ଜାତୀୟ |

ପୁଅର ମୃତଦେହ ଆଣିବାକୁ ମା’କୁ ସାହାଯ୍ୟ କଲେ ସୁଷମା

ପୁଅର ମୃତଦେହ ଆଣିବାକୁ ମା’କୁ ସାହାଯ୍ୟ କଲେ ସୁଷମା

ନୂଆଦିଲ୍ଲୀ,୧୨।୧: ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କୁଆଲାଲମପୁରରେ ଫସି ରହିଥିବା ଜଣେ ମହିଳାଙ୍କୁ ତାଙ୍କ ପୁଅର ମୃତଦେହ ସହ ଭାରତ ଆସିବାକୁ ସାହାଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣକ ଅଷ୍ଟ୍ରେଲିୟାରୁ ତାଙ୍କ ପୁଅଙ୍କ ସହ ଭାରତ ଆସୁଥିଲେ। ହେଲେ କୁଆଲାଲମପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା। ମୃତକଙ୍କ ସାଙ୍ଗ ଏକଥା ଟୁଇଟ୍‌ କରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଜଣାଇ ସାହାଯ୍ୟ ମାଗିଥିଲେ। ତତ୍‌କ୍ଷଣାତ୍‌ ସୁଷମା ଟୁଇଟର ଉତ୍ତର ଦେବା ସହ କୁଆଲାଲମପୁରରେ ଥିବା ଭାରତୀୟ ହାଇକମିଶନରଙ୍କ ସହ କଥା ହୋଇ ସରକାରୀ ଖର୍ଚ୍ଚରେ ମୃତକ ଏମଂ ତାଙ୍କ ମା’ଙ୍କୁ ଭାରତ ଆଣିଥିଲେ। ବିଦେଶୀ ହୁଅନ୍ତୁ ଅବା ଦେଶୀ ସୁଷମାଙ୍କ ବଦାନ୍ୟତାକୁ ନେଇ ସେ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ।

All Right Reserved By

ଜାତୀୟ |

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର/ନୂଆଦିଲ୍ଲୀ,୧୬।୭: ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ସମ୍ପନ୍ନ ହୋଇଛି।

ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ ରଖି ମେଡ଼ିକାଲ ପଢୁଛନ୍ତି ଛାତ୍ରୀଛାତ୍ର

ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ ରଖି ମେଡ଼ିକାଲ ପଢୁଛନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୬।୭: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଶୂନ ରଖି ମଧ୍ୟ ଛାତ୍ରୀଛାତ୍ର ମେଡିକାଲ ପଢୁଥିବା ଘଟଣା ସାମନାକୁ ଆସିଛି।

ପତ୍ନୀ ବିଚ୍ଛେଦରୁ ନିଜକୁ ଡିଟୋନେଟର ଲଗାଇ ଉଡାଇ ଦେଲେ ସ୍ବାମୀ

ପତ୍ନୀ ବିଚ୍ଛେଦରୁ ନିଜକୁ ଡିଟୋନେଟର ଲଗାଇ ଉଡାଇ ଦେଲେ ସ୍ବାମୀ

ଉଦୟପୁର,୧୬।୭: ରାଜସ୍ଥାନ ଉଦୟପୁରର ଜଣେ ବ୍ୟକ୍ତିଙ୍କର ପତ୍ନୀ ସହ ଝଗଡା ହୋଇଥିଲା। ଫଳରେ ପତ୍ନୀ ତାଙ୍କୁ ଛାଡି କେଉଁଆଡେ ଚାଲିଗଲେ। ପରେ ସ୍ବାମୀ ପତ୍ନୀଙ୍କ ବିଚ୍ଛେଦ ସହ୍ୟ କରି ନ ପାରି ନିଜ ଦେହରେ ଡିଟୋନେଟର ଲଗାଇ ବିସ୍ଫୋରଣ କରିଥିଲେ।

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ମସ୍କୋ,୧୬।୭: ରୁଷରେ ଆସନ୍ତା ମାସରେ ସାଙ୍ଘାଇ କୋଅପରେଶନ ଅର୍ଗାନାଇଜେଶନ୍‌(ଏସ୍‌ସିଓ) ଦ୍ୱାରା ଆୟୋଜିତ ଏକ ମେଗା ଆଣ୍ଟି ଟେରର୍‌ ଡ୍ରିଲରେ ମିଳିତ ଭାବେ ଭାରତ ଓ ପାକିସ୍ତାନ ପ୍ରଥମ ଥର ଲାଗି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଶାଶୁ ଘରେ ୩ ଦିନ ରହି ଫେରାର ହୋଇ ଯାଉଥିବା ଲୁଟେରୀ ଦୁହ୍ଲନ ଗିରଫ

ଶାଶୁ ଘରେ ୩ ଦିନ ରହି ଫେରାର ହୋଇ ଯାଉଥିବା ଲୁଟେରୀ ଦୁହ୍ଲନ ଗିରଫ

ରାୟପୁର,୧୬।୭: ବିବାହ ପରେ ଶାଶୁଘରେ ୩ ଦିନ ରହି ସମସ୍ତ ଟଙ୍କା ପଇସା ଓ ଗହଣା ଧରି ଫେରାର ହୋଇ ଯାଉଥିବା ଜଣେ ଲୁଟେରୀ ଦୁହ୍ଲନଙ୍କୁ ଛତିଶଗଡ଼ ବାନ୍ଦା ପୋଲିସ ଗିରଫ କରିଛି।

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବଳଙ୍କ ପକ୍ଷରୁ ସଫାଓ୍ବାଲୀ ଗଲ୍‌ଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଝିଅ ଜନ୍ମ ହେବାରୁ ମହିଳାଙ୍କୁ ତିନି ତଲାକ୍‌

ଝିଅ ଜନ୍ମ ହେବାରୁ ମହିଳାଙ୍କୁ ତିନି ତଲାକ୍‌

ଲକ୍ଷ୍ନୌ,୧୬।୭: ଉତ୍ତରପ୍ରଦେଶ ଶାମଲିରେ ଝିଅ ଜନ୍ମ ହେବାରୁ ଜଣେ ମହିଳାଙ୍କୁ ତିନି ତଲାକ୍‌ ଦିଆଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୭: ଭାରତ ଓ ଆମେରିକାର ୩ ସେନାଙ୍କ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ ହେବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଯଦିଓ ଆମେରିକା ସେନା ସହ ଭାରତୀୟ ସେନା ସମରାଭ୍ୟାସ କରି ସାରିଛନ୍ତି ତଥାପି ଏକାସାଙ୍ଗରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନାଙ୍କର ସମରାଭ୍ୟାସ ଇତିହାସରେ ପ୍ରଥମ ଥର ହେବ।

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ପାଟନା,୧୫।୭: ବିହାରରେ ଆରମ୍ଭ ହେବାକୁ ଯାଉଥିବା ଏକ ପାନୀୟ ଜଳ ପରିଯୋଜନାରେ ବିଶ୍ୱର ସବୁଠାରୁ ଶସ୍ତା ତଥା ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଜଣାପଡିଛି।

ଟ୍ରେନ୍‌ରେ ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ଟ୍ରେନ୍‌ରେ ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ,୧୫।୭: ମୁମ୍ବାଇ-ବିଶାଖାପାଟନମ୍‌ ଏକ୍ସପ୍ରେସ୍‌ରେ ରବିବାର ସକାଳ ପ୍ରାୟ ୮ଟାରେ ଜଣେ ମହିଳା ଯାଆଁଳା ସନ୍ତାନ ଜନ୍ମ ଦେବାରୁ ଟ୍ରେନ୍‌କୁ ଅଧଘଣ୍ଟା ଅଟକାଇ ଦିଆଯାଇଥିଲା।

ପିଲାଚୋର ଗୁଜବ ନେଲା ଇଞ୍ଜିନିୟରଙ୍କ ଜୀବନ

ପିଲାଚୋର ଗୁଜବ ନେଲା ଇଞ୍ଜିନିୟରଙ୍କ ଜୀବନ

ବିଦର,୧୫।୭: କର୍ନାଟକ ବିଦର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ହ୍ବାଟସ୍‌ ଆପ୍‌ରେ ପିଲାଚୋରିକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଯୋଗୁ ଜଣେ ୩୨ ବର୍ଷୀୟ ସପ୍ଟଓ୍ବେୟାର୍‌ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଛି।

୧୩ ଗାଁର ୨୫ ଶହ ଲୋକ ଲୋଡ଼ିଲେ ଇଛାମୃତ୍ୟୁ ଅନୁମତି

୧୩ ଗାଁର ୨୫ ଶହ ଲୋକ ଲୋଡ଼ିଲେ ଇଛାମୃତ୍ୟୁ ଅନୁମତି

ଶିମଲା,୧୫।୭: ପ୍ରଦୂଷଣ ପ୍ରଭାବିତ ହିମାଚଳପ୍ରଦେଶର ୧୩ଟି ଗାଁର ୨୫ ଶହ ଲୋକ ଇଛାମୃତ୍ୟୁ ଲାଗି କେନ୍ଦ୍ର ସରକାରଙ୍କଠାରୁ ଲୋଡ଼ିଛନ୍ତି ଅନୁମତି।

Model This Week

ରୂପେଶ