ବାଲେଶ୍ୱର

ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ରାସ୍ତାରୋକୋ

ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ରାସ୍ତାରୋକୋ

ରାଇସୁଆଁ, ୧୨।୧(ଡି.ଏନ.ଏ.): କେନ୍ଦୁଝର ଜିଲା ବନାଯୋଡିଠାରେ ଥିବା ୨୦ନଂ ଜାତୀୟ ରାଜପଥକୁ ଶୁକ୍ରବାର ଅବରୋଧ କରାଯାଇଛି। ବେଆଇନ ଭାବେ ଟୋଲପ୍ଲାଜା ନିର୍ମାଣ, ମିଥ୍ୟା ମାମଲା ଦାଏର ଆଦି ବିଭିନ୍ନ ଅଭିଯୋଗରେ ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ଶହ ଶହ ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି। ଫଳରେ ଯାତାୟାତ ଏକରକମ ଠପ୍‌ ହୋଇଯାଇଛି। ତେବେ ବହୁବାର ପ୍ରଶାସନ ଆଞ୍ଚଳିକ ମଞ୍ଚ ଏବଂ ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ଏହା ବିଫଳ ହୋଇଛି।

All Right Reserved By
Karnatak Exit Poll

Model This Week

ସଂଗୀତ

ବାଲେଶ୍ୱର

ଜିଲାପାଳଙ୍କ ନିକଟରେ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

ଭଦ୍ରକ ଅଫିସ,୨୧ା୫- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତରେ ‘ମୋ ପୋଖରୀ ଯୋଜନା’ରେ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଚନ୍ଦନପୁର ରତାଙ୍ଗ, ବିଷ୍ଣୁବିନ୍ଧା ଓ ବରଣ୍ଡୁଆ ଗ୍ରାମର କେତେକ ହିତାଧିକାରୀ ଏହି ଯୋଜନାରେ ଜେସିବି ସାହାଯ୍ୟରେ ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର

ବସ୍‌ଷ୍ଟାଣ୍ଡକୁ ବସ୍‌ ନ ଗଲେ ଆନ୍ଦୋଳନ

ବସ୍‌ଷ୍ଟାଣ୍ଡକୁ ବସ୍‌ ନ ଗଲେ ଆନ୍ଦୋଳନ

ବନ୍ତ,୨୧ା୫(ସ୍ବ.ପ୍ର.)- ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱର ଜଲା ସୀମାନ୍ତରେ ଅବସ୍ଥିତ ଆଗରପଡା ଦେଇ ଦୈନିକ ଅନେକ ବସ ଚଳାଚଳ କରିଥାଏ ା ଏସବୁ ବସ ନୂତନ ବସଷ୍ଟାଣ୍ଡକୁ ନଯାଇ ବଜାର ମୁଖ୍ୟ ଛକ ରାସ୍ତାରେ ଅଟକି ରହି ଯାତ୍ରୀଙ୍କୁ ଚଢାଇବା ଓହ୍ଲାଇବା କାମ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି

ଅଖା ବସ୍ତାରୁ ଅପହୃତା ନାବାଳିକା ଉଦ୍ଧାରଘଟଣା ରହସ୍ୟଘେରରେ

ତିହିଡ଼ି,୨୧।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତ ଅଧୀନ ଗଣ୍ଡପଡ଼ା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା। ୨୪ ଘଣ୍ଟା ପରେ ଶନିବାର ରାତିରେ ଏକ ମୁହଁ ବନ୍ଦ ଅଖାବସ୍ତା ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏହି ଅପହୃତାଙ୍କୁ ଉଦ୍ଧାର କରାଯାଇଥିଲା।

ଟ୍ରକରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

ଟ୍ରକରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

ଚାନ୍ଦବାଲି,୨୧ା୫(ଡି.ଏନ,ଏ.)-ଭଦ୍ରକ ଜିଲା ତୋଟାପଡା ପଞ୍ଚାୟତର ଗଭେଇ ପୋଖରୀ ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରକ ମଧ୍ୟରୁ ଡ୍ରାଇଭରଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ତାଙ୍କ ଘର ଭଦ୍ରକ ଚରମ୍ପା ଅଞ୍ଚଳରେ। ଗଭେଇ ପୋଖରୀର ଏକ ସିମେଣ୍ଟ ଗୋଦାମ ପାଇଁ ଶନିବାର ରାତିରେ ଏହି ଟ୍ରକରେ ସିମେଣ୍ଟ ଅଣାଯାଇଥିଲା

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଶୃଙ୍ଖଳା ରହିଲେ ସ୍ଥିତି ବଦଳିବ

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଶୃଙ୍ଖଳା ରହିଲେ ସ୍ଥିତି ବଦଳିବ

ତିହିଡ଼ି, ୨୧।୫(ଡି.ଏନ.ଏ.)- କଂଗ୍ରେସ ଦଳରେ ଶୃଙ୍ଖଳାର ଅଭାବ ବିପର୍ଯ୍ୟୟ ଆଣଇଛି। ଦଳରେ ଶୃଙ୍ଖଳା ରହିଲେ ଦଳର ସ୍ଥିତି ସୁଦୃଢ଼ ହେବ ବୋଲି ରବିବାର ଭଦ୍ରକ ଜିଲା ତିହିଡ଼ି ଟାଉନହଲରେ ଅନୁଷ୍ଠିତ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକରେ ନେତାମାନେ ଗୁରୁତ୍ୱାରୋପ କରିଛନ୍ତି।

ଶିଳ୍ପ ନ ଥିବାରୁ ଦାଦନ ସମସ୍ୟା ବଢିଛି

ତିହିଡ଼,୨୧।୫(ଡି.ଏନ.ଏ.)- ବର୍ତ୍ତମାନ ଶାସନ ବ୍ୟବସ୍ଥାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଗଲାଣି ା ପଞ୍ଚାୟତ ସ୍ତରରେ ଭତ୍ତା, ବିଭିନ୍ନ ଅବାସ ଯୋଜନା, ରାସ୍ତା କାମ ଓ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଛି ା ରାଜ୍ୟରେ ଶିଳ୍ପର ଅଭାବ ଥିବାରୁ ବେକାର ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି

ଲସି ଦୋକାନ ଲୁଟ ଓ ଭଙ୍ଗାରୁଜା ଘଟଣା: ୩ ଗିରଫ ପୋଲିସ ଜୁଲମ ନେଇ ଲୋକେ ଏସପିଙ୍କ ଦ୍ୱାରସ୍ଥ

ଲସି ଦୋକାନ ଲୁଟ ଓ ଭଙ୍ଗାରୁଜା ଘଟଣା: ୩ ଗିରଫ ପୋଲିସ ଜୁଲମ ନେଇ ଲୋକେ ଏସପିଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨୧ା୫- ଭଦ୍ରକ ପୌରାଞ୍ଚଳ ରାଜଘାଟ ପୋଲ ଗୋଶାଳା ଛକ ନିକଟରେ ଥିବା ଲିଙ୍ଗରାଜ ଲସି ଦୋକାନରୁ ଶନିବାର ସକାଳେ ଲୁଟ ଓ ଭଙ୍ଗାରୁଜା କରାଯିବା ଘଟଣାରେ ଭଦ୍ରକ ଟାଉନପୋଲିସ ଏକ ମାମଲା (ନଂ.୧୧୧/୧୮) ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ପଲିଥିନ ତଳେ ଦିନ କାଟୁଛନ୍ତି ୩ ପରିବାର

ପଲିଥିନ ତଳେ ଦିନ କାଟୁଛନ୍ତି ୩ ପରିବାର

ଭଦ୍ରକ ଅଫିସ,୨୧ା୫- ସମସ୍ତଙ୍କୁ ପକ୍କା ଘର ଯୋଗାଇବାକୁ ସରକାର ଯୋଜନା କରୁଥିବା ବେଳେ ଅନେକ ଅସହାୟ ପରିବାର ଆଜି ବି ପଲିଥିନ ତଳେ ଜୀବନ ବିତାଛନ୍ତି। ସେମାନଙ୍କ ପ୍ରତି କାହାରି ନଜର ପଡୁନାହିଁ ା ଭଦ୍ରକ ଜିଲା ବାସୁଦେବପୁର ବ୍ଳକ ବାଲିମେଦ ପଞ୍ଚାୟତର ଦାମୋଦରପୁରରେ ୩ ପରିବାର ଚାଳଘରକୁ ପଲିଥିନ ଓ ପିନ୍ଧା ଶାଢୀ ଘେରାଇ ବସବାସ କରୁଛନ୍ତି।

‘ସଂସ୍କୃତି, ପରମ୍ପରା ବଞ୍ଚତ୍ଲେ ଜାତି ବଞ୍ଚିବ’ ବନ୍ତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

‘ସଂସ୍କୃତି, ପରମ୍ପରା ବଞ୍ଚତ୍ଲେ ଜାତି ବଞ୍ଚିବ’ ବନ୍ତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବନ୍ତ,୨୧ା୫-ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ମହାନ। ଏହାକୁ ଉଜ୍ଜୀବୀତ ରଖିବା ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଦରକାର। ସଂସ୍କୃତି ବଞ୍ଚିଲେ ଜାତି ବଞ୍ଚିବ ବୋଲି ଭଦ୍ରକ ଜିଲା ବନ୍ତସ୍ଥିତ ହାଟ ପଡିଆଠାରେ ଅନୁଷ୍ଠିତ ବନ୍ତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ବନ୍ତ ମହୋତ୍ସବ ଭଳି ଗ୍ରାମୀଣ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ୍ଷେତ୍ରରେ ଜାଗରଣ ଆଣିବ ବୋଲି ସେମାନେ ଉଲ୍ଲେଖ କରିଥିଲେ।

ସାଇକେଲ ଧକ୍କାରୁ ଧାମନଗରରେ ଉତ୍ତେଜନା

ସାଇକେଲ ଧକ୍କାରୁ ଧାମନଗରରେ ଉତ୍ତେଜନା

ଧାମନଗର,୨୧ା୫(ଡି.ଏନ.ଏ.)-ସାଇକେଲ ଧକ୍କାକୁ ନେଇ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ସାନବଜାରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆହତ ଯୁବକଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

‘ସ୍ବପ, ଅଭିଳାଷ ଆଗକୁ ବାଟ ଦେଖାଏ’

‘ସ୍ବପ, ଅଭିଳାଷ ଆଗକୁ ବାଟ ଦେଖାଏ’

ଚାନ୍ଦବାଲି, ୨୧।୫(ଡି.ଏନ.ଏ.)-ଛାତ୍ର ଜୀବନରୁ ସଂଘର୍ଷ କରି ସେ ଆଗକୁ ପାଦ ବଢାଇ ଚାଲିଛନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ପୀରହାଟ ବଜାର ଶିବ ମନ୍ଦିର ପାଖ ବରଗଛ ତଳେ ତାଙ୍କ ବାପା ଏକ ତେଲଭାଜି ଓ ମଟର ଘୁଗୁନ ଦୋକାନ କରି ଚଳୁଥିଲେ। ପିଲାଦିନେ ସେ ବାପାଙ୍କୁ ଦୋକାନ କାମରେ ସହାୟତା କରୁଥିଲେ।

ଭାରିଯାନ ଚଳାଚଳରେ ଅଙ୍କୁଶ ନାହିଁ

ଭାରିଯାନ ଚଳାଚଳରେ ଅଙ୍କୁଶ ନାହିଁ

ବଡ଼ବିଲ, ୨୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହର ମୁଖ୍ୟ ରାଜ୍ୟ ରାଜପଥ କଡରେ ଥିବା ଏକ ଦୋକାନ ଭିତରେ ରବିବାର ସକାଳେ ଏକ ଆଇରନ ଫାଇନ୍ସ ବୋଝେଇ ଡମ୍ପର ପଶିଯାଇଥିଲା। ଫଳରେ ଦୋକାନ ଗୃହଟି ଭାଙ୍ଗି ଯାଇଛି। ସୌଭାଗ୍ୟ ବଶତଃ କାହାର ଜୀବନ ହାନୀ ଘଟି ନ ଥିବା ଜଣାପଡିଛି।