ବାଲେଶ୍ୱର

ଅରୁଣୋଦୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅରୁଣୋଦୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାରିପଦା ଅଫିସ,୧୨।୧- ଅରୁଣୋଦୟ ଉଚ୍ଚମାଧ୍ୟମିକ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ରାଜଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ପାଇଁ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକ ସମାଜର ଗୁରୁ ଦାୟିତ୍ୱ ବହନ କରିବା ଉଚିତ ବୋଲି କହିଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ଏମପିସି ଅଟୋନମସ କଲେଜର ପୂର୍ବତନ ଅଧ୍ୟକ୍ଷା ତଥା ଉଚ୍ଚଶିକ୍ଷା ବିଭାଗର ମୟୂରଭଞ୍ଜ ଜିଲାର ଉପଦେଷ୍ଟା ଡ.ବନଜା ମହାନ୍ତି ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ପିଆରଏମ ମେଡିକାଲ କଲେଜର ଏଡିଏମଓ ଡାକ୍ତର ପ୍ରଣବ ଶଙ୍କର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ଓଡିଆ ଅଧ୍ୟାପକ ପରମେଶ୍ୱର ଦେ ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ କୃତି ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଶୁଶ୍ରୀ ସୁଚିସ୍ମିତା ବେହେରା ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରସାୟନ ବିଭାଗର ଅଧ୍ୟାପକ ମନୋରଞ୍ଜନ ଥୟାଲ, ହିନ୍ଦି ବିଭାଗ ଅଧ୍ୟାପକ ସିବ କୁମାର ଦଳେଇ, ଧର୍ବେନ୍ଦ୍ର ମହା‘, ଦିଲିପ କୁମାର ଦେ, ଇପସିତା ଭଟାଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ବାଲେଶ୍ୱର

କେନ୍ଦୁଝର ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର, ୨୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଜେଲରେ ଏକ ହତ୍ୟା ମାମଲାରେ ସଜା କାଟୁଥିବା ଜଣେ କଏଦୀଙ୍କ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ଶୋଇଥିବା ବେଳେ ମୃତ୍ୟୁ ଘଟିଛି। ସେ ହେଲେ ଚମ୍ପୁଆ ଥାନା କାଶୀପୁର ଗ୍ରାମର କଏଦୀ ଅକ୍ଷୟ ପ୍ରଧାନ। ସେ ମଧ୍ୟାହ୍ନ ଭୋଜନ ଖାଇ ଟିକେ ବୁଲାବୁଲି କରି ଜେଲ୍‌ ଓ୍ବାଡରେ ଶୋଇଥିଲେ।

ଅବହେଳିତ ଗାଁ ଧରୁଆଁବେଡ଼ା

ଅବହେଳିତ ଗାଁ ଧରୁଆଁବେଡ଼ା

ଭଞ୍ଜକିଆ, ୨୨।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ତିଳୋକୁଟି ପଞ୍ଚାୟତ ଠାରୁ ୨କି.ମି. ଦୂରରେ ଥିବା ଏକ ଅବହେଳିତ ଗାଁ ଧରୁଆଁବେଡ଼ା । ଗାଁକୁ ଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଲୋକେ ଯାତାୟତ ପାଇଁ ହଇରାଣ ହେଉଛନ୍ତି। ବର୍ଷା ଦିନେ ରାସ୍ତା ଉପରେ ପାଣିର ସୁଅ ଛୁଟିଥାଏ। ଫଳରେ ଗାଁକୁ ଯାତାୟତ ବ୍ୟବସ୍ଥା ବିଚ୍ଛିନ୍ନ ହୋଇପଡ଼ିଥାଏ।

ପୁରୁଣା କାଠରେ ତିଆରି ଚାଲିଛି ରଥ

ପୁରୁଣା କାଠରେ ତିଆରି ଚାଲିଛି ରଥ

ବାରିପଦା ଅଫିସ,୨୨।୫- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ପ୍ରସିଦ୍ଧ ରଥଯାତ୍ରା ଲାଗି ଏବେ ରଥ ତିଆରି ଚାଲିଛି। ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣୁ ଥିବାରୁ ସାରା ରାଜ୍ୟରେ ଏହି ରଥଯାତ୍ରାର ସ୍ବାତନ୍ତ୍ର୍ୟ ରହିଛି। ପ୍ରଶାସନ ଓ ଦେବୋତ୍ତର ବିଭାଗ ରଥ ତିଆରି ଲାଗି ଏଯାଏ ନୂଆ କାଠ ଯୋଗାଇ ନ ଥିବାରୁ ଗତବର୍ଷ ବଳକା କାଠରେ ନିର୍ମାଣ କାମ କରାଯାଉଛି। ପୁରୁଣା କାଠରେ ବର୍ତ୍ତମାନ ସୁଦ୍ଧା ୬ ଚକ ଓ ୩ ଅଖ ତିଆରି ହୋଇଛି। ସମ୍ପୂର୍ଣ୍ଣ ରଥ ନିର୍ମାଣ ଲାଗି ମୋଟ ୫ହଜାର ସିଫ୍ଟ କାଠ ଦରକାର ।

ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁଙ୍କ ମୃତଦେହ ଦେଓ ନଦୀପଠାରୁ ଉଦ୍ଧାର

ଉଦଳା ୨୨।୫ (ଡି.ଏନ.ଏ.) -ଶ୍ୱଶୁରଙ୍କ ଘରକୁ ବୁଲି ଆସିଥିବା ଫୁଦାନ ବେସ୍ରା(୩୨) ନାମକ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ରାତିରେ ମୟୂରଭଞ୍ଜ ଜିଲା ଉଦଳା ପୋଲିସ୍‌ ଦେଓ ନଦୀପଠାରୁ ଉଦ୍ଧାର କରିଛି। ମୃତକଙ୍କ ଘର ବାଲେଶ୍ୱର ଥାନା ବାମପଦା ଗ୍ରାମରେ ।

ଧାରଣାରେ ବସିଲେ ଡାକସେବା କର୍ମଚାରୀ

ଧାରଣାରେ ବସିଲେ ଡାକସେବା କର୍ମଚାରୀ

ଭଦ୍ରକ ଅଫିସ,୨୨।୫-ସର୍ବଭାରତୀୟ ଡାକସେବା କର୍ମଚାରୀ ସଂଘର ଭଦ୍ରକ ଶାଖା ପକ୍ଷରୁ ୨ ଦଫା ଦାବି ନେଇ ଡାକ କର୍ମଚାରୀମାନେ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲା ମୁଖ୍ୟ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

୨୬ରେ ଜନକଲ୍ୟାଣ ସମାବେଶ: ତିହିଡ଼ିରୁ ସାମିଲ ହେବେ ୩ହଜାର କର୍ମୀ

ତିହିଡ଼ି,୨୨।୫(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀଙ୍କ ଶାସନର ୪ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୬ତାରିଖରେ ଭୁବନେଶ୍ୱରରେ ଜନକଲ୍ୟାଣ ସମାବେଶ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ିସ୍ଥିତ ଟାଉନ ହଲ୍‌ରେ ଭାଜପା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।

ଡାକ କର୍ମଚାରୀଙ୍କ ଧର୍ମଘଟ, ଡାକସେବା ଠପ୍‌

ନୀଳଗିରି, ୨୨। ୮(ଡି.ଏନ.ଏ.)-ଗ୍ରାମୀଣ ଡାକସେବକ ଓ ଡାକ କର୍ମଚାରୀ ସଂଘର ମିଳିତ ଡାକରାରେ ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। ଫଳରେ ଡାକସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି।

ଜଙ୍ଗଲରୁ ଶାଳଗଣ୍ଡି ଜବତ

ଜଙ୍ଗଲରୁ ଶାଳଗଣ୍ଡି ଜବତ

ନୀଳଗିରି, ୨୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବନାଞ୍ଚଳ ଧୋବାଶିଳା ବିଟ୍‌ର ଖଇରବଣି ଜଙ୍ଗଲରେ କଟା ଶାଳଗଣ୍ଡିକୁ ମଙ୍ଗଳବାର ବନବିଭାଗ ଜବତ କରିଛି। ଏନେଇ ବିଭାଗର ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବିଷ୍ଣୁପୁରରେ ଉଡାଯାତ୍ରା ଉଦ୍‌ଯାପିତ

ବିଷ୍ଣୁପୁରରେ ଉଡାଯାତ୍ରା ଉଦ୍‌ଯାପିତ

ବାହାନଗା, ୨୨।୫(ଡି.ଏନ.ଏ.)-ସୋମବାର ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ଦ୍ୱାଦଶ ବର୍ଷିୟ ଉଡାଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଦୀର୍ଘ ୧ ମାସ ଧରି ଅନୁଷ୍ଠିତ ଏହି ଯାତ୍ରା ସୋମବାର ଶେଷ ହୋଇଛି। ପ୍ରଥମେ ଗ୍ରାମର ବାସୁଳୀ ମନ୍ଦିରରେ ମାର୍ଜନା କରିବାଠାରୁ ଆଜ୍ଞାମାଳ ଗ୍ରହଣ ଆଦି ଗ୍ରାମର ସମାଇଚଣ୍ଡି ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଗତ ୨୦ତାରିଖରେ ଗ୍ରାମର ସୁମେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ସରିବା ପରେ ସୋମବାର ବିଷ୍ଣୁପୁର ଗ୍ରାମ ପଡିଆରେ ଉଡାଯାତ୍ରା ଅନୁଷ୍ଠିତ ହୋଇଥିଲା।

ମଧ୍ୟାହ୍ନଭୋଜନ ଖାତାପତ୍ର ଯାଞ୍ଚ

ମଧ୍ୟାହ୍ନଭୋଜନ ଖାତାପତ୍ର ଯାଞ୍ଚ

ଖଇରା, ୨୨।୫(ଡି.ଏନ.ଏ.)-ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଖଇରା ବ୍ଲକର ସମସ୍ତ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ସମ୍ପର୍କିତ ଖାତାପତ୍ର ଯାଞ୍ଚ ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ା ମଧ୍ୟାହ୍ନଭୋଜନ ଯୋଜନା ଆରମ୍ଭ ପରଠାରୁ ପ୍ରଥମ କରି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏହି ସ୍ବତନ୍ତ୍ର ଅଡିଟ ହେଉଥିବାରୁ ଶିକ୍ଷକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

 ମିଟୁଆଣିରେ ଯୋଗ ଶିବିର

ମିଟୁଆଣିରେ ଯୋଗ ଶିବିର

ଖଇରା, ୨୨।୫(ଡି.ଏନ.ଏ.)-ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମଦେବତୀ ମା’ କାଳିନ୍ଦ୍ରୀ ମନ୍ଦିର ନିକଟରେ ୨ଦିନିଆ ଯୋଗ ଶିବିର ଓ ବିଶ୍ୱଶାନ୍ତି ମହାଯଜ୍ଞ ଆଧ୍ୟାମତ୍କ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳେ ବିଶିଷ୍ଟ ଯୋଗଗୁରୁ ତଥା ଡଗରପଡା ବିବେକାନନ୍ଦ ସେବାଶ୍ରମର ସଞ୍ଚାଳକ ଗଣେଶାନନ୍ଦଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଯଜ୍ଞାଧିବାସ କରାଯାଇଥିଲା।

ଖଇରାରେ ମହିଳା ସୁରକ୍ଷା ଶୋଭାଯାତ୍ରା

ଖଇରାରେ ମହିଳା ସୁରକ୍ଷା ଶୋଭାଯାତ୍ରା

ଖଇରା, ୨୨।୫(ଡି.ଏନ.ଏ.)-ଭାଜପା ଖଇରା ମଣ୍ଡଳ ପକ୍ଷରୁ ସୋମବାର ମହିଳା ସୁରକ୍ଷା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହିଳାଙ୍କର ଏକ ବିରାଟ ଶୋଭାଯାତ୍ରା ବ୍ଲକ ଛକରୁ ବାହାରି ଖଇରା ବଜାର ତଥା ଦୁର୍ଗାମଣ୍ଡପ ପରିକ୍ରମା କରି ପୁନଶ୍ଚ ବ୍ଲକ ସମ୍ମୁଖରେ ପହଞ୍ଚିଥିଲା। ପରେ ଖଇରା ବ୍ଲକର ବିଶିଷ୍ଟ ନାରୀନେତ୍ରୀ ଜ୍ୟୋସ୍ନାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।