ରାଜ୍ୟ |

ସତ୍ୟବାଦୀ: ବିଜେଡି ଛାଡିଲେ ପୂର୍ବତନ ବିଧାୟକ

ସତ୍ୟବାଦୀ: ବିଜେଡି ଛାଡିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର(ବ୍ୟୁରୋ)/ସାକ୍ଷୀଗୋପାଳ(ଡି.ଏନ୍‌.ଏ.), ୧୧।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି ସତ୍ୟବାଦୀ ପୂର୍ବତନ ବିଜେଡି ବିଧାୟକ ରମା ରଞ୍ଜନ ବଳିଆରସିଂ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ। ଦଳ ଛାଡିବା ନେଇ ରମା କହିଛନ୍ତି, ଦଳ ପାଇଁ ମୁଁ ନିସର୍ତ୍ତ ଭାବେ କାମ କରିଛି। ମୋ ପାଇଁ ସତ୍ୟବାଦୀରେ ବିଜେଡିକୁ ବହୁ ସମର୍ଥନ ମିଳିଛି। ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ନିସ୍ବାର୍ଥପରଭାବେ ତୁଲାଇଛି। ହେଲେ କିଛି ଅଫିସରଙ୍କ ପ୍ରରୋଚନାରେ ମୋତେ ଦଳରେ କୋଣଠେସା କରାଯାଇ ଦାୟିତ୍ୱରୁ ଦୂରେଇ ଦିଆଯାଇଛି। ଆସନ୍ତା ୧୯ ତାରିଖରେ ମିଶ୍ରଣ ପର୍ବ ମାଧ୍ୟମରେ ରମା ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ମାତ୍ର ଏହାକୁ ସେ ଖଣ୍ଡନ କରିଥିବା ସହ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସ୍ଥିର କରି ନ ଥିବା ସେ କହିଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜନ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରାୟ ୪ ହଜାର ବିଦ୍ୟାଳୟ ସଂଯୋଜକ ସାମିଲ ହୋଇଥିଲେ।

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

ବଲାଙ୍ଗୀର ଅଫିସ, ୨୩।୪- ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ସୋମବାର ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିବା ଘଟଣା ଚର୍ଚ୍ଚାରା ବିଷୟ ହୋଇଛି। ବଲାଙ୍ଗୀର ମାଲପଡାର ଅଭିଯୁକ୍ତ ଭିକି ରଥଙ୍କୁ ଟାଉନ୍‌ ଥାନା ପୋଲିସ ସୋମବାର କୋର୍ଟଚାଲାଣ କରିଥିଲା। ପୋଲିସ ଟିମ୍‌ ଅଭିଯୁକ୍ତ ରଥକୁ କୋର୍ଟକୁ ନେଇକରି ଯାଉଥିବାବେଳେ କୋର୍ଟ ପରିସରରୁ ପୋଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ରଥ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ଟାଉନ୍‌ ଥାନା ଆଇଆଇସି ଗୋକୁଳାନନ୍ଦ ସାହୁଙ୍କୁ ପଚରାଯିବାରୁ ଡକାୟତି ଉଦ୍ୟମ ଯୋଜନା କରୁଥିବା ମାମଲାରେ ରବିବାର ଗିରଫ କରାଯାଇଥିବା ଅଭିଯୁକ୍ତ ରଥକୁ ସୋମବାର କୋର୍ଟଚାଲାଣ କରାଯିବା ପରେ କୋର୍ଟରୁ ସେ ଚମ୍ପଟ୍‌ ମାରିଥିବା ସୂଚନା ଦେଇଛନ୍ତି।

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

ଝାରସୁଗୁଡ଼ା ଅଫିସ,୨୩।୪: ଝାରସୁଗୁଡା ଜିଲା ମୁଖ୍ୟାଳୟ ପରିସରରେ ସୋମବାର ୩ଟି ପାଟ୍ରୋଲିଂ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ ହୋଇଛି। ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଓ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ଝାରସଗୁଡ଼ା ଅଫିସ,୨୩।୪: ଆଜାଦ ହିନ୍ଦ ଟ୍ରେନରୁ ଡାଇନାମାଇଟ୍‌ ଉଦ୍ଧାର ଘଟଣାର ତଦନ୍ତ ପାଇଁ ଝାରସୁଗୁଡ଼ା ଜିଆରପି ପୋଲିସ ପଶ୍ଚିମବଙ୍ଗ ଯାଇଛି। ରବିବାର ରାତିରେ ଜିଆରପିର ୨ ଜଣ ଅଧିକାରୀ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିଛନ୍ତି।

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ପଦ ସହ ବହୁସଂଖ୍ୟକ ପଦ ଖାଲି ପଡିଛି। ସେଗୁଡିକ ମଧ୍ୟରେ ରହିଛି ୩ ସଦସ୍ୟ ପଦ, ଗୋଟିଏ ସଦସ୍ୟଙ୍କ ବ୍ୟକ୍ତିଗତ ସଦସ୍ୟ, ଗୋଟିଏ ବ୍ୟକ୍ତିଗତ ସହାୟକ, ଗୋଟିଏ ଲାଇବ୍ରେରିଆନ, ୬ ବରିଷ୍ଠ ସହାୟକ, ୩ କନିଷ୍ଠ ସହାୟକ ଇତ୍ୟାଦି।

ସରିପାରୁନି ଜଳସେଚନ ପ୍ରକଳ୍ପ

ସରିପାରୁନି ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଜମି ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ, ଜଙ୍ଗଲ/ପରିବେଶ ମଞ୍ଜୁରୀ, ସିଡବ୍ଲ୍ୟସି ଅନୁମତିରେ ବିଳମ୍ବ, ସ୍ଥାନୀୟ ଜନସାଧାରଙ୍କ ବିରୋଧ ଇତ୍ୟାଦି କାରଣରୁ ରାଜ୍ୟରେ ଚାଲୁଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସରିପାରୁ ନାହିଁ।