Dharitri News
ଫୁରସତ |

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ। ଏହି ତରଳ ପଦାର୍ଥ ମସ୍ତିଷ୍କ ଏବଂ ଏହାର ବାହ୍ୟସ୍ତରରେ ପ୍ରବାହିତ ହୋଇଥାଏ। ଏହି ତରଳ ପଦାର୍ଥ ସ୍ପାଇନାଲ୍‌ କର୍ଡ ଓ ଏହାର ବାହ୍ୟ ଆବରଣ ମଧ୍ୟରେ ସମନ୍ବୟ ସୃଷ୍ଟି କରିଥାଏ। ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ମଧ୍ୟରେ ଭିଜୁଆଲ୍‌ ଇମ୍ପପାୟରମେଣ୍ଟ୍‌ ଇଣ୍ଟ୍ରାକ୍ରାନିଆଲ୍‌ ପ୍ରେସର୍‌୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳିଥାଏ। ଫଳରେ ସେମାନଙ୍କର ଦୃଷ୍ଟିଶକ୍ତି ତୁଳନାତ୍ମକ ଭାବେ ହ୍ରାସ ପାଇଥାଏ ବୋଲି ଦକ୍ଷିଣ କାର୍ଲିଫର୍ନିଆର ମେଡିକାଲ ବିଶ୍ୱ ବିଦ୍ୟାଳୟର ନ୍ୟୁରୋରେଡିଓଲୋଜିଷ୍ଟ ଡାକ୍ତର ମାଇକେଲ୍‌ ଆଣ୍ଟୋନ୍ୟୁସି ସୂଚନା ଦେଇଛନ୍ତି। ଏଥିପାଇଁ ୩୪ ଜଣ ମହାକାଶଚାରୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ଜଣାପଡ଼ିଥିଲା ୯୪ ପ୍ରତିଶତ ମହାକାଶଚାରୀଙ୍କ ମସ୍ତିଷ୍କର ମଧ୍ୟଭାଗରେ ଥିବା ସୁଲ୍‌କସ୍‌ ସଂକୀର୍ଣ୍ଣ ହୋଇଯାଇଥାଏ। ଏଠାରେ ଥିବା ଅଂଶ ଦୃଷ୍ଟିଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ। ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ର ଅଭାବ ଯୋଗୁ ଅପ୍ଟିକ୍‌ ନର୍ଭ ଠିକ୍‌ ଭାବେ କାର୍ଯ୍ୟ କରିପାରି ନ ଥାଏ। ଫଳରେ ରେଟିନାରେ ପ୍ରତିଫଳିତ ହେଉଥିବା ଚିତ୍ର ସମ୍ପର୍କରେ ଠିକ୍‌ ସନ୍ଦେଶ ମସ୍ତିଷ୍କରେ ପହଞ୍ଚିପାରେ ନାହିଁ। କିଛି ଦିନ ପୃଥିବୀରେ ରହିବା ପରେ ମହାକାଶଚାରୀଙ୍କଠାରେ ଦେଖାଯାଉଥିବା ଏହି ପ୍ରଭାବ ଧୀରେ ଧୀରେ କମି ସ୍ବାଭାବିକ ଅବସ୍ଥାକୁ ଫେରିଆସିଥାଏ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଫୁରସତ |

ବଲିଉଡ୍‌ରେ ନାରୀବାଦର ବାର୍ତ୍ତାବହ

ବଲିଉଡ୍‌ରେ ନାରୀବାଦର ବାର୍ତ୍ତାବହ

ରହସ୍ୟମୟୀ ହସରେ ରୁପେଲି ପରଦାରେ କୋଟି ହୃଦୟକୁ ଚିରିଦେବାର କ୍ଷମତା ରଖିଥିଲେ ଚପଳନୟନା ଦକ୍ଷିଣ ସୁନ୍ଦରୀ ଶ୍ରୀଦେବୀ। ବିଚକ୍ଷଣ ଅଭିନୟ ବଳରେ ୮୦ ଏବଂ ୯୦ ଦଶକରେ ବଲିଉଡ୍‌ରେ ରାଜ୍‌ କରିଥିଲେ ଏହି ମହାନାୟିକା। ପୁରୁଷପ୍ରଧାନ ହିନ୍ଦୀ ସିନେମା ଜଗତରେ ନୂଆ ପରମ୍ପରା ସୃଷ୍ଟି କରିବା ସହ ମହିଳାଙ୍କ ସ୍ଥିତି ସୁଦୃଢ଼ କରିପାରିଥିଲେ ସେ। ଏଥିଲାଗି ତାଙ୍କୁ ବଲିଉଡ୍‌ରେ ନାରୀବାଦର ବାର୍ତ୍ତାବହ ବୋଲି ମଧ୍ୟ କୁହଯାଏ। ଦର୍ଶକଙ୍କୁ ପ୍ରେକ୍ଷାଳୟମୁହଁା କରିବା ଏବଂ ଫିଲ୍ମକୁ ସୁପର୍‌ହିଟ୍‌ କରାଇବାରେ ଶ୍ରୀଦେବୀଙ୍କ ନାମ ହିଁ ପର୍ଯ୍ୟାପ୍ତ ଥିଲା। ୫ ଦଶନ୍ଧିର କ୍ୟାରିୟର୍‌ରେ ରୁପେଲି ପରଦାରେ ଛାଇ ରହିଥିଲେ ସେ। ସେଥିପାଇଁ ତାଙ୍କୁ ବଲିଉଡ୍‌ର ମହିଳା ସୁପର୍‌ଷ୍ଟାର୍‌ ଆଖ୍ୟା ମିଳିଛି। ବ୍ୟକ୍ତିଗତ ଜୀବନରେ ଶାନ୍ତଶିଷ୍ଟ ଏବଂ କମ୍‌ କଥା କହୁଥିବା ଶ୍ରୀଦେବୀ ଯେକୌଣସି ଚରିତ୍ର ହେଉ ନା କାହିଁକି କ୍ୟାମେରା ସାମ୍ନାରେ ଛିଡ଼ାହେଲେ କାଳ୍ପନିକ ଚରିତ୍ରକୁ ଜୀବନ୍ତ କରିଦେଉଥିଲେ। ଲୋକପ୍ରିୟତା ଏତେ ଥିଲା ଯେ ଶ୍ରୀଦେବୀଙ୍କ ପ୍ରତିଟି ଷ୍ଟାଇଲ୍‌ ପ୍ରଶଂସକଙ୍କ ମଧ୍ୟରେ ଟ୍ରେଣ୍ଡ ସୃଷ୍ଟି କରିଥିଲା। ଏବେ ବି ତାଙ୍କୁ ଲୋକେ ‘ମିସ୍‌ ହାଓ୍ବା ହାଓ୍ବାଇ’ ଏବଂ ‘ଚାନ୍ଦ୍‌ନୀ’ ବୋଲି ସମ୍ବୋଧନ କରିଥାନ୍ତି।

ମୋ ଦରମା ଦେଖି ବାପା କାନ୍ଦି ପକାଇଥିଲେ: ଅବସରପ୍ରାପ୍ତ ସୁବେଦାର ମେଜର କ୍ଷମାସାଗର ସାହୁ

ମୋ ଦରମା ଦେଖି ବାପା କାନ୍ଦି ପକାଇଥିଲେ: ଅବସରପ୍ରାପ୍ତ ସୁବେଦାର ମେଜର କ୍ଷମାସାଗର ସାହୁ

ଯେତେବେଳେ ମୁଁ ମୋ ଚାକିରିର ପ୍ରଥମ ଦରମା ସାତହଜାର ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି, ବାପାଙ୍କ ଆଖିରେ ଖୁସିରେ ଲୁହ ଆସିଯାଇଥିଲା। ଆଜିଯାଏଁ ମୁଁ ସେ ମୁହୂର୍ତ୍ତକୁ ମନରୁ ପାସୋରି ପାରୁନାହିଁ। ସାଧାରଣ ଜଣେ ସିପାହି ଭାବେ ଆର୍ମିରେ ମୁଁ ଯୋଗ ଦେଇଥିଲି। ଆଉ ନିଷ୍ଠାର ସହ ଦୀର୍ଘ ୩୦ ବର୍ଷ କାର୍ଯ୍ୟକରି ଅନରାରି ସୁବେଦାର ମେଜର ଭାବେ ୨୦୧୪ ଏପ୍ରିଲରେ ଚାକିରିରୁ ଅବସର ନେଇଥିଲି। ମୋ ଚାକିରିର ସବୁଠାରୁ ବଡ଼ ଉପଲବ୍ଧି ହେଉଛି, ମୁଁ ସେନାରେ ରହିବାରୁ ମୋ ଦୁଇପୁଅଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରିବା ସହ ମୋର ସାଧାରଣ ପରିବାରକୁ ଏକ ପ୍ରତିଷ୍ଠିତ ପରିବାର କରିବାରେ ସଫଳ ହୋଇପାରିଛି।

ଆସୁଛି ରଙ୍ଗର ପର୍ବ: ଖେଳନ୍ତୁ ‘ହର୍ବାଲ ହୋଲି’(ସ୍ବତନ୍ତ୍ର ଉପସ୍ଥାପନା)

ଆସୁଛି ରଙ୍ଗର ପର୍ବ: ଖେଳନ୍ତୁ ‘ହର୍ବାଲ ହୋଲି’(ସ୍ବତନ୍ତ୍ର ଉପସ୍ଥାପନା)

ରଙ୍ଗର ପର୍ବ ହୋଲିକୁ ସୁନ୍ଦର ଆଉ ସ୍ବାସ୍ଥ୍ୟପ୍ରଦ କରିବା ଲାଗି ଏବେ ବଢୁଛି ସଚେତନତା, ଯେଉଁଥି ପାଇଁ କେମିକାଲ ରଙ୍ଗ ବଦଳରେ ଏବେ ହର୍ବାଲ ହୋଲିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ପୁଣି ସମସ୍ତେ ଫେରିବାକୁ ଚାହୁଁଛନ୍ତି ପୁରୁଣା ଦିନକୁ। ଖାସ୍‌ ସେଥିପାଇଁ ରଙ୍ଗର ପର୍ବ ହୋଲିକୁ ସୁନ୍ଦର ଆଉ ସ୍ବାସ୍ଥ୍ୟପ୍ରଦ ଭାବରେ ପାଳନ କରିବାକୁ ଚାହଁୁଛନ୍ତି। ଏହି କାରଣରୁ ବଜାରରେ ମିଳୁଥିବା କେମିକାଲ ରଙ୍ଗରେ ହୋଲି ନ ଖେଳି ପ୍ରାକୃତିକ ରଙ୍ଗରେ ଏହାର ମଜା ନେବାକୁ ଏବେ ବେଶି ଆଗଭର ହେଉଛନ୍ତି। ଏହା ସ୍ବାସ୍ଥ୍ୟ ପ୍ରତି ହିତକର ଏବଂ ତା’ସହ ତ୍ୱଚା ପ୍ରତି ଲାଭଦାୟକ ମଧ୍ୟ।

ଚର୍ଚ୍ଚିତ ବିବାହ: ବରଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଲେ କନ୍ୟା

ଚର୍ଚ୍ଚିତ ବିବାହ: ବରଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଲେ କନ୍ୟା

ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ବର କନ୍ୟା ଘରକୁ ଆସିବାର ପ୍ରଥା ହିନ୍ଦୁ ସଂସ୍କୃତିରେ ରହି ଆସିଛି। ତେବେ ଏବେ ସମୟ ବଦଳିଛି। ବର କନ୍ୟାଙ୍କ ଘରକୁ ନୁହେଁ ବରଂ କନ୍ୟା ବର ଘରେ ପହଞ୍ଚି ବିବାହ କରିଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ପାଟଣାରେ। ବମ୍ବେରେ ସହକାରୀ ବ୍ୟାଙ୍କ ମ୍ୟାନେଜର ଭାବେ କାମ କରୁଥିବା ସ୍ନେହା ପାଟଣାରୁ ବରଯାତ୍ରୀ ଧରି ଦାନାପୁରରେ ପହଞ୍ଚିଥିଲେ।

 ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା

ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା

ଓ୍ବାଶିଂଟନ: ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ନିଦ୍ରା ହୀନତା ରୋଗ ଦେଖାଯାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ତିନି ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଶ୍ୱାସନଳୀ ସମ୍ପର୍କିତ ରୋଗ ମଧ୍ୟ ଦେଖା ଦେଇଥାଏ। ସେମାନଙ୍କର ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇ ନ ଥିବାରୁ ସେମାନଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏନେଇ ଗବେଷକ ୯୬ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନଙ୍କର ମସ୍ତିଷ୍କର ଏମ୍‌ଆର୍‌ଆଇ କରାଯାଇଥିଲା। ଜଣାପଡିଥିଲା ଯେ, ମାତୃ ଗର୍ଭରେ କମ୍‌ ସମୟ ରହିଥିବା ଶିଶୁଙ୍କର ନାସୋଫାରିଞ୍ଜିୟାଲ୍‌ ଆୟତନ ପରିମାଣ ୨୨୧.୧ ମିଲିମିଟର ଥିବାବେଳେ ଓରୋଫାରିଞ୍ଜିୟାଲ ଆୟତନ ୧୭୯.୩ ମିଲିମିଟର ରହିଥାଏ । ଅନ୍ୟପକ୍ଷରେ ମାତୃ ଗର୍ଭରେ ନିର୍ଦ୍ଦିଷ୍ଟ ସମୟ ପୂରଣ କରିଥିବା ଶିଶୁଙ୍କର କ୍ଷେତ୍ରରେ ଏହି ଦୁଇଟିର ପରିମାଣ ଯଥାକ୍ରମେ ୪୯୫.୬ ମିଲିମିଟର ଓ ୩୧୩.୬ ମିଲିମିଟର ରହିଥାଏ ବୋଲି ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଶିଶୁ ବିଶେଷଜ୍ଞ ପ୍ରଫେସର ଅନିଲାଓ୍ବାନ୍‌ ସ୍ମିଥ୍‌ମେଧିନ୍‌ ସୂଚିତ କରିଛନ୍ତି।

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ରାଜସ୍ଥାନ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର। ବରଯାତ୍ରୀରେ ଆସିଥିଲେ ପୂର୍ବ ସ୍ତ୍ରୀଙ୍କ ଝିଅ, ଜ୍ୱାଇଁ ତଥା ଅନ୍ୟ ପରିଜନ। ସ୍ଥାନୀୟ ପରମ୍ପରାନୁଯାୟୀ ଓଟ ପିଠିରେ ବସି ପହଞ୍ଚିଥିଲା ବର। ସମସ୍ତ ବୈଦିକ ରୀତିନୀତିରେ ହୋଇଥିଲା ବିବାହ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ରାଜସ୍ଥାନର କରୌଲି ଜିଲାର କୁଡଗାଓଁରେ ଘଟିଛି ଏପରି ବିବାହ।

ପ୍ରଥମ ଦରମା  ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ପ୍ରଥମ ଦରମା ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ତଥା ବିଜ୍ଞାନ ଲେଖକ ଡା. ଦ୍ୱିଜେଶ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଢେଙ୍କାନାଳ ଜିଲା ଧଳପୁର ନିକଟ ଶାଆନ୍ଦା ଗାଁରେ ମୋର ଜନ୍ମ। ସ୍ଥାନୀୟ ବି.ବି. ହାଇସ୍କୁଲ୍‌ରୁ ୧୯୬୦ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଅନୁଗୋଳ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିଲି। ତା’ପରେ ବୁର୍ଲା ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ପଢ଼ି ସେଠାରେ ବର୍ଷେ ଇଣ୍ଟର୍ନଶିପ୍‌ ବି କରିଥିଲି। ଏହି ସମୟରେ ମୋତେ ଶହେ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା, ଯାହା ନିଜ ଖର୍ଚ୍ଚରେ ସରି ଯାଉଥିଲା। ଇଣ୍ଟର୍ନଶିପ୍‌ ପରେ, କାମାକ୍ଷାନଗରର ଅଁଳାବେରଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୯୬୮ରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ପ୍ରଥମେ ଯୋଗ ଦେଇଥିଲି। ଦରମା ମିଳିଲା ୩୦୦ ଟଙ୍କା। ଏହି ଟଙ୍କାକୁ ବାପା, ମା’ଙ୍କୁ ଦେଇଥିଲି।

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ବିଏସ୍‌ସି ପାସ୍‌ ପରେ ସ୍ବାବଲମ୍ବୀ ହେବା ଲାଗି ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହି କାର୍ଯ୍ୟରେ ବାଧାବିଘ୍ନ ସାଙ୍ଗକୁ ପରିବାର ଭରଣପୋଷଣ ତାଙ୍କ ଦୁଶ୍ଚିନ୍ତା ବଢାଇ ଚାଲିଲା। ଅବଶ୍ୟ ଏହି ସମୟରେ ପ୍ରାଣୀଧନ ନିରୀକ୍ଷକ ରାଧାଗୋବିନ୍ଦ ପୁହାଣ ଓ ମତ୍ସ୍ୟ ବିଭାଗର ସୌରଭ କୁମାର ଦାସଙ୍କ ପ୍ରେରଣା ତାଙ୍କ ଜୀବନରେ ଏକ ନୂଆମୋଡ଼ ଆଣିଲା। ପ୍ରଥମେ ଜର୍ସି ଗାଈ ପାଳନ କଲେ। ସେଥିରୁ ଲାଭବାନ୍‌ ହେବା ପରେ ମାଛଚାଷରେ ମନ ବଳାଇଥିଲେ ସେ।

ଲଡୁ ବାବା

ଲଡୁ ବାବା

କାହିଁ କେଉଁ କାଳରୁ ଶ୍ରୀ ଶ୍ରୀ ଲଡୁକେଶ ମହେଶ ନୟାଗଡ଼ ଜିଲାର ଶରଣକୁଳଠାରେ ପୂଜା ପାଇ ଆସୁଛନ୍ତି। ସେ ଲଡୁକେଶ ବା ଲଡୁବାବା ନାମରେ ବି ବିଖ୍ୟାତ। ଲଡ଼ୁବାବା ଅଧା ବିଷ୍ଣୁ ଓ ଅଧା ଶିବଙ୍କ ଅବତାର। ହରିହର ସମ୍ବଳିତ ଲଡୁବାବାଙ୍କର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଅର୍ଦ୍ଧ ଚନ୍ଦ୍ର। ଗୋଟିଏ ପଟେ ତୁଳସୀ ଲାଗି ହେଉଥିବାବେଳେ ଅନ୍ୟପଟେ ଲାଗି ହୋଇଥାଏ ବେଲପତ୍ର। ତେଣୁ ଶୈବଧର୍ମ ଓ ବୈଷ୍ଣବ ଧର୍ମର ମହାମିଳନର ପରମ୍ପରା ସୃଷ୍ଟି କରୁଥିବା ଏହି ଶୈବପୀଠଟି ସମଗ୍ର ଓଡ଼ିଶାରେ ବିରଳ।

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ବେହେଲା ବାଦକ ଗୌରାଙ୍ଗ ଚରଣ ମୁଦୁଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ଜନତା ହାଇସ୍କୁଲରୁ ୧୯୭୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନିରାକାରପୁରସ୍ଥିତ କେବିଡିଏଭି କଲେଜରେ ଆଇ.ଏ. ପଢ଼ିଥିଲି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା ଯୋଗୁ ଆଉ ପଢ଼ିଲି ନାହିଁ। ଘରର ବଡ଼ପୁଅ ହୋଇଥିବାରୁ ରୋଜଗାର କରିବାକୁ ମନ ବଳାଇ କୁହୁଡ଼ିରେ ଥିବା ଜଣେ ଡାକ୍ତରଙ୍କ ପାଖରେ ଆସିଷ୍ଟାଣ୍ଟ ଭାବେ କାମ କଲି। ସେ ମୋତେ ମାସକୁ ୩୦୦ ଟଙ୍କା ଦରମା ଦେଲେ।

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

ନଦୀ ପାରହୋଇ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବିବାହ ରୋଶଣି ଆସେ। ବିଭିନ୍ନ ପାଟପଟୁଆରରେ ବର ଓ କନ୍ୟାପକ୍ଷ ଭାଗ ନେଇଥାନ୍ତି। ମାତ୍ର ବର ସାଜେ ଜଣେ ମାନବ, କିନ୍ତୁ ଦେବୀ ମା ହୁଅନ୍ତି କନିଆ । ହେଲେ ଏଠାର ପାରମ୍ପରିକ ପ୍ରଥା ଅନୁସାରେ କନ୍ୟାକୁ ବର ସ୍ପର୍ଶକରିବା ମାତ୍ରେ ସେ ଭସ୍ମ ହୋଇଯାଏ। ଏମିତି କିଛି ଧର୍ମବିଶ୍ୱାସ,ଲୋକକଥାରେ ପାଳିତ ହୁଏ ଦେବୀ-ମାନବଙ୍କ ଏକ ନିଆରା ବିବାହ ଉତ୍ସବ ।

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ଲଣ୍ଡନ: ସମଲିଙ୍ଗୀ ସମ୍ପର୍କ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଏନେଇ ସେମାନେ ୨୦୧୫ ମସିହାଠାରୁ ସର୍ଭେ ଜାରି ରଖିଥିଲେ। ସର୍ଭେ ସମୟରେ ସେମାନେ ହାଇସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ତଥା ସାମାଜିକ କ୍ଷେତ୍ରରେ ବିଭିନ୍ନ ବର୍ଗର ଓ ବୟସର କିଶୋର ଓ ବୟସ୍କଙ୍କୁ ଭେଟିଥିଲେ।