ମେଟ୍ରୋ |

ଜେଡିସିଏ ଫିଲ୍ମ ଉତ୍ସବ ଆରମ୍ଭ

ଜେଡିସିଏ ଫିଲ୍ମ ଉତ୍ସବ ଆରମ୍ଭ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଆରମ୍ଭ ହେଲା ୧୨ତମ ଜେଡି ସେଣ୍ଟର ଅଫ୍‌ ଆଟ୍‌(ଜେଡିସିଏ) ଫିଲ୍ମ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଇଡକୋଲ ଅଡିଟୋରିୟମଠାରେ ଏହି ଉତ୍ସବକୁ ଉଦ୍‌ଘାଟିତ କରିଛନ୍ତି। ଚଳିତ ବର୍ଷ ଏହାର ପ୍ରସଙ୍ଗ ‘ସାହିତ୍ୟ ରହିଛି। ଏହି ଉତ୍ସବ ୩ ଦିନ ଧରି ଚାଲିବ। ଏଥିରେ ୩୯ଟି ଡକୁମେଣ୍ଟାରୀ ଫିଲ୍ମ ପଦର୍ଶିତ ହେବ। ଏହି ଅବସରରେ ଓଡ଼ିଶା କଳା ଓ କଳାକାରର ରାଜ୍ୟ। ଐତିହ୍ୟ ଓ ସଂସ୍କୃତିର ଗନ୍ତାଘର। କଳା ଓ କଳାକାରଙ୍କ ପାଇଁ ଜେଡିସିଏ କରୁଥିବା ଏହି ମହୋତ୍ସବ ସ୍ବାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏଥିରେ ୧୨ଟି ଓଡ଼ିଆ, ୧୨ଟି ଅନ୍ୟ ଭାରତୀୟ ଭାଷାର ଫିଲ୍ମ ଓ ୧୫ଟି ଆନ୍ତର୍ଜାତୀୟ ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

All Right Reserved By

Model This Week

Model This Week

ମେଟ୍ରୋ |

ମେ ୨୫ରେ ଘରୋଇ ହସ୍ପିଟାଲ ବନ୍ଦ ଚେତାବନୀ

ମେ ୨୫ରେ ଘରୋଇ ହସ୍ପିଟାଲ ବନ୍ଦ ଚେତାବନୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡିକ ପାଇଁ ନୂତନ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଆଇନ ଆଣିବାକୁ ନିଖିଳ ଓଡ଼ିଶା ବେସରକାରୀ ମେଡିକାଲ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଫୋରମ୍‌ ସରକାରଙ୍କୁ ଏକମାସ ସମୟ ଦେଇଛି। ଏହି ସମୟ ଭିତରେ ଆଇନ ନ ଆଣିଲେ ଆସନ୍ତା ମେ ୨୫ ତାରିଖରେ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ବନ୍ଦ କରିଦିଆଯିବ।

ଡାକ୍ତରଙ୍କୁ ଅସଦାଚରଣ ପ୍ରତିବାଦରେ ଡାକ୍ତରଖାନାରେ ତାଲା ପକାଇଲେ ଗ୍ରାମବାସୀ

କଣ୍ଟାପଡ଼ା,୨୪।୪(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ଅସଦାଚରଣ କରାଯିବା ପ୍ରତିବାଦରେ ମଙ୍ଗଳବାର ଅଡ଼ଶପୁର ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଛନ୍ତି।

ନାବାଳିକା ବଳାତ୍କାର ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ନାବାଳିକା ବଳାତ୍କାର ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ନାବାଳିକା ବଳାତ୍କାର ପ୍ରସଙ୍ଗରେ ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ଗୃହରେ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ମହିଳା, ଶିଶୁ ଏବଂ ଅନ୍ୟ ସମ୍ବେଦନଶୀଳ ସମସ୍ତ ବର୍ଗଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଆସିଛନ୍ତି।

ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବାଲିଅନ୍ତା, ୨୪।୪(ଡି.ଏନ୍‌.ଏ.): କମିଶନରେଟ ପୋଲିସର ବାଲିଅନ୍ତା ଥାନା ଓ ବାଲିଅନ୍ତା ୟୁଥ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ବାଲିଅନ୍ତା ପଞ୍ଚାୟତ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବାଲିଅନ୍ତା ନିକୁଞ୍ଜବିହାରୀ କଲ୍ୟାଣମଣ୍ଡପ ପରିସରରେ ଚାଲିଥିବା ଏହି ଶିବିରକୁ କ୍ଲବର କର୍ମକର୍ତ୍ତାମାନେ ପରିଚାଳନା କରୁଛନ୍ତି।

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ମାର୍ଚ୍ଚ ୨୦୧୯ ସୁଦ୍ଧା ରାଜ୍ୟର ସହରାଞ୍ଚଳର ପ୍ରତି ପରିବାରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସଚିବାଳୟରେ ସହରାଞ୍ଚଳର ପାନୀୟ ଜଳ ଯୋଗାଣ ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ବିଜେଡିର କ୍ଷତି ହେବାର ନାହିଁ। ବିଜେଡିର ସଂଖ୍ୟା ଟିକେ କମିଯାଇପାରେ ମାତ୍ର ବିଜେଡି ସରକାର ନିଶ୍ଚୟ ଗଢିବ ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି।

ପ୍ରଭାତଙ୍କୁ ମିଳିଲା ଜାମିନ୍‌

ପ୍ରଭାତଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ୍‌,୨୪।୪: ସି ଶୋର ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ସେପ୍ଟେମ୍ବରୁ ଗିରଫ ହୋଇଥିବା ପ୍ରଭାତଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ୍‌ ମିଳିଛି।

ବଢିଲା ମହଙ୍ଗା ଭତ୍ତା

ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୪।୪(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ହେବାପରେ ଏହା ୭ ପ୍ରତିଶତ ହୋଇଛି।

ଶ୍ରୀମନ୍ଦିର ଜଗମୋହନ ମାମଲା: ମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀମନ୍ଦିର ଜଗମୋହନ ମାମଲା: ମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ, ୨୪।୪: ଶ୍ରୀମନ୍ଦିର ଜଗମୋହନ ସମ୍ପର୍କିତ ମାମଲା ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ବେଳେ ହାଇକୋର୍ଟ ବେଢା ମଧ୍ୟରେ ଥିବା ସମସ୍ତ ପାର୍ଶ୍ୱ ମନ୍ଦିରଗୁଡିକର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ବେଢା ମଧ୍ୟରେ ଥିବା ସମସ୍ତ ମନ୍ଦିର ସହିତ ମୁକ୍ତି ମଣ୍ଡପର ସ୍ଥିତି ଯାଞ୍ଚ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ, ଏଏସ୍‌ଆଇ ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ନିମାପଡ଼ା, ୨୪।୪(ଡି.ଏନ୍‌.ଏ.): ନିମାପଡ଼ା ସେସୁ ଉପଖଣ୍ଡ ବାମନାଳ ସେକ୍ସନ(୨)ର କନିଷ୍ଠ ଯନ୍ତ୍ରୀ ଗ୍ରାହକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ବାସୁଦେବ ମହାରଣା।

୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କାକଟପୁର, ୨୪।୪(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତର ସୁନାରିବସ୍ତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ ମିଶ୍ର ବିଦ୍ୟାଳୟର ୩ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର କାକଟପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ ଅଫିସ, ୨୪।୪: ଆସନ୍ତା ୨୫ ତାରିଖରେ ପୁରୀ କ୍ଲବ୍‌ର ନିର୍ବାଚନ ଲାଗି ସ୍ଥିତ ହୋଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବୁଧବାର ହେବାକୁ ଥିବା ଏହି ନିର୍ବାଚନ ହେବ ନାହିଁ।