ବାଲେଶ୍ୱର

ଆହତ ଆଇନଜୀବୀଙ୍କୁ ସହାୟତା

ଆହତ ଆଇନଜୀବୀଙ୍କୁ ସହାୟତା
ଘସିପୁରା,୧୨।୧(ଡି.ଏନ୍‌.ଏ.)-ଆନନ୍ଦପୁର କୋର୍ଟର ବରିଷ୍ଠ ଆଇନଜୀବୀ ରତ୍ନାକର ବାରିକ ଆହତ ହୋଇ ଘରେ ଚିକିତ୍ସାଧୀନ ଥିବା ବେଳ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ସହାୟତାର ହାତ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୦୧୭ ଜୁଲାଇ ୧୩ରେ ଆଇନଜୀବୀ ବାରିକ ନିଜ ଘର ଛାତ ଉପରେ ବୁଲୁଥିବା ସମୟରେ ଅସାବଧାନତା ବସତଃ ଗୋଡ ଖସିଯାଇଥିଲା। ସେ ତଳେ ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକଠାରେ ଚିକିତ୍ସା କରାଇବା ପରେ ଓଲଟପୁରରେ ମଧ୍ୟ ଚିକିତ୍ସା କରାଯାଇଥିଲା। ଏଥିରେ ତାଙ୍କର ସ୍ବାସ୍ଥ୍ୟରେ କୋଣସି ଉନ୍ନତି ନ ଘଟିବାରୁ ତାଙ୍କୁ ଦିଲ୍ଲୀରେ ଏକ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା କରାଯାଇଥିଲା। ଏହି ସବୁ କ୍ଷେତ୍ରରେ ବହୁଳ ପରିମାଣରେ ଅର୍ଥ ବ୍ୟୟ ହୋଇ ଆଇନଜୀବୀ ବାରିକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ତାଙ୍କ ନିମନ୍ତେ ଆର୍ଥିକ ସହାୟତା ଯୋଗାଡ କରିବାରେ ଆନନ୍ଦପୁର ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ର ଉଦ୍ୟମ ଆରମ୍ଭ କରିଥିଲେ। ଗତ ଡିସେମ୍ବର ୧୭ରେ ଆନନ୍ଦପୁରର ଦରଗଡିଶୀଳା ଠାରେ ନିର୍ମାଣ ହେଉଥିବା ବୈତରଣୀ ପାଓ୍ବାର୍‌ ପ୍ରୋଜେକ୍ଟ ଦେପୁଟି ଜେନେରାଲ୍‌ ମ୍ୟାନେଜର୍‌ ରମେଶ ଚନ୍ଦ୍ର ବିଶ୍ୱାଳ ତାଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଖବର ପ୍ରକାଶିତ ହେବା ପରେ ବହୁ ସମାଜସେବୀ ପ୍ରୋତ୍ସାହିତ ହୋଇ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ସମାଜସେବୀ ରତିକାନ୍ତ ରାଉତ ୧୦ ହଜାର ଟଙ୍କା, ଆନନ୍ଦପୁର ବାଇଲୋ ଗ୍ରାମର ସମାଜସେବୀ ମାନସ ବାରିକ ୫ ହଜାର ଟଙ୍କା, ଘସିପୁରା ବ୍ଲକ କଇନିପୁରା ଗ୍ରାମର ସୁରେଶ କୁମାର ରାଉତ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ଏହି ଆର୍ଥିକ ସହାୟତା ପ୍ରଦାନକୁ ଆଇନଜୀବୀ ବାରିକ ଆନନ୍ଦପୁର ଓକିଲ ସଂଘର ସଭାପତି ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
All Right Reserved By

ବାଲେଶ୍ୱର

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

କେନ୍ଦୁଝର,୧୯।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ଥାନା ଅଧୀନ ପୃଥକ୍‌ ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। 

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ରାଇରଙ୍ଗପୁର,୧୯।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବଡ଼ାଞ୍ଚଳ-ବାଙ୍କିରାସ୍ତାର ରାଖାସାହି ଛକଠାରେ ଜଣେ କାର୍‌ ଚାଳକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଖାସାହିର ମଦନ ମୋହନ ମାରାଣ୍ଡି, ଲକ୍ଷ୍ଣଣ ସୋରେନ, ପୀରୁ ମୁର୍ମୁ ଓ ଦେବ ମାରାଣ୍ଡି। 

ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ମୃତ

ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ମୃତ

ତିହିଡ଼ି,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସାହାପୁର ପଞ୍ଚାୟତ ନୂଆଗଁ। ଗ୍ରାମରେ ଶୁକ୍ରବାର ମଧ୍ୟାହ୍ନରେ ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ପ୍ରାଣ ହରାଇଛନ୍ତି।

ଧାମନଗରରେ କାଳିସୀ ଶୋଭାଯାତ୍ରା

ଧାମନଗରରେ କାଳିସୀ ଶୋଭାଯାତ୍ରା

ଧାମନଗର,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଶ୍ୟାମପୁରସ୍ଥିତ ମନ୍ତ୍ରବାସୁଳୀ ପୀଠରୁ ବିଜୟା ଦଶମୀ ଅବସରରେ କାଳିସୀ ଶୋଭାଯାତ୍ରା କରାଯାଇଛି। 

ସାମ୍ମୁଖରୁ ପିଟିଲା ବାଇକ, ବୃଦ୍ଧ ଗୁରୁତର

ସାମ୍ମୁଖରୁ ପିଟିଲା ବାଇକ, ବୃଦ୍ଧ ଗୁରୁତର

ପାଟଣା,୧୯। ୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ପାଟଣା ରାସ୍ତାର ଭାଲୁଘର ନିକଟରେ ଶୁକ୍ରବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ  ବୃଦ୍ଧ ଗୁରୁତର ହୋଇଛନ୍ତି। 

ବ୍ୟବସାୟୀଙ୍କୁ ହତ୍ୟା: ମୃତଦେହ ରଖି ରାସ୍ତା ଅବରୋଧ

ବ୍ୟବସାୟୀଙ୍କୁ ହତ୍ୟା: ମୃତଦେହ ରଖି ରାସ୍ତା ଅବରୋଧ

ଭୋଗରାଇ,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ବେଣୁବା ଗ୍ରାମର କାଠ ବ୍ୟବସାୟୀ ମହେଶ୍ୱର ଚୌହ୍ବାନ(୪୫)ଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ହତ୍ୟା କରି ଗଁ।ର ଏକ ପୋଖରୀ କୂଳ ଗଛରେ ରଶିରେ ବାନ୍ଧି ଟାଙ୍ଗି ଦିଆଯାଇଥିଲା। ପୂର୍ବଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। 

ଆରଏସ୍‌ଏସ୍‌ ପକ୍ଷରୁ ବିଜୟା ଦଶମୀ ପାଳିତ

ଆରଏସ୍‌ଏସ୍‌ ପକ୍ଷରୁ ବିଜୟା ଦଶମୀ ପାଳିତ

କେନ୍ଦୁଝର,୧୯।୧୦(ସ୍ବ.ପ୍ର.): ପବିତ୍ର ଦଶହରାରେ କେନ୍ଦୁଝର ଜିଲା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ କେନ୍ଦୁଝର ନଗର ଶାଖା ପକ୍ଷରୁ ବିଜୟା ଦଶମୀ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ଆରଏସ୍‌ଏସ୍‌ ପକ୍ଷରୁ ସ୍ଥାନୀୟ ପାର୍କ ପଡ଼ିଆରୁ  ଘୋଷ୍‌ର ତାଳେତାଳେ ଏକ ପଥ ସଞ୍ଚଳନ ନଗର ପରିକ୍ରମା କରାଯାଇଥିଲା

ବଜାରକୁ ଯାଇ ମହିଳା ନିଖୋଜ

ବଜାରକୁ ଯାଇ ମହିଳା ନିଖୋଜ

ଭଣ୍ଡାରିପେଖରୀ,୧୯।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନୁଗୁଆଁ ଗ୍ରାମର ଜନୈକ ମହିଳା ମଙ୍ଗଳବାରଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି। ସେ ହେଲେ ବିଦ୍ୟାଧର ମହାନ୍ତିଙ୍କ ସ୍ତ୍ରୀ ସେବତୀ। 

କଫ୍‌ ସିରପ୍‌ ଭାବି ବିଷ ପିଇ ମହିଳା ମୃତ

କଫ୍‌ ସିରପ୍‌ ଭାବି ବିଷ ପିଇ ମହିଳା ମୃତ

ଭଣ୍ଡାରିପେଖରୀ,୧୯।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ମନୋହରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କିଟନାଶକକୁ କଫ୍‌ ସିରପ୍‌ ଭାବି ପିଇ ଦେବାରୁ ବୁଧବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରବି ମୁଣ୍ଡାଙ୍କ ସ୍ତ୍ରୀ ଲକ୍ଷ୍ମୀ। 

ବସ୍‌ ଟାୟାରରେ  ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବସ୍‌ ଟାୟାରରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ପାଟଣା,୧୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ତୁରୁମୁଙ୍ଗା  ମୁଖ୍ୟବଜାରରେ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଟାୟାରରେ ନିଆଁ ଲାଗିଯାଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

୨୪ଦିନ ପରେ ଲୁଟ୍‌ର ସୁରାକ ପାଇଲା ପୋଲିସ

୨୪ଦିନ ପରେ ଲୁଟ୍‌ର ସୁରାକ ପାଇଲା ପୋଲିସ

ଭଦ୍ରକ ଅଫିସ, ୧୯।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା  କୂଆପଡ଼ା ନିକଟରୁ ଗତ ୨୪ତାରିଖରେ ୩୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ବ୍ୟବହୃତ ହୋଇଥିବା କଳା ପଲସର ଗାଡିକୁ ପୋଲିସ ଗୁରୁବାର ସନ୍ଧ୍ୟାରେ ଦଇସିଂର ଭାସ୍କର ସାହୁଙ୍କ ଛଣ  ଗଦା ଭିତରୁ ଜବତ  କରିଛି l 

ଚୋରା କାଠ ସହ ଭ୍ୟାନ ଜବତ

ଚୋରା କାଠ ସହ ଭ୍ୟାନ ଜବତ

କେନ୍ଦୁଝର, ୧୮।୧୦ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜର ବନ ବିଭାଗ କର୍ମଚାରୀମାନେ ବୁଧବାର ରାତିରେ କାଠ ଚୋରା ଚାଲାଣ ହେଉଥିବା ଏକ ଭ୍ୟାନକୁ ଜବତ କରିଛି।