ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୪ରେ ମେଣ୍ଡାପୋଡ଼ି ଏବଂ ୨୫ରେ ଦୋଳ ପୂର୍ଣ୍ଣିମା...

ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସରକାରୀ ଉଦାସୀନାତାରୁ ପ୍ରକୃତ ହିତାଧିକାରୀ...

ପୁଣି ଦିଲ୍ଲୀରେ ବୈଠକ: ମେଣ୍ଟ ଦ୍ୱନ୍ଦ ଭିତରେ ଆସିବ କି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୯।୩: ଦିଲ୍ଲୀରେ ମଙ୍ଗଳବାର ପୁଣି ବୈଠକ ବସିବ। ଏ ନେଇ ଫୋକସ୍‌ରେ ରହିଛି ଓଡ଼ିଶା ।  ଓଡ଼ିଶା ସମେତ ୮ଟି  ରାଜ୍ୟରେ ଲୋକସଭା ପ୍ରାର୍ଥୀ  ଚୟନ ପାଇଁ କସରତ ଜାରି ରହିଛି। ସୋମବାର ବିଳମ୍ବିତ ରାତିଯାଏ କୋର୍‌ କମିଟି ବୈଠକ...

ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ଏବଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ...

ନିର୍ବାଚନ ଲଢିବେ କଙ୍ଗନା, ଏହି ଆସନରୁ ଟିକେଟ୍‌ ଦେଇପାରେ ଭାଜପା

ନୂଆଦିଲ୍ଲୀ,୧୯।୩: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବୟାନକୁ ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ଅଭିନେତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି ଏବଂ ବେଳେବେଳେ ଏହି କାରଣରୁ ସେ ଟ୍ରୋଲ ହୋଇ ବିବାଦ ଘେରରେ ମଧ୍ୟ ରହନ୍ତି।...

ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ନିୟମରେ ପରିବର୍ତ୍ତନ… 

ଭୁବନେଶ୍ୱର,୧୯।୩: ଆଗମୀ ଦିନରେ ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ବଢ଼ିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏବେଠୁ ପ୍ରସ୍ତୁତ ହୁଅ । ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ କର । ଏପରି ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର...

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ, କହିଲେ ଆମ ସହ ଅନ୍ୟାୟ ହୋଇଛି

ନୂଆଦିଲ୍ଲୀ,୧୯।୩: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିବା ଜନ ଜନଶକ୍ତି ପାର୍ଟି (ଏଲଜେପି) ଅଧ୍ୟକ୍ଷ ପଶୁପତି ପାରସ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସେ ଇସ୍ତଫା ଘୋଷଣା କରିଛନ୍ତି। ପାରସ କହିଛନ୍ତି ଯେ...

୬ କ୍ଷେତ୍ରରୁ ବିଧାୟକ ହୋଇନାହାନ୍ତି ମହିଳା

ବ୍ରହ୍ମପୁର,୧୯ା୩(ନରସିଂହ ସାହୁ):ଗଞ୍ଜାମ ଜିଲାରେ ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ ଆସନରୁ ହୋଇନାହାନ୍ତି ମହିଳା ବିଧାୟକ। ସେଗୁଡ଼ିକ ହେଲା ଛତ୍ରପୁର, ଗୋପାଳପୁର, ପୋଲସରା, ହିଞ୍ଜିଳି, ଦିଗପହଣ୍ଡି ଓ ଭଞ୍ଜନଗର। ଅବଶିଷ୍ଟ ୭ କ୍ଷେତ୍ରରୁ ଅଣକଂଗ୍ରେସ ଓ କଂଗ୍ରେସରୁ ସୁଜ୍ଞାନ କୁମାରୀ...

ପ୍ରାର୍ଥୀଙ୍କୁ ଛାଡ଼ିନାହିଁ ମେଣ୍ଟଭୟ: ପ୍ରଚାର ଛାଡ଼ି ରାଜଧାନୀରେ ଆଶାୟୀ

କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାରେ ବିଜେଡି ଓ ଭାଜପା ଦଳର ଆଶାୟୀ ପ୍ରାର୍ଥୀଙ୍କ ମେଣ୍ଟଭୟ ଛାଡ଼ିନାହିଁ। ମେଣ୍ଟ ହେଲେ କେଉଁ ସିଟ୍‌ କେଉଁ ଦଳ ଭାଗରେ ପଡ଼ିବ ସେ ଭୟକୁ ନେଇ ବଡ଼ ବଡ଼ ନେତା ଚିନ୍ତାରେ ରହିଥିବା ବେଳେ...

ଅମାନିଆଙ୍କ ପାଇଁ ଟ୍ରାଫିକ ପୋଲିସର କଡ଼ା ନିୟମ: ରେଡ୍‌ ସିଗ୍‌ନାଲ ଭାଙ୍ଗିଲେ…

ଭୁବନେଶ୍ୱର,୧୯।୩: ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଭୁବନେଶ୍ୱର ଟ୍ରାଫିକ ପୋଲିସ କଡ଼ା ନିୟମ କରିଛି। ରାଜଧାନୀରେ...

ବିଜେଡିରେ ଅଧିକ ଆଶାୟୀ

ଗମ୍ଭାରୀମୁଣ୍ଡା,୧୯ା୩ (ଦିଲୀପ ସ୍ବାଇଁ):ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଖୋର୍ଦ୍ଧା ଜିଲା ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଓ ବିରୋଧୀ ଦଳର ଏକାଧିକ ଆଶାୟୀ ପ୍ରାର୍ଥୀ ଦଳର ମୁଖିଆଙ୍କ ପାଖରେ ତାଙ୍କ କଥା କିଭଳି ପହଞ୍ଚତ୍ବ, ସେଥିନେଇ କସରତ...

ଆଇପିଏଲ୍‌ ୨୦୨୪ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସର ୩ ଖେଳାଳି ଆହତ: ଜଣେ ଷ୍ଟ୍ରେଚରରେ ଗଲେ

ନୂଆଦିଲ୍ଲୀ,୧୯।୩: ଆଇପିଏଲ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ଏହି ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ୱାରା...

ପୋଲିସକୁ ବଡ଼ ସଫଳତା: ଟଳିପଡିଲେ ୪ ନକ୍ସଲ

ମୁମ୍ବାଇ,୧୯।୩: ମହାରାଷ୍ଟ୍ରର ଗାଡଚିରୋଲିରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ଏନକାଉଣ୍ଟରରେ ସି୬୦ କମାଣ୍ଡୋଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଗାଡଚିରୋଲି ଜିଲାର ଏସପି ନୀଲୋତ୍ପଳଙ୍କ ଅନୁଯାୟୀ. ସୋମବାର ଅପରାହ୍ନରେ...

ସରିଲା ଭାଜପାର କୋର କମିଟି ବୈଠକ

ନୂଆଦିଲ୍ଲୀ,୧୯।୩: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ଭାଜପା କୋର କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାଜପା ୟୁପିର ଅବଶିଷ୍ଟ ୨୪ଟି ଆସନ ଉପରେ ଆଲୋଚନା କରିଛି। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ୟୁପିର...

ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ଭାଜପା: ପିଏମକେ-ଭାଜପା ଆସନ ବୂଝାମଣା ଶେଷ

ଚେନ୍ନାଇ,୧୯।୩: ଲୋକ ସଭା ନିର୍ବାଚନ ପାଇଁ ତାମିଲନାଡୁ ପଟ୍ଟାଲି ମକ୍କାଲ କାଟ୍‌ଚି (ପିଏମକେ) ଭାଜପା ସହ ମେଣ୍ଟ କରିବାକୁ ଘୋଷଣା କରିଛି। ଏହି ଘୋଷଣାର ଗୋଟିଏ ଦିନ ପରେ ତାମିଲନାଡୁ ଭାଜପା ସଭାପତି କେ. ଆନ୍ନାମଲାଇ ଆସନ ବାଣ୍ଟିବା ନେଇ...

ଦାଦା-ପୁତୁରା ପୁଣି ମୁହାଁମୁହିଁ

ପାଟନା/ନୂଆଦିଲ୍ଲୀ,୧୯ା୩:ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସୋମବାର ବିହାରରେ ଆସନ ବୁଝାମଣା ସୂତ୍ର ଉପରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ୪୦ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୭ଟିରେ ପ୍ରାର୍ଥୀ ଦେଇ ବଡ଼ଭାଇ ଭୂମିକା ନେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନୀତୀଶ...

ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ/ଭୁବନେଶ୍ୱର.୧୯।୩: ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି ବୈଠକରେ ଆଲୋଚନା ଚାଲିଛି। ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌ ସେନେଇ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯।୩: ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ...

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ ଅଞ୍ଚଳରେ ଘଟିଛି। ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ଶିକାରୀ ଓ...

ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍‌ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି। ଉଭୟ ଖେଳାଳିଙ୍କୁ ସି ଗ୍ରେଡ୍‌ରେ ସାମିଲ କରାଯାଇଛି। ପୂର୍ବରୁ ଘୋଷଣା କରାଯାଇଥିବା କେନ୍ଦ୍ରୀୟ...

ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ଲକ୍ଷ୍ନୌ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରପ୍ରଦେଶରେ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ଲାଲଗଞ୍ଜ ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିଏସପି ଲୋକ ସଭା ଏମ୍‌ପି ସଂଗୀତା ଆଜାଦ, ତାଙ୍କ ସ୍ବାମୀ ଏବଂ ପୂର୍ବତନ...