Dharitri News
ବାଲେଶ୍ୱର

ଭଦ୍ରକ ଷ୍ଟେଶନରେ ତିଆରି ହେବ ଯନ୍ତ୍ର ଚାଳିତ ଫୁଟ୍‌ ଓଭର ବ୍ରିଜ

ଭଦ୍ରକ ଷ୍ଟେଶନରେ ତିଆରି ହେବ ଯନ୍ତ୍ର ଚାଳିତ ଫୁଟ୍‌ ଓଭର ବ୍ରିଜ ଭଦ୍ରକ ଅଫିସ,୧୨।୧- ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜର ଉମେଶ ସିଂ ଶୁକ୍ରବାର ଭଦ୍ରକ ରେଳଷ୍ଟେଶନ ପରିଦର୍ଶନରେ ଆସି ସମୀକ୍ଷା କରି ଫେରିଛନ୍ତି। ଷ୍ଟେଶନରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ଅସରରରେ ପୁନରୁଦ୍ଧାର ହୋଇଥିବା ଷ୍ଟେଶନ ପାର୍ଶ୍ୱବର୍ତ୍ତୀ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ସେ ଉଦ୍‌ଘାଟନ କରିଥିଲେ। ଭଦ୍ରକ ଷ୍ଟେସନକୁ ଆଦର୍ଶ ଷ୍ଟେଶନରେ ପରିଗଣିତ କରାଯିବା ଲାଗି ହେଉଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ଓ ଅନ୍ୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ଏଠି ପ୍ରାଥମିକତା ଭିତ୍ତିରେ ଦିବ୍ୟାଙ୍ଗଙ୍କ ପାଇଁ ଯନ୍ତ୍ର ଚାଳିତ ପାଦଚଲା ରାସ୍ତା ବା ଫୁଟ ଓଭର ବ୍ରିଜ ନିର୍ମାଣ କରାଯିବ, ଷ୍ଟେଶନ ଭିତରେ ଥିବା ବ୍ରିଟିଶ ଅମଳର ଦୁର୍ବଳ ଫୁଟ ବ୍ରିଜର ମରାମତି ଓ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସିଂ କହିଥିଲେ । ସମୀକ୍ଷାପରେ ଗଣମାଧ୍ୟମକୁ ସିଂ ସୂଚନା ଦେବା ବେଳେ ଭଦ୍ରକ ସମେତ ଅନ୍ୟ ରିମୋଟ ଏରିଆରେ ଥିବା ୩୨ଟି ଷ୍ଟେଶନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ ସାଙ୍ଗକୁ ୱାଇଫାଇ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ। ଜେନେରାଲ ମ୍ୟାନେଜରଙ୍କ ଗସ୍ତ ଅବସରରେ ସ୍ଥାନୀୟ ପୂର୍ବତନ କାଉନସିଲର କାମେଶ ଚନ୍ଦ୍ର ପଣ୍ଡା, ମଦନ ମୋହନ ନାୟକ, ବର୍ତ୍ତମାନର କାଉନସିଲର ପ୍ରୀତିଭାରତୀ ନାୟକ ସମେତ ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଷ୍ଟେଶନ ଆଖପାଖ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଲୋକଙ୍କ ସୁବିଧାକୁ ଆଖିଆଗରେ ରଖି ତୁରନ୍ତ ଆବଶ୍ୟକ ସ୍ଥାନରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କରିବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଭଦ୍ରକ ଷ୍ଟେଶନ ଦେଇ ୧୦୦ରୁ ଊର୍ଦ୍ଧ୍ୱ ଟ୍ରେନ ଯାତାୟତ କରୁଥିବା ବେଳେ ଲେବେଲ କ୍ରସିଂ ଫାଟକ ପ୍ରତି ମୂହୁର୍ତ୍ତରେ ବନ୍ଦ ରହୁଛି। ଏଥିଲାଗି ଜରୁରୀ କାଳୀନ ପରିସ୍ଥିତିରେ ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଏଥିଲାଗି ଏଠାରେ ଫ୍ଲାଇ ଓଭର ବ୍ରିଜ ତୁରନ୍ତ ନିର୍ମାଣ କରାଯିବାକୁ ସେମାନେ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଷ୍ଟେଶନ ମାଷ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଡିଆରଏମ ବ୍ରଜମୋହନ ଅଗ୍ରୱାଲ, ଏଏନ ଛଚିନ ସୁଧାର ପଞ୍ଚଳ, ଡିଏନ ଏସ ମାଲିରି ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ୱର

ଡାକ୍ତରଖାନାରେ ୫ ଦିନ ପରେ ଜୀବନ ହାରିଲେ ପୀଡିତା

କେନ୍ଦୁଝର ୧୭।୨ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଦୁଧପଶି ଗ୍ରାମରେ ଯୌତୁକ ଲାଗି ନିର୍ଯାତନା ଦେଇ ବଧୂଙ୍କୁ ନିଆଁରେ ପୋଡି ହତ୍ୟା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି।

କୁକୁର ସହ ବାହାଘର

କୁକୁର ସହ ବାହାଘର

କେନ୍ଦୁଝର ୧୭।୨ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ବୋଦାପଳସା ମୁଣ୍ଡା ସାହିରେ ନିଆରା ପରମ୍ପରା ଅନୁଯାୟୀ ଶଉକ୍ରବାର ଜଣେ ଦୁଇ ବର୍ଷର ଶିଶୁକନ୍ୟା ସହିତ ଏକ କୁକୁରକୁ ବିବାହ ଦିଆଯିବା ଭଳି ଘଟଣା ପଦାକୁ ଆସିଛି।

ଦିବ୍ୟାଙ୍ଗ ଝିଅକୁ କାନ୍ଧରେ ବୋହି ଜିଲାପାଳଙ୍କୁ ଭେଟିଲେ ବୈଜୟନ୍ତୀ

ଦିବ୍ୟାଙ୍ଗ ଝିଅକୁ କାନ୍ଧରେ ବୋହି ଜିଲାପାଳଙ୍କୁ ଭେଟିଲେ ବୈଜୟନ୍ତୀ

କେନ୍ଦୁଝର ୧୭।୨ (ସ୍ବ.ପ୍ର.)- ଜଣେ ମା’ ଓ ଦିବ୍ୟାଙ୍ଗ ଝିଅ ଏକ ଭଙ୍ଗା ଘରେ ପଡି ରହି ଦିନକାଟୁଛନ୍ତି। ଦିବ୍ୟାଙ୍ଗ ଝିଅ ମୀନା (୨୫) ଜନ୍ମରୁ ଚଲାବୁଲା କରି ପାରୁ ନାହାନ୍ତି। ତାଙ୍କ ମା’ ବୈଜୟନ୍ତୀ ପାତ୍ର (୫୦) ତାଙ୍କର ସେବା ଯନତ୍ କରି ଆସୁଛନ୍ତି। ଶନିବାର ମଧ୍ୟାହ୍ନରେ ଏହି ଦିବ୍ୟାଙ୍ଗ ଝିଅକୁ କାନ୍ଧରେ ଲଦି କେନ୍ଦୁଝର ବସ୍‌ଷ୍ଟାଣ୍ଡରୁ ୧କି.ମି. ଦୂର ଜିଲାପାଳଙ୍କ କାର୍ଯ୍ୟାଳୟ ଯାଏ ବୈଜୟନ୍ତୀ ଚାଲିଚାଲି ଯିବା ଘଟଣା ଦେଖଣାହାରୀଙ୍କୁ ଅଭିଭୂତ କରିଥିଲା।

ଗାଡ଼ି ଧକ୍କାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବଡବିଲ, ୧୭।୨(ସ୍ବ.ପ୍ର.)- ଶନିବାର କେନ୍ଦୁଝର ଜିଲା ବଲାଣୀ ଥାନା ଅଞ୍ଚଳରେ ବାଇକ ଉପରେ ଏକ ଗାଡି ଚଢିଯିବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସହାୟତା ଅପେକ୍ଷାରେ ଅସହାୟ ପରିବାର

ସହାୟତା ଅପେକ୍ଷାରେ ଅସହାୟ ପରିବାର

ରାଇସୁଆଁ,୧୭।୨(ଡି.ଏନ.ଏ.)- ଦେଢବର୍ଷ ତଳେ ଦୁର୍ଘଟଣାରେ ଲକ୍ଷ୍ମୀଧରଙ୍କର ବାମଗୋଡ ସମ୍ପୂର୍ଣ୍ଣ ଅକାମୀ ହୋଇପଡିବାରୁ ସେ ଆଉ କାମଧନ୍ଧା କରିପାରୁ ନାହାନ୍ତି। ସରକାରୀ ସହାୟତା ଅପେକ୍ଷାରେ ଏହି ପରିବାରର ଦିନ ବିତୁଛି। ୬ ପ୍ରାଣୀ କୁଟୁମ୍ବ ଅଧିକାଂଶ ଦିନ ଭୋକ ଉପାସରେ ରହୁଥିବା ଜଣାପଡିଛି।

ପ୍ରକଳ୍ପ ଥାଇ ଲୋକେ ଭୋଗୁଛନ୍ତି ଜଳକଷ୍ଟ

ପ୍ରକଳ୍ପ ଥାଇ ଲୋକେ ଭୋଗୁଛନ୍ତି ଜଳକଷ୍ଟ

କୋଳିମାଟି,୧୭।୨-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତର କୋଳିମାଟି ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପରୁ ଜଳଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତା କାମ ବେଳେ ପାଣି ପାଇପ୍‌ ଫାଟି ନଷ୍ଟ ହୋଇଥିବାରୁ ବିଶ୍ୱକର୍ମା ସାହି, କଲଣୀ ସାହି, ମାଝି ସାହି, କୋଳିମାଟି ଛକ, କୋଳିମାଟି ପଞ୍ଚାୟତର ବିଭିନ୍ନ ଜାଗାରେ ପାଣି ପହଞ୍ଚତ୍ପାରୁନାହିଁ।

ଅପହରଣ କରି ୨ଛାତ୍ରଙ୍କୁ ହତ୍ୟା: ୩ ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଅପହରଣ କରି ୨ଛାତ୍ରଙ୍କୁ ହତ୍ୟା: ୩ ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ/ବାସୁଦେବପୁର,୧୭।୨(ଡି.ଏନ.ଏ.)-ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ଜଣ ଛାତ୍ର ନିଖୋଜ ହେବାର ୩ ଦିନ ପରେ ସେମାନଙ୍କ ମୃତଦେହ ଏକ ପୋଖରୀରୁ ଶନିବାର ଉଦ୍ଧାର କରାଯାଇଛି।

ସ୍କୁଲ ପରିସରରେ ମଳ ଫିଙ୍ଗା, ଉତ୍ତେଜନା

ସ୍କୁଲ ପରିସରରେ ମଳ ଫିଙ୍ଗା, ଉତ୍ତେଜନା

ଧାମନଗର,୧୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ପଞ୍ଚାୟତ ବାହାରବିଲ ୟୁଜିଏମଇ ସ୍କୁଲରେ ଶନିବାର ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଥିଲା। ସ୍କୁଲ ପରିସରରେ ଥିବା ରୋଷେଇଗୃହ ଦୁଆର ଆଗରେ କେହି ମଳ ପକାଇ ଥିବା ଦେଖିବାକୁ ମିଳିଥିଲା।

ସ’ ମିଲରେ ଚଢାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ, କାଠ ଜବତ

ସ’ ମିଲରେ ଚଢାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ, କାଠ ଜବତ

ଭଣ୍ଡାରିପୋଖରୀ, ୧୭।୨ (ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳ ଗ୍ରାମ ମଧ୍ୟରେ ଦୀର୍ଘଦିନ ହେଲା ବେଆଇନ ଭାବେ ଚାଲୁଥିବା ଏକ କରତକଳ ଉପରେ ଶନିବାର ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରିଛି।

ସେବା ସମବାୟ ସମିତିର ୨ ଅଧିକାରୀ ଅଡୁଆରେ

ତିହିଡ଼ି,୧୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ନିଶ୍ଚିନ୍ତପୁର ସେବା ସମବାୟ ସମିତିର ଦୁଇଜଣ କର୍ମକର୍ତ୍ତାଙ୍କ ବିରୋଧରେ ପ୍ରାଥମିକ ସ୍କୁଲ ରେଜିଷ୍ଟର ଏବଂ ହାଇସ୍କୁଲର ସାର୍ଟିଫିକେଟରେ ଥିବା ଜନ୍ମ ତାରିଖରେ ତାଳମେଳ ରହୁ ନ ଥିବା ଏବଂ ଜଣେ ୪ ସନ୍ତାନର ଜନକ ହୋଇଥିବା ଅଭିଯୋଗ ହୋଇଛି।

  ଆର୍‌ଆଇଏଚ୍‌ଏସ୍‌ କଲେଜ ପରିସର ପାଲଟିଲା ରଣକ୍ଷେତ୍ର

ଆର୍‌ଆଇଏଚ୍‌ଏସ୍‌ କଲେଜ ପରିସର ପାଲଟିଲା ରଣକ୍ଷେତ୍ର

ଭୋଗରାଇ,୧୭।୨(ଡି.ଏନ.ଏ.)-ଭୋଗରାଇ ଆର୍‌ଆଇଏଚ୍‌ଏସ୍‌ ମହାବିଦ୍ୟାଳୟ ପରିସର ଶନିବାର ଛାତ୍ର ସଙ୍ଗଠନ ମଧ୍ୟରେ ଗଣ୍ଡଗୋଳ, ଧସ୍ତାଧସ୍ତି ଓ ମାରପିଟ୍‌ରେ ରଣକ୍ଷେତ୍ର ପାଲଟିଯାଇଥିଲା। ଯୁକ୍ତ ୩ ନାଟ୍ୟସଂସଦର ବାର୍ଷିକ ଉତ୍ସବ ଅବସରରେ ମେଲୋଡ଼ି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏହି ଗଣ୍ଡଗୋଳ ଆରମ୍ଭ ହୋଇ ଉଗ୍ରରୂପ ଧାରଣ କରିଥିଲା।

ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ବାହାନଗା,୧୭।୨(ଡି.ଏନ.ଏ.)-ବାହାନଗା ବ୍ଳକ ତାଳକୁରୁଣିଆଁ ପଞ୍ଚାୟତ ରହଣିଆଗଞ୍ଜ ଗ୍ରାମର ମୃତ୍ୟୁଞ୍ଜୟ ସାହୁଙ୍କ ସ୍ତ୍ରୀ ସସ୍ମିତା ସାହୁ ବେକରେ ଶାଢୀ ବାନ୍ଧି ଶୋଇବା ଘରେ ଆମତ୍ହତ୍ୟା କରିଥିଲେ । ସସ୍ମିତା ଝୁଲୁଥିବା ମୃତ୍ୟୁଞ୍ଜୟ ଝରକା ବାଟେ ଦେଖି ପରିବାର ଲୋକଙ୍କୁ ଡାକି କବାଟ ଖୋଲି ମୃତଦେହକୁ ଉଦ୍ଧାର କରିଥିଲେ।