ଅପରାଧ | ଉପକୂଳ ଓଡିଶା

ଯୁବକଙ୍କୁ ପିଟି ହତ୍ୟା ମାମଲା:ବାପପୁଅ ଗିରଫ

ଯୁବକଙ୍କୁ ପିଟି  ହତ୍ୟା ମାମଲା:ବାପପୁଅ ଗିରଫ

ଜଗତ୍‌ସିଂହପୁର ଅଫିସ,୧୨।୧-ଜଗତ୍‌ସିଂହପୁର ଜିଲା ସଭାମୂଳ ଗ୍ରାମରେ ଯୁବକ ସୁଦର୍ଶନ ନନ୍ଦ(୩୫)ଙ୍କୁ ଗୁରୁବାର ରାତିରେ ପିଟି ହତ୍ୟା ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନିକଟସ୍ଥ ଉରାଳି ଗ୍ରାମର ସୁକାନ୍ତ ରଥ ଓ ତାଙ୍କ ପୁଅ ସୁରେଶ ରଥ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ଗୁରବାର ରାତିରେ ସୁଦର୍ଶନ ଖଳାରେ ଧାନ ବାଡୋଉଥିବାବେଳେ ୩/୪ଜଣ ବ୍ୟକ୍ତି ଅତର୍କିତ ଭାବେ ତାଙ୍କୁ ଠେଙ୍ଗା ଓ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ବିଳମ୍ବିତ ରାତିରେ ସୁକାନ୍ତ ଓ ସୁରେଶଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ସୁକାନ୍ତଙ୍କ ଝିଅଙ୍କୁ ସୁଦର୍ଶନ ଏକତରଫା ପ୍ରେମ କରୁଥିବା କାରଣରୁ ଏହି ହତ୍ୟାକାଣ ଘଟିଥିବା ଅନୁମାନ କରାଯାଉଛି।

All Right Reserved By

Model This Week

ନିକିତା

ଅପରାଧ | ଉପକୂଳ ଓଡିଶା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

କଟକ ସଦର,୨୨।୪(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଅଞ୍ଚଳର ପୃଥକ ସ୍ଥାନରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ରବିବାର ଥାନାକୁ ଆଣି ପଚରାଉଚରା କରୁଛି।

ପୁଣି ବିମାନ ବନ୍ଦରରୁ ସୁନା ଜବତ

ପୁଣି ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ଜଣେ ମହିଳା ଯାତ୍ରୀଙ୍କଠାରୁ ରବିବାର ୫୪୫ ଗ୍ରାମ ଓଜନର ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ଏକ ବିମାନରୁ ଏହି ସୁନା ଜବତ ହୋଇଛି।

ବଳାତ୍କାର, ହତ୍ୟା ଉଦ୍ୟମ ଅଭିଯୋଗ: ବାପ, ପୁଅ ଗିରଫ

ଭଦ୍ରକ ଅଫିସ,୨୨।୪-ଭଦ୍ରକ ଟାଉନ ଥାନା ପୋଲିସ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଅଭିଯୋଗରେ ବାପ, ପୁଅଙ୍କୁ ଗିରଫ କରିଛି।

ନାବାଳିକାଙ୍କୁ ଅସଦଆଚରଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ନାବାଳିକାଙ୍କୁ ଅସଦଆଚରଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭୋଗରାଇ,୨୨।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧିନ ଭୋଗରାଇ ଗ୍ରାମର ୨ନାବାଳିକାଙ୍କୁ ଉକ୍ତ ଗ୍ରାମର ସିରାଜୁଲ(୪୦) ନାମକ ଜଣେ ଯୁବକ ଅସଦଆଚରଣ କରିବା ଅଭିଯୋଗ ହୋଇଥିଲା।

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ମାର୍ଶାଘାଇ,୨୨।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ତିଖିରୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ସେହି ଗ୍ରାମର ଜଣେ ନାବାଳକ ବଳାତ୍କାର କରିଥିବା ନେଇ ରବିବାର ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ଖୁଡୀ ଏନେଇ ଅଭିଯୋଗ କରିବା ପରେ ମାର୍ଶାଘାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୁଖ୍ୟସ୍ରୋତରେ ସାମିଲ ହେଲେ ଅପରାଧୀ

ମୁଖ୍ୟସ୍ରୋତରେ ସାମିଲ ହେଲେ ଅପରାଧୀ

ବ୍ରହ୍ମପୁର ଅଫିସ,୨୨।୪: ବ୍ରହ୍ମପୁର ପୋଲିସ ଜିଲାରେ ଆପରାଧିକ ଶ୍ରେଣୀ ବ୍ୟକ୍ତିମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଟାଉନ ଥାନା ପରିସରରେ ପରିବର୍ତ୍ତନ ନାମକ କାର୍ଯ୍ୟ ହାତକୁ ନିଆଯାଇଛି ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୁରୀ ଅଫିସ, ୨୧।୪ : ଜିଲାର ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କ ତାଗିଦ୍‌ କରିବାର ୧୨ଘଣ୍ଟା ନ ପୂରୁଣୁ ବାସେଳିସାହି ଥାନା ଅଧୀନ ଗୋଖା ସାହିରେ ଘଟିଛି ଗୁଳିକାଣ୍ଡ। ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କୁ ଲକ୍ଷ୍ୟକରି ୮ରାଉଣ୍ଡ ଗୁଳିମାଡ଼ ହୋଇଛି। ତାଙ୍କ ବାମପାର୍ଶ୍ୱ ତଳିପେଟରେ ଦୁଇଟି ଏବଂ ଜଙ୍ଘରେ ଗୋଟିଏ ଗୁଳି ବାଜିଛି।

ଓକିଲଙ୍କ ଘରୁ ଚୋରି

ଓକିଲଙ୍କ ଘରୁ ଚୋରି

ସୋହେଲା,୨୧।୪(ଡି.ଏନ.ଏ.)- ସୋହେଲା-ପଦ୍ମପୁର ରୋଡସ୍ଥିତ ଓକିଲ ହାରାଧନ ବାଞ୍ଜିଙ୍କ ଘରୁ ୩୦ହଜାର ଟଙ୍କା ଓ ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି।

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୨୧।୪- ବରଗଡ଼ ଟାଉନ ଥାନା ଅଧୀନ ଘୁଲିପାଲିରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ) ପ୍ରଣବ କୁମାର ପାତ୍ର ମାମଲାର ବିଚାର କରି ଅଭିଯୁକ୍ତ ଘୁଲିପାଲି ଗ୍ରାମର ପରଦେଶୀ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଥାନା ଭଙ୍ଗାରୁଜା ଘଟଣାରେ ୯ କୋର୍ଟଚାଲାଣ

ଠାକୁରମୁଣ୍ଡା,୨୧।୪(ଡି.ଏନ.ଏ.)-ନାବାଳିକା ବଳାତ୍କାର ମାମଲାକୁ କେନ୍ଦ୍ର କରି ଗତ ୧୯ ତାରିଖରେ ଠାକୁରମୁଣ୍ଡା ଅଶାନ୍ତ ହୋଇ ଉଠିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଢେଲାପଥର ମାଡ କରିଥିଲେ। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।