ବାଲେଶ୍ୱର

୫୦ହଜାର ଟଙ୍କା ବୀମାରାଶି ଦେବାକୁ ଡାକବିଭାଗକୁ ନିର୍ଦ୍ଦେଶ

ବାଲେଶ୍ୱର ଅଫିସ, ୧୨।୧-ଡାକ ବୀମା ରାଶି ସମ୍ବନ୍ଧୀୟ ଏକ ମାମଲାର ବିଚାର କରି ବାଲେଶ୍ୱର ସ୍ଥାୟୀ ଲୋକ ଅଦାଲତର ବିଚାରପତି ଅଜୟ କୁମାର ମହାନ୍ତି ଡାକ ବିଭାଗକୁ ୫୦ହଜାର ଟଙ୍କା ବୀମାରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବାର ଦୁଇ ମାସ ମଧ୍ୟରେ ବୀମାରାଶି ପ୍ରଦାନ ନ କଲେ ଡାକ ବିଭାଗକୁ ୦୭ ପ୍ରତିଶତ ସରଳ ସୁଧହାରରେ ସୁଧ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ସଞ୍ଜୟ କୁମାର ପଣ୍ଡା ନିଜର ପିଉସୀଙ୍କ ମୃତ୍ୟୁ ପରେ ଡାକ ବିଭାଗ ତରଫରୁ ବୀମାରାଶି ନ ପାଇ ଶେଷରେ ସ୍ଥାୟୀ ଲୋକ ଅଦାଲତଙ୍କ ଆଶ୍ରୟ ନେଇଥିଲେ।

All Right Reserved By
Karnatak Exit Poll

Model This Week

ସଂଗୀତ

ବାଲେଶ୍ୱର

ମୃଦଙ୍ଗ ଭରିଛି ଜୀବନରେ ଭିନ୍ନ ରସ

ମୃଦଙ୍ଗ ଭରିଛି ଜୀବନରେ ଭିନ୍ନ ରସ

ରୂପ୍‌୍‌ସା, ୨୧।୫(ବାଞ୍ଛାନିଧି ଦେ)- ମୃଦଙ୍ଗ ବାଦ୍ୟର ପରମ୍ପରା କାହଁି କେଉଁ କାଳରୁ ରହିଆସିଛି। ଭଜନ ହେଉ କି ଜଣାଣ କିମ୍ବା ନାମସଂକୀର୍ତ୍ତନ ସବୁଠି ଭକ୍ତମାନେ ମୃଦଙ୍ଗର ତାଳେ ତାଳେ ବିଭୋର ହୋଇଯାଆନ୍ତି। ଏହାର ମଧୁର ଧ୍ୱନି ସାଙ୍ଗକୁ ସଭିଙ୍କ ପ୍ରାଣରେ ଭରିଦିଏ ଆଧ୍ୟାମତ୍ିକ ପୁଲକ। ଦୀର୍ଘ ୪୪ବର୍ଷ ଧରି କାନ୍ଧରେ ମୃଦଙ୍ଗ ପକାଇ ବାଦନ କରିଆସୁଥିବା ରାଧାନାଥ ଯତି(୫୪) କେବେ ପଛକୁ ଫେରି ଚାହଁିନାହାନ୍ତି। ଏହି ବାଦନ କଳାକୁ ଆପଣାର କରି ଅନେକ ଶିକ୍ଷାର୍ଥୀ ମଧ୍ୟ ସୃଷ୍ଟି କରିଛନ୍ତି।

ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟ

ସୋର, ୨୧ା୫(ଡି.ଏନ.ଏ.)-ସୋର ଥାନା କେଶରୀପୁର ଗ୍ରାମର ଏକ ଦମ୍ପତି ରବିବାର ପୂର୍ବାହ୍ନରେ ବାଇକ୍‌ରେ ବାଲେଶ୍ୱର ଯାଉଥିଲେ। ବିଦୁଛକ ନିକଟରେ ପତ୍ନୀଙ୍କ ବେକରୁ ୨୮ ଗ୍ରାମ ଓଜନର ଏକ ସୁନାଚେନ ଲୁଟ୍‌ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି।

ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଖଇରା, ୨୧।୫(ଡି.ଏନ.ଏ.)-ଚଳିତବର୍ଷ ଖଇରା ବ୍ଲକରେ ୯୦ପ୍ରତିଶତ ଓ ତଦୁର୍ଦ୍ଧ ମାର୍କ ରଖିଥିବା ୩୧ଜଣ ଛାତ୍ରୀଛାତ୍ରଙ୍କୁ ଖଇରା ବ୍ଲକ ଭାଜପା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଖଇରା ବ୍ଲକର କୁପାରୀସ୍ଥିତ ଅମ୍ବିକା ମନ୍ଦିର ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା।

ବିଦ୍ୟୁତ ସଂଯୋଗ ଲାଗି ନିର୍ଦ୍ଦେଶ ଦେଲେ କୋର୍ଟ

ବାହାନଗା, ୨୧ା୫(ଡି.ଏନ.ଏ.)-ବାହାନଗା ବ୍ଳକ ନୂଆପୁର ପଞ୍ଚାୟତସ୍ଥିତ ମଳିକ ସାହିର ସଦାଶିବ ମଳିକ ନାମକ ଜଣେ ବ୍ୟକ୍ତିଙ୍କୁ ଦୀର୍ଘଦିନ ଧରି କୌଣସି ନା କୌଣସି ଆଳ ଦେଖାଇ ବିଦ୍ୟୁତ ବିଭାଗ ଅନ୍ଧାରରେ ରଖିଆସିଛି। ଏ ବାବଦରେ ସଦାଶିବ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ତେବେ କୋର୍ଟରେ ଡବ୍ଲ୍ୟୁପି(ସି)ନମ୍ବର ୨୬୪୬/୨୦୧୭ ରେ ଏକ ମାମଲା ରୁଜୁ ହୋଇଥିଲା

ପରୀକ୍ଷାରେ ଫେଲ୍‌ ହେବାରୁ ୨ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର, ୨୧ା୫(ଡି.ଏନ.ଏ.)-ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସୋର ତଳନଗର ଯୁନିୟର କଲେଜ ଓ କୁଡେଇ ମହିଳା ମହାବିଦ୍ୟଳୟର ୨ ଛାତ୍ରୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ଛାଡ଼ି ଦିଆଯାଇଛି ।

ଗୁଜୁରାଟରୁ ଅପହୃତ ଦୁଇ ନାବାଳିକା ଉଦ୍ଧାର, ଜଣେ ଗିରଫ

ଗୁଜୁରାଟରୁ ଅପହୃତ ଦୁଇ ନାବାଳିକା ଉଦ୍ଧାର, ଜଣେ ଗିରଫ

ସୋର, ୨୧ା୫(ଡି.ଏନ.ଏ.)-ଗତ ମାର୍ଚ୍ଚରୁ ଅପହରଣ ହୋଇ ଓଡ଼ିଶା ପଳାଇ ଆସିଥିବା ଦୁଇ ନାବାଳିକାକୁ ଗୁଜୁରାଟ ପୋଲିସ ଓ ସୋର ପୋଲିସ ମିଳିତ ଉଦ୍ୟମରେ ସୋର ଓ ସିମୁଳିଆରୁ ଉଦ୍ଧାର କରାଯାଇଛି ।

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲିଆପାଳ, ୨୧ା୫(ଡି.ଏନ.ଏ.)- ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ବାଲେଶ୍ୱର ଜିଲାରେ ଡାଳୁଅ ଧାନର ଅଭାବୀ ବିକ୍ରି ଦେଖାଦେଇଛି। କାଳବୈଶାଖୀ ବର୍ଷା ପରେ ଫସଲ ନଷ୍ଟଜନିତ ଆଶଙ୍କାରେ ଚାଷୀମାନେ ତରବର ହୋଇ ଧାନ ଅମଳ କରୁଛନ୍ତି।

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ବାଲେଶ୍ୱର ଅଫିସ,୨୧।୫-ସ୍ବଚ୍ଛ ଭାରତ, ସୁସ୍ଥ ଭାରତର ବାର୍ତ୍ତା ନେଇ ସାଇକେଲରେ ଦେଶ ଭ୍ରମଣ କରୁଛନ୍ତି ଦିବ୍ୟାଙ୍ଗ ପ୍ରଦୀପ କୁମାର ସେନ। ମଧ୍ୟପ୍ରଦେଶର ଇନ୍ଦୋର ରାମଲକ୍ଷ୍ମଣ ବଜାରରୁ ଯାତ୍ରା ଆରମ୍ଭ କରିଥିବା ୩୦ ବର୍ଷୀୟ ପ୍ରଦୀପ ଶନିବାର ବାଲେଶ୍ୱର ପହଞ୍ଚିଥିଲେ। ତାଙ୍କୁ ଏମ୍‌ପି ରବୀନ୍ଦ୍ର ଜେନା ସମ୍ବର୍ଦ୍ଧନା ଦେଇଥିଲେ।

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ବାଲେଶ୍ୱର ଅଫିସ,୨୧।୫- ଚଳିତବର୍ଷ ଧୁମ୍‌ଧାମ୍‌ରେ ଶେଷ ହୋଇଛି ଜଉ କଣ୍ଢେଇ ବାହାଘର। ବରଘର ଦାବି ମୁତାବକ କନ୍ୟାପକ୍ଷ ରବିବାର ଚାନ୍ଦିପୁର ସମୁଦ୍ର ତଟ ସଫା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହୋଇଥିଲେ।

ବକେୟା ଋଣ ପାଇଁ କୋଠାଘରକୁ ସିଲ୍‌ କଲା ପ୍ରଶାସନ

ହାଟଡିହୀ,୧୯।୫(ଡି.ଏନ୍‌.ଏ.)- ଗୃହ ଋଣ ନେଇ ଶୁଝି ନ ପାରିବାରୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଶାଳଣିଆ ଅଞ୍ଚଳର ରମଣିରଞ୍ଜନ ରାଜଙ୍କ କୋଠାଘରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି।

ବେପାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟ

ବେପାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟ

କେନ୍ଦୁଝର, ୧୯ା୫ (ସ୍ବ.ପ୍ର.)- କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମ ନିକଟରେ ଶୁକ୍ରବାର ଜଣେ ଗୋରୁ ବେପାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ୩୭ ହଜାର ଟଙ୍କା ଲୁଟି ନିଆଯାଇଛି। ବେପାରୀ ପରମେଶ୍ୱର ପଲେଇଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ନାବାଳିକା ଅପହରଣକାରୀ ଗିରଫ

ନାବାଳିକା ଅପହରଣକାରୀ ଗିରଫ

ତିହିଡ଼ି, ୨୦।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ପଞ୍ଚାୟତ ଲଞ୍ଜାତାରା ଅଞ୍ଚଳର ଜଣେ ନାବାଳିକାକୁ ଗତ ୧୩ ତାରିଖରେ ଅପହରଣ କରି ନିଆଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମକଦ୍ଦମା (ନଂ ୧୫୦/୧୮) ରୁଜୁ କରି ତଦନ୍ତ ଚଳାଇଥିଲା। ଅପହରଣକାରୀ କୁବେରା ପଞ୍ଚାୟତ ଅଧୀନ ମନ୍ଦାରମାଳ ଗ୍ରାମର ଅଜୟ ଜେନାଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲେ ମଧ୍ୟ ଅପହରଣକାରୀଙ୍କୁ ଧରିପାରି ନ ଥିଲା ।