ଜାତୀୟ |

ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି
ବମ୍ବେ, ୧୧।୧: ବମ୍ବେ ଚରନି ରୋଡ଼ ନିବାସୀ ନାରାୟଣ ଲବାତେ(୮୬) ଓ ତାଙ୍କ ସ୍ତ୍ରୀ ଇରାବତୀ ଲବାତେ(୭୯) ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେମାନଙ୍କୁ କୌଣସି ଗୁରୁତର ରୋଗ ହୋଇନାହିଁ। ତେବେ ସେମାନେ ନିଃସନ୍ତାନ। ବିବାହ ପରେ ସେମାନେ ସନ୍ତାନ ଜନ୍ମ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବୁଢ଼ା ବୟସରେ ସେମାନେ ସମାଜ ପାଇଁ ବେକାର ହୋଇ ଯାଇଛନ୍ତି। ସେମାନଙ୍କର ଯତ୍ନ ନେବା ପାଇଁ କେହି ନାହାଁନ୍ତି। ତେଣୁ ସେମାନଙ୍କୁ ଇଛାମୃତ୍ୟୁ ଦିଆଯାଉ ବୋଲି ଲବାତେ ଦମ୍ପତି ରାଷ୍ଟ୍ରପତିଙ୍କୁ ଗୁହାରି କରିଛନ୍ତି। ପୂର୍ବରୁ ସେମାନେ ଏନେଇ ସୁପ୍ରିମ୍‌ କୋର୍ଟରେ ଆବେଦନ ଦାଖଲ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରି ଦେଇଥିଲେ। ନାରାୟଣ ୧୯୮୯ରେ ରାଜ୍ୟ ପରିବହନ ନିଗମ ସେବାରୁ ଅବସର ଗ୍ରହଣ କରିଛନ୍ତି। ସେହିପରି ତାଙ୍କ ସ୍ତ୍ରୀ ଏକ ସରକାରୀ ସ୍କୁଲର ଶିକ୍ଷାଦାନରୁ ମଧ୍ୟ ଅବସର ନେଇଛନ୍ତି। ଇରାବତୀ ବସି ଉଠି ପାରିବାକୁ ଅକ୍ଷମ। ତାଙ୍କର ଦୁଇଥର ଅପରେଶନ ହୋଇଥିବାବେଳେ ନିଜର ଦୈନଦିନ କାର୍ଯ୍ୟ ତାଙ୍କ ପାଇଁ ବୋଝ ପାଲଟିଛି।
All Right Reserved By

ଜାତୀୟ |

ଅଶ୍ଳୀଳ ଢଙ୍ଗରେ ମମତାଙ୍କ ପୋଷ୍ଟର ତିଆରି କରି ଗିରଫ ହେଲେ ଭାଜପା କର୍ମୀ

ଅଶ୍ଳୀଳ ଢଙ୍ଗରେ ମମତାଙ୍କ ପୋଷ୍ଟର ତିଆରି କରି ଗିରଫ ହେଲେ ଭାଜପା କର୍ମୀ

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଫଟୋକୁ ଯୋଡି ଏକ ଓଡ଼ିଆ ଚଳଚ୍ଚିତ୍ର ପୋଷ୍ଟର ଭାବେ ଅତି ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଜଣେ ଭାଜପା କର୍ମୀଙ୍କୁ ଗିରଫ କରାଯାଇଛି।

ଛାଡପତ୍ର ଆବେଦନ କଲେ ଇନ୍ଦ୍ରାଣୀ-ପିଟର

ଛାଡପତ୍ର ଆବେଦନ କଲେ ଇନ୍ଦ୍ରାଣୀ-ପିଟର

ମୁମ୍ବାଇ,୧୮।୯: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜି ଓ ତାଙ୍କ ପତି ପିଟର ମୁଖାର୍ଜି ପରସ୍ପରଠାରୁ ଅଲଗା ହେବା ପାଇଁ ମଙ୍ଗଳବାର ମୁମ୍ବାଇର ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି।

ଏଟିଏମ୍‌ରେ ଗଣେଶ, କାର୍ଡ ଭରିଲେ ମିଳୁଛି ପ୍ରସାଦ

ଏଟିଏମ୍‌ରେ ଗଣେଶ, କାର୍ଡ ଭରିଲେ ମିଳୁଛି ପ୍ରସାଦ

ପୁଣେ,୧୮।୯: ଏଥର ଗଣେଶଙ୍କ ଆରାଧନାକୁ ଇକୋ ଫ୍ରେଣ୍ଡଲି କରିବାକୁ ପ୍ରାୟ ସବୁଠାରେ ଚେଷ୍ଟା କରାଯାଇଛି। ହେଲେ ପୁଣେର ସଞ୍ଜିବ କୁଲକର୍ନି ନାମକ ଜଣେ ବ୍ୟକ୍ତି ପାଖାପାଖି ୧୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ଏଟିଏମ୍‌ ମେଶିନ୍‌ ତିଆରି କରିଛନ୍ତି।

ପିତାଙ୍କ ମୃତ ଦେହ ନିକଟରେ କାନ୍ଦୁଥିବା ବାଳକଙ୍କୁ ମିଳିଲା ୧୬ ଲକ୍ଷ ଟଙ୍କା

ପିତାଙ୍କ ମୃତ ଦେହ ନିକଟରେ କାନ୍ଦୁଥିବା ବାଳକଙ୍କୁ ମିଳିଲା ୧୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୮।୯: ରାଜଧାନୀ ଦିଲ୍ଲୀରେ ଗତ ଶୁକ୍ରବାର ଜଳ ବୋର୍ଡର ଜଣେ ସଫେଇ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ହସ୍ପିଟାଲରେ ମୃତଦେହ ନିକଟରେ ତାଙ୍କ ୭ ବର୍ଷର ପୁଅ କାନ୍ଦୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ନୂଆଦିଲ୍ଲୀ,୧୮।୯: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନଙ୍କୁ ଏବେ ସାଧାରଣ ଲୋକେ ଦେଖିପାରିବେ। ତାହା ପୁଣି ଅତି ନିକଟରୁ ଆଉ ରାଜଧାନୀ ଦିଲ୍ଲୀରେ। କଥା ହେଲା ଦିଲ୍ଲୀସ୍ଥିତ ମାଡାମ୍‌ ତୁଷାଡ୍ସ ମ୍ୟୁଜିୟମରେ ମଙ୍ଗଳବାରଠାରୁ ସ୍ଥାନିତ ହୋଇଛି ପର୍ନଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି। 

୩୫୦ ଲୋକଙ୍କୁ ଉଦ୍ଧାର କଲା ସେନା

୩୫୦ ଲୋକଙ୍କୁ ଉଦ୍ଧାର କଲା ସେନା

ଗାଙ୍ଗଟକ୍‌,୧୮।୯: ପ୍ରବଳ ବର୍ଷା ଯୋଗୁ ସିକିମ୍‌ରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। ବାରମ୍ବାର ଭୂସ୍ଖଳନ ଯୋଗୁ ଜଳବନ୍ଦୀ ହୋଇଥିବା ୩୫୦ ଲୋକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି। 

ଆପ୍‌ ନେତାଙ୍କୁ ସମନ

ଆପ୍‌ ନେତାଙ୍କୁ ସମନ

ନୂଆଦିଲ୍ଲୀ,୧୮।୯: ପ୍ରଶାସକ ଅଂଶୁ ପ୍ରକାଶଙ୍କୁ ମାଡ ମାରିବା ଘଟଣାରେ ପଟିଆଲା ହାଉସ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ୧୩ ଜଣ ଆପ୍‌ ବିଧାୟକଙ୍କୁ ସମନ ଜାରି  କରିଛନ୍ତି।

ରୋହିଙ୍ଗ୍ୟାଙ୍କ ପାଇଁ ସହାୟତା ପଠାଇଲା ଭାରତ

ରୋହିଙ୍ଗ୍ୟାଙ୍କ ପାଇଁ ସହାୟତା ପଠାଇଲା ଭାରତ

ଢ଼ାକା/ନୂଆଦିଲ୍ଲୀ,୧୮।୯: ମ୍ୟାନମାର୍‌ରେ ହିଂସା ଯୋଗୁ ବାଂଲାଦେଶ ପଳାୟନ କରିଥିବା ରୋହିଙ୍ଗ୍ୟାଙ୍କ ପାଇଁ ଭାରତ ୧୧ ଲକ୍ଷ ଲିଟର କିରାସିନି ଓ ୨୦ ହଜାର ଷ୍ଟୋଭ୍‌ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଇଛି। 

ପେଟ୍ରୋଲ୍‌ ଦାମ୍‌ ପଚାରିବାରୁ ଅଟୋ ଡ୍ରାଇଭରଙ୍କୁ ମାଡ ମାରିଲେ ଭାଜପା କର୍ମୀ

ପେଟ୍ରୋଲ୍‌ ଦାମ୍‌ ପଚାରିବାରୁ ଅଟୋ ଡ୍ରାଇଭରଙ୍କୁ ମାଡ ମାରିଲେ ଭାଜପା କର୍ମୀ

ଚେନ୍ନାଇ,୧୮।୯: ଭାଜପା କର୍ମକର୍ତ୍ତାଙ୍କର ଦାଦାଗିରି ଏବେ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି। ରବିବାର ଚେନ୍ନାଇର ଭାଜପା ପ୍ରଦେଶ ଅଧ୍ୟକ୍ଷ ତାମିଲିସାଇ ସୁନ୍ଦରାଜନ ଗଣମାଧ୍ୟମକୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କିଛି ପ୍ରଶ୍ନର ଉତ୍ତର ଦେଉଥିଲେ।

୧୫ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା: ପାଇଲଟଙ୍କ ସମେତ ଆତଙ୍କିତ ଥିଲେ ୩୭୦ ଯାତ୍ରୀ

୧୫ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା: ପାଇଲଟଙ୍କ ସମେତ ଆତଙ୍କିତ ଥିଲେ ୩୭୦ ଯାତ୍ରୀ

ନୂଆଦିଲ୍ଲୀ/ନ୍ୟୁୟର୍କ,୧୮।୯: ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୭୭-୩୦୦ ବିମାନ ଏଆଇ-୧୦୧ରେ ୩୭୦ ଯାତ୍ରୀ ସବାର ଥିଲେ। ବିମାନର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ କାମ କରୁ ନ ଥିଲା।

ପୁଣି ଥରେ ଇଟାଲୀରେ ହେବ ଇଶାଙ୍କ ନିର୍ବନ୍ଧ

ପୁଣି ଥରେ ଇଟାଲୀରେ ହେବ ଇଶାଙ୍କ ନିର୍ବନ୍ଧ

ମୁମ୍ବାଇ,୧୮।୭: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଲାଡ୍‌ଲି ଇଶା ଅମ୍ବାନୀଙ୍କର ପୁଣି ଥରେ ନିର୍ବନ୍ଧ ହେବାକୁ ଯାଉଛି। ତାହା ପୁଣି ସୁଦୂର ଇଟାଲୀରେ।

୨୦୧୭ରେ ଦେଶରେ ୮ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

୨୦୧୭ରେ ଦେଶରେ ୮ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

ଜେନେଭା/ନୂଆଦିଲ୍ଲୀ,୧୮।୯: ଭାରତରେ ୨୦୧୭ରେ ୮ ଲକ୍ଷ ୨ ହଜାର ଶିଶୁଙ୍କୁ ମୃତ୍ୟୁ ଘଟିଛି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ହ୍ରାସ ପାଇଛି।