
ଶ୍ରୀନଗର,୧୨।୧: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ସେନାଙ୍କ ଦ୍ୱାରା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଉରିର କମଲକୋଟେ ଅଞ୍ଚଳରେ ଗୁରୁବାର ରାତିରେ ପାକିସ୍ତାନ ପଟୁ ଗୁଳିମାଡ କରାଯାଇଥିବା ଭାରତୀୟ ସେନାର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।