ଖେଳ |

ସିଡ୍‌ନୀ ଇଣ୍ଟରନ୍ୟାଶନାଲ ସେମିରେ ହାରିଲେ ବୋପାନ୍ନା

ସିଡ୍‌ନୀ ଇଣ୍ଟରନ୍ୟାଶନାଲ ସେମିରେ ହାରିଲେ ବୋପାନ୍ନା
ସିଡ୍‌ନୀ, ୧୧।୧(ପି.ଟି.)- ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ଓ ତାଙ୍କ ଫ୍ରାନ୍ସ ଯୋଡ଼ିଦାର ଏଡୁରାଡ୍‌ ରୋଜର-ଭାସେଲିନ ଏଠାରେ ଚାଲିଥିବା ଏଟିପି ସିଡ୍‌ନୀ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ଡବଲ୍ସ ସେମିଫାଇନାଲ ମ୍ୟାଚ୍‌ରେ ଏହି ଇଣ୍ଡୋ-ଫ୍ରାନ୍ସ ଯୋଡ଼ି କଡ଼ା ସଂଘର୍ଷ କରିଥିଲେ ମଧ୍ୟ ୪-୬, ୭-୫, ୮-୧୦ ସେଟ୍‌ରେ ଟପ୍‌ ସିଡ୍‌ ପୋଲାଣ୍ଡର ଲୁକାସ କୁବୋଟ ଓ ମାର୍ସେଲୋ ମେଲୋ ଯୋଡ଼ିଙ୍କଠାରୁ ହାରିଯାଇଛନ୍ତି। ଏହି ମ୍ୟାଚ୍‌ଟି ଜିତିବାକୁ ବିଶ୍ୱର ଏକନମ୍ବର ଡବଲ୍ସ ଯୋଡ଼ି ଲୁକାସ-ମାର୍ସେଲୋଙ୍କୁ ଏକ ଘଣ୍ଟା ୨୯ ମିନିଟ୍‌ ସମୟ ଲାଗିଥିଲା। ଏହି ମ୍ୟାଚ୍‌ରୁ ବିଜେତା ଦଳକୁ ୭୦ ପଏଣ୍ଟ ଏବଂ ବୋପାନ୍ନା-ରୋଜର ଯୋଡ଼ିଙ୍କୁ ୬୪ ପଏଣ୍ଟ ମିଳିଛି। ଫାଇନାଲରେ କୁବୋଟ-ମାର୍ସେଲୋ ଯୋଡ଼ି ଜର୍ମାନୀର ଜାନ ଲେନାର୍ଡ ଷ୍ଟ୍ରଫ୍‌ ଓ ରୋମାନିଆର ଭିକ୍ଟର ଟ୍ରୋରିକିଙ୍କୁ ଭେଟିବେ।
All Right Reserved By

ଖେଳ |

ହକି ବିଶ୍ୱକପ କ୍ବାର୍ଟର ଫାଇନାଲ:  ଭାରତର ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ହକି ବିଶ୍ୱକପ କ୍ବାର୍ଟର ଫାଇନାଲ: ଭାରତର ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୧।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର କ୍ବାର୍ଟର ଫାଇନାଲରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ପୁଲ୍‌ ‘ସି’ର ଶୀର୍ଷ ଦଳଭାବେ ଭାରତ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ମଙ୍ଗଳବାର ଅନୁଷ୍ଠିତ ଅନ୍ତିମ କ୍ରସ୍‌ ଓଭର ମ୍ୟାଚରେ ନେଦରଲାଣ୍ଡ୍ସ ୫-୦ ଗୋଲରେ କାନାଡ଼ାକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଫଳରେ କାନାଡ଼ାର ଅଭିଯାନ ଶେଷ ହୋଇଛି। କ୍ରସ୍‌ ଓଭର ମ୍ୟାଚ ଶେଷ ହେବାପରେ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ଲାଇନ୍‌ଅପ୍‌ ହୋଇ ଯାଇଛି। ଡିସେମ୍ବର ୧୨ରେ ଆର୍ଜେଣ୍ଟିନା-ଇଂଲଣ୍ଡ ପ୍ରଥମ, ଅଷ୍ଟ୍ରେଲିଆ-ଫ୍ରାନ୍ସ ଦ୍ୱିତୀୟ ଏବଂ ଡିସେମ୍ବର ୧୩ରେ ଭାରତ-ନେଦରଲାଣ୍ଡ୍ସ ତୃତୀୟ ଓ ଜର୍ମାନୀ-ବେଲଜିୟମ ମଧ୍ୟରେ ୪ର୍ଥ କ୍ବାର୍ଟର ଫାଇନାଲ ଅନୁଷ୍ଠିତ ହେବ।

ହକି ବିଶ୍ୱକପ୍‌ କ୍ରସ୍‌ଓଭର: ପାକିସ୍ତାନର ବିଦାୟ, ବେଲଜିୟମ-ଜର୍ମାନୀ କ୍ବାର୍ଟର ଫାଇନାଲ

ହକି ବିଶ୍ୱକପ୍‌ କ୍ରସ୍‌ଓଭର: ପାକିସ୍ତାନର ବିଦାୟ, ବେଲଜିୟମ-ଜର୍ମାନୀ କ୍ବାର୍ଟର ଫାଇନାଲ

ଭୁବନେଶ୍ୱର, ୧୧।୧୨(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ମଙ୍ଗଳବାର ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚରେ ବେଲଜିୟମ ୫-୦ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ପାକିସ୍ତାନର ଅଭିଯାନ ଏହିଠାରୁ ଶେଷ ହୋଇଛି ଏବଂ ବେଲଜିୟମ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଡିସେମ୍ବର ୧୩ରେ ବେଲଜିୟମ ଓ ଜର୍ମାନୀ ମଧ୍ୟରେ କ୍ବାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ପୁଲ୍‌‘ଡି’ରେ ଶୀର୍ଷସ୍ଥାନରେ ରହିଥିବାରୁ ଜର୍ମାନୀ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ପାକିସ୍ତାନ ଗୋଟିଏ ହେଲେ ମ୍ୟାଚ ଜିତି ନ ପାରି ପ୍ରତିଯୋଗିତାରୁ ବିଦାୟ ନେଇଛି। ପୁଲ୍‌ ପର୍ଯ୍ୟାୟରେ ଦଳ ୩ଟି ମ୍ୟାଚ ଖେଳିଥିବାବେଳେ ୨ଟିରେ ପରାଜିତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହୋଇଥିଲା।

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ଲୋଇସିଂହା,୧୧।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଲୋଇସିଂହା କଲେଜ ଖେଳ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ  ଉଦ୍‌ଯାପିତ ହୋଇଯାଇଛି ।  ବିଜୁ ଯୁବ ବାହିନୀ ପକ୍ଷରୁ  ବ୍ଲକର ୨ ଗୋଟି ପଞ୍ଚାୟତର ୨୦ଟି କ୍ରିକେଟ ଦଳକୁ ନେଇ ସୋମବାରଠାରୁ ପ୍ରତିଯୋଗୀତା ଆରମ୍ଭ  ହୋଇଥିଲା ।

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ରାଞ୍ଚି,୧୧।୧୨(ପି.ଟି.)- ଭାରତୀୟ ଆର୍ଚର ଦୀପିକା କୁମାରୀ ଓ ଅତନୁ ଦାସ ନିର୍ବନ୍ଧ ହୋଇଯାଇଛି। 

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ପର୍ଥ,୧୧।୧୨(ପି.ଟି.)- ରେକର୍ଡଧାରୀ ଭାରତୀୟ ଉଇକେଟକିପର ରିଶଭ ପନ୍ତ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ମାନିତ କରିଛନ୍ତି।

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ମୁମ୍ବାଇ,୧୧।୧୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ମଙ୍ଗଳବାର ଏକ ବର୍ଷ ପୂରିଛି। 

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ମାଉଣ୍ଟ ମାଉଙ୍ଗାନୁଇ,୧୧।୧୨- ଏଠାରେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୭୫ ରନ୍‌ରେ ଜିତି ନେଇଛି। 

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ,୧୧।୧୨- ଶ୍ରୀଲଙ୍କା ଦଳର ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ଯୋଗୁ ବାସନ୍ଦ କରାଯାଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର କୁହାଯାଇଛି। 

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ଦୁବାଇ,୧୧।୧୨- ଆଡିଲେଡ୍‌ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଆଇସିସି ପକ୍ଷରୁ ଖେଳାଳିଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। 

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌  ବ୍ୟବସ୍ଥା

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌ ବ୍ୟବସ୍ଥା

ମେଲବୋର୍ନ,୧୧।୧୨- ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ଟୁର୍ନାମେଣ୍ଟ ତଥା ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ଆୟୋଜକମାନେ ଏକ କୌତୂହଳପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌  ପ୍ରତିଯୋଗିତା ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଜଟଣୀ,୧୧।୧୨(ଡି.ଏନ୍‌.ଏ): ଜଟଣୀ କୁଦିଆରୀରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳାପୁରୁଷ ଥ୍ରୋ ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଓ ଜଟଣୀ ଥ୍ରୋ ବଲ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୨୦ଟି ଜିଲାରୁ ପୁରୁଷ ଓ ୧୬ଟି ଜିଲାରୁ ମହିଳା ଥ୍ରୋ ବଲ ଦଳ ଅଂଶଗ୍ରହଣ କରିଥିଲେ। 

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସମ୍ବଲପୁର, ୧୧।୧୨ (ବ୍ୟୁରୋ)ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ରେଲୱେ ଦଳ ୩ ଉଇକେଟରେ ୪୦୨ ରନ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି ।