ବାଣିଜ୍ୟ |

ଇଣ୍ଡିଆନ୍‌ ବ୍ୟାଙ୍କ୍‌ର ୧୦୦ ତମ ଶାଖା ଉଦ୍‌ଘାଟିତ

ଇଣ୍ଡିଆନ୍‌ ବ୍ୟାଙ୍କ୍‌ର ୧୦୦ ତମ ଶାଖା ଉଦ୍‌ଘାଟିତ
ଭୁବନେଶ୍ୱର,୧୨-୧-ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ଖଣ୍ଡଗିରିଠାରେ ରାଜ୍ୟର ୧୦୦ ତମ ଶାଖା ସହିତ ଏଟିଏମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଶାଖାକୁ ରାଜ୍ୟ ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବାବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଓଡ଼ିଶା ଗୃହ ଓ ନିର୍ମାଣ କର୍ମଚାରୀ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଏନ୍‌. କେ. ମିଶ୍ର ଓ ଉପ ଆଞ୍ଚଳିକ ପ୍ରବନ୍ଧକ ଭାଲେରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ବାଣିଜ୍ୟ |

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

ନୂଆଦିଲ୍ଲୀ, ୨୩।୧: ମାରାତ୍ମକ କ୍ୟାନସର ରୋଗ ସମେତ ୫୦ଟି ଜୀବନରକ୍ଷାରୀ ଔଷଧ ଶସ୍ତା ହେବ। ଖାଉଟି ଓ ପାଇକାରି ବ୍ୟବସାୟୀ ଅଳ୍ପ ଲାଭରେ ଏହି ସବୁ ଔଷଧ ବିକ୍ରି କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ନୂଆଦିଲ୍ଲୀ,୨୩-୧: ଉଚ୍ଚ ମୂଲ୍ୟର ନେଣଦେଣ କରିଛନ୍ତି, ଅଥଚ ୨୦୧୮-୧୯ ଲାଗି ଆୟକର ରିଟର୍ନ ଦାଖଲ କରି ନଥିଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏହା ଦାଖଲ ଲାଗି ଆହୁରି ୨୧ ଦିନ ସମୟ ଦେଇଛି। 

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ନୂଆଦିଲ୍ଲୀ,୨୩-୧:  କେନ୍ଦ୍ର ସରକାର ଖୁବଶୀଘ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଆଣିବାକୁ ଯାଉଛନ୍ତି। ଫଳରେ କର୍ପୋରେଟ ଗଭର୍ନାନ୍ସ ବା କର୍ପୋରେଟ ପ୍ରଶାସନିକ ବ୍ୟବସ୍ଥା ଆପଣାଇବାକୁ ସରକାର ପଦକ୍ଷେପ ନେବେ। 

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ନୂଆଦିଲ୍ଲୀ,୨୩-୧:  ଅତ୍ୟଧିକ କ୍ଷତି ଯୋଗୁ ଦୂରାବସ୍ଥା ଦେଇ ଗତି କରୁଥିବା ଦେଶର ପ୍ରମୁଖ ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋଏଲ ବୋର୍ଡରୁ ହଟିଯିବାକୁ ରାଜି ହୋଇଛନ୍ତି। 

ସୋମାନିର ନୂଆ ଶୋ’ରୁମ

ଭୁବନେଶ୍ୱର,୨୩-୧: ସୋମାନି ସେରାମିକ୍ସର ନୂଆ ଶୋ’ରୁମ ‘ସୋମାନି ଗ୍ରାଣ୍ଡେ’ ଭୁବନେଶ୍ୱରର ପାହାଳଠାରେ ଖୋଲିଛି। ସୋମାନିର ଉପସଭାପତି ସୁଜିତ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ବ୍ରସେଲ୍ସ,୨୩-୧: ବ୍ୟାଙ୍କଗୁଡିକ ଦୋକାନୀଙ୍କୁ ଶୁଳ୍କ ପ୍ରଦାନ ଲାଗି ଶସ୍ତା ଦେୟ ପ୍ରଦାନ ବ୍ୟବସ୍ଥା ଆପଣାଉଥିବା ବେଳେ ଏଥିରେ ବାଧା ଉତ୍ପନ୍ନ କରିବା  ଅଭିଯୋଗରେ କ୍ରେଡିଟ କାର୍ଡ କମ୍ପାନୀ ମାଷ୍ଟରକାର୍ଡ ଉପରେ ୟୁରୋପୀୟ ୟୁନିୟନ ୫୭୦.୬ ମିଲିୟନ ୟୁରୋ(୬୪୮.୩ ମିଲିୟନ ଡଲାର) ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। 

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୨୩-୧:  ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦେଶର ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ପରିବର୍ତ୍ତେ ଜାନୁୟାରୀ-ଡିସେମ୍ବର କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ବଜେଟ୍‌ରେ ଘୋଷଣା କରାଯିବ ବୋଲି ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। 

ତୈଳ ଚାହିଦାରେ  ଚାଇନାକୁ ପଛରେ ପକାଇବ ଭାରତ

ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୨୩-୧:  ଅଟୋ ଇନ୍ଧନ ଓ ଏଲ୍‌ପିଜି ବ୍ୟବହାର ବୃଦ୍ଧି କାରଣରୁ ଭାରତ ୨୦୧୯ରେ ଅଶୋଧିତ ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇ ଆମେରିକା ପରେ ବିଶ୍ୱର ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି। ଏ ସମ୍ପର୍କରେ ରିସର୍ଚ୍ଚ ଆଣ୍ଡ୍‌ କନସଲଟାନ୍ସି ଗ୍ରୁପ୍‌ ଉଡ଼୍‌ ମ୍ୟାକେଞ୍ଜି ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରାଯାଇଛି। 

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ନୂଆଦିଲୀ,୨୩-୧: ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ରାଜ୍ୟଗୁଡ଼ିକର ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବିହାର ପ୍ରଥମ ସ୍ଥାନରେ ରହିଛି। ତାଲିକାରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନ ଏବଂ ଗୁଜରାଟ ତୃତୀୟ ସ୍ଥାନରେ ରହିଥିବା ରେଟିଂ ଏଜେନ୍ସି କ୍ରିସିଲ ମଙ୍ଗଳବାର ସୂଚନା ଦେଇଛି।

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର,୨୩-୧: ସୁରକ୍ଷିତ ଗାଡି ଚାଳନା ସଂସ୍କୃତି ସୃଷ୍ଟି କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଛାତ୍ରୀଛାତ୍ରଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ଭୁବନେଶ୍ୱର,୨୩-୧: ପ୍ରମୁଖ ରିଟେଲ ଚେନ୍‌ ବିଗ୍‌ ବଜାର ପକ୍ଷରୁ ବୁଧବାରଠାରୁ ଆରମ୍ଭ ହେଉଛି ‘ସବସେ ଶସ୍ତେ ୫ ଦିନ’ । 

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

ନୂଆଦିଲୀ,୨୩-୧: ୭% ଅଭିବୃଦ୍ଧି ହାର ଭଲ । ମାତ୍ର ଦେଶରେ ଯେତେ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା କଥା ତାହା ହେଉ ନାହିଁ। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ଲାଭ କରିବାକୁ ସକ୍ଷମ ହୋଇଛି।