ରାଜ୍ୟ |

ଭୁବନେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥ ସମ୍ପ୍ରସାରଣ: ଜମି ପଟା ନ ଦେଲେ ଜାଗା ଛାଡିବୁନି: ସାହିବାସିନ୍ଦା

ଭୁବନେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥ ସମ୍ପ୍ରସାରଣ: ଜମି ପଟା ନ ଦେଲେ ଜାଗା ଛାଡିବୁନି: ସାହିବାସିନ୍ଦା

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ଭୁବନେଶ୍ୱରରୁ ଚଣ୍ଡିଖୋଲ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣକୁ ନହରକଣ୍ଟା ମୌଜା ହଂସପାଳ(ଭୋଇସାହି)ର ସାହିବାସିନ୍ଦାମାନେ ବିରୋଧ କରିଛନ୍ତି। ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି। ଜମି ବଦଳରେ ଜମି ଏବଂ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କିଛି ନ ଦେଇ ଆଗୁଆ ଜମି ଅଧିଗ୍ରହଣ କରିବାକୁ ସରକାର ଉଦ୍ୟମ କରିଥିବାରୁ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଶୁକ୍ରବାର ଜମି ଅଧିଗ୍ରହଣ ହୋଇପାରି ନାହିଁ।
ଭୁବନେଶ୍ୱରରୁ ଚଣ୍ଡିଖୋଲ ୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୬ରେ ଜାତୀୟ ରାଜପଥ କଡରେ ଥିବା ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ନହରକଣ୍ଟା ମୌଜା ହଂସପାଳ(ଭୋଇସାହି)ରେ ୨୫ ପରିବାରଙ୍କ ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ୨୫ ଜଣଙ୍କ ମଧ୍ୟରୁ ୧୯ ଜଣ ଜମି ଦେଲେ ଭୂମିହୀନ ହେବେ। ଏଣୁ ସେମାନଙ୍କୁ ହଂସପାଳ କେନାଲ ରୋଡ କଡରେ ଜାଗା ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଥିସହିତ ସେହି ଜମିରେ ଘର କରିବାକୁ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପୂର୍ବରୁ ଯେଉଁଠି ଜମି ଦେବାକୁ ଚିହ୍ନଟ କରାଯାଇଥିଲା ଏବେ ସେଠାରେ ନ ଦେଇ ରାସ୍ତାଠାରୁ ବହୁ ଦୂରରେ ଜମି ଦେବାକୁ ସରକାର କହୁଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ଏପରିସ୍ଥଳେ ଗତ ଗୁରୁବାର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଶୁକ୍ରବାର ସୁଦ୍ଧା ଜାଗା ଛାଡ଼ିବାକୁ କୁହାଯାଇଥିଲା। ଶୁକ୍ରବାର ପୋଲିସ ଆସି ଉକ୍ତ ସ୍ଥାନରେ ପହଞ୍ଚିବା ପୂର୍ବରୁ ସମସ୍ତସାହିବାସିନ୍ଦା ଏକାଠି ହୋଇ ବିରୋଧ କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବା ଯୋଗୁ ପୋଲିସ ସେମାନଙ୍କୁ ଉଠାଇବାକୁ ସାହସ କରି ନ ଥିଲା। ତେବେ ଯେଉଁ ସ୍ଥାନରେ ଜମି ଦେବାକୁ କହୁଯାଇଥିଲା ସେହି ସ୍ଥାନରେ ଜମି ପଟା ମିଳିବା ପରେ ଜାଗା ଛାଡିବୁ ବୋଲି ସାହିବାସିନ୍ଦାମାନେ ରୋକଠୋକ ଶୁଣାଇ ଦେଇଛନ୍ତି।
ଗଗନ ବେହେରା ନାମକ ଜଣେ ସାହିବାସିନ୍ଦା କୁହନ୍ତି, ବର୍ଷେ ତଳେ ସରକାରୀ ବାବୁମାନେ ଆସି କେନାଲ ବନ୍ଧ ପାଖରେ ଆମକୁ ଜମି ଦିଆଯିବ ବୋଲି କହିବା ସହ ଜାଗା ଦେଖାଇଥିଲେ। କିନ୍ତୁ ଏବେ ସରକାର ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ମୋର ୪ ଡିସିମିଲ ଜାଗା ନେଇଥିବା ବେଳେ ମୋତେ ମାତ୍ର ୧୫ ଲକ୍ଷ ଟଙ୍କା ଦେଇଛନ୍ତି। ସେ ଟଙ୍କାରେ ଘର ପାଇଁ ୨ ଡିସିମିଲ ଜାଗା ବି ମିଳିବନି। ତେଣୁ ସରକାର ଆମକୁ ଜମି ଦେବା ପରେ ଆମ ଜମି ନିଅନ୍ତୁ।
ଅନ୍ୟ ଜଣେ ବାସିନ୍ଦା କରୁଣାକର ନାୟକ କୁହନ୍ତି, ମୋର ୮ ଡିସିମିଲି ଜାଗା ଥିଲା। ମୋତେ ୩୩ ଲକ୍ଷ ଟଙ୍କା ଦେଇଛନ୍ତି। ଆମେ ଏବେ ଭୂମିହୀନ ହୋଇଯାଇଥିବାରୁ ଜଦି ଆମକୁ ଜମି ନ ମିଳେ ତେବେ ଆମେ ଜାତିଗତ ପ୍ରମାଣପତ୍ର ବାହାର କରିପାରିବୁନି। ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରି ଆମକୁ ଜମି ଖଣ୍ଡେ ଦିଅନ୍ତୁ।

All Right Reserved By

ରାଜ୍ୟ |

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ପୁରୀ ଅଫିସ,୧୭।୭: ପହଣ୍ଡି ସମୟରେ ଠାକୁରଙ୍କୁ କେହି ଛୁଇଁବେ ନାହିଁ କି ପହଣ୍ଡିରେ କେହି ପ୍ରତିବନ୍ଧକ ସାଜିବେ ନାହିଁ। ଏଥିପ୍ରତି ସେବାୟତ ଓ ପୋଲିସ ସତର୍କ ଦୃଷ୍ଟି ଦେବେ। ଶ୍ରୀମନ୍ଦିର ପ୍ରଶାସନର ଏହି କଟକଣାକୁ ମାନୁନାହାନ୍ତି ଭକ୍ତ। ଭିଡ଼ର ସୁଯୋଗ ନେଇ ଠାକୁରଙ୍କୁ ଛୁଉଁଛନ୍ତି।

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ପୁରୀ ଅଫିସ,୧୭।୭: ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ। ନବ ଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ପହଞ୍ଚତ୍ଛନ୍ତି ମହାପ୍ରଭୁ। ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳି ଚହଳି। ସେପଟେ କିନ୍ତୁ ଖଁ। ଖଁ। ଶ୍ରୀମନ୍ଦିର। ଖାଲିପଡିଛି ରତ୍ନସିଂହାସନ।

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡା ଅଫିସ, ୧୭।୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଅପରାହ୍ନ ପ୍ରାୟ ୩ଟାରେ ଏସ୍‌ଟିଏଫ୍‌ ତାଙ୍କୁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା।

ବୁଡ଼ିଲା ଚନ୍ଦ୍ରଶେଖରପୁର

ବୁଡ଼ିଲା ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର, ୧୭।୭(ଡି.ଏନ.ଏ.)- ରାଜଧାନୀ ଭୁବନେଶ୍ୱର ଏକ ପାହାଡ଼ିଆ ଅଞ୍ଚଳ। କିନ୍ତୁ ବର୍ଷା ଋତୁରେ ଏଠାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ବେଆଇନ କୋଠା ନିର୍ମାଣ ଏବଂ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସାଧାରଣ ଲୋକେ ବର୍ଷା ସମୟରେ ଦୁର୍ଦ୍ଦଶା ଭୋଗୁଛନ୍ତି, ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୋମବାର ଲଗାଣ ବର୍ଷାରେ।

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି। ରବିବାର ରାତି ୧୦ଟାରୁ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ସୋମବାର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି।

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

କଣିହାଁ,୧୭।୭(ଡି.ଏନ.ଏ.)କଣିହାଁ ବ୍ଲକ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶ ପ୍ରଦୂଷଣ ସମସ୍ୟା ଦୂର ହେଉ ନାହିଁ। ବର୍ତ୍ତମାନ ପାଉଁଶ ପୋଖରୀକୁ ଛାଡ଼ିବା ପରିବର୍ତ୍ତେ ଚିମିନି ଦ୍ୱାରା ଆକାଶ ମାର୍ଗକୁ ଛଡ଼ାଯାଉଛି।

ଚିହ୍ନଟ ସରଳ କଲା ମୁହଁର ଦାଗ

ଚିହ୍ନଟ ସରଳ କଲା ମୁହଁର ଦାଗ

ଅନୁଗୋଳ ଅଫିସ, ୧୭।୭:ଅନୁଗୋଳ ସମେତ ରାଉରକେଲାରେ ହୋଇଥିବା ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଡକାୟତ ଓମ ପ୍ରକାଶ ଦାସ ଓ ରାଜେଶ ଦାସଙ୍କ ଟିଆଇ ପରେଡ ସୋମବାର ଅନୁଗୋଳ ଜେଲରେ କରାଯାଇଥିଲା।

ବିକ୍ରି ହେଉଛି ବିଜୁ ପକ୍କାଘର

ବିକ୍ରି ହେଉଛି ବିଜୁ ପକ୍କାଘର

ଓଡାପଡା,୧୭।୭(ଡି.ଏନ.ଏ)ଢେଙ୍କାନାଳ ଜିଲା ଓଡାପଡା ବ୍ଲକରେ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଥିବା ଜିଲାପାଳଙ୍କଠାରେ ଅଭିଯୋଗ ହୋଇଛି।

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୭: ବିପଦରେ ପୁରୀର ପଞ୍ଚତୀର୍ଥ। ପ୍ରଶାସନର ଆନ୍ତରିକତା ଅଭାବରୁ ସହରର ତୀର୍ଥ ପୁଷ୍କରିଣୀଗୁଡ଼ିକ ଦୟନୀୟ ଅବସ୍ଥାରେ ରହିଛି। ସୋମବାର ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି ଭୁଶୁଡି ପଡିବା ଘଟଣା ଏହାକୁ ସ୍ପଷ୍ଟ କରିଛି।

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ପୁରୀ ଅଫିସ,୧୬ା୭: ୧୯୯୩ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିଥିଲା। ସେତେବେଳେ ଠାକୁରଙ୍କୁ ସ୍ଥାନାନ୍ତରିତ କରାଯାଇ ଏହାର ମରାମତି କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଗର୍ଭଗୃହର ଯାଞ୍ଚ କରାଯାଉଛି।

Model This Week

ରୂପେଶ