Dharitri News
ରାଜ୍ୟ | ବାଲେଶ୍ୱର

ଅଧା ଦେଲେ ଖଣି ଜରିମାନା

ଅଧା ଦେଲେ ଖଣି ଜରିମାନା ଯୋଡା,୧୧।୧(ଡି.ଏନ୍‌.ଏ.): ବେଆଇନ ଭାବେ ଖଣିଜ ଉତ୍ତୋଳନ କରିଥିବା ଖଣି ଲିଜ୍‌ଧାରୀଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଇଛି। ଖଣି ଦୁର୍ନୀତିର ଅନୁଧ୍ୟାନ କରିଥିବା କେନ୍ଦ୍ରୀୟ କ୍ଷମତାସଂପନ୍ନ କମିଟି (ସିଇସି)ର ସୁପାରିସ ଆଧାରରେ ଖଣିମାଲିକ ଓ କମ୍ପାନୀଠାରୁ ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଧାର୍ଯ୍ୟ ଜରିମାନା ଆଦାୟ ସକାଶେ ସମୟସୀମା ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏହି ତାରିଖ ସ୍ଥିର କରିଥିଲେ । ନିର୍ଦ୍ଧାରିତ ସମୟରେ ଜରିମାନା ନ ଦେଲେ ଖଣିବନ୍ଦ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ମାତ୍ର ଧାର୍ଯ୍ୟ ସମୟସୀମା ମଧ୍ୟରେ କେନ୍ଦୁଝର ଜିଲାର ଯୋଡା ଖଣି ମଣ୍ଡଳରେ ଅଧା ଲିଜ୍‌ଧାରୀ ଜରିମାନା ଦେଇଥିବା ବେଳେ ଅଧା ଦେଇ ନ ଥିବା ଜଣାପଡିଛି । ପରିବେଶ ମଞ୍ଜୁରୀ ଓ ବନ ସଂରକ୍ଷଣ ଅନୁମୋଦନ ବିନା ଅଧିକ ଅଞ୍ଚଳରୁ ଖଣିଜ ଉତ୍ତୋଳନ କରିଥିବା ଖଣିଗୁଡିକ ମଧ୍ୟରୁ ୩୮ଟି ଖଣି ଏହି ଜରିମାନା ଟଙ୍କା ପୈଠ କରିଥିବା ବେଳେ ବଡ଼ବଡ଼ ଖଣି କମ୍ପାନୀ ଏହାକୁ ଦେବାରେ ଅବହେଳା କରିଛନ୍ତି। ରାଜ୍ୟ ସରକାର ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଯୋଡ଼ା ଖଣିମଣ୍ଡଳରୁ ୧୨,୧୫୯ କୋଟି ଟଙ୍କା ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଖଣିମଣ୍ଡଳରେ ୩୮ ଖଣି ଲିଜ୍‌ଧାରୀଙ୍କଠାରୁ ୪,୮୧୮କୋଟି ଜରିମାନା ଟଙ୍କା ଆଦାୟ କରାଯାଇଛି। ଅବଶିଷ୍ଟ ୩୮ଟି ଖଣି ସେମାନଙ୍କ ଉପରେ ଧାର୍ଯ୍ୟ ଜରିମାନା ରାଶି ପୈଠ କରିନାହାନ୍ତି। ଜରିମାନା ପୈଠ କରି ନ ଥିବାରୁ ଏଗୁଡ଼ିକ ବନ୍ଦ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଯୋଡ଼ା ଖଣି ମଣ୍ଡଳରେ ବିନା ପରିବେଶ ମଞ୍ଜୁରୀ ଓ ଧାର୍ଯ୍ୟ ମଞ୍ଜୁରୀଠାରୁ ଅଧିକ ଖଣିଜ ଖନନ କରିଥିବା ୬୬ ଖଣି ଏବଂ ବିନା ଜଙ୍ଗଲ ଅନୁମତି ତଥା ଧାର୍ଯ୍ୟ ମଞ୍ଜୁରୀଠାରୁ ଅଧିକ ଖଣିଜ ଖନନ କରିଥିବା ୧୦ ଖଣିଠାରୁ ଜରିମାନା ଅର୍ଥ ଆଦାୟର ନିର୍ଦ୍ଦେଶ ରହିଥିଲା।

ରାଜ୍ୟ | ବାଲେଶ୍ୱର

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

ପଟାଙ୍ଗୀ,୨୨।୧(ଡି.ଏନ.ଏ.)- ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଘଟଣାର ପୀଡ଼ିତା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

‘ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା କରିବା ଭାଜପାର ହୀନମନ୍ୟତା’

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରସଙ୍ଗରେ ଭାଜପାର ସମାଲୋଚନା ଦଳର ହୀନମନ୍ୟତାର ପରିଚୟ ଦେଉଛି। ଏହାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ସୋମବାର ପ୍ରକାଶ କରିଛନ୍ତି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।

 ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୨।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଭାଜପା ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଏ ନେଇ ସୋମବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଉ ଛଳନା ନ କରନ୍ତୁ।

  ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୧(ଡି.ଏନ.ଏ)- ଚାକିରି କରିବାର ସ୍ବପ୍ନ ଥିଲା। ଆଗକୁ ଏକ ସରକାରୀ ଚାକିରି ପାଇଁ ସନ୍ତରଣ ପରୀକ୍ଷା ମଧ୍ୟ ଥିଲା। ଏଥିପାଇଁ ସାଙ୍ଗ ସହ ମିଶି ଜୋରଦାର ପ୍ରସ୍ତୁତି ଚଳାଇଥିଲେ।

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଭୁବନେଶ୍ୱର, ୨୧।୧(ବ୍ୟୁରୋ)- ଘରେ ସ୍ତ୍ରୀ ଥାଇ ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତିରେ ଡାକ୍ତର ସ୍ବାମୀ ବ୍ୟସ୍ତ ରହୁଥିଲେ। ଶେଷରେ ତାଙ୍କ ସ୍ତ୍ରୀ ଗୁପ୍ତଚର ଲଗାଇ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି।

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୧।୧-ଖୋର୍ଦ୍ଧା ରେଳ ଡିଭିଜିନ ଅନ୍ତର୍ଗତ ଜଟଣୀଠାରୁ ଏକ ଟ୍ରେନରେ ଲୁଟ୍‌ ଯୋଜନା କରୁଥିବା ୫ ଯୁବକଙ୍କୁ ଖୋର୍ଦ୍ଧା ଜିଆରପି ପୋଲିସ ଗିରଫ କରିଛି। ସେମାନେ ହେଲେ ନୂଆଦିଲ୍ଲୀ ସୁଲତାନପୁରୀ ଅଞ୍ଚଳର ସୁନୀଲ କୁମାର, ହରିୟାଣାର ଭନାବୀ ବେହେରା, ପଶ୍ଚିମ ନୂଆଦିଲ୍ଲୀର ବିଜେନ୍ଦ୍ର କୁମାର, ରାଜେଶ କୁମାର ଓ ସୁଲତାନପୁରୀର ରବୀନ୍ଦ୍ର। ସେମାନଙ୍କ ନିକଟରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ରେଳ ଟିକେଟ୍‌, ଖଣ୍ଡା, ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଓ ନଗଦ ଟଙ୍କା ୨୦ ହଜାର ୭୦୦ ଟଙ୍କା ଜବତ କରାଯାଇଛି।

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁର ଅଫିସ,୨୧।୧-ଗଞ୍ଜାମ କେନାଇନ୍‌ ସଂଘ ତରଫରୁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ଠାରେ ରବିବାର ପ୍ରଥମ ଥର ପାଇଁ ଅଲ୍‌ ବ୍ରିଡ଼୍‌ ଓପନ୍‌ ଡଗ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର, ସମ୍ବଲପୁର, କଟକ, ଭୁବନେଶ୍ୱର ଏବଂ ଇଚ୍ଛାପୁରରୁ ୨୫ପ୍ରଜାତିର କୁକୁର ଭାଗନେଇଥିଲେ।

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ଆସିକା,୨୧।୧ (ଡି.ଏନ୍‌.ଏ.)-ଆସିକା ବନାଞ୍ଚଳର ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରୀ ଗ୍ରାମ ନିକଟରୁ ରବିବାର ସକାଳ ପ୍ରାୟ ୮ଟାରେ ବନ ବିଭାଗ କର୍ମଚାରୀମାନେ ଗୋଟିଏ ମୃତ ବାର୍‌ହା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଳାସୁତା ଗ୍ରାମର ସତ୍ୟବାନ ପ୍ରଧାନ ଓ ବୁଗୁଡା ବନାଞ୍ଚଳର ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ରମେଶ ସ୍ବାଇଁ। ସେମାନେ ଝରପାରୀ ଗ୍ରାମ ମାଛଖାଇ ଚିହ୍ନଟ ଜଙ୍ଗଲରେ ଖାଦ୍ୟରେ ବିସ୍ଫୋରକ ଦେଇ ବାର୍‌ହା ଶିକାର କରିଥିଲେ।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖ୍ୟାତି ତାଲିକାରେ ରବିବାର ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। ମହାରାଷ୍ଟ୍ରର ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିର ପ୍ରଭାବ ଜାରି ରହିଛି। ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଉପନିର୍ବାଚନରେ ଦଳ ସଫଳତା ହାସଲ କରିଛି। ମାତ୍ର ବର୍ଷକ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ କେତେକ ସ୍ଥାନରେ ପରାଜିତ ହୋଇଥିଲା। ହେଲେ ବର୍ତ୍ତମାନ ଆସିଥିବା ଫଳାଫଳରୁ ଦଳ ନିଜର ସ୍ଥିତି ସୁଧାରି ପାରିଥିବାର ସଙ୍କେତ ଦେଇଛି ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।