Dharitri News
ବାଣିଜ୍ୟ |

ଏପ୍ରିଲ୍‌ ୨ ଯାଏଁ ମାଲ୍ୟାଙ୍କୁ ବେଲ୍‌

ଏପ୍ରିଲ୍‌ ୨ ଯାଏଁ ମାଲ୍ୟାଙ୍କୁ ବେଲ୍‌ ଲଣ୍ଡନ, ୧୨-୧ ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବେଲ୍‌ ଅବଧିକୁ ଲଣ୍ଡନ୍‌ର ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟ ଏପ୍ରିଲ୍‌ ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ କୌଣସି ନିର୍ଯାସ ବାହାରି ନାହିଁ। ଫଳରେ ଏ ସମ୍ପର୍କିତ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। କିନ୍ତୁ ଏ ସମ୍ପର୍କିତ ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ ମଧ୍ୟ ଦିନ ଧାର୍ଯ୍ୟ ହୋଇ ନାହିଁ। ସୂଚନା ଯୋଗ୍ୟ ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କା ଋଣ ବକେୟା ରଖି ବର୍ଷାଧିକ କାଳ ଲଣ୍ଡନରେ ଅଛନ୍ତି।

ବାଣିଜ୍ୟ |

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ନୂଆଦିଲ୍ଲୀ,୨୧-୧-ଟୋଲ୍‌ ପ୍ଲାଜା ଗୁଡିକରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଚା’, କଫି, ପ୍ୟାକେଜ୍‌ଡ୍‌ ଫୁଡ୍‌ ମିଳିବ। ଏଥିପାଇଁ ‘ହାଇଓ୍ବେ ନେଷ୍ଟ୍‌’ ନାମରେ ଛୋଟ ଦୋକାନ ପରି ବ୍ୟବସ୍ଥା କରାଯିବ।

 କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

ନୂଆଦିଲ୍ଲୀ, ୨୧।୧- ଟେଲିକମ୍‌ ଅପରେଟରଙ୍କ ପାଇଁ ର଼୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଉପଭୋକ୍ତାମାନେ କମ୍ପାନୀଗୁଡିକୁ ରେଟିଂ ପ୍ରଦାନ କରିପାରିବେ।

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର, ୨୧।୧- ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି(ବିଜିୟୁ) ଏବଂ ପବ୍ଲିକ୍‌ ରିଲେସନ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ପିଆର୍‌ସିଆଇ) ପକ୍ଷରୁ ‘ଲୋକ ସମ୍ପର୍କ: ଉତ୍ତମ ସାଶନ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ’ ଶୀର୍ଷ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

ପୁରୀ ଅଫିସ,(୨୧।୧):ଦେଶର ଅଗ୍ରଣୀ ହାଇପର ମାର୍କେଟ ବିଗ୍‌ବଜାର ଆସନ୍ତା ୨୪ରୁ ୨୮ ପର୍ଯ୍ୟନ୍ତ ପାଳନ କରିବାକୁ ଯାଉଛି ‘ସବସେ ଶସ୍ତେ ୫ ଦିନ୍‌’ ଅଫର ।

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୦-୧-ଚଳିତ ମାସ ୨୯ରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍‌ ଛପା ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି।

ଏଚ୍‌ପିସିଏଲ୍‌-ଓଏନ୍‌ଜିସି ମିଶ୍ରଣ

ଏଚ୍‌ପିସିଏଲ୍‌-ଓଏନ୍‌ଜିସି ମିଶ୍ରଣ

ନୂଆଦିଲ୍ଲୀ,୨୦-୧(ପି.ଟି.)-ରାଷ୍ଟ୍ରାୟତ୍ତ ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେଶନ୍‌(ଏଚ୍‌ପିସିଏଲ୍‌)ରେ ଥିବା ସରକାରଙ୍କ ୫୧.୧୧% ଅଂଶଧନ ଅଧିଗ୍ରହଣ ବିଷୟ ଘୋଷଣା କରିଛି।

୪୧୩ ବିଲିୟନ ଡଲାର ଅତିକ୍ରମ କଲା  ବୈଦେଶିକ ମୁଦ୍ରା ଭଣ୍ଡାର

୪୧୩ ବିଲିୟନ ଡଲାର ଅତିକ୍ରମ କଲା ବୈଦେଶିକ ମୁଦ୍ରା ଭଣ୍ଡାର

ବମ୍ବେ, ୨୦-୧(ପିଟି) ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ବୈଦେଶିକ ମୁଦ୍ରା ପରିମାଣ ଆଉ ଏକ ରେକର୍ଡ ସ୍ତର ଛୁଇଁଛି। ଜାନୁୟାରୀ ୧୨ରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ପରିମାଣ ୪୧୩.୮୨୫ ବିଲିୟନ ଡଲାର ଛୁଇଁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ଏ ସମ୍ପର୍କିତ ସୂଚନା ଦେଇ କହିଛି ଯେ, ଫରେନ୍‌ କରେନ୍ସି ଆସେଟ୍‌ ବୃଦ୍ଧି ପାଇବା ଫଳରେ ବୈଦେଶିକ ବିନିମୟ ପରିମାଣ ବୃଦ୍ଧି ପାଇଛି।

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ନୂଆଦିଲ୍ଲୀ,୨୦-୧ ଇ-ଓ୍ବେ ବିଲ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାରା ଦେଶରେ ପାଖାପାଖି ୨୧,୭୫୬ ନୂତନ ଟିକସଦାତା ଓ ପରିବହନ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି। ସାମଗ୍ରୀ ଓ ସେବା ଟିକସ ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ବମ୍ବେ, ୧୯-୧ ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ କମ୍ପାନୀ ଗୋଦ୍‌ରେଜ୍‌ ସିଙ୍ଗିଲ୍‌ ଡୋର ରେଫ୍ରିଜ୍‌ରେଟର କ୍ଷେତ୍ରରେ ମାର୍କେଟ୍‌ ଲିଡର ହେବା ପାଇଁ ଲକ୍ଷ୍ୟ ରଖିଛି। ଏହି କ୍ଷେତ୍ରରେ ପ୍ରଥମ କମ୍ପାନୀ ଭାବେ ଏକ ସ୍ବତନ୍ତ୍ର ଡ୍ରୟାର ବିଶିଷ୍ଟ ନୂଆ ରେଫ୍ରିଜ୍‌ରେଟର ‘ଗୋଦ୍‌ରେଜ୍‌ ଏଜ୍‌ ଡ୍ୟୁ’ର ବଜାର ପ୍ରବେଶ ଅବସରରେ କମ୍ପାନୀ ପକ୍ଷରୁ ଏହା କୁହାଯାଇଛି। ଭାରତରେ ରେଫ୍ରିଜରେଟର ବ୍ୟବହାର କରୁଥିବା ପ୍ରାୟ ୮୦% ପରିବାର ସିଙ୍ଗିଲ୍‌ ଡୋର୍‌ ବିଶିଷ୍ଟ ରେଫ୍ରିଜ୍‌ରେଟର ବ୍ୟବହାର କରୁଛନ୍ତି ବୋଲି କମ୍ପାନୀ ପ୍ରକାଶ କରିଛି

ବଢିଚାଲିଛି ତୈଳ ଦର

ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ, ୧୮-୧(ପି.ଟି.) ଦେଶରେ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହୁହୁ ହୋଇ ବଢି ଚାଲିଛି। ନୂଆଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ୭୧ ଟଙ୍କା ଟପିଥିବା ବେଳେ ବମ୍ବେରେ ୮୦ ଟଙ୍କା ଛୁଇଁଛି। ସେହିପରି ଡିଜେଲ୍‌ ଦର ନୂଆଦିଲ୍ଲୀରେ ୬୨ ଟଙ୍କା ଟପିଥିବା ବେଳେ ବମ୍ବେରେ ୬୬ ଟପିଛି। କିନ୍ତୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିନାହାନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ, ୧୮-୧(ପିଟି) ଆସନ୍ତା ୩୧ ତାରିଖରୁ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଗୁରୁବାର ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୧(ପି.ଟି.) ଯେଉଁଠାରେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠେଇବା, ଡିମାଣ୍ଡ୍‌ଡ୍ରାଫ୍‌ଟ୍‌ ତଥା ଚାଲାଣ କାଟିବା ବ୍ୟବସ୍ଥା ଥାଏ ତାହାକୁ ସାଧାରଣତଃ ଏକ ବ୍ୟାଙ୍କ ଶାଖା କୁହାଯାଏ। ଜଣେ ପରିଚାଳକଙ୍କ ଅଧୀନରେ କେତେକ କର୍ମଚାରୀଙ୍କୁ ନେଇ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିଚାଳିତ ହୋଇଥାଏ। ଗ୍ରାହକମାନେ ନିଜର ଆର୍ଥିକ କାରବାର କରିବା ପାଇଁ ଏଠାକୁ ଯାଇ ଥାଆନ୍ତି।