ଖେଳ |

ତିନିବର୍ଷ ପରେ ଦଳକୁ ଫେରିଲେ ହ୍ବାଇଟ୍‌

ତିନିବର୍ଷ ପରେ ଦଳକୁ ଫେରିଲେ ହ୍ବାଇଟ୍‌
ମେଲବୋର୍ନ, ୧୧।୧(ଏପି)- ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଲାଗି ଭେଟେରାନ ବ୍ୟାଟ୍ସମ୍ୟାନ କାମେରୁନ ହ୍ବାଇଟ୍‌ଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି। ଆହତ ଥିବା କ୍ରିସ୍‌ ଲିନ୍‌ଙ୍କ ସ୍ଥାନରେ ହ୍ବାଇଟ୍‌ ଦଳରେ ସ୍ଥାନ ପାଇଛନ୍ତି। ୩୪ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ହ୍ବାଇଟ୍‌ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଜାତୀୟ ଦଳରେ ସାମିଲ ହୋଇଛନ୍ତି। ସେ ଶେଷଥର ପାଇଁ ୨୦୧୫ରେ ସେ ଅଷ୍ଟ୍ରେଲିଆ ପକ୍ଷରୁ କୌଣସି ଫର୍ମାଟ୍‌ରେ ଅଂଶଗ୍ରହଣ କରିଥିଲେ। ଚଳିତ ବିଗ୍‌ବାସ ଲିଗ୍‌ରେ ହ୍ବାଇଟ୍‌ ୧୪୨.୫ ଆଭରେଜରେ ୨୮୫ ରନ ସଂଗ୍ରହ କରି ଦମ୍‌ଦାର ଫର୍ମରେ ରହିଛନ୍ତି। ତାଙ୍କର ଷ୍ଟ୍ରାଇକ ରେଟ୍‌ ୧୧୫.୮୫ ରହିଛି। ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍‌ ମେଲବୋର୍ନରେ ଆସନ୍ତା ରବିବାରଠାରୁ ଆରମ୍ଭ ହେବ। ଭିକ୍ଟୋରିଆର ଏହି ଭେଟେରାନ ବ୍ୟାଟ୍ସମ୍ୟାନ ୮୮ଟି ଦିନିକିଆରୁ ୨ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସହ ୨୦୩୭ ରନ ସଂଗ୍ରହ କରିଛନ୍ତି। ସେହିଭଳି ୪୭ଟି ଟି୨୦ରୁ ୯୮୪ ରନ କରିଛନ୍ତି, ଯେଉଁଥିରେ ୫ଟି ଅର୍ଦ୍ଧଶତକ ସାମିଲ ରହିଛି।
All Right Reserved By

ଖେଳ |

୫,୦୦୦ କ୍ଲବରେ ଧାଓ୍ବନ

୫,୦୦୦ କ୍ଲବରେ ଧାଓ୍ବନ

ନାପିଏର,୨୩।୧- ଭାରତୀୟ କ୍ରିକେଟ ଟିମ୍‌ ଓପନର ଶିଖର ଧାଓ୍ବନ ୫,୦୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ସମକକ୍ଷ ହୋଇଛନ୍ତି।

ଭିନ୍ନ କାରଣରୁ ଖେଳ ସ୍ଥଗିତ

ଭିନ୍ନ କାରଣରୁ ଖେଳ ସ୍ଥଗିତ

ନାପିଏର,୨୩।୧- ଖରାପ ପାଗ, ବର୍ଷା କିମ୍ବା ଆଲୋକ ଅଭାବରୁ କ୍ରିକେଟ ମ୍ୟାଚ ବନ୍ଦ ହୁଏ। ହେଲେ ସ୍ଥାନୀୟ ମ୍ୟାକଲିନ ପାର୍କଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଭିନ୍ନ କାରଣରୁ ଖେଳ ବନ୍ଦ ହୋଇଛି।

ଦ୍ରୁତତମ ଭାରତୀୟ ସାମି

ଦ୍ରୁତତମ ଭାରତୀୟ ସାମି

ନାପିଏର,୨୩।୧- ପେସର ମହମ୍ମଦ ସାମି ବୁଧବାର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୧୦୦ତମ ଉଇକେଟ ନେଇଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ଦ୍ରୁତତମ ଭାରତୀୟ ପେସର। 

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ନାପିଏର,୨୩।୧- ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଏଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ ଉଚିତ ସମ୍ମୁଖୀନ ହୋଇ ନ ପାରି ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର ୩୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି। 

ଭିବିଏସ୍‌ଠାରୁ ହାରିଲା ଉତ୍କଳ

ଭିବିଏସ୍‌ଠାରୁ ହାରିଲା ଉତ୍କଳ

କଟକ ଅଫିସ,୨୩।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାଠାରୁ ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି। ୪ଟି ପୁଲର ଶୀର୍ଷ ୪ଟି ଦଳକୁ ନେଇ ଏହି ଫାଇନାଲ ପର୍ଯ୍ୟାୟ ହେବ। 

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ର’ରେ ଶୁଭଙ୍କର

ଜାକର୍ତ୍ତା, ୨୩ା୧ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଶୁଭଶଙ୍କର ଦେ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ରାଉଣ୍ଡରେ କ୍ରମାଗତ ବିଜୟ ସହ ଏଠାରେ ଚାଲିଥିବା ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ  ଇଣ୍ଡୋନେସିଆ ମାଷ୍ଟର୍ସ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି।

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ମୋନାକୋ, ୨୨ା୧ (ପି.ଟି.)- ଫେବୃୟାରୀ ୧୮ରେ ହେବାକୁଥିବା ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ପୁରସ୍କାର ବିତରଣ ଉତ୍ସବରେ ଅନେକ କ୍ରୀଡ଼ା କିମ୍ବଦନ୍ତୀ ଉପସ୍ଥିତ ରହିବେ। 

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ପୁରୁଣା ଭୁବନେଶ୍ୱର,୨୩।୧ (ଡି.ଏନ୍‌.ଏ)- ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଚାଲିଥିବା ଜଗବନ୍ଧୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ କଟକର ଫ୍ରେଣ୍ଡ୍ସ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। 

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ପୁରୁଣା ଭୁବନେଶ୍ୱର, ୨୩।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳ ପଡିଆଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।