ମେଟ୍ରୋ |

୨୭ ଲକ୍ଷର ନିର୍ମାଣ ସାମଗ୍ରୀ ଘୋଟାଲା ମାମଲା: ୧୮ ବର୍ଷ ପରେ ରେଲଓ୍ବେ ଅଧିକାରୀ ଗିରଫ

୨୭ ଲକ୍ଷର ନିର୍ମାଣ ସାମଗ୍ରୀ ଘୋଟାଲା ମାମଲା: ୧୮ ବର୍ଷ ପରେ ରେଲଓ୍ବେ ଅଧିକାରୀ ଗିରଫ

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ୨୭ ଲକ୍ଷ ଟଙ୍କା ନିର୍ମାଣ ସାମଗ୍ରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦକ୍ଷିଣ-ପୂର୍ବ ରେଳପଥର ଜଣେ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି। ସେ ହେଲେ ପଞ୍ଚିମବଙ୍ଗର ଆଲୋକ ଘୋଷ। ସେ ଦକ୍ଷିଣ-ପୂବ ରେଳପଥରେ କାର୍ଯ୍ୟରତ ଥିବାବେଳେ ସିମେଣ୍ଟ, ରଡ୍‌ ଘୋଟାଲାରେ ସମ୍ପୃକ୍ତ ଥିଲେ। ଏହାଦ୍ୱାରା ରେଲଓ୍ବେର ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଥିଲା। ଏ ନେଇ ଆଲୋକଙ୍କ ସମେତ ୪ଜଣଙ୍କ ବିରୋଧରେ ସିବିଆଇ ୧୯୯୯ ଅଗଷ୍ଟରେ ଏକ ମାମଲା ରୁଜୁ କରିଥିଲା। ୟୁ/ଏସ୍‌ ୧୨୦-ବିଆର/ଡବ୍ଲ୍ୟୁ ୪୨୦, ୪୭୧, ୪୬୭ ଦଫା ମାମଲା ରୁଜୁ ହେବା ସହ ୨୦୦୨ ଜାନୁୟାରୀରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ମାମଲା ପରଠାରୁ ଆଲୋକ ଫେରାର ଥିଲେ। ୨୦୦୮ ଜୁଲାଇ ୧୫ରେ ଭୁବନେଶ୍ୱର ସ୍ପେଶାଲ ସିବିଆଇ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ। ଗୁରୁବାର ପଶ୍ଚିମବଙ୍ଗର ଆଲିପୁରଦ୍ୱାରରୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ଆଲୋକଙ୍କୁ ଗିରଫ କରି ଶୁକ୍ରବାର ଭୁବନେଶ୍ୱରସ୍ଥିତ ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରିଥିଲା।

All Right Reserved By

Model This Week

ନିକିତା

ମେଟ୍ରୋ |

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ୬ ତାରିଖରେ ହେବାକୁଥିବା ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍‌ସ ଟେଷ୍ଟ(ନିଟ୍‌) ୨୦୧୮ ପରୀକ୍ଷା ପାଇଁ ସିବିଏସ୍‌ଇ ଡ୍ରେସ୍‌କୋଡ୍‌ ଲାଗୁ କରିଛି। ପରୀକ୍ଷା ପାଇଁ ବୋର୍ଡ ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ବିମାନବନ୍ଦରରୁ ସାପ ଉଦ୍ଧାର

ବିମାନବନ୍ଦରରୁ ସାପ ଉଦ୍ଧାର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ଏକ ସାପ ଉଦ୍ଧାର ହୋଇଛି। ଏହା ଢମଣା ସାପ ବୋଲି ଜଣାପଡ଼ିଛି।

ମହାନ୍ତିପାଟଣାରେ ବାଦୀପାଲା ଉଦ୍‌ଯାପିତ

ମହାନ୍ତିପାଟଣାରେ ବାଦୀପାଲା ଉଦ୍‌ଯାପିତ

ବାଲିଅନ୍ତା,୧୯।୪(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତ ଅଧୀନ ମହାନ୍ତିପାଟଣା ଗ୍ରାମର ଗ୍ରାମଦେବତୀ ବନଦୁର୍ଗାଙ୍କ ପୀଠସ୍ଥଳୀରେ ୫ ଦିନ ଧରି ଚାଲିଥିବା ସତ୍ୟନାରାୟଣ ବାଦୀପାଲା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି।

ବେଆଇନ ଗୋ-ଚାଲାଣ: ୮ ଗିରଫ

ବେଆଇନ ଗୋ-ଚାଲାଣ: ୮ ଗିରଫ

କଟକ ଅଫିସ,୧୯।୪: ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରୁ ଗୁରୁବାର ୭୫ ଗୋରୁ ବୋଝେଇ ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ନିଯୁକ୍ତି କରିଛନ୍ତି ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀ। ସେହିପରି ନବ କିଶୋର ଦାଶ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯାଇଛି।

ଆରମ୍ଭ ହେଲା ରଥ ନିର୍ମାଣ

ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ ଅଫିସ,୧୯।୪: ଆସନ୍ତା ଜୁଲାଇ ୧୪ରେ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପାରମ୍ପରିକ ବିଧି ଅନୁଯାୟୀ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା।

୧୬ରୁ ଖୋଲିଛି ଜଗମୋହନ: ହାଇକୋର୍ଟରେ ସତ୍ୟପାଠ ଦାଖଲ

୧୬ରୁ ଖୋଲିଛି ଜଗମୋହନ: ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୧୯।୪: ଶ୍ରୀମନ୍ଦିର ଜଗମୋହନ ପ୍ରସଙ୍ଗରେ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଥିଲା। ଗତ ୧୬ ତାରିଖରୁ ଜଗମୋହନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି।

ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

କଟକ ଅଫିସ,୧୯।୪: ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗର୍ଭଗୃହ ଭିତରକୁ କେଉଁମାନେ ପ୍ରବେଶ କରିପାରିବେ ସେ ନେଇ ହାଇକୋର୍ଟ କୌଣସି ନିର୍ଦ୍ଦେଶ ଦେଇ ନ ଥିବା ସ୍ପଷ୍ଟ କରିଛନ୍ତି।

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ଗ୍ରାମର ବିମଳା ଭାରତୀ ନାମ୍ନୀ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଦାବିକରି ପୋଡ଼ି ହତ୍ୟା ଉଦ୍ୟମ କରାଯିବା ନେଇ ପୀଡ଼ିତା ଗୁରୁବାର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପକ୍ଷୀଙ୍କ ପାଇଁ ଚିନ୍ତା: ଗଛରେ ଝୁଲୁଛି ମାଟିପାତ୍ର

ପକ୍ଷୀଙ୍କ ପାଇଁ ଚିନ୍ତା: ଗଛରେ ଝୁଲୁଛି ମାଟିପାତ୍ର

ପୁରୀ ଅଫିସ,୧୯।୪ : ପ୍ରଚଣ୍ଡ ଖରାରେ ଜଳୁଛି ସହର। ସକାଳ ୮ଟା ପରଠାରୁ ଖରାର ତାତି ଅସହ୍ୟ ହେଉଛି। ବାହାରକୁ ବାହାରିବାକୁ ଇଚ୍ଛା କରୁନି ମଣିଷ। ଏଭଳି ସ୍ଥଳେ ପଶୁପକ୍ଷୀଙ୍କ ସ୍ଥିତି ଅଧିକ ସଙ୍ଗୀନ ହୋଇପଡୁଛି। ବିଶେଷ କରି ଜଳାଭାବ ସେମାନଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି।

ଜିଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ଜିଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ପୁରୀ ଅଫିସ,୧୯।୪: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପକ୍ଷ ପାଳନ ଅବସରରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲା ସ୍ତରୀୟ ପ୍ରବନ୍ଧପ୍ରତିଯୋଗିତା ଗୁରୁବାର ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ରାହୁଲଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ନେତା

ରାହୁଲଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ନେତା

ଭୁବନେଶ୍ୱର,୧୯।୪(ବ୍ୟୁରୋ): କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବାସଭବନଠାରେ ଗୁରୁବାର ପହଞ୍ଚିଛନ୍ତି ଓଡ଼ିଶା କଂଗ୍ରେସର କେତେଜଣ କଂଗ୍ରେସ ନେତା। ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ନେଇ ରାହୁଲ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ଆରମ୍ଭ କରିଛନ୍ତି।