Dharitri News
ବାଣିଜ୍ୟ |

ପିଏନ୍‌ବିର ମୋଟ ବ୍ୟବସାୟ ୧୧ ଲକ୍ଷ କୋଟି ଟପିଲା

ପିଏନ୍‌ବିର ମୋଟ ବ୍ୟବସାୟ ୧୧ ଲକ୍ଷ କୋଟି ଟପିଲା ଭୁବନେଶ୍ୱର,୧୨-୧-ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ(ପିଏନ୍‌ବି)ର ମୋଟ ବ୍ୟବସାୟ ୧୧ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି। ଗ୍ରାହକ ସେବା ଏବଂ ଜନସାଧାରଣଙ୍କ ନିରନ୍ତର ବିଶ୍ୱାସଭାଜନ ହୋଇ ରାଷ୍ଟ୍ର ସେବାରେ ବ୍ୟାଙ୍କ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଛି। ୨୦୧୮ ନୂତନ ବର୍ଷ ଆରମ୍ଭରୁ ବ୍ୟାଙ୍କ ଏହାର କେତେକ ସ୍ଥାୟୀ ଜମା ଉପରେ ୧.୨୫% ପର୍ଯ୍ୟନ୍ତ ସୁଧ ହାର ବୃଦ୍ଧି କରିଛି। ନୂତନ ବର୍ଷର ବୋନାଞ୍ଜା ଘୋଷଣା କରି ବ୍ୟାଙ୍କ ଗୃହଋଣ, କାର୍‌ ଋଣ, ଦୁଇଚକିଆ ଯାନ ଋଣ ଇତ୍ୟାଦି ଉପରେ ଡକ୍ୟୁମେଣ୍ଟେଶନ୍‌ ଓ ପ୍ରୋସେସିଂ ଦେୟ ସମ୍ପୂର୍ଣ୍ଣ ଛାଡ କରିଛି। ଏହି ସୁବିଧା ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଉପଲବ୍ଧ। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ଅନୁପାତ ସମ୍ପ୍ରତି ଆବଶ୍ୟକତା ୮ରୁ ବୃଦ୍ଧି ପାଇ ୯ରେ ପହଞ୍ଚିଛି। ସରକାରଙ୍କ ରାସ୍‌ନାଲାଇଜେଶନ୍‌ ପ୍ରକ୍ରିୟାରେ ସାମିଲ ହୋଇ ବ୍ୟାଙ୍କ ଏହାର କେତେକ ଶାଖାକୁ ରାସ୍‌ନାଲାଇଜେଶନ୍‌ ବା ସୁବ୍ୟବସ୍ଥିତ କରିବାକୁ ଯାଉଛି। ଏହାଦ୍ୱାରା ଲାଭ ବୃଦ୍ଧି ପାଇବ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ। ନିକଟ ଅତୀତରେ ବ୍ୟାଙ୍କ ଏହାର କର୍ପୋରେଟ୍‌ କାର୍ଯ୍ୟାଳୟକୁ ନିଲ୍ଲୀର ଦ୍ୱାରକାକୁ ସ୍ଥାନାନ୍ତରିତ କରିଛି। ଏହି ନୂତନ ଗୃହକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଉଦ୍‌ଘାଟନ କରିଥିଲେ। ସୂଚନାଯୋଗ୍ୟ, ବ୍ୟାଙ୍କର ବର୍ତ୍ତମାନ ସୁଦ୍ଧା ୭୦୦୦ ଶାଖା ସମଗ୍ର ଦେଶରେ ଥିବାବେଳେ ପ୍ରାୟ ୭୦,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ବାଣିଜ୍ୟ |

ଉତ୍ପାଦନ ଶୁଳ୍କ ହ୍ରାସ ଲୋଡିଲା ତୈଳ ମନ୍ତ୍ରଣାଳୟ

ଉତ୍ପାଦନ ଶୁଳ୍କ ହ୍ରାସ ଲୋଡିଲା ତୈଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୩-୧(ପି.ଟି.) ୨୦୧୪ରେ ଭାଜପା ସରକାର କ୍ଷମତାକୁ ଆସିଥିଲେ। ଉକ୍ତ ସମୟରୁ ବର୍ତ୍ତମାନ ମଧ୍ୟରେ ପେଟ୍ରୋଲ ଦର ସର୍ବୋଚ୍ଚ ସ୍ତର ଛୁଇଁଛି। ଲିଟର ପିଛା ଡିଜେଲ ଦର ରେକର୍ଡ ସ୍ତର ୬୩.୨୦ ଟଙ୍କାରେ ପହଞ୍ଚିଛି। ଏଭଳି କ୍ଷେତ୍ରରେ ତୈଳ ମନ୍ତ୍ରଣାଳୟ ଉଭୟ ଇନ୍ଧନ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ପରାମର୍ଶ ଦେଇଛି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଲିଟର ପିଛା ପେଟ୍ରୋଲ ଦର ୭୧.୧୬ ଟଙ୍କା ଥିବାବେଳେ ଡିଜେଲ ଦର ୬୭.୭୧ ଟଙ୍କା ରହିଥିଲା। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୭୨.୩୮ ଟଙ୍କା ଛୁଇଁଛି।

ଆମଦାନୀ ହେଉଥିବା ଉତ୍ପାଦରେ ଶୁଳ୍କ ଦ୍ୱିଗୁଣିତ ହେଉ

ଆମଦାନୀ ହେଉଥିବା ଉତ୍ପାଦରେ ଶୁଳ୍କ ଦ୍ୱିଗୁଣିତ ହେଉ

ବଜେଟ୍‌କୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ବିଭିନ୍ନ ଶିଳ୍ପଗୁଡିକ ଅର୍ଥ ମନ୍ତ୍ରଣାଳୟ ନିକଟରେ ସେମାନଙ୍କର ଦାବିଗୁଡିକୁ ଉପସ୍ଥାପନ କରୁଛନ୍ତି। ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ ଏବଂ ହୋମ୍‌ ଆପ୍ଲାଏନ୍ସ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ଦାବି ସରକାରଙ୍କ ନିକଟରେ ରଖିଛନ୍ତି।

୩୬,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

୩୬,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

ବମ୍ବେ,୨୩-୧(ପି.ଟି.) ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୩୬,୦୦୦ ପଏଣ୍ଟ ଅତିକ୍ରମ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ଅଭିବୃଦ୍ଧି ଆକଳନ ସହ ଆଇଟି, ଫାଇନାନ୍‌ସିଆଲ୍‌, ଏଫ୍‌ଏମ୍‌ସିଜି ଏବଂ ମେଟାଲ୍‌ ଷ୍ଟକ୍‌ଗୁଡିକର ଉନ୍ନତ ପ୍ରଦର୍ଶନ ଯୋଗୁ ପୁଞ୍ଜି ବଜାର ମଙ୍ଗଳବାର ଏହି ସ୍ତର ଛୁଇଁଛି। ଅନ୍ୟପକ୍ଷରେ, ନ୍ୟାଶ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍‌ଟି ପ୍ରଥମ ଥର ପାଇଁ ୧୧,୦୦୦ ପଏଣ୍ଟ ଅତିକ୍ରମ କରିଛି।

ନିଶାନର ଡାଟଶନ ରେଡି ଗୋ ଏଏମ୍‌ଟି ବଜାରରେ

ନିଶାନର ଡାଟଶନ ରେଡି ଗୋ ଏଏମ୍‌ଟି ବଜାରରେ

ନୂଆଦିଲ୍ଲୀ,୨୩-୧(ପି.ଟି.) ପ୍ରମୁଖ ଅଟୋ ନିର୍ମାତା ନିଶାନ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ନୂଆ ଡାଟଶନ ରେଡି ଗୋ ଅଟୋମେଟିକ ମାନୁଆଲ ଟ୍ରାନ୍ସମିଶନ(ଏଏମ୍‌ଟି ) ବଜାରକୁ ଆସିଛି। ଏହି ମଡେଲଟିର ପ୍ରାରମ୍ଭିକ ବଜାର ଦର ୩.୮ ଲକ୍ଷ ଟଙ୍କା ରହିଛି।

ଆପ୍‌ଭିତ୍ତିକ କଲିଂ, ଭିତ୍ତିଭୂମିକୁ ନେଇ ଟେଲିକମ୍‌ କମ୍ପାନୀଙ୍କ ଅଭିଯୋଗ

ଆପ୍‌ଭିତ୍ତିକ କଲିଂ, ଭିତ୍ତିଭୂମିକୁ ନେଇ ଟେଲିକମ୍‌ କମ୍ପାନୀଙ୍କ ଅଭିଯୋଗ

ନୂଆଦିଲ୍ଲୀ,୨୩-୧(ପି.ଟି.) ଆପ୍‌ଭିତ୍ତିକ କଲିଂ ସେବା ତଥା ବିଭିନ୍ନ ଭିତ୍ତିଭୂମି ଅସୁବିଧାକୁ ନେଇ ଟେଲିକମ୍‌ ସେବା ପ୍ରଦାନକାରୀମାନେ ଅଭିଯୋଗ ଆଣିଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ସହ ବୈଠକରେ ବିଭିନ୍ନ ଅସୁବିଧା ସମ୍ପର୍କରେ ଏମାନେ ଆଲୋଚନା କରିଥିଲେ।

ଗରିବଙ୍କ ଉପରେ ଜରିମାନା ପ୍ରସଙ୍ଗକୁ ଖଣ୍ଡନ କଲେ ଭଟ୍ଟାଚାର୍ଯ୍ୟ

ଗରିବଙ୍କ ଉପରେ ଜରିମାନା ପ୍ରସଙ୍ଗକୁ ଖଣ୍ଡନ କଲେ ଭଟ୍ଟାଚାର୍ଯ୍ୟ

ହାଇଦ୍ରାବାଦ,୨୩-୧(ପି.ଟି.) ମାସିକ ହାରାହାରି ବାଲାନ୍ସ ନ ରଖିବା ଯୋଗୁ ଗରିବଙ୍କ ଉପରେ ବ୍ୟାଙ୍କଗୁଡିକ ଦେୟ ଲାଗୁ କରୁଥିବା ଅଭିଯୋଗ ଭିତ୍ତିହୀନ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ କହିଛନ୍ତି।

ଜିଡିପିକୁ ୨୫% ଅବଦାନ ରଖିପାରିବେ ପୂର୍ବାଞ୍ଚଳ ରାଜ୍ୟ

ଜିଡିପିକୁ ୨୫% ଅବଦାନ ରଖିପାରିବେ ପୂର୍ବାଞ୍ଚଳ ରାଜ୍ୟ

କଲିକତା,୨୩-୧(ପି.ଟି.) ଓଡିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ତଥା ଆସାମ ଭଳି ରାଜ୍ୟ ୨୦୩୫ ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଅନ୍ତତଃ ପକ୍ଷେ ୨୫% ଅବଦାନ ରଖିପାରିବେ। ପ୍ରମୁଖ କନ୍‌ସଲଟାନ୍ସି ଫାର୍ମ କେପିଏମ୍‌ଜି ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ରେନୋର ରିପବ୍ଲିକ ଡେ ସେଲିବ୍ରେଶନ କ୍ୟାମ୍ପ

ରେନୋର ରିପବ୍ଲିକ ଡେ ସେଲିବ୍ରେଶନ କ୍ୟାମ୍ପ

ନୂଆଦିଲ୍ଲୀ,୨୩-୧ ପ୍ରମୁଖ ଅଟୋ ନିର୍ମାତା ରେନୋ ଇଣ୍ଡିଆ ପକ୍ଷରୁ ୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ସେଲିବ୍ରେଶନ କ୍ୟାମ୍ପର ଘୋଷଣା କରାଯାଇଛି। ଏହି ଅବସରରେ କମ୍ପାନୀର ସାରା ଦେଶରେ ଥିବା ଡିଲରଶିପଗୁଡିକରେ ସର୍ଭିସ କ୍ୟାମ୍ପ ଆୟୋଜନ କରାଯିବ। ଜାନୁୟାରୀ ୨୨ରୁ ୨୫ ପର୍ଯ୍ୟନ୍ତ ଏହା ଆୟୋଜନ କରାଯିବ। ଯାନଗୁଡିକରେ ସର୍ବୋଚ୍ଚ କ୍ଷମତାକୁ ବଜାୟ ରଖିବା ଲକ୍ଷ୍ୟରେ ଏଭଳି ଏକ ପଦକ୍ଷେପ ନିଆଯାଉଥିବା କମ୍ପାନୀ ପ୍ରକାଶ କରିଛି।

ଏୟାରଟେଲ ଓ୍ବିଙ୍କ୍‌ ମ୍ୟୁଜିକ୍‌ ଡାଉନଲୋଡ ୭୫ ନିୟୁତ ଟପିଲା

ଏୟାରଟେଲ ଓ୍ବିଙ୍କ୍‌ ମ୍ୟୁଜିକ୍‌ ଡାଉନଲୋଡ ୭୫ ନିୟୁତ ଟପିଲା

ଭୁବନେଶ୍ୱର,୨୩-୧ ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ଏୟାରଟେଲର ମ୍ୟୁଜିକ୍‌ ଆପ୍ଲିକେଶନ ଓ୍ବିଙ୍କ୍‌ର ଡାଉନ୍‌ଲୋଡ୍‌ ୭୫ ନିୟୁତ ଟପିଛି। ବଜାରରେ ଆଞ୍ଚଳିକ ମ୍ୟୁଜିକର ଚାହିଦାରେ ବୃଦ୍ଧି ଯୋଗୁ ଡାଉନଲୋଡ୍‌ ସଂଖ୍ୟା ବଢିଥିବା କମ୍ପାନୀ ପ୍ରକାଶ କରିଛି।

ଭାରତ କେ ବୀର  ଅଭିଯାନରେ ଡାଲମିଆ ଭାରତ ସାମିଲ

ଭାରତ କେ ବୀର ଅଭିଯାନରେ ଡାଲମିଆ ଭାରତ ସାମିଲ

ନୂଆଦିଲ୍ଲୀ,୨୩-୧ ଭାରତ କେ ବୀର ଅଭିଯାନ ଲାଗି ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ଭାରତ ସହଯୋଗ ଧାରା ବଜାୟ ରଖିଛି। କମ୍ପାନୀ ପକ୍ଷରୁ ଯବାନଙ୍କ ଲାଗି ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ତିନ ମୂର୍ତ୍ତୀ ଭବନ ଠାରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ରାଜନାଥ ସିଂ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଏବଂ ହଂସରାମ ଗଙ୍ଗାରାଜ ପ୍ରମୁଖ ଯୋଗ ଦେଇଥିଲେ।

ମଣ୍ଟେ କାର୍ଲୋର ନୂତନ ଜ୍ୟାକେଟ ବ୍ଲେଜର କଲେକ୍ସନ

ମଣ୍ଟେ କାର୍ଲୋର ନୂତନ ଜ୍ୟାକେଟ ବ୍ଲେଜର କଲେକ୍ସନ

ଭୁବନେଶ୍ୱର,୨୩-୧ ପ୍ରମୁଖ ପୋଷାକ ବ୍ରାଣ୍ଡ ମଣ୍ଟେ କାର୍ଲୋ ପକ୍ଷରୁ ନୂତନ ଜ୍ୟାକେଟ ତଥା ବ୍ଲେଜରର ବଜାର ପ୍ରବେଶ କରାଯାଇଛି। କମ୍ପାନୀ ପୁରୁଷ, ମହିଳା ତଥା ଟ୍ବିନ୍ସଙ୍କ ଲାଗି ନୂତନ ରେଞ୍ଜର ଉତ୍ପାଦ ବଜାରକୁ ଛାଡିଛି। ପୁରୁଷଙ୍କ ଲାଗି ଆକର୍ଷକ ରଙ୍ଗରେ ଟର୍ନିଂ କଟ୍‌ ଏବଂ ପ୍ୟାଟର୍ନ ଭିତ୍ତିକ ଷ୍ଟାଇଲିସ୍‌ ଜ୍ୟାକେଟ, କୋଟ୍‌, ଟ୍ରେଞ୍ଚ କୋଟ୍‌, ନେହେରୁ ଜ୍ୟାକେଟ୍‌ ଆଦି ରହିଛି।

୪ରୁ ଫିଟଜୀର ଆଡମିଶନ ଟେଷ୍ଟ

୪ରୁ ଫିଟଜୀର ଆଡମିଶନ ଟେଷ୍ଟ

ଭୁବନେଶ୍ୱର,୨୩-୧ ପ୍ରମୁଖ କୋଚିଂ ପ୍ରଦାନକାରୀ ସଂସ୍ଥା ଫିଟ୍‌ଜୀର ଆଡମିଶନ ଟେଷ୍ଟ ଆସନ୍ତା ମାସ ୪ରୁ ଅନୁଷ୍ଠିତ ହେବାକୁ ଯାଉଛି। ଜେଇଇ ଆଡଭାନ୍ସ, ଜେଇଇ ମେନ୍ସ, ଅନ୍ୟାନ୍ୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ଅନ୍ୟାନ୍ୟ ବୃତ୍ତି ପରୀକ୍ଷା ଲାଗି ଛାତ୍ରୀଛାତ୍ରଙ୍କୁ ଦକ୍ଷ କରାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି। ପଞ୍ଚମରୁ ଏକାଦଶ ଶ୍ରେଣୀ ନିମନ୍ତେ ଛାତ୍ରଛାତ୍ର ଏଥି ଲାଗି ଆବେଦନ କରିପାରିବେ।