କ’ଣ ପାଇଁ ୫ ପ୍ଲାଟୁନ୍‌ ପୋଲିସ ଥିଲେ। ମୁଁ କ’ଣ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି କି। ମୁଁ କ’ଣ ମୋର କାର୍ଯ୍ୟ ଶାନ୍ତିପୂର୍ଣ୍ଣଭାବେ କରୁ ନଥିଲି କି ବୋଲି ବୈଜୟନ୍ତ ଟୁଇଟ୍‌ କରିଛନ୍ତି। ସର୍ବଶେଷରେ ସମଗ୍ର ଘଟଣା ଉପରେ ଦଳର ନେତା ଅନୁଧ୍ୟାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ବୈଜୟନ୍ତଙ୍କ ଟୁଇଟ୍‌କୁ ନେଇ ବିଜେଡିରେ କେତେକ ନେତା ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ନିଜକୁ ଗଣମାଧ୍ୟମରେ ରଖିବା ପାଇଁ ଏହା ବୈଜୟନ୍ତଙ୍କ ଅଭିନବ କୌଶଳ ବୋଲି ଏହି ନେତାମାନେ ମନେ କରୁଛନ୍ତି। ଏମିତି କି ସୋସିଆଲ ମିଡିଆରେ ବୈଜୟନ୍ତଙ୍କ ଭାଜପା ଲିଙ୍କ୍‌ ନେଇ ପୁନର୍ବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପଞ୍ଚାୟତ ନିର୍ବାଚନରେ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବିଜେଡି ବିଗତ ୧୦ ମାସରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଦଳରେ ସାମାନ୍ୟ ସୁଧାର ଆସୁଥିବା ବେଳେ ଏମ୍‌ପି ବୈଜୟନ୍ତଙ୍କ ଏଭଳି ମନ୍ତବ୍ୟ ଦଳପ୍ରତି ବିପଦ ସୃଷ୍ଟି କରୁଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଗଣମାଧ୍ୟମରେ ଚାପସୃଷ୍ଟି କରି ନିଜ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ କରାଇ ରାଜନୈତିକ ମାଇଲେଜ୍‌ ନେବା ବୈଜୟନ୍ତଙ୍କ ମତଲବ ବୋଲି କୁହାଗଲାଣିି। ରାଜନୈତିକ ସମୀକ୍ଷକଙ୍କ ମତ ସହ ବିଜେଡି ମଧ୍ୟ ଏକମତ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, ଯେବେଠୁୁ ମୋଦି ତାଙ୍କ କାନ୍ଧରେ ହାତ ରଖିଛନ୍ତି, ସେବେଠୁ ସେ ଏମିତି ହେଉଛନ୍ତି। ଆଗାମୀ ଦିନରେ ସେ ଯେଉଁ ରାଜନୈତିକ କାର୍ଯ୍ୟକଳାପ କରିବାକୁ ଚାହୁଛନ୍ତି, ତାହାର ନମୁନା ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ମାତ୍ର ତାଙ୍କ ଯୋଜନା ଅନୁସାରେ ସେମିତି କିଛି ହେଉନାହିଁ। ତାଙ୍କ ସହ କେହି ବି ଅସନ୍ତୁଷ୍ଟ ବିଜେଡି ନେତା ନାହାନ୍ତି। ଗୋଳିଆ ପାଣିରୁ ମାଛ ଧରିିବାକୁ ଲକ୍ଷ୍ୟ ରଖିଥିବା ଏମ୍‌ପିଙ୍କୁ କଙ୍କଡା ମିଳିବା ସାର ହେବ ବୋଲି ସେ କହିଛନ୍ତି।

ରାଜ୍ୟ |

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀ ଅଫିସ, ୨୪।୧: କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଏବଂ ଭାଜପା ହରତାଳ ଡାକରା ଦେଇଛି। ଏହାର ଆଂଶିକ ପ୍ରଭାବ ପୁରୀରେ ପଡ଼ିଛି। ସହରରେ ଦୋକାନ ବଜାର କାଁଭାଁ ବନ୍ଦ ରହିଛି।

୫୦ ଭାଜପା କର୍ମୀ ଅଟକ

୫୦ ଭାଜପା କର୍ମୀ ଅଟକ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ହରତାଳ କରାଯାଉଛି।

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସତ୍ୟବାଦୀ ଓ ସମ୍ବଲପୁର ସଡ଼କ ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦେବା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ସମ୍ବଲପୁର/ମାନେଶ୍ୱର/ପଡିଆବାହାଲ, ୨୪।୧ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ପଡିଆବାହାଲ ନିକଟସ୍ଥ ଗଉଡପାଲି ବ୍ରିଜ୍‌ ଉପରୁ ମଙ୍ଗଳବାର ରାତିରେ ମାଳତି ନଦୀ ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସି ପଡିଛି । ବୈଷ୍ଣୋଦେବୀ ନାମକ ଏହି ଯାତ୍ରୀବାହୀ ବସ୍‌ (ଓଡି ୧୫ ଏଫ୍‌-୯୦୧୧)ଟି ସମ୍ବଲପୁରରୁ କେନ୍ଦୁଝର ଯାଉଥିଲା। ହେଲେ ରାତି ପ୍ରାୟ ୧୦ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଭିତରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୪।୧(ବ୍ୟୁରୋ):କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।

୨୮ଘଣ୍ଟା ପରେ ଶେଷକୃତ୍ୟ

୨୮ଘଣ୍ଟା ପରେ ଶେଷକୃତ୍ୟ

ପଟ୍ଟାଙ୍ଗି,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତା ମେଡିକାଲରେ ଥିବାବେଳେ ଯେପରି ହୀନସ୍ତା ହୋଇଥିଲେ, ମୃତ୍ୟୁ ପରେ ବି ତାଙ୍କର ମୃତଦେହ ସେଥିରୁ ବାଦ୍‌ ପଡ଼ିନାହିଁ।

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣାରେ କାହିଁକି ବିଳମ୍ବ ହେଉଛି ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିବାର ୨୪ଘଣ୍ଟା ପରେ ଓଡିଶାର ଏହି ଆସନ ସକାଶେ କମିଶନ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି।

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

ନୂଆଦିଲ୍ଲୀ,୨୪ା୧(ସ୍ବ.ପ୍ର.): ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ସୁପ୍ରିମକୋର୍ଟ ମଙ୍ଗବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧ (ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମାସକ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ମଙ୍ଗଳବାର ରାଜଧାନୀ ମଧ୍ୟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା।

କାର୍ଯ୍ୟକ୍ଷମ ହେଲା ଗୋପାଳପୁର ଡପ୍‌ଲାର ରାଡାର

କାର୍ଯ୍ୟକ୍ଷମ ହେଲା ଗୋପାଳପୁର ଡପ୍‌ଲାର ରାଡାର

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ଗୋପାଳପୁରଠାରେ ସ୍ଥାପିତ ଡପ୍‌ଲାର ରାଡାର କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ମଙ୍ଗଳବାରଠାରୁ ୭ ଦିନ ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଠିକ୍‌ଠାକ ଚାଲିଲେ ଫେବ୍ୟୟାରୀ ପ୍ରଥମ ସପ୍ତାହରେ ଏହାର ଉଦ୍‌ଘାଟନ କରାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।