ଖେଳ |

ଉନ୍ନତ ପ୍ରଦର୍ଶନ ଆଶାରେ ଟିମ୍‌ ଇଣ୍ଡିଆ

ଉନ୍ନତ ପ୍ରଦର୍ଶନ ଆଶାରେ ଟିମ୍‌ ଇଣ୍ଡିଆ

ସେଞ୍ଚୁରିଅନ, ୧୨।୧(ପି.ଟି.)-
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଶନିବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଭାରତ ଆଗାମୀ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ଆଶାରେ ରହିଛି। ଏହି ମ୍ୟାଚର ଫଳାଫଳ ଭାରତର କ୍ରମାଗତ ୯ମ ସିରିଜ ବିଜୟ ଉପରେ ଅନେକ ପ୍ରଭାବ ପକାଇବ। ତେଣୁ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ପାଇଁ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି।
୨୦୧୮-୧୯ରେ ଭାରତ ବିଦେଶରେ ୧୨ଟି ଟେଷ୍ଟ ଖେଳିବ। କେପ୍‌ ଟାଉନଠାରେ ପ୍ରଥମ ମ୍ୟାଚରେ ୭୨ ରନରେ ହାରିବା ପରେ ଏବେ ଦଳ ଦ୍ୱିତୀୟ ପରୀକ୍ଷା ଅପେକ୍ଷାରେ ରହିଛି। ଦକ୍ଷିଣ ଆଫ୍ରିକାଠାରୁ ସିରିଜ ହାରିଲେ ଯଦିଓ ଭାରତର ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ ଅପରିବର୍ତ୍ତିତ ରହିବ ତେବେ ବିଦେଶ ମାଟିରେ ଖେଳାଳିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବ ନିଶ୍ଚିତ। ପ୍ରଥମ ଟେଷ୍ଟ ପରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ସମାଲୋଚନା ହୋଇଥିଲା। ଏଥର ଟିମ୍‌ ମ୍ୟାନେଜମେଣ୍ଟ ଏ ସବୁକୁ ଧ୍ୟାନରେ ରଖି ଯାହାକିଛି ନିଷ୍ପତ୍ତି ନେବ। ଦ୍ୱିତୀୟ ଟେଷ୍ଟ ଆରମ୍ଭର ୪୮ ଘଣ୍ଟା ପୂର୍ବରୁ ସୁପରସ୍ପୋର୍ଟ ପାର୍କରେ ଭାରତୀୟ ଦଳ ୪ ଘଣ୍ଟା ଅଭ୍ୟାସ କରିଛି। ଯାହାର ଯେଉଁଠି ଦୋଷ ଦୁର୍ବଳତା ରହିଛି ତାହାକୁ ଅଭ୍ୟାସ ସେସନରେ ସୁଧାରିବାକୁ ଚେଷ୍ଟା କରାଯାଇଥିଲା। ଚେତେଶ୍ୱର ପ୍ରଥମ ସ୍ଲିପରେ କ୍ୟାଚ ପ୍ରାକ୍ଟିସ କରିଥିବାବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ସମୟଧରି ନେଟ୍ସରେ ବ୍ୟାଟିଂ କରିଥିଲେ। ନେଟ୍ସ ସେସନର ଅଧିକାଂଶ ସମୟ ଅଜିଙ୍କ୍ୟ ରାହାନେ ଦର୍ଶକ ହୋଇ ରହିଯାଇଥିବା ପରିଲକ୍ଷିତ ହୋଇଥିଲା। ଶେଷଭାଗରେ ସହକାରୀ କୋଚ୍‌ ସଞ୍ଜୟ ବାଙ୍ଗର ଉଭୟ ରାହାନେ ଓ ଶିଖର ଧାଓ୍ବନଙ୍କୁ ଥ୍ରୋ ଅଭ୍ୟାସ କରାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ କେହି ଫାଷ୍ଟ ବୋଲିଂର ସମ୍ମୁଖୀନ ହୋଇ ନ ଥିଲେ। ଲୋକେଶ ରାହୁଲ, ମୁରଲୀ ବିଜୟ ଓ ପୂଜାରା ବ୍ୟାଟିଂରେ ମଗ୍ନ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଦ୍ଧିମାନ ଶାହ ମଧ୍ୟ ନେଟ୍ସରେ ଝାଳ ବୁହାଇଥିଲେ। ଏଥିରୁ ୫ ବ୍ୟାଟ୍ସମ୍ୟାନ ଲାଇନ୍‌ଅପ୍‌ ସମ୍ପର୍କରେ ସୂଚନା ମିଳିଥିଲା।
ରାହୁଲ କିମ୍ବା ଧାଓ୍ବନଙ୍କୁ ନେଇ ଏବେ ଆଲୋଚନା ହେଉଛି। ଧାଓ୍ବନଙ୍କର କ୍ୟାରିୟର ଆଭରେଜ ୨୯ ମ୍ୟାଚରୁ ୪୨.୬୨ ଏବଂ ବିଦେଶରେ ୧୯ ଟେଷ୍ଟରୁ ୪୩.୭୨ ଆଭରେଜ ରହିଛି। ତେବେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ ତାଙ୍କ ଆଭରେଜ ୧୧ ଟେଷ୍ଟରୁ ୨୭.୮୧ ରହିଛି। ଦକ୍ଷିଣ ଆଫ୍ରିକା ମାଟିରେ ତାଙ୍କ ପ୍ରଦର୍ଶନ ଆହୁରି ନୈରାଶ୍ୟଜନକ। ସେ ଏଠାରେ ୩ଟି ଟେଷ୍ଟରେ ୧୮.୦୦ ଆଭରେଜ ରଖିଛନ୍ତି। ୨୦୧୩-୧୪ ଟୁର୍‌ରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୨୯। କେପ୍‌ ଟାଉନ୍‌ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ସେ ଖରାପ ଶଟ୍‌ ଚୟନ କରି ଆଉଟ ହୋଇଥିବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା କମ୍‌। ସେହି ତୁଳନାରେ ଦେଖିବାକୁ ଗଲେ ରାହୁଲ ଟପ୍‌ ଅର୍ଡରରେ ଟେକ୍ନିକ ଦୃଷ୍ଟିରୁ ଦୃଢ଼। ରୋହିତ-ରାହାନେଙ୍କ ଚୟନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ମାତ୍ର ଫର୍ମକୁ ଦୃଷ୍ଟିରେ ରଖି ରୋହିତଙ୍କୁ ଦଳରେ ନିଆ ଯାଇଛି ବୋଲି କୋହିଲ ସ୍ପଷ୍ଟ କରି ସାରିଛନ୍ତି। ପ୍ରଥମ ଷ୍ଟେରେ ସେ ଯଦିଓ ମାତ୍ର ୧୧ ଓ ୧୦ ରନ କରିବାକୁ ସକ୍ଷମ ହୋଇଥିଲେ ତେବେ ମ୍ୟାନେଜମେଣ୍ଟ ଗୋଟିଏ ମ୍ୟାଚର ପ୍ରଦର୍ଶନରେ ତାଙ୍କୁ ବାହାରେ ବସାଇବା ସପକ୍ଷରେ ନାହିଁ।
ଭାରତୀୟ ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନର ଆଭାସ ମିଳୁଛି। ଗୁରୁବାର ଏଠାକାର ପିଚ୍‌ କଠିନ ଓ ବାଉନ୍ସି ମନେ ହେଉଥିଲା। ପିଚ୍‌ରେ ସାମାନ୍ୟ ସବୁଜ ଘାସ ମଧ୍ୟ ରହିଛି। ତେଣୁ କୋହଲି ଏଠାରେ ନିଜ ପେସ୍‌ କମ୍ବିନେଶରେ କିପରି ପରିବର୍ତ୍ତନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଉମେଶ ଯାଦବ ଦୀର୍ଘସମୟଧରି ବ୍ୟାଟିଂ ଓ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ଚୂଡ଼ନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ଅଧିକ। ଈଶାନ୍ତ ଶର୍ମା ମଧ୍ୟ ସୁସ୍ଥ ହେବାପରେ ଖେଳିବାକୁ ବ୍ୟଗ୍ର। ତେବେ ଯଶପ୍ରୀତ ବୁମ୍‌ରାଙ୍କ ଉପରେ କୋହଲିଙ୍କର କେତେ ଆସ୍ଥା ରହିଛି ତା’ ଉପରେ ଅନେକ କିଛି ନିର୍ଭର କରିବ।
ଦ୍ୱିତୀୟ ଟେଷ୍ଟ ଜିତିବା ସହ ସିରିଜ କବ୍‌ଜା ପାଇଁ ଦକ୍ଷିଣ ଆଫ୍ରିକା ମଧ୍ୟ ଜୋରଦାର ଅଭ୍ୟାସ କରିଛି। ଆହତ ଡେଲ୍‌ ଷ୍ଟେଇନଙ୍କ ସ୍ଥାନରେ ଲୁନ୍‌ଗି ଏନଗିଡି ଆଗାମୀ ମ୍ୟାଚରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିପାରନ୍ତି। ଅଲରାଉଣ୍ଡର କ୍ରିସ ମୋରିସ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ପ୍ରବଳ ଦାବିଦାର ଅଛନ୍ତି। ଦକ୍ଷିଣ ଆଫ୍ରିକା ୩+୧ ଫ୍ରଣ୍ଟଲାଇନ ଆକ୍ରମଣ ଫର୍ମୁଲାରେ ସୁରକ୍ଷିତ ମନେ କରୁଛି। ମୋରିସ ସାମିଲ ହେଲେ ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ଶକ୍ତିଶାଳୀ ହେବ।
ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ରୋହିତ ଶର୍ମା, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, ଶିଖର ଧାଓ୍ବନ, ଅଜିଙ୍କ୍ୟ ରାହାନେ, ପାର୍ଥିବ ପଟେଲ, ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ଯଥପ୍ରୀତ ବୁମ୍‌ରା।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁ ପ୍ଲେସି(ଅଧିନାୟକ), ଡିନ୍‌ ଏଲଗାର, ଆଡେନ ମାରକ୍ରାମ, ହାସିମ ଆମ୍‌ଲା, ଟେମ୍ବା ବାଭୁମା, ଥେଉନିସ ଡି’ବ୍ରୁନି, କ୍ୱିଣ୍ଟନ ଡି’କକ୍‌, କେଶବ ମହାରାଜ, ମୋର୍ନେ ମୋର୍କେଲ, କ୍ରିସ୍‌ ମୋରିସ, ଭେନନ ଫିଲାଣ୍ଡର, କାଗିସୋ ରାବାଡା, ଆଣ୍ଡିଲେ ଫେଲ୍ୟୁକ୍ୱାୟୋ, ଲୁନ୍‌ଗି ଏନଗିଡି, ଡୁଆନି ଓଲିଭର।

All Right Reserved By

ଖେଳ |

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ନୂଆଦିଲ୍ଲୀ,୧୮।୭(ପି.ଟି.)- ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ପ୍ୟାରିସ,୧୮।୭(ଏପି)- ବିଶ୍ୱକପ୍‌ ବିଜେତା ଫ୍ରାନ୍ସ ଦଳର ମୁଖ୍ୟ ସଦସ୍ୟ କ୍ୟାଲିଆନ ଏମ୍‌ବାପ୍ପେଙ୍କୁ ମିଳିଥିବା ବୋନସକୁ ମେଡିକଲରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ଜୀବନରେ କ୍ରୀଡ଼ାକୁ ଫେରାଇ ଆଣିବା ଲାଗି ଏକ ଆସୋସିଏଶନକୁ ପ୍ରଦାନ କରିଛନ୍ତି।

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଲିଡ୍ସ,୧୮।୭- ଏଠାରେ ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚ୍‌କୁ ୮ ଉଇକେଟରେ ଜିତି ଇଂଲଣ୍ଡ ଦଳ ସିରିଜ୍‌କୁ ଦଳ ୨-୧ ବ୍ୟବଧାନରେ କବଜା କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ ଶେଷରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଅମ୍ପାୟରଙ୍କଠାରୁ ମ୍ୟାଚ୍‌ ବଲ ନେଇଯାଇଥିଲେ।

ଜୁନିୟର ମହିଳା ହକି  ବେଲଜିୟମକୁ ହରାଇଲା ଭାରତ

ଜୁନିୟର ମହିଳା ହକି ବେଲଜିୟମକୁ ହରାଇଲା ଭାରତ

ଆଣ୍ଟଓ୍ବର୍ପ(ବେଲଜିୟମ),୧୮।୭- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ଷଡରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଆୟୋଜକ ବେଲଜିୟମକୁ ପରାସ୍ତ କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ୨-୦ ଗୋଲରେ ବିଜୟୀ ହୋଇଛି।

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ବେଙ୍ଗାଲୁରୁ,୧୮।୭- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ପୂର୍ବତନ ଅଧିନାୟିକା ମମଥା ମାବେନ ଆବେଦନ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୋମବାରଠାରୁ ଏହି ପଦ ପାଇଁ ବିଜ୍ଞାପନ ଦିଆଯାଇଥିଲା। ବିଜ୍ଞାପନ ଦିଆଯିବାର ୨୪ ଘଣ୍ଟା ମଧ୍ୟରେ ହିଁ ପୂର୍ବତନ ଅଲରାଉଣ୍ଡର ମାବେନ ଆବେଦନ କରିଛନ୍ତି।

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୮।୭- ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା କ୍ୟାରିୟରରେ ଆଉ ଏକ ସଫଳତା ପାଇଛନ୍ତି। ଫ୍ରାନ୍ସଠାରେ ଚାଲିଥିବା ସୋଟ୍ଟେଭିଲେ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚୋପ୍ରା ଫାଇନାଲରେ ୮୫.୧୭ ମିଟର ଦୂରତା ଜାଭେଲିନ ଫିଙ୍ଗି ପୋଡିୟମ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର, ୧୮।୭(ପି.ଟି.)- ପ୍ରାକ୍ତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ଆର୍‌ଏମ୍‌ଭି ଗୁରୁସାଇଦତ୍ତ ଏଠାରେ ଚାଲିଥିବା ୩ ଲକ୍ଷ ୫୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ସିଙ୍ଗାପୁର ଓପନ୍‌ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ପ୍ରବେଶ କରିଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ଗୁୁରୁସାଇଦତ୍ତ ୨୧-୧୮, ୨୧-୧୮ ସିଧାସଳଖ ଗେମ୍‌ରେ ମାଲେସିଆର ଲିଅଙ୍ଗ ଜୁନ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିପୂର୍ବରୁ ଓପନିଂ ରାଉଣ୍ଡରେ ଗୁରୁସାଇଦତ୍ତ ୨୧-୭, ୨୧-୧୦ ଗେମ୍‌ରେ ଇଟାଲୀର ରୋସାରିଓ ମାଡାଲୋନିଙ୍କୁ ହରାଇଥିଲେ। ମୁଖ୍ୟ ପର୍ଯ୍ୟାୟରେ ସେ ଚାଇନାର କ୍ୱିଆଓ ବିନ୍‌ଙ୍କୁ ବୁଧବାର ଭେଟିବେ। ମିକ୍ସଡ ଡବଲ୍ସରେ ସାତ୍ତ୍ୱିସାଇରାଜ ରାନକିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ୨୧-୧୬, ୨୧-୧୯ରେ ଇଣ୍ଡୋନେସିଆର ରାମାଡିନସ୍ୟା ଓ ମାସେଲ କ୍ରିଷ୍ଟେନଙ୍କୁ ହରାଇଛନ୍ତି।

ଦୃଷ୍ଟିହୀନ କ୍ରିକେଟ:ଭାରତର ସାନ୍ତ୍ୱନାମୂଳକ ବିଜୟ

କଲମ୍ବୋ, ୧୮ା୭-ସ୍ଥାନୀୟ ବିଆର୍‌ସି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦୃଷ୍ଟିହୀନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୬୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କା ଆଗୁଆ ସିରିଜ କବ୍‌ଜା କରିନେଇ ସାରିଛି। ତେଣୁ ଭ୍ରମଣକାରୀ ଦଳ ପାଇଁ ଏହା ଥିଲା ସାନ୍ତ୍ୱନାମୂଳକ ବିଜୟ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୪୦ଓଭରରେ ୮ ଉଇକେଟ ବିନିମୟରେ ୩୨୩ ରନ କରିଥିଲା।

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

କଲମ୍ବୋ, ୧୮ା୭ (ପି.ଟି.)-ବ୍ୟାଟିଂ ଆଇକନ୍‌ ସଚିନ ତେନ୍ଦୁଲକରଙ୍କ ୧୮ ବର୍ଷୀୟ ପୁଅ ଅର୍ଜୁନ ତେନ୍ଦୁଲକର ମଙ୍ଗଳବାର ତାଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଛନ୍ତି। ସ୍ଥାନୀୟ ନନ୍‌ ଡେସ୍‌କ୍ରିପ୍ଟସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ୧୯ବର୍ଷରୁ କମ୍‌ ଦଳ ବିପକ୍ଷ ପ୍ରଥମ ୟୁଥ୍‌ ଟେଷ୍ଟ ମ୍ୟାଚରେ ସେ ଭାରତୀୟ ୧୯ବର୍ଷରୁ କମ୍‌ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ଦଳକୁ ୨୪୪ରନରେ ଅଲଆଉଟ କରିଦେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୯୨ ରନ କରିଛି।

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୮।୭(ସ୍ପୋଟର୍‌ସ ବ୍ୟୁରୋ)- ଶ୍ରୀଲଙ୍କାରେ ଅନୁଷ୍ଠିତ ଏସୀୟ ସ୍କୁଲ ଚେସ୍‌ରେ ୯ ବର୍ଷରୁ କମ୍‌ ବାଳିକା ବିଭାଗରେ ବ୍ୟକ୍ତିଗତ ୨ଟି ବ୍ରୋଞ୍ଜ୍‌, ଦଳଗତ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିଣି ଭାରତକୁ ଗୌରବାନ୍ବିତ କରିଥିବା ଓଡ଼ିଶାର ଆରୁଷି ଶ୍ରୀଚନ୍ଦନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭୁବନେଶ୍ୱର ଦାରୁଠେଙ୍ଗର ଆରୁଷିଙ୍କୁ ଏସ୍‌.ଆର. ଚେସ୍‌ ସେଣ୍ଟ ତରଫରୁ ସ୍ବାଗତ କରାଯାଇଥିଲା।

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ଲିଡ୍ସ,୧୮।୭(ପି.ଟି.)- ଟିମ୍‌ ଇଣ୍ଡିଆର ଦିନିକିଆ ସିରିଜ ବିଜୟ ରଥ ଶେଷରେ ଅଟକିଛି। କ୍ରମାଗତ ୯ଟି ସିରିଜରେ ବିଜୟ ହାସଲ କରିବା ପରେ ଭାରତ ପ୍ରଥମଥର ପରାଜୟ ବରଣ କରିଛି। ସ୍ଥାନୀୟ ହେଡିଙ୍ଗଲେ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ୩୩ ବଲ ବାକିଥାଇ ୮ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂ ବିଫଳତା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଇଂଲଣ୍ଡ ୨-୧ରେ ହାତେଇ ନେଇଛି।

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ରେକଜାଭିକ (ଆଇସ୍‌ଲାଣ୍ଡ), ୧୭।୭(ଏପି)- ଆଇସ୍‌ଲାଣ୍ଡକୁ ପ୍ରଥମଥର ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଐତିହାସିକ ସଫଳତା ଦେଇଥିବା କୋଚ୍‌ ହେଉମିର ହଲ୍‌ଗ୍ରିମସନ ପଦ ଛାଡ଼ିଛନ୍ତି। ଦୀର୍ଘ ୭ ବର୍ଷ ଧରି ପ୍ରଶିକ୍ଷକ ପଦରେ ରହିବା ପରେ ନିଜଆଡ଼ୁ କୋଚ୍‌ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଇସ୍‌ଲାଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

Model This Week

ରୂପେଶ