
ଜଲନ୍ଧର, ୧୨-୧
ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ଠାରେ ଜାନୁୟାରୀ ୨୬ (ସାଧାରଣତନ୍ତ୍ର ଦିବସ ) ଅବସରରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ୍ରେ ଲଭ୍ଲି ପ୍ରଫେସନାଲ୍ ୟୁନିଭର୍ସିଟିର ଛାତ୍ରୀ ଅମ୍ବିକା ମିଶ୍ର ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ବିଶିଷ୍ଟ ବ୍ୟକ୍ତି ସମବେତ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ଅମ୍ବିକା ପରେଡ୍ରେ ଅଂଶଗ୍ରହଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ସାମାଜିକ ସମସ୍ୟା ସମାଧାନରେ ଅମ୍ବିକାଙ୍କ ପ୍ରଦର୍ଶନ ଆଧାରରେ ସେ ଏହି ସୁଯୋଗ ପାଇଛନ୍ତି ବୋଲି ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ମଧ୍ୟ ଗ୍ରହଣ କରିବେ।