ବାଣିଜ୍ୟ |

ସାମ୍‌ସଙ୍ଗ୍‌ର ଗାଲାକ୍ସି ଏ୮ ପ୍ଲସ୍‌

ସାମ୍‌ସଙ୍ଗ୍‌ର ଗାଲାକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୨-୧
ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ସାମସଙ୍ଗ୍‌ ଇଣ୍ଡିଆ ଏହାର ଗାଲାକ୍ସି ଏ୮ ପ୍ଲସ୍‌ ସ୍ମାର୍ଟଫୋନ୍‌କୁ ବଜାର ପ୍ରବେଶ କରାଇଛି। ଏହା କମ୍ପାନୀର ପ୍ରଥମ ଡୁଆଲ୍‌ ଫ୍ରଣ୍ଟ କ୍ୟାମେରା ଆଧାରିତ ଫୋନ୍‌ ହୋଇଥିବା ବେଳେ ଏଥିରେ ୬ଜିବି ରାମ୍‌, ୬୪ ଜିବି ଇଣ୍ଟରନାଲ୍‌ ମେମୋରି ରହିଛି। ଏହା ୨୫୬ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡ୍‌ କରି ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ। ଗାଲାକ୍ସି ଏ୮ ପ୍ଲସ୍‌ର ବଜାର ପ୍ରବେଶ ଅବସରରେ ସାମ୍‌ସଙ୍ଗ୍‌ ଇଣ୍ଡିଆର ଜେନେରାଲ୍‌ ମ୍ୟାନେଜର(ମୋବାଇଲ୍‌ ବିଜ୍‌ନେସ୍‌) ଆଦିତ୍ୟ ବାବର କହିଛନ୍ତି, ଗ୍ୟାଲେକ୍ସି ଏ ସିରିଜ୍‌ରେ କମ୍ପାନୀର ଏହା ପ୍ରଥମ ଡୁଆଲ୍‌ ଫ୍ରଣ୍ଟ୍‌ କ୍ୟାମେରା ଫୋନ୍‌। ଏହା ଜାନୁୟାରୀ ୨୦ରୁ ଆମାଜନ୍‌ରେ ଉପଲବ୍ଧ ହେବ। ଉଭୟ କଳା ଏବଂ ସୁନେଲି ରଙ୍ଗରେ ଆସୁଥିବା ଏହି ଫୋନ୍‌ର ଦାମ ୩୨,୯୯୦ ଟଙ୍କା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

All Right Reserved By

ବାଣିଜ୍ୟ |

ଭାରତକୁ ଆସିବ ‘ଆଇକିଆ’

ଭାରତକୁ ଆସିବ ‘ଆଇକିଆ’

ନୂଆଦିଲ୍ଲୀ,୧୬।୭- ସ୍ବିଡେନ୍‌ ଭିତ୍ତିକ ଫର୍ଣ୍ଣିଚର୍‌ ପ୍ରମୂଖ ‘ଆଇକିଆ’ ଭାରତରେ ନିଜର ପ୍ରଥମ ଷ୍ଟୋର ଖୋଲିବ। ଚଳିତ ବର୍ଷ ଜୁଲାଇ ୧୯ ତାରିଖ ହାଇଦ୍ରାବାଦରେ ଏହି ଷ୍ଟୋର୍‌ ଖୋଲିବାକୁ ଧାର୍ଯ୍ୟ କରାଯାଇଥିଲା।

ଏଲ୍‌ପିଜି ସବ୍‌ସିଡି ବଦଳରେ ଆସିବ ରନ୍ଧନ ସବ୍‌ସିଡି

ଏଲ୍‌ପିଜି ସବ୍‌ସିଡି ବଦଳରେ ଆସିବ ରନ୍ଧନ ସବ୍‌ସିଡି

ନୂଆଦିଲ୍ଲୀ,୧୬-୭ ବର୍ତ୍ତମାନ ଲିକୁଇଡି ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)ରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସବ୍‌ସିଡିକୁ ପରିବର୍ତ୍ତନ କରି ରନ୍ଧନ ସବ୍‌ସିଡି ବ୍ୟବସ୍ଥା ପ୍ରଚଳନ କରାଯିବ।

ଡିଜେଲ କମିଲା ୧୫ ପଇସା

ଡିଜେଲ କମିଲା ୧୫ ପଇସା

ଭୁବନେଶ୍ୱର,୧୬-୭(ବ୍ୟୁରୋ) ୧୫ ପଇସା ହ୍ରାସ ପାଇଛି ଡିଜେଲ ଏବଂ ୯ ପଇସା ହ୍ରାସ ପାଇଛି ପେଟ୍ରୋଲ। ଫଳରେ ପେଟ୍ରୋଲ ଲିଟର ପିଛା ଦର ଭୁବନେଶ୍ୱରରେ ୭୫ ଟଙ୍କା ୭୭ ପଇସାରୁ ୭୫ ଟଙ୍କା ୬୮ ପଇସାକୁ ହ୍ରାସ ପାଇଛି।

ପ୍ରତିଷ୍ଠା ଦିବସରେ ଗ୍ରେଟ୍‌ ଇଷ୍ଟର୍ନର ଲକି ଡ୍ର କାର୍ଯ୍ୟକ୍ରମ

ପ୍ରତିଷ୍ଠା ଦିବସରେ ଗ୍ରେଟ୍‌ ଇଷ୍ଟର୍ନର ଲକି ଡ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୬-୭(ବ୍ୟୁରୋ) କଲିକତାଭିତ୍ତିକ ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ତଥା କଞ୍ଜ୍ୟୁମର ଡ୍ୟୁରେବ୍‌ଲ ରିଟେଲ୍‌ ଚେନ୍‌ ଗ୍ରେଟ୍‌ଇଷ୍ଟର୍ନ ଶନିବାର ଓଡ଼ିଶାରେ ଏହାର ତୃତୀୟ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଓଡିଶାରେ ଥିବା ଏହାର ମୋଟ୍‌ ୭ଟି ଶୋରୁମ୍‌ରେ ଗ୍ରେଟ୍‌ ଇଷ୍ଟର୍ନ ଜୁଲାଇ ୧୩,୧୪ ଓ ୧୫ରେ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ଅଫର ଘୋଷଣା କରିଥିଲା।

ଦେଶରେ ପ୍ରତିଷ୍ଠା ହେବ ୫୦ ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌

ଦେଶରେ ପ୍ରତିଷ୍ଠା ହେବ ୫୦ ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌

ଭୁବନେଶ୍ୱର, ୧୬-୭(ବ୍ୟୁରୋ) ବର୍ତ୍ତମାନ ଭାରତ ପାଇଁ ଯୁବପିଢି ଏକ ଶକ୍ତି। ଦେଶରେ ମୋଟ ଜନସଂଖ୍ୟାର ଏକ ସିଂହ ଭାଗ ଯୁବପିଢି ଅକ୍ତିଆର କରିଛନ୍ତି। ଏହି ଦୃଷ୍ଟିରୁ ସେମାନଙ୍କୁ କୌଶଳ ତାଲିମ ପ୍ରଦାନ କରି ଦକ୍ଷ କରାଇବା ଆମର କର୍ତ୍ତବ୍ୟ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଯେଉଁମାନେ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ସେମାନଙ୍କୁ ଉତ୍ତମ ଟ୍ରେନିଂ ପ୍ରଦାନ ପାଇଁ ସାରା ଦେଶରେ ୫୦ଟି ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନ କରାଯିବ।

ସ୍ବିସ ବ୍ୟାଙ୍କରେ ୩୦୦ କୋଟି ଭାରତୀୟ ଜମାର ଦାବିଦାର ନାହାନ୍ତି

ସ୍ବିସ ବ୍ୟାଙ୍କରେ ୩୦୦ କୋଟି ଭାରତୀୟ ଜମାର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ, ୧୬-୭: ସ୍ବିସ ବ୍ୟାଙ୍କକୁ କଳାଟଙ୍କାର ଭୂସ୍ବର୍ଗ କୁହାଯାଉଥିବା ବେଳେ ବର୍ତ୍ତମାନ ଟିକସ ସୂଚନା ଆଦାନ ପ୍ରଦାନ ଯୋଗୁ ସେଠାରେ ଟଙ୍କା ରଖିବାକୁ ଲୋକମାନେ ଏତେଟା ଆଗ୍ରହୀ ହେଉ ନାହାନ୍ତି। ବିଶେଷ ଭାବେ କଳାଟଙ୍କା ଜମାଲାଗି ଭାରତୀୟମାନେ ସୁଇଜରଲ୍ୟାଣ୍ଡକୁ ଚୟନ କରିଥାନ୍ତି।

ପାସପୋର୍ଟ ଲାଗି ଲାଞ୍ଚ ଦିଅନ୍ତି ୪୬% ଭାରତୀୟ

ପାସପୋର୍ଟ ଲାଗି ଲାଞ୍ଚ ଦିଅନ୍ତି ୪୬% ଭାରତୀୟ

ନୂଆଦିଲ୍ଲୀ, ୧୬-୭: ପାସପୋର୍ଟ ଲାଭ କରିବା ଲାଗି ଭାରତୀୟମାନେ ପୋଲିସ କିମ୍ବା ଅନ୍ୟମାନଙ୍କୁ ଲାଞ୍ଚ ପ୍ରଦାନ କରୁଥିବା ଜଣାଯାଇଛି। ପାସପୋର୍ଟ ପାଇବାକୁ ଥିବା ବେଳେ ୪୬% ଲୋକ ଲାଞ୍ଚ ପ୍ରଦାନ କରୁଥିବା ଏକ ସର୍ଭେରୁ ସାମ୍ନାକୁ ଆସିଛି।

ଜିଏସ୍‌ଟି ପରିସରକୁ ଆସିପାରେ ପ୍ରାକୃତିକ ବାଷ୍ପ, ଏଟିଟିଏଫ

ଜିଏସ୍‌ଟି ପରିସରକୁ ଆସିପାରେ ପ୍ରାକୃତିକ ବାଷ୍ପ, ଏଟିଟିଏଫ

ନୂଆଦିଲ୍ଲୀ, ୧୬-୭(ପି.ଟି) ପ୍ରାକୃତିକ ବାଷ୍ପ ଏବଂ ବିମାନ ଇନ୍ଧନ(ଏଟିଏଫ୍‌)ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରକୁ ଆସିପାରେ। ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଏମ୍‌ଏସ୍‌ପି ବୃଦ୍ଧିକୁ ବିରୋଧ କରିବେ କୃଷକ ସଂଘ

ଏମ୍‌ଏସ୍‌ପି ବୃଦ୍ଧିକୁ ବିରୋଧ କରିବେ କୃଷକ ସଂଘ

ନୂଆଦିଲ୍ଲୀ, ୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷ ସରକାର ଖରିଫ ଋତୁ ଲାଗି ଧାନ ସମେତ ବିଭିନ୍ନ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ କୃଷକ ସଂଘଗୁଡିକ ପକ୍ଷରୁ ବିରୋଧ କରାଯିବ ବୋଲି ଜଣାଯାଇଛି।

ପିଏନ୍‌ବିର ଏନ୍‌ପିଏ ଅସୁଲିରେ ଉନ୍ନତି

ପିଏନ୍‌ବିର ଏନ୍‌ପିଏ ଅସୁଲିରେ ଉନ୍ନତି

ନୂଆଦିଲ୍ଲୀ, ୧୬-୭: ୧୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ସାମ୍ନା କରିଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପକ୍ଷରୁ ଅନାଦାୟ ଋଣ (ଏନ୍‌ପିଏ) ଅସୁଲି ପ୍ରକ୍ରିୟା ଜୋରଦାର ହୋଇଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କ ଅସୁଲି କ୍ଷେତ୍ରରେ ରେକର୍ଡ କରିଛି।

ବେଡ୍‌ରୋଲ୍‌ ଚାର୍ଜ ବଢାଇବ ରେଲଓ୍ବେ

ବେଡ୍‌ରୋଲ୍‌ ଚାର୍ଜ ବଢାଇବ ରେଲଓ୍ବେ

ନୂଆଦିଲ୍ଲୀ, ୧୬-୭: ଗରିବ ରଥ ଏକ୍ସପ୍ରେସରେ ଭଡା ବଢିବ। ବେଡ୍‌ରୋଲ୍‌ କିଟ୍‌ ବାବଦରେ ରେଲଓ୍ବେ ଧାର୍ଯ୍ୟ ଚାର୍ଜରେ ବୃଦ୍ଧି କରିବାକୁ ନିଷ୍ପତ୍ତି ଉପରେ ବିଚାର କରୁଛି। ଏହା ଫଳରେ ଟିକେଟ ମୂଲ୍ୟ ବୃଦ୍ଧି ଘଟିବ। ବେଡ୍‌ରୋଲ୍‌ ଲାଗି ଧାର୍ଯ୍ୟ ହେଉଥିବା ଦେୟ ଗୋଟିଏ ଦଶନ୍ଧି ତଳେ ନିର୍ଦ୍ଧାରଣ ହୋଇଥିଲା।

ଆମ୍ବି ଭ୍ୟାଲି ପରିଚାଳନା କରିପାରିବ ସାହାରା:ସୁପ୍ରିମକୋର୍ଟ

ଆମ୍ବି ଭ୍ୟାଲି ପରିଚାଳନା କରିପାରିବ ସାହାରା:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬-୭: ମହାରାଷ୍ଟ୍ରର ଆମ୍ବି ଭ୍ୟାଲି ପ୍ରକଳ୍ପକୁ ପୁଣି ଥରେ ସାହାରା ଗ୍ରୁପ ପରିଚାଳନା କରି ପାରିବ। ଆମ୍ବି ଭ୍ୟାଲି ପ୍ରକଳ୍ପ ନିଲାମ ଲାଗି ନିୟୋଜିତ ହୋଇଥିବା ଲିକ୍ୟୁଡେଟର ଏବଂ ରିସିଭର ହଟାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସାହାରା ଓକିଲ ବିକାଶ ସିଂ ସୂଚନା ଦେଇଛନ୍ତି।

Model This Week

ରୂପେଶ