ଖେଳ |

କୋମାରେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟୀ ସାଇକ୍ଲିଷ୍ଟ

କୋମାରେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟୀ ସାଇକ୍ଲିଷ୍ଟ

ହଗ୍‌, ୧୧।୧(ଏଏଫ୍‌ପି)- ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଡଚ୍‌ ସାଇକ୍ଲିଷ୍ଟ ଜେଲେ ଭାନ୍‌ ଗୋର୍କୋମ ବୁଧବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ କୋମାକୁ ଚାଲିଯାଇଛନ୍ତି। ଦେଶର ପୂର୍ବଭାଗରେ ଥିବା ପାପେଣ୍ଡାଲ ସହରସ୍ଥିତ ନ୍ୟାଶନାଲ ସ୍ପୋଟର୍‌ସ ସେଣ୍ଟରରେ ଟ୍ରେନିଂ କରୁଥିବାବେଳେ ୨୭ ବର୍ଷୀୟ ଜେଲେ ଭାନ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କ ଶରୀରର ବହୁ ସ୍ଥାନ ସମେତ ଆଭ୍ୟନ୍ତରୀଣ ଅଙ୍ଗରେ ମଧ୍ୟ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ‘ଏହି ଦୁର୍ଘଟଣା ପରେ ଜେଲେ ଭାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଥିବାବେଳେ ମୁହଁରେ ମଧ୍ୟ ଗୁରୁତର ଆଘାତ ଲାଗିଛି। ସେହିଭଳି ଲିଭର ଓ କିଡ୍‌ନୀରେ ମଧ୍ୟ ଆଘାତ ଲାଗିଥିବାବେଳେ ସେ ବର୍ତ୍ତମାନ କୋମାରେ ରହିଛନ୍ତି’ ବୋଲି ରୟାଲ ଡଚ୍‌ ସାଇକ୍ଲିଂ ୟୁନିୟନ ଓ୍ବେବସାଇଟ୍‌ରେ ଉଲ୍ଳେଖ କରାଯାଇଛି।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ବଲ ଟ୍ୟାମ୍ପରିଂ ପରେ ଓ୍ବାର୍ନରଙ୍କ ପତ୍ନୀ ଗର୍ଭ ହରାଇଥିଲେ

ବଲ ଟ୍ୟାମ୍ପରିଂ ପରେ ଓ୍ବାର୍ନରଙ୍କ ପତ୍ନୀ ଗର୍ଭ ହରାଇଥିଲେ

ସିଡ୍‌ନୀ, ୨୫।୫(ଏଏଫ୍‌ପି)- ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲା ପରେ ଚାରିଆଡ଼ୁ ସମାଲୋଚନା ଶିକାର ହୋଇଥିବା ତାରକା ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ନରଙ୍କ ପତ୍ନୀ ଗୁରୁବାର ଏକ ଦୁଃଖଦ ଘଟଣା ପ୍ରକାଶ କରିଛନ୍ତି। ଏହି କଳଙ୍କିତ ଘଟଣା ପରେ ତାଙ୍କର ଗର୍ଭ ନଷ୍ଟ ହୋଇଥିବା ନେଇ ଓ୍ବାର୍ନରଙ୍କ ପତ୍ନୀ କେଣ୍ଡିସ କହିଛନ୍ତି।

ଯଦି ମୋତେ ଚୟନ କରାଯାଇଥାନ୍ତା ତାହାଲେ ଖେଳିଥାନ୍ତି: ଗମ୍ଭୀର

ଯଦି ମୋତେ ଚୟନ କରାଯାଇଥାନ୍ତା ତାହାଲେ ଖେଳିଥାନ୍ତି: ଗମ୍ଭୀର

ନୂଆଦିଲ୍ଲୀ, ୨୪।୫- ଅଭିଜ୍ଞ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ଲାଗି ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଉତ୍ସାହଜନକ ରହିନାହିଁ। ପ୍ରଥମେ ନିଲାମୀ ପର୍ଯ୍ୟାୟରେ କୋଲକାତା ନାଇଟ୍‌ରାଇଡର୍ସ ଦଳ ତାଙ୍କୁ ନେବାକୁ ଅଣଦେଖା କରିଥିଲା। ଏହାପରେ ଘରୋଇ ଦିଲ୍ଲୀ ଡେୟାରଡେଭିଲ୍ସ ତାଙ୍କୁ ନିଲାମୀରେ କ୍ରୟ କରି ଅଧିନାୟକ ପଦରେ ନିଯୁକ୍ତ କରିଥିଲେ ମଧ୍ୟ ୩୬ ବର୍ଷୀୟ ଏହି ଭେଟେରାନ ବ୍ୟାଟ୍ସମ୍ୟାନଙ୍କ ଫର୍ମ ସେତେଟା ଉତ୍ସାହଜନକ ରହି ନ ଥିଲା

ପ୍ରଜନେଶ ଫ୍ରେଞ୍ଚ୍‌ ଓପନ୍‌ ମୁଖ୍ୟ ଡ୍ର’ ନିକଟତର

ପ୍ରଜନେଶ ଫ୍ରେଞ୍ଚ୍‌ ଓପନ୍‌ ମୁଖ୍ୟ ଡ୍ର’ ନିକଟତର

ପ୍ୟାରିସ୍‌, ୨୪।୫(ପି.ଟି.)- ଭାରତର ପ୍ରଜନେଶ ଗୁଣେଶ୍ୱରମ ଫ୍ରେଞ୍ଚ ଓପନ୍‌ ମୁଖ୍ୟ ପର୍ଯ୍ୟାୟର ନିକଟତର ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ପ୍ରଜନେଶ ୩୨ତମ ସିଡ୍‌ ମାର୍ସେଲୋ ଆରେଭାଲୋଙ୍କୁ ୬-୪, ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି।

ରୋମେରୋଙ୍କ ସ୍ଥାନରେ ଗୁଜମ୍ୟାନ

ରୋମେରୋଙ୍କ ସ୍ଥାନରେ ଗୁଜମ୍ୟାନ

ବୁଏନ୍ସ ଏରିଜ, ୨୪।୫- ଗୋଲକିପର ନହୁଏଲ ଗୁଜମ୍ୟାନଙ୍କୁ ଆର୍ଜେଣ୍ଟିନା ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି। ଆହତ ସର୍ଜିଓ ରୋମେରୋଙ୍କ ବଦଳ ଖେଳାଳି ଭାବେ ଗୁଜମ୍ୟାନଙ୍କୁ ଡାକରା ମିଳିଛି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ଗୋଲକିପର ସର୍ଜିଓଙ୍କୁ ପ୍ରଥମେ ଆର୍ଜେଣ୍ଟିନାର ୨୩ ଜଣିଆ ଫାଇନାଲ ଦଳରେ ସ୍ଥାନ ମିଳିଥିଲା।

କଳାହାଣ୍ଡି କପ୍‌ ପାଇଁ ଭୁବନେଶ୍ୱର ଦଳ ଚୟନ

କଳାହାଣ୍ଡି କପ୍‌ ପାଇଁ ଭୁବନେଶ୍ୱର ଦଳ ଚୟନ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଚୟନ ଟ୍ରାଏଲ୍ସ ଚଳିତ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ପାରାମାଉଣ୍ଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ମନୋନୟନ ପାଇଁ ମଧ୍ୟ ଏହି ସମୟରେ ଚୟନ ଟ୍ରାଏଲ୍ସ କରାଯିବ।

୨୮ରେ ଫୁଟବଲ ଟେନିସ ଚୟନ ଟ୍ରାଏଲ

୨୮ରେ ଫୁଟବଲ ଟେନିସ ଚୟନ ଟ୍ରାଏଲ

କଟକ ଅଫିସ,୨୪ା୫- ଜୁନ୍‌ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ନେପାଳର କାଠମାଣ୍ଡୁଠାରେ ଏସିଆନ ଫୁଟବଲ ଟେନିସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଅଲଇଣ୍ଡିଆ ଫୁଟବଲ ଟେନିସ୍‌ ଆସୋସିଏଶନ ପକ୍ଷରୁ ଭାରତୀୟ ଦଳ ଚୟନ ଶିବିର ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ।

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: ଫାଇନାଲରେ କଟକ

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: ଫାଇନାଲରେ କଟକ

କଟକ ଅଫିସ, ୨୪ା୫- ଓଏମ୍‌ପି ସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ କବାଡ଼ି ଓ ୭ମ ହ୍ୟାଣ୍ଡବଲ ପ୍ରତିଯୋଗିତାର ୬ଷ୍ଠ ଦିବସ ଖେଳ ଶେଷ ହୋଇଛି। ବୁଧବାର ଉଭୟ ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ବେଳେ ଆୟୋଜକ କଟକ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି।

ଜାତୀୟ ଗ୍ରାପ୍‌ଲିଂ ୨୫ରୁ

ଜାତୀୟ ଗ୍ରାପ୍‌ଲିଂ ୨୫ରୁ

ଭୁବନେଶ୍ୱର, ୨୪।୫(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ନାଶିକ୍‌ଠାରେ ଚଳିତମାସ ୨୫ରୁ ୨୭ ପର୍ଯ୍ୟନ୍ତ ଜାତୀୟ ଗ୍ରାପ୍‌ଲିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ମୋଟ ୮ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନେ ହେଲେ ମୋନାଲି ସାହୁ, ମମତା ସାହୁ, ଅନୁସ୍କା ପ୍ରିୟଦର୍ଶିନୀ, ରାଧାକାନ୍ତ ସେଠୀ, ରାକେଶ କୁମାର ମହାପାତ୍ର, ଶୁଭକାନ୍ତ ବିଶ୍ୱାଳ, ଡି. ଭଗବାନ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ତେଜସ୍ବିନୀଙ୍କୁ ସ୍ବର୍ଣ୍ଣ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ତେଜସ୍ବିନୀଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪।୫ (ପି.ଟି.)- ମ୍ୟୁନିକ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତର ତେଜସ୍ବିନୀ ସାଓ୍ବନ୍ତ ଦମ୍‌ଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ବିଶ୍ୱକପ୍‌ର ପ୍ରଥମ ଦିବସରେ ମହିଳା ୫୦ ମିଟର ରାଇଫଲ ପ୍ରୋନ୍‌ ଇଭେଣ୍ଟରେ ବାଜି ମାରିଛନ୍ତି।

ଏସିଆନ୍‌ ଜୁନିୟର ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଘୋଷିତ

ଏସିଆନ୍‌ ଜୁନିୟର ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୨୪।୫ (ପି.ଟି.)- ଜାପାନର ଗିଫୁଠାରେ ଜୁନ୍‌ ୭ରୁ ୧୦ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ୧୮ତମ ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଏକ ୫୧ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ଉବର କପ୍‌ରୁ ଭାରତ ବିଦା

ଉବର କପ୍‌ରୁ ଭାରତ ବିଦା

ବ୍ୟାଙ୍କକ୍‌, ୨୪।୫ (ପି.ଟି.)- ଏଠାରେ ଚାଲିଥିବା ଉବର କପ୍‌ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଜାପାନଠାରୁ ହାରି ଭାରତ ବିଦାୟ ନେଇଛି। ବୁଧବାର ଗ୍ରୁପ୍‌ ଏ’ରେ ଯୁବ ଭାରତୀୟ ମହିଳା ଖେଳାଳିମାନେ ମାମୁଲି ପ୍ରଦର୍ଶନ କରି ଜାପାନଠାରୁ ୦-୫ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି।

ମଣିପୁରରେ ସ୍ଥାପନ ହେବ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ

ମଣିପୁରରେ ସ୍ଥାପନ ହେବ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ, ୨୪।୫(ପି.ଟି.)- ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସ୍ଥାପନ ହେବ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ। କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତରେ ଆଗତ ହୋଇଥିବା ଅଧ୍ୟାଦେଶକୁ ମଞ୍ଜୁର କରିଛି। ଫଳରେ ଏ ନେଇ ପଥ ପରିଷ୍କାର ହୋଇଛି। ମଣିପୁର ରାଜଧାନୀ ଇମ୍ଫାଲ୍‌ର ପଶ୍ଚିମପଟେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ପାର୍ଲାମେଣ୍ଟରେ