ଖେଳ |

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ଆଜିଠାରୁ

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ଆଜିଠାରୁ
ଖ୍ରୀଷ୍ଟଚର୍ଚ୍ଚ, ୧୨।୧(ପି.ଟି.)- ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ ଏଠାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟରେ ଭବିଷ୍ୟତର ତାରକାଙ୍କ ମଧ୍ୟରେ ଏଥିରେ ମୁକାବିଲା ହେବ। ୩ ଥର ଚାମ୍ପିୟନ ଭାରତ ସମେତ ମୋଟ ୧୬ଟି ଦଳ ଏହି ଜୁନିୟର ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିରାଟ କୋହଲି ହୁଅନ୍ତୁ କିମ୍ବା ଷ୍ଟିଭେନ ସ୍ମିଥ ବର୍ତ୍ତମାନର ସବୁ ତାରକା ଏହି ଜୁନିୟର ବିଶ୍ୱକପରେ ହିଁ ନିଜ ଭବିଷ୍ୟତ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତିଯୋଗିତାର ପ୍ରଥମ ଦିବସରେ ପାକିସ୍ତାନ-ଆଫଗାନିସ୍ତାନ ଏବଂ ଆୟୋଜନ ନ୍ୟୁଜିଲାଣ୍ଡ ଏବଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ। ଏସିଆ କପ୍‌ରେ ଖରାପ ପ୍ରଦର୍ଶନ ପରେ ଭାରତ ପାଇଁ ଏଠାରେ ଦକ୍ଷତା ଦେଖାଇବାର ସୁଯୋଗ ଆସିଛି। ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ ବେ ଓଭାଲଠାରେ ଅଷ୍ଟ୍ରେଲିଆ ବିପରେ ଖେଳିବ। ୨୦୧୬ରେ ଅନୁଷ୍ଠିତ ବିଶ୍ୱକପର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜଠାରୁ ହାରି ଭାରତ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ଏଥର କିନ୍ତୁ ଦଳ ଟାଇଟଲ ଫେଭରାଇଟ ରହିଛି। ଆଗାମୀ ପ୍ରତିଯୋଗିତାରେ ଭାରତୀୟ ଅଧିନାୟକ ପୃଥ୍ବୀ ଶ, ଶୁଭମ୍‌ ଗିଲ, ଅଷ୍ଟ୍ରେଲିଆ ଅଧିନାୟକ ଜାସନ ସାଙ୍ଘା, ପାକିସ୍ତାନ ପେସର ଶାହିନ ଆଫ୍ରିଦୀ, ଆଫଗାନିସ୍ତାନ ବ୍ୟାଟିଂ ସେନ୍‌ସେଶନ ବାହିର ଶାହଙ୍କ ଉପରେ ନଜର ରହିବ। ଘରୋଇ କ୍ରିକେଟରେ ଏମାନେ ପ୍ରଭାବୀ ରହିଥିବାରୁ ବିଶ୍ୱକପରେ ପ୍ରଦର୍ଶନର ଛାପ ଛାଡ଼ିବା ସମ୍ଭାବନା ରହିଛି। ପୃଥ୍ବୀ, ଗିଲ୍‌, ସାଙ୍ଘା, ଶାହ ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ହାସଲ କରି ସାରିଛନ୍ତି। ବାମହାତୀ ପେସର ଆଫ୍ରିଦୀ କ୍ୱାଦ-ଇ-ଆଜମ ଟ୍ରଫିରେ ୩୯ ରନ ବିନିମୟରେ ୮ ଟି ଉଇକେଟ ହାସଲ କରିଛନ୍ତି। ଯାହାକି ପ୍ରଥମଶ୍ରେଣୀ କ୍ରିକେଟ ପଦାର୍ପଣରେ କୌଣସି ପାକିସ୍ତାନୀ ଖେଳାଳିଙ୍କ ପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ। ବାହିର ଶାହ ୧୭ ବର୍ଷ ବୟସରେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୨୧.୭୭ ଆଭରେଜ ରଖି କିମ୍ବଦନ୍ତୀ କ୍ରକେଟର ଡନ୍‌ ବ୍ରାଡ୍‌ମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି। ଷ୍ଟିଭ୍‌ ଓ୍ବ ଓ ମାଖୟା ଏନଟିନଙ୍କ ପୁତ୍ର ଅଷ୍ଟିନ ଓ ଥାଣ୍ଡୋ ଟୁର୍ନାମେଣ୍ଟରେ ଗ୍ଲାମର ଭରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ସୁଥରଲାଣ୍ଡଙ୍କ ପୁଅ ମଧ୍ୟ ଜାତୀୟ ଦଳରେ ରହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ ପାଇଁ ଖେଳାଳି ନିଲାମ ହେବାକୁ ଯାଉଥିବାରୁ ୧୯ ବର୍ଷରୁ କମ୍‌ ବିଶ୍ୱକପ ଯୁବ ଖେଳାଳିଙ୍କ ମୂଲ୍ୟ ବଢ଼ାଇବାରେ ସହାୟକ ହେବ। ଗତଥର ଢାକାରେ ଆକର୍ଷଣୀୟ ପ୍ରଦର୍ଶନ ପରେ ରିଷଭ ପନ୍ତଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ୧.୯ କୋଟି ଟଙ୍କାରେ କିଣିଥିଲା। ଖ୍ରୀଷ୍ଟଚର୍ଚ୍ଚ, କ୍ୱିନ୍ସଟାଉନ, ତୌରଙ୍ଗା ଓ ହ୍ବାଙ୍ଗାରେଇର ୭ଟି ଭେନ୍ୟୁରେ ମ୍ୟାଚ ଗୁଡ଼ିକ ଖେଳାଯିବ। ୨୦ଟି ମ୍ୟାଚର ସିଧା ପ୍ରସାରଣ ହେବ। ଭାରତ ଗ୍ରୁପ ‘ବି’ରେ ସ୍ଥାନ ପାଇଛି। ଏହି ଗ୍ରୁପର ଅନ୍ୟ ଦଳଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ପପୁଆ ନ୍ୟୁଗିନି, ଜିମ୍ବାଓ୍ବେ। ଭାରତ ୧୪ ତାରିଖରେ ଅଷ୍ଟ୍ରେଲିଆ, ୧୬ରେ ପପୁଆ ନ୍ୟୁଗିନି ଓ ୧୯ ତାରିଖରେ ଜିମ୍ବାଓ୍ବେକୁ ଭେଟିବ। ଫେବୃୟାରୀ ୩ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ। ଭାରତୀୟ ଦଳ: ପୃଥ୍ବୀ ଶ(ଅଧିନାୟକ), ଶୁଭମ୍‌ ଗିଲ୍‌, ଆର୍ଯ୍ୟନ ଜୁୟାଲ, ଅଭିଷେକ ଶର୍ମା, ଅର୍ଶଦୀପ ସିଂ, ହାର୍ଭିକ ଦେଶାଇ, ମନଜୋତ କାଲରା, କମଲେଶ୍‌ ନାଗରକୋଟି, ପଙ୍କଜ ଯାଦବ, ରିୟାନ ପାରଗ, ଇଶାନ ପୋରେଲ, ହିମାଂଶୁ ରଣା, ଅନୁକୁଳ ରୟ, ଶିବମ୍‌ ମାଭି, ଶିବା ସିଂ।
All Right Reserved By

ଖେଳ |

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ନାସିକରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ରନର୍ସଅପ୍‌ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ଉତ୍ତରପ୍ରଦେଶଠାରୁ ହାରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। 

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଫୁଟ୍‌ବଲ ଖେଳାଳି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଆଉ ଏକ ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ବିଭିନ୍ନ ବୟସ ବର୍ଗରେ ଜାତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ଓ ଚୟନକର୍ତ୍ତା ଦାୟିତ୍ୱ ସଫଳତାର ସହିତ ତୁଲାଇଥିବାବେଳେ ଏବେ ତାଙ୍କୁ ଖେଲୋ ଇଣ୍ଡିଆର ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। 

ଇଣ୍ଡିଆନ ସୁପର ଲିଗ୍‌: କୋଲକାତାର ପ୍ରଥମ ବିଜୟ

ଇଣ୍ଡିଆନ ସୁପର ଲିଗ୍‌: କୋଲକାତାର ପ୍ରଥମ ବିଜୟ

ନୂଆଦିଲ୍ଲୀ,୧୮।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଆଟଲେଟିକୋ କୋଲକାତା ୨-୧ ଗୋଲରେ ଦିଲ୍ଲୀ ଡାଇନାମୋସକୁ ପରାସ୍ତ କରିଛି। ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବଦଳ ଖେଳାଳି ନୌସାଏର ଏଲ୍‌ ମାଇମୋଉନିଙ୍କ ଗୋଲ ବଳରେ କୋଲକାତା ବାଜି ମାରିଛି।

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ବିଜୟୀ

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ବିଜୟୀ

ସୋନିପତ,୧୮।୧୦(ପି.ଟି.)- ପ୍ରୋ କବାଡି ଲିଗ୍‌ (ପି.କେ.ଏଲ୍‌)ର ଷଷ୍ଠ ସଂସ୍କରଣରେ ବୁଧବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ବୁଲ୍ସ ୪୪-୩୫ରେ ତାମିଲ ଥାଲାଇଭାସ୍‌କୁ ହରାଇଛି। ବେଙ୍ଗାଲୁରୁ ତରଫରୁ ପଓ୍ବନ ସେହରାଓ୍ବତ୍‌ ୧୬ ଓ କାଶିଲିଙ୍ଗ୍‌ ଅଡାକେ ୧୨ ପଏଣ୍ଟ ଅର୍ଜନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 

ଭାରତ ଗସ୍ତରୁ ଓହରିଲେ ଲୁଇସ୍‌

ଭାରତ ଗସ୍ତରୁ ଓହରିଲେ ଲୁଇସ୍‌

ଗୁଆହାଟୀ, ୧୮।୧୦(ପି.ଟି.)- ଭାରତ ଗସ୍ତରେ ଆସିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଦଳକୁ ଆଉ ଏକ ଜବରଦସ୍ତ ଝଟ୍‌କା ଲାଗିଛି। ଟେଷ୍ଟ ସିରିଜରେ ୨-୦ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ସଂଘର୍ଷ କରୁଥିବା ବେଳେ ବିସ୍ଫୋରକ ଓପନ ଏଭିନ ଲୁଇସ୍‌ ଏହି ଗସ୍ତରୁ ଓହରିଯାଇଛନ୍ତି। ଆଗକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଥିବା ବେଳେ  ଓ୍ବେଷ୍ଟଇଣ୍ଡିଜ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ବ୍ୟକ୍ତିଗତ କାରଣରୁ ଲୁଇସ୍‌ ଓହରିଯାଇଥିବା କଥା ସୂଚନା ଦେଇଛନ୍ତି। 

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନର ଆଧିପତ୍ୟ

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନର ଆଧିପତ୍ୟ

ଆବୁଧାବି, ୧୮।୧୦(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟିଂ ଓ ବୋଲିଂରେ କମାଲ କରି ଆଧିପତ୍ୟ ବିସ୍ତାର କରିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୨୮୨ ରନ କରି  ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୦.୪ ଓଭରରେ ୧୪୫ ରନ କରି ଅଲଆଉଟ ହୋଇଥିଲା।

ବିଜୟ ହଜାରେ ଟ୍ରଫି: ଫାଇନାଲରେ ମୁମ୍ବାଇ

ବିଜୟ ହଜାରେ ଟ୍ରଫି: ଫାଇନାଲରେ ମୁମ୍ବାଇ

ବେଙ୍ଗାଲୁରୁ, ୧୮।୧୦(ପି.ଟି.)- ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ମୁମ୍ବାଇ ବିଜୟ ହଜାରେ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ବୁଧବାର ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷାବାଧାପ୍ରାପ୍ତ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଭିଜେଡି ପଦ୍ଧତିରେ ୬୦ ରନରେ ହାଇଦ୍ରାବାଦକୁ ହରାଇ ଫାଇନାଲକୁ ଉଠିଛି। 

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପରେ ବ୍ରୋଞ୍ଜ ଜିତିଲେ ଶ୍ରମିକଙ୍କ ପୁଅ

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପରେ ବ୍ରୋଞ୍ଜ ଜିତିଲେ ଶ୍ରମିକଙ୍କ ପୁଅ

ବୁଏନ୍ସ ଆରିଜ, ୧୮।୧୦(ପି.ଟି.)- ଏଠାରେ ଚାଲିଥିବା ୟୁଥ ଅଲିମ୍ପିକ୍ସରେ ତାମିଲନାଡୁର ଜଣେ ଖେତ ଶ୍ରମିକଙ୍କ ପୁଅ ପ୍ରବୀନ ଚିତ୍ରଭେଲ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ପୁରୁଷ ଟ୍ରିପଲ ଜମ୍ପରେ ପ୍ରବୀନ ଏହି ସଫଳତା ପାଇଛନ୍ତି। ଫଳରେ ଏଥିସହ ଭାରତ ଆତଲେଟିକ୍ସରେ ତା’ର ଦ୍ୱିତୀୟ ପଦକ ହାସଲ କରିଛି। 

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌:  ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌: ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଓଡେନ୍ସ,୧୭।୧୦(ପି.ଟି.)- ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟରେ ଭାରତୀୟ ତାରକା ତଥା ବିଶ୍ୱର ୬ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ହାନ୍ସ- କ୍ରିଷ୍ଟିଆନ ସୋଲବର୍ଗ ଭିଟ୍ଟିଙ୍ଗଘସ୍‌ଙ୍କୁ ହରାଇ  ଅଗ୍ରଗତି କରିଛନ୍ତି। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ  ଚାଇନାର ଅଭିଜ୍ଞ ଖେଳାଳି ଲିନ୍‌ ଡାନଙ୍କୁ ଭେଟିବେ। 

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି:  ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ମସ୍କାଟ,୧୭।୧୦(ପି.ଟି.)- ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅପେକ୍ଷାକୃତ ଦୁର୍ବଳ ତଥା ଆୟୋଜକ ଓମାନ ପରସ୍ପରକୁ ଭେଟିବେ। ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଏହି ଟୁର୍ନାମେଣ୍ଟ ଏସୀୟ ଦେଶଗୁଡିକ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଗତଥରର ଚାମ୍ପିୟନ ଭାରତ ଏଥର ମଧ୍ୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଏସିଆନ ଗେମ୍ସର ବିଫଳତାକୁ ପଛରେ ପକାଇ ଭାରତ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ଆବୁଧାବି, ୧୭।୧୦- ପାକିସ୍ତାନ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ମାତ୍ର ୧୪୫ ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। 

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ ସ୍ପିନ ଲିଜେଣ୍ଡ ଅନିଲ କୁମ୍ବଲେ ବୁଧବାର ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍‌-ସ୍ପିନର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା କୁମ୍ବଲେଙ୍କୁ ଏହି ଅବସରରେ କ୍ରିକେଟ ଜଗତ ସମେତ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।