ଅନ୍ତର୍ଜାତୀୟ |

ମୁଖ୍ୟ ପରମାଣୁ ପରୀକ୍ଷଣ ସ୍ଥଳରେ ସୁଡଙ୍ଗ ତିଆରି କଲା ଉତ୍ତର କୋରିଆ

ମୁଖ୍ୟ ପରମାଣୁ ପରୀକ୍ଷଣ ସ୍ଥଳରେ ସୁଡଙ୍ଗ ତିଆରି କଲା ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ,୧୨।୧: ଉତ୍ତର କୋରିଆ ତା’ର ମୁଖ୍ୟ ପରମାଣୁ ପରୀକ୍ଷଣ ସ୍ଥଳରେ ସୁଡଙ୍ଗ ତିଆରି କରିବା କାମକୁ ଦ୍ରୁତ ଗତିରେ ବଢାଇ ଦେଇଛି। କିଛିଦିନ ହେବ ବନ୍ଦ ପଡିଥିବା ଏହି କାମକୁ ପୁଣି ଥରେ ଆରମ୍ଭ କରାଯାଇଛି। ୩୮ ନର୍ଥ ଓ୍ବେବସାଇଟ୍‌ ଅନୁଯାୟୀ, ଗୁରୁବାର ଉପଗ୍ରହରୁ ମିଳିଥିବା ତଥ୍ୟ ଅନୁସାରେ ପୁଙ୍ଗୟୋ ସମୁଦ୍ର ନିକଟରେ ଖନନ କାର୍ଯ୍ୟରେ ନିୟୋଜିତ ଥିବା ଯନ୍ତ୍ର ଓ କର୍ମଚାରୀଙ୍କୁ ଦେଖିବାକୁ ମିଳିଛି। ଭବିଷ୍ୟତରେ ଏହି ପରମାଣୁ ପରୀକ୍ଷଣ ସ୍ଥଳକୁ ଠିକ୍‌ ରଖିବା ପାଇଁ ଉତ୍ତର କୋରିଆ ନିରନ୍ତର ପ୍ରୟାସ ଜାରି ରଖିଛି। ସୂଚନାଯୋଗ୍ୟ, ନିକଟ ଅତୀତରେ ପାଖାପାଖି ୫ଟି ପରମାଣୁ ପରୀକ୍ଷଣ ଏହିଠାରେ କରାଯାଇଥିଲା। ଫଳରେ ଏଠାରେ ଛୋଟ ଛୋଟ ଭୂକମ୍ପ ଦେଖାଯିବା ସହ ଭୌଗୋଳିକ ସ୍ଥିତି ବିଗିଡି ଯାଇଥିଲା।
All Right Reserved By

ଅନ୍ତର୍ଜାତୀୟ |

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ବେଜିଂ,୨୧।୧୦: ଚାଇନା-ହଂକଂକୁ ଯୋଡୁଥିବା ବିଶ୍ୱର ସର୍ବବୃହତ୍ତ ସାମୁଦ୍ରିକ ପୋଲ ହଂକଂ-ଜୁହାଇ-ମକାଓକୁ ସାଧାରଣ ଯାତ୍ରୀଙ୍କ ପାଇଁ ଆସନ୍ତା ବୁଧବାର ଅର୍ଥାତ୍‌ ଅକ୍ଟୋବର ୨୪ ତାରିଖରେ ଖୋଲି ଦିଆଯିବ ବୋଲି ସୂଚନା ମିଳିଛି।

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

ବୋଷ୍ଟନ,୨୧।୧୦: ଚନ୍ଦ୍ରରୁ ପୃଥିବୀକୁ ଖସି ଥିବା ଉଲକାପିଣ୍ଡ ପଥର ୪୫୦ ଲକ୍ଷ ୩ ହଜାର ୪ ଶହ ୩୭ ଟଙ୍କାରେ ବିକ୍ରି ହୋଇଛି। 

ଆଇଏନ୍‌ଏଫ୍‌ ସନ୍ଧିକୁ ନେଇ ରୁଷଠାରୁ ଅଲଗା ହେଲା ଆମେରିକା

ଆଇଏନ୍‌ଏଫ୍‌ ସନ୍ଧିକୁ ନେଇ ରୁଷଠାରୁ ଅଲଗା ହେଲା ଆମେରିକା

ଓ୍ବାଶିଂଟନ,୨୧।୧୦: ଆମେରିକା ମଧ୍ୟ ଦୂରଗାମୀ ପରମାଣୁ ଶକ୍ତି (ଆଇଏନ୍‌ଏଫ୍‌) ସନ୍ଧିରୁ ଦୂରେଇ ଯାଇଥିବା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶୀତଳ ଯୁଦ୍ଧ ସମୟରେ ଆମେରିକା ରୁଷ ସହ ଏହି ଚୁକ୍ତି ସ୍ବାକ୍ଷରିତ କରିଥିଲା। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ଇସ୍‌ଲାମାବାଦ,୨୦।୧୦: ପାକିସ୍ତାନର ଏକ ସପ୍ଟଓ୍ବେୟାର କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ସ୍କାର୍ପ ପିନ୍ଧିବାରୁ ତାଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି। ସେ ଅଫିସ ଭିତରକୁ ସ୍କାର୍ପ ପିନ୍ଧି ପଶି ଆସିବାରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। 

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ନୂଆଦିଲ୍ଲୀ/ବେଜିଂ, ୨୦।୧୦: ତିବ୍ବତରେ ହୋଇଥିବା ଭୂସ୍ଖଳନ ଫଳରେ ଏକ ନଦୀର ଗତିପଥରେ ଅବରୋଧ ଉପୁଜିଛି। ଫଳରେ ଏକ କୃତ୍ରିମ ହ୍ରଦ ମଧ୍ୟ ସୃଷ୍ଟି ହୋଇଛି। ଏହା ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ବ୍ରହ୍ମପୁତ୍ର ନଦୀର ଅବବାହିକାରେ ଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। 

ଜମାଲ ଖଶୋଗୀ ମୃତ: ସୌଦି ଆରବ

ଜମାଲ ଖଶୋଗୀ ମୃତ: ସୌଦି ଆରବ

ରିୟାଦ,୨୦।୧୦: କିଛିଦିନ ତଳେ ନିଖୋଜ ଥିବା ଆମେରିକା ଖବରଦାତା  ଜମାଲ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା ସୌଦି ଆରବ ସ୍ପଷ୍ଟ କରିଛି। ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ଆରବ ଦୂତାବାସରେ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା କହିଛି ସୌଦି ଆରବ।

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ବେଜିଂ,୧୯।୧୦: ଆଗାମୀ ଦିନରେ ଚାଇନା ଆକାଶରେ ଗୋଟିଏ ନୁହେଁ ୩ଟି ଚାନ୍ଦ ଦେଖାଯିବ ବୋଲି ସୂଚନା ମିଳିଛି। ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ୨ ପାଦ ଆଗକୁ ଯାଇ ଏମିତି ସଫଳତା ହାସଲ କରିବ ବୋଲି କହିଛି। 

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ଲଣ୍ଡନ,୧୯।୧୦: ସାଧାରଣତଃ ସଂସଦରେ ରାଜନେତାମାନେ ରିପୋର୍ଟ ଉପସ୍ଥାପନ କରିଥାଆନ୍ତି। ହେଲେ ବ୍ରିଟେନ୍‌ ସଂସଦରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ଯାହାକୁ ଦେଖି ଲୋକେ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିଛନ୍ତି। 

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୧୦: ଚାଇନା ଭାରତ ସୀମା ଭିତରକୁ ପଶିବା ଜାରି ରଖିଛି। ଏବେ ଜାଣିଶୁଣି ବ୍ରହ୍ମପୁତ୍ର ନଦୀର ପାଣି ଭାରତକୁ ଚାଇନା ନ ଛାଡିବା ପାଇଁ ଆରମ୍ଭ କରିଛି ନୂଆ ଯୋଜନା। 

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ଇସଲାମାବାଦ୍‌,୧୮।୧୦: ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲାରେ ପାକିସ୍ତାନରେ ୧୧୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୨୦୧୪ରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସ ଆଖିବୁଜା ଗୁଳି ଚଳାଇଥିଲା। 

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

ଅହମ୍ମଦାବାଦ୍‌/ଇସଲାମାବାଦ୍‌, ୧୮।୧୦: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ପାକିସ୍ତାନ ୧୧ ଭାରତୀୟ ଧୀବରଙ୍କୁ ଗିରଫ କରିଛି।