ରାଜ୍ୟ |

ସର୍ବୋଚ୍ଚ ନ୍ୟାୟପାଳିକାରେ ବିଦ୍ରୋହ

ସର୍ବୋଚ୍ଚ ନ୍ୟାୟପାଳିକାରେ ବିଦ୍ରୋହ

ଭୁବନେଶ୍ୱର, ୧୨।୧(ପି.ଟି.): ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଶୁକ୍ରବାର ବସ୍ତୁତଃ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ ଘଟାଇଛନ୍ତି। ସର୍ବୋଚ୍ଚ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଜେ. ଚେଲାମେଶ୍ୱରଙ୍କ ସହ ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍‌.ବି. ଲୋକୁର ଏବଂ ଜଷ୍ଟିସ କୁରିଆନ ଯୋଶେଫ ଅଚାନକ ଏକ ମିଳିତ ଖବରଦାତା ସମ୍ମିଳନୀ ଡକାଇ ସୁପ୍ରିମକୋର୍ଟର ପ୍ରଶାସନିକ କାର୍ଯ୍ୟରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ସମସ୍ୟା ସମ୍ପର୍କରେ କିଛି ଶୁଣୁ ନ ଥିବା କାରଣରୁ ଏହା ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତି ଲାଗି ରହିଲେ ତାହା ଭାରତର ଗଣତନ୍ତ୍ରକୁ ଧ୍ୱଂସ କରିଦେବ ବୋଲି ବିଚାରପତିମାନେ କହିଛନ୍ତି। ସ୍ବାଧୀନ ଭାରତରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ଏଭଳି ଖବରଦାତା ସମ୍ମିଳନୀ ଡାକି ସମସ୍ୟା ଉପସ୍ଥାପନ କରାଯିବା ଘଟଣା ସମ୍ଭବତଃ ପ୍ରଥମ। ଶୁକ୍ରବାରର ଏହି ଘଟଣା ନ୍ୟାୟିକ ବ୍ୟବସ୍ଥା ସହ ସମ୍ପୃକ୍ତ ବ୍ୟକ୍ତି, ସାଧାରଣ ଜନତା ଏବଂ ବିଭିନ୍ନ ରାଜନୈତିକ ଦଳକୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ୪ ବିଚାରପତିଙ୍କର ଏହି ଖବରଦାତା ସମ୍ମିଳନୀ ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏ ସମ୍ପର୍କରେ ସବିଶେଷ ଜାଣିବା ସକାଶେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଟେଲିଫୋନରେ କଥା ହୋଇଥିଲେ।
ଅନ୍ୟପକ୍ଷରେ ବାମପନ୍ଥୀ ଦଳ ସିପିଏମ୍‌ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ ବୋଲି ମତ ଦେଇଛନ୍ତି। କଂଗ୍ରେସ କହିଛି ଯେ, ୪ ବିଚାରପତିଙ୍କ କଥା ଯଦି ସତ୍ୟ ହୋଇଥାଏ ତେବେ ଦେଶର ଗଣତନ୍ତ୍ର ବିପଦର ସମ୍ମୁଖୀନ ହୋଇଛି ବୋଲି କୁହାଯାଇପାରିବ। ତେଣେ ସରକାରୀ ସୂତ୍ରରୁ ଏହାକୁ ନ୍ୟାୟପାଳିକାର ଆଭ୍ୟନ୍ତରୀଣ ବିଷୟ ବୋଲି କୁହାଯାଇଛି। ଏଥିରେ ସରକାର ମୁଣ୍ଡ ଖେଳାଇବାର ସମ୍ଭାବନା କ୍ଷୀଣ।
ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ଜଷ୍ଟିସ ଗୋଗୋଇ, ଜଷ୍ଟିସ ଲୋକୁର ଏବଂ ଜଷ୍ଟିସ୍‌ ଯୋଶେଫ ନୂଆଦିଲ୍ଲୀସ୍ଥିତ ଜଷ୍ଟିସ ଚେଲାମେଶ୍ୱରଙ୍କ ବାସଭବନ ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ। ଏଠାରେ ଆୟୋଜିତ ଖୋଲା ଖବରଦାତା ସମ୍ମିଳନୀରେ ଜଷ୍ଟିସ ଚେଲାମେଶ୍ୱର କହିଥିଲେ ଯେ, ଏଭଳି ଖବରଦାତା ସମ୍ମିଳନୀ ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା। ଗତ କିଛିମାସ ଧରି ସର୍ବୋଚ୍ଚ ଅଦାଲତରେ ପ୍ରଶାସନ ଠିକ୍‌ ଢଙ୍ଗରେ କାର୍ଯ୍ୟ କରୁନାହିଁ। ଏଭଳି ଅନେକ ଘଟଣା ଘଟୁଛି ଯାହା କଳ୍ପନାର ବାହାରେ। ଯଦି ସୁପ୍ରିମକୋର୍ଟ ଭଳି ପ୍ରତିଷ୍ଠାନର ସୁରକ୍ଷା କରା ନ ଯାଏ ତେବେ ଦେଶରେ ଗଣତନ୍ତ୍ର ତିଷ୍ଠି ରହିବ ନାହିଁ। ସେ କହିଥିଲେ ଯେ, ଏଭଳି ଭାବେ ଖବରଦାତା ସମ୍ମିଳନୀ ଡକାଇବା ନିଶ୍ଚିତ ଯନ୍ତ୍ରଣାଦାୟକ। କିନ୍ତୁ ଏହା ବ୍ୟତୀତ କିଛି ଉପାୟ ନ ଥିଲା। ସକାଳେ ସେମାନେ ପ୍ରଧାନ ବିଚାରପତି ମିଶ୍ରଙ୍କୁ ଭେଟି ସର୍ବୋଚ୍ଚ ଅଦାଲତ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କେତେକ କାର୍ଯ୍ୟ ଠିକ୍‌ରେ ଚାଲୁନାହିଁ ବୋଲି ଜଣାଇଥିଲେ। ଏଥିପାଇଁ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ମାତ୍ର ସେମାନଙ୍କର ଏହି ଉଦ୍ୟମ ବିଫଳ ହେଲା ବୋଲି ଜଷ୍ଟିସ ଚେଲାମେଶ୍ୱର କହିଛନ୍ତି।
ଖବରଦାତା ସମ୍ମିଳନୀରେ ରିପୋର୍ଟରମାନେ ପ୍ରକୃତ ଘଟଣା ଓ ପ୍ରସଙ୍ଗ କ’ଣ ବୋଲି ଜାଣିବାକୁ ଚାହିଁଥିଲେ। ଜଷ୍ଟିସ ଚେଲାମେଶ୍ୱର କହିଥିଲେ ଯେ, ଆମେ ବିଚାରପତିମାନେ ସର୍ବୋଚ୍ଚ ନ୍ୟାୟିକ ପ୍ରତିଷ୍ଠାନ ଏବଂ ଦେଶର ଦାୟିତ୍ୱ ନେଇଛୁ। ଏହାର ସୁରକ୍ଷା ଓ ଗାରିମା ରକ୍ଷା ପାଇଁ ପଦକ୍ଷେପ ନେଇଛୁ। ପ୍ରଧାନ ବିଚାରପତିଙ୍କୁ ସମସ୍ୟା ସମ୍ପର୍କରେ ବୁଝାଇବାରେ ଆମର ଉଦ୍ୟମ ବିଫଳ ହୋଇଛି। ପ୍ରଧାନ ବିଚାରପତି ଯେଉଁ ଢଙ୍ଗରେ ମାମଲା ବାଣ୍ଟୁଛନ୍ତି ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। କାହାକୁ କେଉଁ ମାମଲା ଦିଆଯିବ ତାହା ଠିକ୍‌ କରାଯାଉନାହିଁ । କମ୍‌ ଅଭିଜ୍ଞତା ଥିବା ବିଚାରପତିଙ୍କୁ ସମ୍ବେଦନଶୀଳ ମାମଲାର ଶୁଣାଣୀ ପାଇଁ ଦିଆଯାଉଛି । ସୋହରାବୁଦ୍ଦିନ ଶେଖ ମିଥ୍ୟା ଏନ୍‌କାଉଣ୍ଟର ମାମଲାର ଶୁଣାଣି କରୁଥିବା ସିବିଆଇର ସ୍ବତନ୍ତ୍ର ବିଚାରପତି ବି.ଏଚ୍‌. ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ଶୁକ୍ରବାରକୁ ତାରିଖ ଧାର୍ଯ୍ୟ କରିଥିବା ପରିପ୍ରେକ୍ଷୀରେ ଜଷ୍ଟିସ ଚେଲାମେଶ୍ୱରଙ୍କ ଏହି ଟିପ୍ପଣୀ ଗୁରୁତ୍ୱ ବହନ କରୁଛି।
ଏହି ଚାରି ବିଚାରପତି ଶୁକ୍ରବାର ପ୍ରଧାନବିଚାରପତିଙ୍କୁ ୭ ପୃଷ୍ଠା ସମ୍ବଳିତ ଏକ ଚିଠି ଦେଇଛନ୍ତି। ସେହି ଚିଠିକୁ ସେମାନେ ଖବରଦାତା ସମ୍ମିଳନୀରେ ପ୍ରଦର୍ଶନ କରିଥିଲେ। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶରେ ଯେଉଁ ଦୃଢ ନ୍ୟାୟିକ ବ୍ୟବସ୍ଥା ରହିଛି ସେଥିରେ ସମସ୍ତେ ସମାନ, କିନ୍ତୁ ପ୍ରଧାନ ବିଚାରପତି ହେଉଛନ୍ତି ସମସ୍ତଙ୍କ ଭିତରେ ପ୍ରଥମ। ଏହାଠାରୁ ସେ ଅଧିକ କିମ୍ବା କମ୍‌ ନୁହନ୍ତି। ଆପଣମାନେ ପଦବୀର ଉଲ୍ଲଂଘନ କରୁଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଜଷ୍ଟିସ ଗୋଗୋଇ କହିଥିଲେ ଯେ କେହି ପଦବୀର ଉଲ୍ଲଂଘନ କରୁନାହାନ୍ତି। ବରଂ ଆମେ ଦେଶର ଋଣ ଶୁଝାଉଛୁ। ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଅଣାଯାଉ ଭାବୁଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଜଷ୍ଟିସ ଚେଲାମେଶ୍ୱର କହିଲେ, ଏହା ଦେଶ ନିଷ୍ପତ୍ତି ନେବ। ଏହି ଖବରଦାତା ସମ୍ମିଳନୀ ପରେ ପରେ ପ୍ରଧାନ ବିଚାରପତି ମିଶ୍ର ଆଟର୍ନି ଜେନେରାଲ କେ.କେ. ଭେନୁଗୋପାଲଙ୍କୁ ଡକାଇ ବୈଠକ କରିଥିଲେ ବୋଲି ଅଦାଲତ ସୂତ୍ରରୁ ଜାଣିବାକୁ ମିଳିଛି।

All Right Reserved By

Model This Week

ନିକିତା

ରାଜ୍ୟ |

ଆକାଶରେ ବିଶୋଧନାଗାର ନିଆଁ

ଆକାଶରେ ବିଶୋଧନାଗାର ନିଆଁ

ପାରାଦୀପ,୨୨।୪(ସ୍ବ.ପ୍ର.): ଦେଶର ଅନ୍ୟତମ ବୃହତ୍‌ ପ୍ରକଳ୍ପ ତୈଳ ବିଶୋଧନାଗାର ପାରାଦୀପରେ ୨୦୧୪ରୁ ଉତ୍ପାଦନକ୍ଷମ ହୋଇଛି। ସେହିଦିନଠାରୁ ୩୩୪୪ ଏକର ଜାଗାରେ ପ୍ରତିଷ୍ଠିତ ଏହି ପ୍ରକଳ୍ପ ପରିସରରେ ୧୩୧ ମିଟର ଉଚ୍ଚ ଚିମିନି ଉପରେ ଅନବରତ ନିଆଁ ଜଳୁଛି। ଏଥିଯୋଗୁ ରାତିରେ ପାରାଦୀପରେ ସମଗ୍ର ଆକାଶ ଆଲୋକିତ ହୋଇଯାଉଛି।

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ପୁରୀ ଅଫିସ,୨୨।୪ : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଶାସ୍ତ୍ରୀ ଦ୍ୱିତୀୟ ବର୍ଷ ପରୀକ୍ଷାରେ ନିଜକୁ ସ୍କ୍ବାଡ୍‌ ସଦସ୍ୟ ଭାବେ ପରିଚୟ ଦେଇ କପି ଯାଞ୍ଚ ଆଳରେ କେତେଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। କେନ୍ଦୁଝର ଜିଲା ଟୁକୁଣାସ୍ଥିତ ବି.ଏନ୍‌. ସଂସ୍କୃତ ସରକାରୀ କଲେଜର ଛାତ୍ରୀମାନେ ଅଧ୍ୟକ୍ଷାଙ୍କ ନିକଟରେ ଏପରି ଅଭିଯାଗ କରିଛନ୍ତି।

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଭାରତୀୟ ଜନତାପାର୍ଟି (ଭାଜପା) ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହକୁ ରୋକୁଛନ୍ତି। ଭାଜପା ହିଁ ଓଡ଼ିଶାକୁ ମହାନଦୀରୁ ତା’ର ଜଳ ପାଇବାରେ ପ୍ରତିବନ୍ଧକ ସାଜିଛି । ଏ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ସକାଶେ ବିଜୁ ଜନତାଦଳର କର୍ମୀ, ନେତାମାନେ ସେମାନଙ୍କ ନିକଟକୁ ଯାଆନ୍ତୁ ଏବଂ ପରିସ୍ଥିତି ସମ୍ପର୍କରେ ଜଣାନ୍ତୁ।

ସର୍ବୋଚ୍ଚ ସ୍ତରରେ ତୈଳ ଦର

ସର୍ବୋଚ୍ଚ ସ୍ତରରେ ତୈଳ ଦର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୭୦ ଟଙ୍କା ଅତିକ୍ରମ କଲାଣି। ଭାଜପା ଶାସନ କାଳରେ ପେଟ୍ରୋଲ ସର୍ବୋଚ୍ଚ ସ୍ତର ଛୁଇଁଥିବାବେଳେ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି।

ଜୁନିୟର ଛାତ୍ରୀଙ୍କ ଭୟଙ୍କର ପ୍ରତିଶୋଧ: କଲ୍‌ଗର୍ଲ ଆଖ୍ୟା ଦେଇ ସିନିୟର ଛାତ୍ରୀଙ୍କ ଫଟୋ ଭାଇରାଲ କଲେ

ଚନ୍ଦ୍ରଶେଖରପୁର, ୨୨।୪(ଡି.ଏନ୍‌.ଏ.)- ବିଶୃଙ୍ଖଳିତ ଆଚରଣ ପାଇଁ ଜୁନିୟର ଛାତ୍ରୀଙ୍କୁ ତାଗିଦ୍‌ କରିବା ଜଣେ ସିନିୟର ଛାତ୍ରୀଙ୍କ ଲାଗି ମହଙ୍ଗା ପଡ଼ିଛି। ତଳ ଶ୍ରେଣୀର ଛାତ୍ରୀ ଜଣକ ସିନିୟର ଛାତ୍ରୀଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛନ୍ତି। ତାଙ୍କୁ କଲଗର୍ଲ ଆଖ୍ୟା ଦେଇ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ମୋବାଇଲ୍‌ ନମ୍ବରକୁ ଭାଇରାଲ କରିଦେଇଛନ୍ତି।

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ କଟରାଝରୀ ଗ୍ରାମରେ ଜନକଲ୍ୟାଣ ସେବା ସଂଘ ତରଫରୁ ରବିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ଖଣ୍ଡପଡ଼ା/ଭାପୁର,୨୨।୪(ସ୍ବ.ପ୍ର./ଡ଼ି.ଏନ.ଏ.)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)/ବାଲିଅନ୍ତା(ଡି.ଏନ.ଏ.)- ମଞ୍ଚେଶ୍ୱର ଥାନା ଇଞ୍ଜଣା ବସ୍ତିର ଏକ ନିର୍ମାଣାଧୀନ ଅପାର୍ଟମେଣ୍ଟ ନିକଟ ଘରୁ ଜଣେ ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ରବିବାର ଜବତ କରିଛି। ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଶୋଇଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ସେଠାରେ ରହୁଥିବା ଅନ୍ୟ ଶ୍ରମିକମାନେ କହିଛନ୍ତି।

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

କେନ୍ଦ୍ରାପଡା ଅଫିସ, ୨୨ା୪- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଉଦୟନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ମା’ ରବିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

କଟକ ସଦର,୨୨।୪(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଅଞ୍ଚଳର ପୃଥକ ସ୍ଥାନରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ରବିବାର ଥାନାକୁ ଆଣି ପଚରାଉଚରା କରୁଛି।