Dharitri News
ରାଜ୍ୟ | ଉପକୂଳ ଓଡିଶା

ଗହୀରମଥାରେ ୩ ଟ୍ରଲର ଜବତ: ୧୮ମତ୍ସ୍ୟଜୀବୀ ଗିରଫ, ୫କୁଇଣ୍ଟାଲ ମାଛ ଜବତ

ଗହୀରମଥାରେ ୩ ଟ୍ରଲର ଜବତ: ୧୮ମତ୍ସ୍ୟଜୀବୀ ଗିରଫ, ୫କୁଇଣ୍ଟାଲ ମାଛ ଜବତ ରାଜନଗର,୧୨। ୧(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ୩ଟି ଟ୍ରଲରକୁ ବନବିଭାଗ ପାଟ୍ରୋଲିଂ ଟିମ୍‌ ଗୁରୁବାର ବିଳମ୍ବିତ ରାତିରେ ଜବତ କରିଛି। ଏଥିସହ ୧୮ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୫କୁଇଣ୍ଟାଲ ମାଛ ଜବତ କରାଯାଇଛି। ଶୁକ୍ରବାର ଗିରଫ ମତ୍ସ୍ୟଜୀବୀଙ୍କୁ ରାଜନଗର ଜେଏମଏଫ୍‌ସିକୁ ପଠାଯାଇଥିବାବେଳେ ସେଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡା ଅନ୍ତର୍ଗତ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।

ରାଜ୍ୟ | ଉପକୂଳ ଓଡିଶା

ଦାରିଙ୍ଗବାଡ଼ିରେ ବନ୍ଦ ପାଳନ

ଦାରିଙ୍ଗବାଡ଼ିରେ ବନ୍ଦ ପାଳନ

ଦାରିଙ୍ଗବାଡ଼ି, ୨୪।୧(ଡି.ଏନ୍‌.ଏ.): କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ଓ ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀ ଅଫିସ, ୨୪।୧: କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଏବଂ ଭାଜପା ହରତାଳ ଡାକରା ଦେଇଛି। ଏହାର ଆଂଶିକ ପ୍ରଭାବ ପୁରୀରେ ପଡ଼ିଛି। ସହରରେ ଦୋକାନ ବଜାର କାଁଭାଁ ବନ୍ଦ ରହିଛି।

୫୦ ଭାଜପା କର୍ମୀ ଅଟକ

୫୦ ଭାଜପା କର୍ମୀ ଅଟକ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ହରତାଳ କରାଯାଉଛି।

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସତ୍ୟବାଦୀ ଓ ସମ୍ବଲପୁର ସଡ଼କ ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦେବା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ସମ୍ବଲପୁର/ମାନେଶ୍ୱର/ପଡିଆବାହାଲ, ୨୪।୧ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ପଡିଆବାହାଲ ନିକଟସ୍ଥ ଗଉଡପାଲି ବ୍ରିଜ୍‌ ଉପରୁ ମଙ୍ଗଳବାର ରାତିରେ ମାଳତି ନଦୀ ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସି ପଡିଛି । ବୈଷ୍ଣୋଦେବୀ ନାମକ ଏହି ଯାତ୍ରୀବାହୀ ବସ୍‌ (ଓଡି ୧୫ ଏଫ୍‌-୯୦୧୧)ଟି ସମ୍ବଲପୁରରୁ କେନ୍ଦୁଝର ଯାଉଥିଲା। ହେଲେ ରାତି ପ୍ରାୟ ୧୦ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଭିତରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୪।୧(ବ୍ୟୁରୋ):କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।

୨୮ଘଣ୍ଟା ପରେ ଶେଷକୃତ୍ୟ

୨୮ଘଣ୍ଟା ପରେ ଶେଷକୃତ୍ୟ

ପଟ୍ଟାଙ୍ଗି,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତା ମେଡିକାଲରେ ଥିବାବେଳେ ଯେପରି ହୀନସ୍ତା ହୋଇଥିଲେ, ମୃତ୍ୟୁ ପରେ ବି ତାଙ୍କର ମୃତଦେହ ସେଥିରୁ ବାଦ୍‌ ପଡ଼ିନାହିଁ।

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣାରେ କାହିଁକି ବିଳମ୍ବ ହେଉଛି ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିବାର ୨୪ଘଣ୍ଟା ପରେ ଓଡିଶାର ଏହି ଆସନ ସକାଶେ କମିଶନ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି।

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

ନୂଆଦିଲ୍ଲୀ,୨୪ା୧(ସ୍ବ.ପ୍ର.): ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ସୁପ୍ରିମକୋର୍ଟ ମଙ୍ଗବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧ (ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମାସକ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ମଙ୍ଗଳବାର ରାଜଧାନୀ ମଧ୍ୟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା।