ବାଣିଜ୍ୟ |

ସୁନା ଆମଦାନୀ ଶୁଳ୍କ ୪%କୁ କମାଇବାକୁ ଦାବି

ସୁନା ଆମଦାନୀ ଶୁଳ୍କ ୪%କୁ କମାଇବାକୁ ଦାବି

ସୁନା ଉପରେ ଆମଦାନୀ ଶୁଳ୍କ ବର୍ତ୍ତମାନ ୧୦% ଥିବାବେଳେ ଆସନ୍ତା ବଜେଟରେ ଏହାକୁ ୪%କୁ ଖସାଇବାକୁ ରତ୍ନପଥର ଏବଂ ଗହଣା ଶିଳ୍ପ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ଶିଳ୍ପ ତ୍ୱରାନ୍ବିତ ହେବ ବୋଲି ସର୍ବଭାରତୀୟ ରତ୍ନପଥର ଏବଂ ଗହଣା ବ୍ୟବସାୟ ସଂଘ(ଜିଜେଏଫ୍‌) ପକ୍ଷରୁ କୁହାଯାଇଛି। ଖାଲି ସେତିକି ନୁହେଁ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ଏହି କ୍ଷେତ୍ର ସାମ୍ନା କରୁଥିବା ସମସ୍ୟାଗୁଡିକୁ ମଧ୍ୟ ଆସନ୍ତା ବଜେଟରେ ସମୀକ୍ଷା କରିବା ପାଇଁ ଶିଳ୍ପ ପକ୍ଷରୁ କୁହାଯାଇଛି। ଜିଜେଏଫ୍‌ର ଅଧ୍ୟକ୍ଷ ନିତିନ ଖଣ୍ଡେଲ୍‌ଓ୍ବାଲ୍‌ କହିଛନ୍ତି, ସୁନା ଉପରେ ଆମଦାନୀ ଶୁଳ୍କକୁ ୧୦%ରୁ ୪%କୁ ହ୍ରାସ କରାଗଲେ ଗ୍ରାହକଙ୍କ ମଧ୍ୟରେ ଚାହିଦା ବଢ଼ିବ ଏବଂ ବ୍ୟବସାୟିକ ବାତାବରଣରେ ଉନ୍ନତି ଆସିବ। ସୂଚନାଯୋଗ୍ୟ, ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି)କୁ ନିୟନ୍ତ୍ରଣ କରିବା ଲାଗି ସୁନା ଉପରେ ୧୦% ଆମଦାନୀ ଶୁଳ୍କ ଧାର୍ଯ୍ୟ କରାଯାଇଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ତିନୋଟି ପକ୍ଷ ସଂଶ୍ଳିଷ୍ଟ ଥିଲେ ଇ-ଓ୍ବେ ବିଲ୍‌ ଜେନେରେଶନ କର:ଅର୍ଥ ମନ୍ତ୍ରଣାଳୟ

ତିନୋଟି ପକ୍ଷ ସଂଶ୍ଳିଷ୍ଟ ଥିଲେ ଇ-ଓ୍ବେ ବିଲ୍‌ ଜେନେରେଶନ କର:ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୪(ପି.ଟି) ଅର୍ଥ ମନ୍ତ୍ରଣାଳୟ ଇ-ଓ୍ବେ ବିଲ୍‌କୁ ନେଇ ସ୍ପଷ୍ଟିକରଣ ଦେଇଛି। ଟ୍ରାଞ୍ଜାକଶନରେ ତିନୋଟି ପକ୍ଷ ସଂଶ୍ଳିଷ୍ଟ ଥିଲେ ଇ-ଓ୍ବେ ବିଲ୍‌ ଜେନେରେଶନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏଥି ଲାଗି ଗୋଟିଏ ମାତ୍ର ବିଲ୍‌ ଜେନେରେଶନ କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି।

କୋପେନହାଗେନ୍‌କୁ ଏୟାର ଇଣ୍ଡିଆର ବିମାନ ସେବା

କୋପେନହାଗେନ୍‌କୁ ଏୟାର ଇଣ୍ଡିଆର ବିମାନ ସେବା

ନୂଆଦିଲ୍ଲୀ,୨୪-୪(ପି.ଟି) ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ ଦିଲ୍ଲୀ କୋପେନହାଗେନ୍‌ ବିମାନ ସମ୍ପ୍ରସାରଣ ସେବାର ଶୁଭାରମ୍ଭ କରିଛି। ଏହି ରୁଟରେ ସପ୍ତାହକୁ ୪ ଦିନ ବିମାନ ସେବା ଯୋଗାଣ ନେଇ କମ୍ବାନୀ ଯୋଜନା ରଖିଛି।

ବିମାନବନ୍ଦର ଭଳି ହେବ ରେଳଷ୍ଟେଶନ

ବିମାନବନ୍ଦର ଭଳି ହେବ ରେଳଷ୍ଟେଶନ

ନୂଆଦିଲ୍ଲୀ, ୨୪-୪(ପି.ଟି.) ଦେଶର ଦୁଇଟି ରେଳ ଷ୍ଟେଶନକୁ ବିମାନ ବନ୍ଦର ଭଳି ଅତ୍ୟାଧୁନିକ ଢଙ୍ଗରେ ବିକଶିତ କରାଯିବ। ଏହି ଦୁଇ ରେଳ ଷ୍ଟେଶନ ହେଲା ହବିବ୍‌ଗଞ୍ଜ ଓ ଗାନ୍ଧୀନଗର ରେଳ ଷ୍ଟେଶନ। ରେଳ ମନ୍ତ୍ରଣାଳୟର ଷ୍ଟେଶନ ପୁନଃବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ପାନ୍‌-ଆଧାର ସଂଯୋଗ:‘ସମସ୍ତ ଅସଙ୍ଗତି ଦୂରକର’

ପାନ୍‌-ଆଧାର ସଂଯୋଗ:‘ସମସ୍ତ ଅସଙ୍ଗତି ଦୂରକର’

ନୂଆଦିଲ୍ଲୀ,୨୪-୪(ପି.ଟି.) ପାନ୍‌ ସହିତ ଆଧାର ସଂଯୋଗ କରିବାରେ ଯାହା ବି କିଛି ଅସଙ୍ଗତି ରହିଛି ତାହାକୁ ତୁରନ୍ତ ସମାଧାନ କର। ତୃତୀୟଲିଙ୍ଗଙ୍କ କ୍ଷେତ୍ରରେ ପାନ୍‌-ଆଧାର ସଂଯୋଗ ପ୍ରକ୍ରିୟାରେ ଯେପରି କୌଣସି ପ୍ରକାର ସମସ୍ୟା ସୃଷ୍ଟି ନ ହୁଏ ତାହାକୁ ଗୁରୁତର ସହ ବିଚାର କର। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଧାର କାର୍ଡରେ ସଂଶୋଧନ କରାଯାଉ ବା ପାନ୍‌ରେ କିନ୍ତୁ ସମସ୍ୟା ସମାଧାନ ହେବା ଉଚିତ। ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‌. ଖାନ୍‌ଓ୍ବିଲ୍‌କର ଏବଂ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏହା କହିଛନ୍ତି।

ଖୁବ୍‌ଶୀଘ୍ର ଫ୍ଲିପ୍‌କାର୍ଟ ଅଂଶଧନ କ୍ରୟ କରିପାରେ ଓ୍ବାଲମାର୍ଟ:ଟିପ୍ପଣି ଦେବାକୁ ମନାକଲା ଆମାଜନ

ଖୁବ୍‌ଶୀଘ୍ର ଫ୍ଲିପ୍‌କାର୍ଟ ଅଂଶଧନ କ୍ରୟ କରିପାରେ ଓ୍ବାଲମାର୍ଟ:ଟିପ୍ପଣି ଦେବାକୁ ମନାକଲା ଆମାଜନ

ବାଙ୍ଗାଲୋର, ୨୪-୪ ଖୁବ୍‌ ଶୀଘ୍ର ଭାରତର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ବୃହତ୍‌ ପରିମାଣର ଅଂଶଧନ ଆମେରିକାଭିତ୍ତିକ ମଲ୍ଟି ନ୍ୟାଶନାଲ୍‌ ରିଟେଲ କର୍ପୋରେଶନ ଓ୍ବାଲ୍‌ମାର୍ଟ କ୍ରୟ କରିବ। ଉଭୟ କମ୍ପାନୀ ମଧ୍ୟରେ ପ୍ରାୟ ୧୨ ବିଲିୟନ ଡଲାର( ପ୍ରାୟ ୭୯,୪୫୨ କୋଟି)ର ଏକ ଚୁକ୍ତି ୧୫ ଦିନ ମଧ୍ୟରେ ଚୂଡାନ୍ତ ହେବାକୁ ଯାଉଛି।

ୟୁରୋପରେ ଗ୍ରୀଷ୍ମ ଅବକାଶ ଲାଗି ଗ୍ରାହକଙ୍କ ପସନ୍ଦ କକ୍ସ ଆଣ୍ଡ୍‌ କିଙ୍ଗସ

ୟୁରୋପରେ ଗ୍ରୀଷ୍ମ ଅବକାଶ ଲାଗି ଗ୍ରାହକଙ୍କ ପସନ୍ଦ କକ୍ସ ଆଣ୍ଡ୍‌ କିଙ୍ଗସ

ବମ୍ବେ, ୨୪-୪ ଗ୍ରୀଷ୍ମ ଋତୁରେ ଛୁଟିଦିନ କଟାଇବା ପାଇଁ ଭାରତୀୟଙ୍କ ପକ୍ଷରେ ୟୁରୋପ ମହାଦେଶ ପ୍ରମୁଖ ପସନ୍ଦ ପାଲଟିଛି। ଚଳିତବର୍ଷ ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖା ଦେଇଛି। ପୂର୍ବ ବର୍ଷ ତୁଳନାରେ ଏଥର ପର୍ଯ୍ୟଟକ ଅଧିକ ସମୟ ଛୁଟି କାଟିବାକୁ ପସନ୍ଦ କରୁଛନ୍ତି। ଫଳରେ ତୁଳନାତ୍ମକ ଭାବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚାହିଦାରେ ପ୍ରାୟ ୨୦% ବୃଦ୍ଧି ହୋଇଛି ବୋଲି ବିଶ୍ୱର ପ୍ରମୁଖ ଟ୍ରାଭେଲ୍‌ କମ୍ପାନୀ କକ୍ସ ଆଣ୍ଡ୍‌ କିଙ୍ଗସ୍‌ ଲିମିଟେଡ୍‌ ପ୍ରକାଶ କରିଛି। ବର୍ତ୍ତମାନ ଭାରତୀୟମାନେ ବର୍ଷକୁ ଏକାଧିକ ଛୁଟି ମୁହୂର୍ତ୍ତ ବିଦେଶରେ ବିତାଇବାକୁ ଆଗଭର ହେଉଛନ୍ତି। ଫ୍ରାନ୍ସ ଏବଂ ସୁଇଜରଲାଣ୍ଡ୍‌କୁ ଗ୍ରୀଷ୍ମ ଅବକାଶ ପାଇଁ ଅଧିକ ପର୍ଯ୍ୟଟକ ପସନ୍ଦ କରୁଥିବା ବେଳେ ଏଥି ସହିତ ଅଷ୍ଟ୍ରିଆ, ଇଟାଲି, ନେଦରଲାଣ୍ଡ୍‌କୁ ମଧ୍ୟ ବାଛୁଛନ୍ତି।

ଓଡ଼ିଶା ବଜାରରେ ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର୍‌ ୧୨୫

ଓଡ଼ିଶା ବଜାରରେ ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର୍‌ ୧୨୫

ଭୁବନେଶ୍ୱର, ୨୪-୪(ବ୍ୟୁରୋ) ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର ୧୨୫ ମଡେଲକୁ ଓଡିଶା ବଜାରରେ ପ୍ରବେଶ କରାଇଛି। ସୋମବାର ସ୍ଥାନୀୟ ଭାରତ ହିରୋ ଶୋ’ରୁମ୍‌ରେ କମ୍ପାନୀର ଓଡିଶା ମୁଖ୍ୟ ଅଭିଜିତ୍‌ ଗଟ୍ଟାନିଆ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ।

ଓଡ଼ିଶା ବଜାରରେ ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର୍‌ ୧୨୫

ଭୁବନେଶ୍ୱର, ୨୪-୪(ବ୍ୟୁରୋ) ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ଅଲ୍‌ ନ୍ୟୁ ସୁପର ସ୍ପ୍ଲେଣ୍ଡର ୧୨୫ ମଡେଲକୁ ଓଡିଶା ବଜାରରେ ପ୍ରବେଶ କରାଇଛି। ସୋମବାର ସ୍ଥାନୀୟ ଭାରତ ହିରୋ ଶୋ’ରୁମ୍‌ରେ କମ୍ପାନୀର ଓଡିଶା ମୁଖ୍ୟ ଅଭିଜିତ୍‌ ଗଟ୍ଟାନିଆ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ।

କେନ୍ଦ୍ରର ଇଚ୍ଛା ଭ୍ୟାଟ୍‌ ହ୍ରାସ କରନ୍ତୁ ରାଜ୍ୟ:ପେଟ୍ରୋଲ, ଡିଜେଲରୁ କମିବନି ଉତ୍ପାଦ ଟିକସ,ପେଟ୍ରୋଲ,ଡିଜେଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ

କେନ୍ଦ୍ରର ଇଚ୍ଛା ଭ୍ୟାଟ୍‌ ହ୍ରାସ କରନ୍ତୁ ରାଜ୍ୟ:ପେଟ୍ରୋଲ, ଡିଜେଲରୁ କମିବନି ଉତ୍ପାଦ ଟିକସ,ପେଟ୍ରୋଲ,ଡିଜେଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୨୩-୪(ପି.ଟି) ପେଟ୍ରୋଲ, ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ଲୋକମାନେ ଏହା ଯୋଗୁ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଏପରି ସ୍ଥଳେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଟିକସ ହ୍ରାସ ହେବ ନାହିଁ ବୋଲି ଜଣାପଡିଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଟିକସ ହ୍ରାସ ସପକ୍ଷରେ ଅର୍ଥ ମନ୍ତ୍ରଣାଳୟ ନାହିଁ। ଏହା ଫଳରେ ତୈଳ ଦର ହ୍ରାସ ହେବାର ସମ୍ଭାବନା ପ୍ରାୟ ନାହିଁ। ଏହା ବାଦ୍‌ ରାଜ୍ୟଗୁଡିକ ଲାଗୁ କରୁଥିବା ଭ୍ୟାଟ ବା ସେଲସ ଟିକସ ହ୍ରାସ କରନ୍ତୁ ବୋଲି କେନ୍ଦ୍ର ଇଚ୍ଛା ପ୍ରକଟ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୋମବାର ପେଟ୍ରୋଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ଡିଜେଲ ଦର ମଧ୍ୟ ରେକର୍ଡ ସ୍ତର ୬୫.୭୫ ଟଙ୍କା ଛୁଇଁଛି। ଏହିଭଳି ବର୍ଦ୍ଧିତ ଦରରେ ତୈଳ କ୍ରୟ କରିବା ଲୋକଙ୍କୁ କଷ୍ଟକର ହେଉଥିବା ବେଳେ କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିବେ ବୋଲି ଅନେକେ ଭାବୁଥିଲେ। ମାତ୍ର ଏହାକୁ ନେଇ ସରକାର ତାଙ୍କର ପକ୍ଷ ସ୍ପଷ୍ଟ କରିଛନ୍ତି।

ଶୀଘ୍ର ଘୋଷଣା ହେବ ନୂଆ ଶିଳ୍ପ ନୀତି: ପ୍ରଭୁ

ଶୀଘ୍ର ଘୋଷଣା ହେବ ନୂଆ ଶିଳ୍ପ ନୀତି: ପ୍ରଭୁ

ନୂଆଦିଲ୍ଲୀ,୨୩-୪(ପି.ଟି) ସରକାର ନୂଆ ଶିଳ୍ପ ନୀତି ଚୂଡାନ୍ତ କରି ସାରିଛନ୍ତି। ଏହାକୁ ଶୀଘ୍ର ଘୋଷଣା କରାଯିବାକୁ ଯୋଜନା ରହିଛି। ଏ ନେଇ ବାଣିଜ୍ୟ ତଥା ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି। ନୂଆ ନୀତି ୧୯୯୧ର ଶିଳ୍ପ ନୀତିକୁ ବାଦ୍‌ ଦେବ। ଏହି ନୀତିକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କନସଲଟେଶନ ଲାଗି ପଠାଯାଇଥିବା ଅନ୍ତର୍ଜାତୀୟ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସମ୍ମିଳନୀରେ ପ୍ରଭୁ ଏହା କହିଛନ୍ତି।

ଅଧିକ ୪ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ୨୫ରୁ

ଅଧିକ ୪ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ୨୫ରୁ

ନୂଆଦିଲ୍ଲୀ,୨୩-୪(ପି.ଟି) ଏପ୍ରିଲ ୨୫ରୁ ୪ଟି ଅଧିକ ରାଜ୍ୟ ଇ-ଓ୍ବେ ବିଲ୍‌ ଲାଗୁ କରିବେ। ଏହି ରାଜ୍ୟଗୁଡିକ ମଧ୍ୟରେ ମଧ୍ୟପ୍ରଦେଶ ରହିଛି। ସେହି କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ ସାମିଲ ରହିଛି। ୫୦ ହଜାର ଟଙ୍କାର ଆନ୍ତଃରାଜ୍ୟ ସାମଗ୍ରୀ ପରିବହନରେ ଇ-ଓ୍ବେ ବିଲ୍‌ ବ୍ୟବସ୍ଥାକୁ ଏପ୍ରିଲ ପହିଲାରୁ ସରକାର ଲାଗୁ କରାଇଛନ୍ତି।

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୩-୪(ପି.ଟି) ଗତ କିଛି ଦିନ ହେବ ଏଟିଏମ୍‌ଗୁଡିକରେ ନୋଟ ସଙ୍କଟ ଲାଗି ରହିଥିବାରୁ ଏହାକୁ ନେଇ ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହେଲେଣି। ଏହି ଅସୁବିଧା ସୁଧୁରିଯିବ ବୋଲି ସରକାର ଲୋକଙ୍କୁ ଆଶ୍ୱାସନା ଦେବା ସହ ନୋଟ ଯୋଗାଣ ତ୍ୱରାନ୍ବିତ କରିବାକୁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ବଜାରର ନୋଟ ସଙ୍କଟ ଟଳିଥିବା ଷ୍ଟେଟ ବ୍ୟାଙ୍କ ଇଣ୍ଡିଆର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି।