ମେଟ୍ରୋ |

ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ

ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ

ପୁରୀ ଅଫିସ,୧୨।୧: ମକର ସଂକ୍ରାନ୍ତି ପୂର୍ବଦିନକୁ ନବାଙ୍କ କୁହାଯାଏ। ନବାଙ୍କ ପୂର୍ବଦିନ ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ ହେବାର ବିଧି ରହିଛି। ତେଣୁ ଶୁକ୍ରବାର ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ସମ୍ପନ୍ନ ହେବା ପରେ ରାମକୃଷ୍ଣ ଆଜ୍ଞାମାଳପ୍ରାପ୍ତ ହୋଇ ଘଣ୍ଟ, ଛତା ଓ କାହଳୀ ପଟୁଆରରେ ପାଲିଙ୍କିରେ ଶ୍ରୀଜଗନ୍ନାଥ ମଠ ସମ୍ମୁଖରେ ବିଜେ ହୋଇଥିଲେ। ତାଙ୍କ ସହିତ ଲେଙ୍କା, ଆସ୍ଥାନ ପଢିଆରୀ, ମହାଭୋଇ, ପୂଜାପଣ୍ଡା ସାମନ୍ତ, ମହାଜନ, ଭିତରଚ୍ଛ ସେବକ ଆସିଥିଲେ। ଜଗନ୍ନାଥ ବଲ୍ଲଭ ପରିସରସ୍ଥ ମହାବୀର (ସୁଗ୍ରୀବ)ଙ୍କୁ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରାଇଥିଲେ। ଏହାପରେ ମହାଭୋଇ ସେବକ ମଠ ସମ୍ମୁଖରେ ବନ୍ଧା ଯାଇଥିବା ଗାଈକୁ ରୁପା ପିଙ୍ଗଣରେ ଦୁହିଁଥିଲେ। ଏହି କ୍ଷୀରକୁ ଦୁଇ ଭାଗ କରାଯାଇଥିଲା। ଗୋଟିଏ ଭାଗ କ୍ଷୀରରେ ଲେଙ୍କା କର୍ପୂର ପକାଇ ଅମୁଣିଆ ପ୍ରସାଦ ପ୍ରସ୍ତୁତ କରି ଭିତରଚ୍ଛଙ୍କୁ ପ୍ରଦାନ କରିଥିଲେ। ଭିତରଚ୍ଛ ଠାକୁରଙ୍କୁ କ୍ଷୀର ମଣୋହି କରିଥିଲେ। ଆଉ ଏକ ଭାଗ କ୍ଷୀରକୁ ମହାଭୋଇ ସେବକ ମାଟି ଗଡୁରେ ଶିକାରେ ବସାଇ ଶ୍ରୀମନ୍ଦିରକୁ ନେଇଥିଲେ। ଏହି କ୍ଷୀରରେ ଦହି ପ୍ରସ୍ତୁତ ହୋଇ ମକର ସଂକ୍ରାନ୍ତି ନୀତିରେ ଲାଗି ହେବ। ଏହାପରେ ପୂଜାପଣ୍ଡା ସାମନ୍ତ ମଠର ପନ୍ତି ଆସ୍ଥାନରେ ପନ୍ତି ସମ୍ପନ୍ନ କରିଥିଲେ।

All Right Reserved By

Model This Week

ନିକିତା

ମେଟ୍ରୋ |

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ପଦ ସହ ବହୁସଂଖ୍ୟକ ପଦ ଖାଲି ପଡିଛି। ସେଗୁଡିକ ମଧ୍ୟରେ ରହିଛି ୩ ସଦସ୍ୟ ପଦ, ଗୋଟିଏ ସଦସ୍ୟଙ୍କ ବ୍ୟକ୍ତିଗତ ସଦସ୍ୟ, ଗୋଟିଏ ବ୍ୟକ୍ତିଗତ ସହାୟକ, ଗୋଟିଏ ଲାଇବ୍ରେରିଆନ, ୬ ବରିଷ୍ଠ ସହାୟକ, ୩ କନିଷ୍ଠ ସହାୟକ ଇତ୍ୟାଦି।

ସରିପାରୁନି ଜଳସେଚନ ପ୍ରକଳ୍ପ

ସରିପାରୁନି ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଜମି ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ, ଜଙ୍ଗଲ/ପରିବେଶ ମଞ୍ଜୁରୀ, ସିଡବ୍ଲ୍ୟସି ଅନୁମତିରେ ବିଳମ୍ବ, ସ୍ଥାନୀୟ ଜନସାଧାରଙ୍କ ବିରୋଧ ଇତ୍ୟାଦି କାରଣରୁ ରାଜ୍ୟରେ ଚାଲୁଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସରିପାରୁ ନାହିଁ।

୨ ନାବାଳିକା ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

୨ ନାବାଳିକା ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

କଟକସଦର,୨୩।୪(ଡି.ଏନ୍‌.ଏ.): ଦୁଇ ନାବାଳିକାଙ୍କୁ ବଳାତ୍କାର ମାମଲାରେ କଟକ ଜିଲା କିଶନନଗର ଥାନା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସାଲେପୁର,୨୩।୪(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସୋମବାର ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ର ଆଗ କାଚ ବାଡେଇ ଭାଙ୍ଗିଦେବା ସହ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଭିଣୋଇଙ୍କୁ କଇଁଚି ଭୁସି ହତ୍ୟାକଲେ ଶଳା

ଭିଣୋଇଙ୍କୁ କଇଁଚି ଭୁସି ହତ୍ୟାକଲେ ଶଳା

କଟକ ଅଫିସ,୨୩।୪: ବିଡ଼ାନାସୀ ଥାନା ଅନ୍ତର୍ଗତ ତଅଁଳା ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଅପରାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ଶଳାଙ୍କ କଇଁଚି ଭୁସାରେ ଭିଣୋଇଙ୍କ ମୃତ୍ୟୁ ଘଟିଛି।

କୃଷକଙ୍କୁ ସମୃଦ୍ଧ କରିଛି ୭ ନୂଆ କିସମ ବିହନ

କୃଷକଙ୍କୁ ସମୃଦ୍ଧ କରିଛି ୭ ନୂଆ କିସମ ବିହନ

କଟକ ଅଫିସ, ୨୩।୪: ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ପାଇଁ ଆଶାନୁରୂପ ଭାବେ ବର୍ଷା ହେଉନାହିଁ। ପ୍ରାକୃତିକ ଦୁର୍ବିପାକ ସହ ରୋଗ, ପୋକ ଧାନ ଫସଲକୁ ନଷ୍ଟ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ ନିକଟରେ ଉଦ୍ଭାବନ କରିଥିବା ୭ ପ୍ରକାର ଉନ୍ନତ କିସମ ନୂତନ ଧାନ ବିହନ କୃଷକଙ୍କୁ ସମୃଦ୍ଧ କରିବାରେ ସହାୟକ ହୋଇଛି।

ଭିନ୍ନକ୍ଷମ ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ: ସ୍ବତନ୍ତ୍ର ଅନୁବାଦକାରୀଙ୍କୁ ଡକାଗଲା

ଭିନ୍ନକ୍ଷମ ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ: ସ୍ବତନ୍ତ୍ର ଅନୁବାଦକାରୀଙ୍କୁ ଡକାଗଲା

କଟକ ଅଫିସ, ୨୩।୪: କିଶନନଗର ଥାନା ଅଧୀନ ମହମ୍ମଦପୁର ଅଞ୍ଚଳରେ ୭ ବର୍ଷ ବୟସର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ସେହି ନାବାଳିକା ଜଣଙ୍କ କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ।

ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ବାଲିଅନ୍ତା, ୨୩।୪(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ରାସ୍ତାର ହଂସପାଳ ଛକ ନିକଟରେ ସୋମବାର ସକାଳ ସାଢେ ୯ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସଦାଶିବ ତ୍ରିପାଠୀ

ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସଦାଶିବ ତ୍ରିପାଠୀ

ଭୁବନେଶ୍ୱର, ୨୩-୪(ବ୍ୟୁରୋ)- ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀ ନୀତି, ଆଦର୍ଶ, ମୂଲ୍ୟବୋଧ ଓ ସ୍ବଚ୍ଛତାସମ୍ପନ୍ନ ଏକ ବିରଳ ବ୍ୟକ୍ତିତ୍ବ ଥିଲେ। ଘଟଣାବହୁଳ ଜୀବନରେ ସେ ଆପଣାର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି। ତ୍ୟାଗପୂତ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନସେବୀ ଓ ନିରଳସ ରାଜନେତା ଭାବେ ସଦାଶିବ ତ୍ରିପାଠୀ ସ୍ମରଣୀୟ ହୋଇ ରହିବେ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି।

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର, ୨୩-୪(ବ୍ୟୁରୋ)- ନୟାପଲ୍ଲୀ ଥାନା ଆଦିତ୍ୟନଗରରେ ରହୁଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତା ଜଣକ ହେଲେ ଝିଲି ପାତ୍ର(୨୨)। ପୋଲିସ ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

ଭୁବନେଶ୍ୱର, ୨୩-୪(ବ୍ୟୁରୋ)- ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇ ଅପଦସ୍ଥ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଳ। ନିୟମ ଉଲ୍ଲଂଘନକାରୀ ଯୁବକ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଛନ୍ତି। ଶନିବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ରବି ଟକିଜ୍‌ ଛକରେ। ମାଡ଼ ଖାଇଥିବା କନଷ୍ଟେବଳ ଟ୍ରାଫିକ୍‌ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।