ବାଲେଶ୍ୱର

ସୂର୍ଯ୍ୟାସ୍ତ ପରେ ଚାଲିବନି ଡ଼ଙ୍ଗା

ସୂର୍ଯ୍ୟାସ୍ତ ପରେ ଚାଲିବନି ଡ଼ଙ୍ଗା
ଭଦ୍ରକ ଅଫିସ ,୧୨।୧-ଆସନ୍ତା ଫେବୃୟାରୀ ୧୪ ତାରିଖରେ ମହାଶିବରାତ୍ରୀ। ଏଥିଲାଗି ଭଦ୍ରକ ଜିଲାର ପ୍ରସିଦ୍ଧ ଆରଡିର ଆଖଣ୍ଡଳ ମଣି ଶୈବପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ସ୍ଥଳ ଓ ଜଳପଥରେ ଯାତ୍ରୀମାନେ ପୀଠକୁ ଆସି ଜାଗର ଯାତ୍ରା ଦେଖିଥାନ୍ତି। ଚାନ୍ଦବାଲିରୁ ଆରଡି ଯାଏ ଡଙ୍ଗା ଓ ଲଞ୍ଚ ଚଳାଚଳ କରିଥାଏ। ବୈତରଣୀ ନଦୀ ଆରପଟେ ଥିବା ପଡୋଶୀ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଜିଲାର ଶତାଧିକ ଶ୍ରଦ୍ଧାଳୁ ୩ଟି ନଦୀଘାଟ ଦେଇ ରାତି ଓ ସନ୍ଧ୍ୟାରେ ପୀଠକୁ ଆସିଥାନ୍ତି। ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଏଥର କଡା ସୁରକ୍ଷା ବ୍ୟବସ୍ଥା ହେବ । ଉଭୟ ସ୍ଥଳ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୂର୍ଯ୍ୟାସ୍ତ ପରେ ସବୁ ନଦୀଘାଟରେ ଡଙ୍ଗା ଚଳାଚଳ ବନ୍ଦ ରହିବ। ଶୁକ୍ରବାର ପ୍ରଶାସନିକ ସ୍ତରରେ ବସିଥିବା ପ୍ରସ୍ତୁତି ବୈଠକରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ନଦୀଘାଟ ଉପରେ ପ୍ରଥମ କରି ଏଭଳି କଟକଣା ଜାରି ହେଲେ ବହୁ ଭକ୍ତ ସୁନାବେଶ ଓ ମହାଦୀପ ଦର୍ଶନ ସୁବିଧାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆରଡିରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଥର ଜାଗାର ଯାତ୍ରାକୁ ଅଧିକ ଶୃଙ୍ଖଳିତ ଭାବେ ପାଳନ କରିବା ଲାଗି ବସିଥିବା ପ୍ରସ୍ତୁତି ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଜିଲାପାଳ ତଥା ଜାଗର କମିଟିର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଦାସ ଅଧ୍ୟକ୍ଷତା କରିଥିଲେ। ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ନରୋତ୍ତମ ବେହେରା ବୈଠକ ପରିଚାଳନା କରିଥିଲେ । ଜାଗର ଦିନ ସ୍ବତନ୍ତ୍ର ନୀତିକାନ୍ତି ଓ ନୀତିନିର୍ଘଣ୍ଟ ସମ୍ପର୍କରେ ସେବାୟତ ବିଜୟ କୁମାର ଦାଶ ବିବରଣୀ ପ୍ରଦାନ କରିିଥିଲେ। ପରମ୍ପରା ଅନୁଯାୟୀ ଏଥର ଭୋର ସାଢେ ୪ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ । ଭକ୍ତଙ୍କ ଦର୍ଶନ ସବୁଧା ନିମନ୍ତେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବ। ସୂର୍ଯ୍ୟାସ୍ତ ପରେ ଡଙ୍ଗା ଚଳାଚଳକୁ ଅନୁମତି ଦିଆଯିବ ନାହିଁ । ତେବେ ଦିନବେଳା ନଦୀ ପାର ହୋଇ ଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ଅଗ୍ନଶମ ବିଭାଗ ସମେତ ଓଡ୍ରାଫ ଟିମ ମୂତୟନ ରହିବେ । ଏହାବ୍ୟତୀତ ପୀଠରେ ଅସ୍ଥାୟୀ ପାଇଖାନା ନିର୍ମାଣ, ଆଲୋକ ସେବା, ଅସ୍ଥାୟୀ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଆଦି କରାଯିବା ପାଇଁ ସ୍ଥିର ହୋଇଥିଲା। ବୈଠକରେ ଜିଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ, ଜିଲା ଲୋକସର୍ମ୍ପକ ଅଧିକାରୀ ଗୋଲଖଚନ୍ଦ୍ର ବେହେରା , ଚାନ୍ଦବାଲି ତହସିଲିଦାର ପ୍ରେମାଂଶୁ ଚାନ୍ଦ, କନିକା ରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ,ସେବାୟତ ପ୍ରତିନିଧି ଆଶିଷି ପାଢୀ, ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଢୀ, କାର୍ଯ୍ୟକାରୀ ପରିଚାଳକ ସୁଧାକର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ସନ୍ଧ୍ୟାରେ ଫେରିଘାଟ ବନ୍ଦ ରଖିବା ସକାଶେ ପ୍ରଶାସନ ନିଷ୍ପତ୍ତି ନେବା ଘଟଣାକୁ ଭକ୍ତ ଓ ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରି ନାହାନ୍ତି। ନଦୀଘାଟରେ ସୁରକ୍ଷା ଓ ଆଲୋକ ବ୍ୟବସ୍ଥା ନ କରି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାତ୍ରୀଙ୍କ ଆବଶ୍ୟକତା ଓ ସୁରକ୍ଷା ଉଭୟକୁ ଗୁରୁତ୍ୱ ଦେବାକୁ ଦାବି ହୋଇଛି।
All Right Reserved By

ବାଲେଶ୍ୱର

ବିଶ୍ୱ ଭ୍ରାତୃତ୍ୱ ଦିବସ

ବିଶ୍ୱ ଭ୍ରାତୃତ୍ୱ ଦିବସ

ବାରିପଦା ଅଫିସ,୧୮।୯- ବିବେକାନନ୍ଦ କନ୍ୟାକୁମାରୀ ବାରିପଦା ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ରୋଟାରି ଭବନଠାରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳିତ ହୋଇଯାଇଛି। ବାରିପଦା ଶାଖାର ନଗର ସଞ୍ଚାଳିକା ସୁଶ୍ରୀ ସ୍ବର୍ଣ୍ଣପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ବିଶିଷ୍ଟ ସାହିତ୍ୟକ ତଥା ସ୍ତମ୍ଭକାର ପ୍ରଫେସର ନିରନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କେନ୍ଦ୍ରର ଓଡିଶା ପ୍ରାନ୍ତ ପ୍ରମୁଖ ଅନିଲ କୁମାର କର ସମ୍ମାନିୟ ଅତିଥୀ ଭାବେ ଯୋଗ ଦେଇଥିଲେ। 

ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କଲେ ଆଇନଜୀବୀ

ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କଲେ ଆଇନଜୀବୀ

ବାଲେଶ୍ୱର ଅଫିସ, ୧୮।୯-ବାଲେଶ୍ୱର ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ସମୟରେ ସମସ୍ତ ବିଭାଗୀୟ ଜିଲା ଅଫିସ୍‌ ବନ୍ଦ କରାଯାଇଥିଲା। ବିଚାର ବିଭାଗୀୟ ଅଦାଲତ ସମେତ ଜିଲାପାଳ, ସବକଲେକ୍ଟର, ଟ୍ରେଜେରୀ, ତହସିଲ ଓ ଡିଆର୍‌ଡିଓ ଅଫିସ୍‌କୁ ଆଇନଜୀବୀମାନେ ପିକେଟିଂ କରି ବନ୍ଦ କରିଥିଲେ। 

କଂଗ୍ରେସ ଦଳକୁ ସୁଦୃଢ କରିବାକୁ ସଂକଳ୍ପ

କଂଗ୍ରେସ ଦଳକୁ ସୁଦୃଢ କରିବାକୁ ସଂକଳ୍ପ

ଭୋଗରାଇ, ୧୮।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ଗଢ଼ି ତୋଳିବାକୁ କଂଗ୍ରେସ ନେତାମାନେ ଆହ୍ବାନ ଦେଇଛନ୍ତି। ମଙ୍ଗଳବାର ଥାନାଛକସ୍ଥିତ ଜଳେଶ୍ୱରପୁର ବରେନ୍ଦ୍ର ପାତ୍ରଙ୍କ ବାସଭବନରେ ଭୋଗରାଇ କଂଗ୍ରେସ ଶାଖା ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ଛାମୁଆ ନେତାଙ୍କୁ ନେଇ ନିର୍ବାଚନ ରଣକୌଶଳ ପ୍ରସ୍ତୁତ କରିଛନ୍ତି।

ଖଣି କାର୍ଯ୍ୟ ଆରମ୍ଭ, ମଜୁରି ଦାବି: ଠିକା ସଂସ୍ଥା କର୍ମଚାରୀଙ୍କ ଧାରଣା

କେନ୍ଦୁଝର, ୧୮ା୯ (ସ୍ବ.ପ୍ର.): ଓଡ଼ିଶା ଖଣି ନିଗମ, ଗନ୍ଧମାର୍ଦ୍ଦନ ଖଣିର ଠିକା ସଂସ୍ଥା ଡେକୋର କାର୍ଯ୍ୟରତ କର୍ମଚାରୀଙ୍କୁ ଦେଢ ମାସ ହେଲା କାମ ବନ୍ଦ କରି ଦିଆଯାଇଥିଲା। ସେପ୍ଟେମ୍ବର ୧୬ରୁ ପୁନଃ କାର୍ଯ୍ୟ ଆରମ୍ଭ ହେବା ପାଇଁ ନୋଟିସ ଦିଆଯାଇଥିଲା। ମାତ୍ର ଅକ୍ଟୋବର ୧କୁ କାର୍ଯ୍ୟାରମ୍ଭ ତାରିଖ ବଦଳାଇବାରୁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ରାସ୍ତାରେ ବୁଲି ଦୁଃଖ ଜଣାଇଲେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ

ରାସ୍ତାରେ ବୁଲି ଦୁଃଖ ଜଣାଇଲେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ

ଆରଡି, ୧୮ା୯(ଡି.ଏନ.ଏ.)-ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ, ଧାମନଗର ବ୍ଲକ ତରଫରୁ ନିଜର ଦୁଃଖ ଜଣାଇବା ପାଇଁ ରାସ୍ତାରେ ବାଇକ ଯୋଗେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଶୋଭାଯାତ୍ରା କରି ଜନ ସଚେତନତା ସୃଷ୍ଟି କରିଥିଲେ।

ନିଦ ହଜାଇଲାଣି ଦନ୍ତାହାତୀ

ନିଦ ହଜାଇଲାଣି ଦନ୍ତାହାତୀ

ଚମ୍ପୁଆ,୧୮।୯(ଡି.ଏନ.ଏ): ଚମ୍ପୁଆ ଫରେଷ୍ଟ ସେକ୍ସନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଲାଗି ରହୁଛି। ସମ୍ପୃକ୍ତ ଅଞ୍ଚଳ ହାତୀ ପଲଙ୍କ ଆବାସସ୍ଥଳୀ ପାଲଟିଗଲାଣି। ହାତୀ ଘୋଉଡାଇବାରେ ବନ ବିଭାଗ ସ୍କ୍ବାର୍ଡ ସଫଳ ହେଉଥିଲେ ମଧ୍ୟ ଗୋଠ ଖଣ୍ଡିଆ ହାତୀକୁ ଘୋଉଡାଇବାରେ ବିଫଳ ହେଉଛି। ହାତୀ ଓ ବନ ବିଭାଗର ଲୁଚକାଳି ଖେଳରେ ବିଚରା ଗରୀବ ଚାଷୀର ଚାଷ ବଳି ପଡୁଛି। ସନ୍ଧ୍ୟା ହେଲେ ବନ କର୍ମଚାରୀମାନେ ହାତୀର ସନ୍ଧାନ ପାଉଛନ୍ତି। ସଞ୍ଜ ନଇଁଲା ପରେ ବନ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ହାତୀଟି ଫସଲ ନଷ୍ଟ କରୁଛି। ଅଳ୍ପ ସମୟ ବ୍ୟବଧାନରେ ହାତୀ ଗାଁରେ ପଶୁଛି। ଫଳରେ ହାତୀ ଘଉଡାଇବାରେ ବନ କର୍ମଚାରୀ ନାକେଦମ୍‌ ହେଲେଣି। 

ପର୍ବପର୍ବାଣୀ ପାଳନ ଓ ଭସାଣୀ ଶୋଭାଯାତ୍ରା ପାଇଁ ଦାବି କଲା ଭାଜପା

ପର୍ବପର୍ବାଣୀ ପାଳନ ଓ ଭସାଣୀ ଶୋଭାଯାତ୍ରା ପାଇଁ ଦାବି କଲା ଭାଜପା

ଭଦ୍ରକ ଅଫିସ,୧୮।୯- ଭଦ୍ରକ ଭଳି ଭାଇଚାରାର ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ପର୍ବପର୍ବାଣୀ ତଥା ଭସାଣି ଉତ୍ସବରେ ଲଗାଯାଇଥିବା କଟକଣାକୁ ଉଠାଇବା ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। 

  ରିମୁଳି ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ କର୍ମଶାଳା

ରିମୁଳି ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ କର୍ମଶାଳା

ଚମ୍ପୁଆ, ୧୮।୯(ଡି.ଏନ.ଏ): ଚମ୍ପୁଆ ବ୍ଲକ ରିମୁଳି ମହାବିଦ୍ୟାଳୟଠାରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ସଂକ୍ରାନ୍ତୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ କେନ୍ଦୁଝର ଦ୍ୱାରା ଆୟୋଜିତ ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବ୍ଲକ ଚେୟାରମ୍ୟାନ ରମଣୀ ନାଏକ, ସମ୍ମାନିତ ଅତିଥି ମହାବିଦ୍ୟାଳୟ ଅଧ୍ୟକ୍ଷ ମୁକୁନ୍ଦ ଚରଣ ପ୍ରଧାନ, ଏନ୍‌ଏସ୍‌ଏସ ସଂଯୋଜକ ସରୂପାନନ୍ଦ ପଣ୍ଡା, ପ୍ରଧ୍ୟାପକ ମୋହନ ମିଶ୍ର, ଆଇଇସି ଅଜୀତା ଦାସ ପ୍ରମୁଖ ଯୋଗଦେଇ ସ୍ବଛ ଭାରତ କର୍ମଶାଳାର ଅଭିମୁଖ୍ୟ, ଆବଶ୍ୟକତା ଓ ତାର ଉପାଦେୟତା ଉପରେ ମତ ଦେଇଥିଲେ।

ଶିକ୍ଷକ ମିଳିତ ମଞ୍ଚର ପଦଯାତ୍ରା

ଶିକ୍ଷକ ମିଳିତ ମଞ୍ଚର ପଦଯାତ୍ରା

ଚମ୍ପୁଆ, ୧୮।୯(ଡି.ଏନ.ଏ.): ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କ ସମସ୍ୟା ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବା ଓ ଶିକ୍ଷକଙ୍କ ଦାବି ଶୁଣୁ ନ ଥିବାରୁ ମିଳିତ ମଞ୍ଚ ପକ୍ଷରୁ ପଞ୍ଚାୟତ ପଦଯାତ୍ରା ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ପଦଯାତ୍ରା ଚମ୍ପୁଆ ଗାନ୍ଧୀ ଛକଠାରୁ ବାହାରିଥିଲା। ୧୨୦ ଶିକ୍ଷୟିତ୍ରୀଶିକ୍ଷକ ଏଥିରେ ସାମିଲ ହୋଇଛନ୍ତି। ଚମ୍ପୁଆ ବ୍ଲକର ସରେଇ, କରଞ୍ଜିଆ, ଚନ୍ଦ୍ରଶେଖରପୁର, ଭଣ୍ଡା ଓ ନିଉଣ୍ଡି ଆଦି ପଞ୍ଚାୟତରେ ପଦଯାତ୍ରା କରାଯାଇଛି।

୨୭ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

୨୭ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ବାସୁଦେବପୁର, ୧୮। ୯(ଡି.ଏନ.ଏ.)- ବାସୁଦେବପୁରର ହନୁମାନ ବାଟିକା ପରିସରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅପରାହ୍ନରେ ଉଦ୍‌ଯାପିତ ହୋଇଛି। ଦୁଇ ଦିବସୀୟ ଏହି ଜ୍ଞାନ ବିଜ୍ଞାନ ମେଳାରେ ଜିଲାର ୫ଟି ସଙ୍କୁଳରୁ ୨୭ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। ଏହି ବିଜ୍ଞାନ ମେଳାରେ ୧୨୭ ଜଣ ପ୍ରତିଯୋଗୀ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। 

ରୋଗୀଙ୍କୁ ଫଳ ବାଣ୍ଟିଲେ ବିଧାୟକ

ରୋଗୀଙ୍କୁ ଫଳ ବାଣ୍ଟିଲେ ବିଧାୟକ

ରେମୁଣା, ୧୮।୯(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମ ଦିବସ ଉପଲକ୍ଷେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ରେମୁଣା ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।

ବିଶ୍ୱକର୍ମା ପୂଜା ଲାଗି ରୂପ୍‌ସା ଉତ୍ସବମୁଖର

ବିଶ୍ୱକର୍ମା ପୂଜା ଲାଗି ରୂପ୍‌ସା ଉତ୍ସବମୁଖର

ରୂପ୍‌ସା, ୧୮।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସମେତ ରୂପ୍‌ସା ଥାନା କସିପଦା, ଆଙ୍କୋ, ରୂପ୍‌ସା, ଗଡ଼ପଦା ଓ ରାଉତପଡ଼ା ଆଦି ପଞ୍ଚାୟତ ବିଶ୍ୱକର୍ମାଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି। ୨ ଦିନ ଧରି ବିଭିନ୍ନ ଶିଳ୍ପ ଓ ବୈଷୟିକ ଅନୁଷ୍ଠାନ ସମେତ ବ୍ୟବସାୟୀମାନେ ବିଶ୍ୱକର୍ମାଙ୍କୁ ଯଥାବିଧି ପୂଜାର୍ଚ୍ଚନା କରିଛନ୍ତି। ସ୍ଥାନୀୟ ଝୋଟ କାରଖାନା ଶ୍ରମିକ ସଂଘ ଆନୁକୂଲ୍ୟରେ ସୋମବାର ଘଟତ୍ତୋଳନ ପୂର୍ବକ ପୂଜା ପାଠ ଆରମ୍ଭ ହୋଇଛି। ସାଧାରଣ ସମ୍ପାଦକ ଦୀପକ ପଣ୍ଡା, ପୂଜା କମିଟି ସମ୍ପାଦକ ମୂରଲୀଧର ସେଠୀ, ସହ-ସମ୍ପାଦକ ରାଜେଶ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ଦିନ ବ୍ୟାପୀ ପୂଜା ଉତ୍ସବ ପରିଚାଳିତ ହୋଇଛି।