Dharitri News
ଖେଳ |

ରାଇଜିଂ ଷ୍ଟୁଡେଣ୍ଟ ଫାଇନାଲରେ

ଭଣ୍ଡାରିପୋଖରୀ, ୧୧।୧(ଡି.ଏନ.ଏ.) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରଘୁନାଥପୁର ଖେଳ ପଡିଆରେ ଚାଲିଥିବା ଏକାଦଶ ବାର୍ଷିକ ଅଦ୍ୱୈତ ନାୟକ ମେମୋରିଆଲ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ କଟକର ବିଶ୍ୱଭାରତୀକୁ ରାଇଜିଂ ଷ୍ଟୁଡେଣ୍ଟ ପରାସ୍ତ କରିଛି। ରାଇଜିଂ ଷ୍ଟୁଡେଣ୍ଟ ଟସଜିତି ୨୭ ଓଭରରେ ୯ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରତୀକ ତ୍ରିପାଠୀ ୬୪ ବଲରେ ୪୫ ଓ ସୌଭାଗ୍ୟ ମିଶ୍ର ୪୫ ବଲରେ ୪୦, ଅବିନାଶ ବେହେରା ୧୪ ବଲରେ ୨୨ ରନ କରିଥିଲେ । ପ୍ରତିପକ୍ଷର ବୋଲର ପ୍ରଶାନ୍ତ ସାହୁ ୨୫ ରନ ଦେଇ ୪ ଉଇକେଟ, ଅଙ୍କିତ ଯାଦବ, ସଞ୍ଜିତ ସାମଲ, ପ୍ରଦୀପ ଦାଶ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ । ବିଜୟ ପାଇଁ ୧୫୮ ରନ ପିଛାକରି ବିଶ୍ୱଭାରତୀ ଟିମ ୨୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ପ୍ରଶାନ୍ତ ସାହୁ ୪୮ ବଲରେ ୫ ଛକା ଓ ୩ ଚୌକା ସହାୟତାରେ ସର୍ବାଧିକ ୫୧ ରନ କରିଥିଲେ । ପ୍ରତିପକ୍ଷର ବୋଲର ଜାମେଲା ମହାପାତ୍ର ୬ ଓଭର ବୋଲିଂ କରି ୧୭ ରନ ଦେଇ ୩ ଉଇକେଟ, ସିଦ୍ଧାର୍ଥ ସାହୁ, ତାରାକାନ୍ତ ସାମଲ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ପ୍ରଶାନ୍ତ ସାହୁଙ୍କୁ ମୁଖ୍ୟ ଅତିଥି ଶ୍ରୀଜୟ ମହାପାତ୍ର ପୁରସ୍କୃତ କରିଥିଲେ। ପରାଶର ବିଶ୍ୱାଳ ଓ ଆଶୁତୋଷ ପାଣି ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିଲେ । ଚିନ୍ମୟ ରାଉତରାୟ, ଆଶିଷ ବଳ, ସୁବ୍ରତ ସ୍ବାଇଁ, ଅମିୟ ମାଝି ସ୍କୋରର ଦାୟିତ୍ୱ ତୁଲାଇଥିଲେ । ବିଷ୍ଣୁ ବୋଇତାଇ, ପ୍ରଦୀପ୍ତ ନାୟକ, ରାଜେଶ ସାହୁ, ଆଲୋକ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଶୁକ୍ରବାର ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପ୍ରଗତି ସ୍ପୋର୍ଟିଂ ଓ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଖେଳ |

ମୁଖ୍ୟମନ୍ତ୍ରୀଙ୍କୁ ଆତସବାଜିରେ ସ୍ବାଗତ

ମୁଖ୍ୟମନ୍ତ୍ରୀଙ୍କୁ ଆତସବାଜିରେ ସ୍ବାଗତ

ଭୁବନେଶ୍ୱର, ୨୫।୨(କ୍ରୀଡ଼ା ପ୍ରତିନିଧି)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାତି ୭ଟା ୫୦ରେ ଏକ ବ୍ୟାଟେରିଚାଳିତ ଗାଡ଼ିରେ କଳିଙ୍ଗ ଷ୍ଟାଡିୟମ ପଡ଼ିଆରେ ପ୍ରବେଶ କରିଥିଲେ। ଆତସବାଜି କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପଡ଼ିଆକୁ ସ୍ବାଗତ କରାଯାଇଥିଲା।

ଇଣ୍ଡିଆନ ସୁପରଲିଗ୍‌: ବାଜି ମାରିଲା ବେଙ୍ଗାଲୁରୁ

ଇଣ୍ଡିଆନ ସୁପରଲିଗ୍‌: ବାଜି ମାରିଲା ବେଙ୍ଗାଲୁରୁ

ଭୁବନେଶ୍ୱର, ୨୫।୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ପଦାର୍ପଣରେ ବିଜୟ ମୁକୁଟ ପିନ୍ଧିଛି ବେଙ୍ଗାଲୁରୁ ଏଫସି। ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ୨-୦ ଗୋଲରେ ଜାମସେଦପୁର ଏଫସିକୁ ପରାସ୍ତ କରିଛି।

ଅମିତ, ବିକାଶଙ୍କୁ ସ୍ବର୍ଣ୍ଣ:ମେରୀକମ୍‌ଙ୍କୁ ରୌପ୍ୟ

ଅମିତ, ବିକାଶଙ୍କୁ ସ୍ବର୍ଣ୍ଣ:ମେରୀକମ୍‌ଙ୍କୁ ରୌପ୍ୟ

ସୋଫିଆ (ବୁଲଗେରିଆ), ୨୫ା୨ (ପି.ଟି.)-ଏଠାରେ ଚାଲିଥିବା ୬୯ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ପୁରୁଷ ଓ ମହିଳା ଟୁର୍ନାମେଣ୍ଟରେ ରବିବାର ବିକାଶ କ୍ରିଶନ (୭୫କେଜି) ଓ ଅମିତ ଫଙ୍ଗାଲ (୪୯କେଜି) ସ୍ବର୍ଣ୍ଣ ପଦକ ଲାଭ କରିଥିବାବେଳେ ଏମ୍‌ସି ମେରୀକମ୍‌ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି।

 ନ୍ୟୁଜିଲାଣ୍ଡକୁ ଜିତାଇଲେ ଟେଲର,ସାଣ୍ଟନର

ନ୍ୟୁଜିଲାଣ୍ଡକୁ ଜିତାଇଲେ ଟେଲର,ସାଣ୍ଟନର

ହାମିଲଟନ, ୨୫ା୨ (ଏଏଫ୍‌ପି)-ରସ୍‌ ଟେଲରଙ୍କ ଆକର୍ଷଣୀୟ ଶତକ ଓ ଶେଷ ଭାଗରେ ମିଚ୍‌ ସାଣ୍ଟନରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି।

ଆଇସିସି ନିବେଦନକୁ ବିସିସିଆଇର ପ୍ରତ୍ୟାଖ୍ୟାନ

ଆଇସିସି ନିବେଦନକୁ ବିସିସିଆଇର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୫।୨(ପି.ଟି.)- କଲିକତାରେ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ମ୍ୟାଚ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) କରାଯାଇଥିବା ନିବେଦନକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଛି। ଆସନ୍ତା ଏପ୍ରିଲ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କଲିକତାଠାରେ ଆଇସିିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଭୁବି, ଧାଓ୍ବନଙ୍କ ମାନ୍ୟତାରେ ଉନ୍ନତି

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଭୁବି, ଧାଓ୍ବନଙ୍କ ମାନ୍ୟତାରେ ଉନ୍ନତି

ଦୁବାଇ,୨୫।୨(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ଉନ୍ନତ ପ୍ରଦର୍ଶନ କରିଥିବା ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ର଼୍ୟାଙ୍କିଙ୍ଗରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହା ଦର୍ଶାଇଛି ସଦ୍ୟପ୍ରକାଶିତ ଆଇସିସି ଟି୨୦ ଖେଳାଳି ର଼୍ୟାଙ୍କିଙ୍ଗ୍‌।

ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ରୁ ଓହରିଲେ ସୁଶୀଲ

ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ରୁ ଓହରିଲେ ସୁଶୀଲ

ନୂଆଦିଲ୍ଲୀ,୨୫।୨- ଡବଲ ଅଲିମ୍ପିକ୍‌ ପଦକଧାରୀ ସୁଶୀଲ କୁମାର କିର୍ଗିଜସ୍ତାନଠାରେ ହେବାକୁ ଥିବା ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ଶିପ୍‌ରୁ ଓହରି ଯାଇଛନ୍ତି। ଆହତ ସମସ୍ୟାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ଏସିଆନ୍‌ ରେସଲିଂ ଚାମ୍ପିୟନ୍‌ଶିପ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)କୁ ପତ୍ର ଲେଖିଛନ୍ତି।

ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ ସ୍ମିଥ୍‌

ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ ସ୍ମିଥ୍‌

ନୂଆଦିଲ୍ଲୀ,୨୫।୨- ଦୁଇ ବର୍ଷ ବ୍ୟବଧାନ ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଫେରିବାକୁ ଯାଉଥିବା ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌। ଏ ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଶନିବାର ଘୋଷଣା କରାଯାଇଛି।

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ୍‌, ୨୪।୨(ପି.ଟି.)- ଦମ୍‌ଦାର ବିଜୟ ସହ ଭାରତ ତା’ର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି। ଟେଷ୍ଟ ସିରିଜ ପରାଜୟକୁ ପଛରେ ପକାଇ ଭାରତ ଉଭୟ ଦିନିକିଆ ଓ ଟି୨୦ ସିରିଜ୍‌କୁ ହାତେଇ ନେଇଛି। ଦିନିକିଆ ସିରିଜକୁ ୫-୧ ଓ ପରେ ଟି୨୦ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଏଥି ସହିତ ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଦୁଇଟି ସିରିଜରେ ବାଜି ମାରିଛି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ଭାରତ ୭ ରନରେ ବିଜୟୀ ହୋଇଛି। ଏହି ଗ୍ରୀନ୍‌ ପିଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଜବାବରେ ଘରୋଇ ଦଳ ୬ ଉଇକେଟ ହରାଇ ୧୬୫ ରନରେ ସୀମିତ ରହି ମ୍ୟାଚ ହାତଛଡା କରିଥିଲା। ଦ୍ରୁତ ୪୩ ରନ କରିବା ସହ ଡେଭିଡ ମିଲରଙ୍କୁ ଆଉଟ କରିଥିବା ସୁରେଶ ରାଇନା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ବେଶ୍‌ ପ୍ରଭାବୀ ବୋଲିଂ କରିଥିବା ଭୁବନେଶ୍ୱର କୁମାର ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ମେଲବୋର୍ନ, ୨୪।୨(ପି.ଟି.)- ଭାରତୀୟ ମହିଳା ଜିମ୍ନାଷ୍ଟ ଅରୁଣା ବୁଡ୍ଡା ରେଡୀ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଜିମ୍ନାଷ୍ଟିକ୍‌ ବିଶ୍ୱକପ୍‌ରେ ବ୍ୟକ୍ତିଗତ ପଦକ ହାସଲ କରିଛନ୍ତି। ଶନିବାର ସେ ମହିଳା ଭଲ୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି।

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

କେପ୍‌ ଟାଉନ୍‌, ୨୪ା୨ (ପି.ଟି.)- ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ୫୪ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତିନେଇଛି।

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

ଦୁବାଇ, ୨୪ା୨ (ପି.ଟି.)-କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ କରାଯାଇଛି।