Dharitri News
ଫୁରସତ |

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ। ଜନସଂଖ୍ୟା ବୃଦ୍ଧି ସହିତ ଜୀବନ ଧାରଣ ପାଇଁ ମନୁଷ୍ୟକୁ ସଂଗ୍ରାମ କରିବାକୁ ପଡିଥାଏ। ଡାରଉଇନ୍‌ଙ୍କ ସରଭାଇଭାଲ୍‌ ଅଫ୍‌ ଦି ଫିଷ୍ଟେଟ୍‌ ଥିଓରୀ ଅନୁସାରେ ଆଦିମ ଯୁଗ ତୁଳନାରେ ଆଧୁନିକ ସଭ୍ୟତାରେ ହିଂସାକାଣ୍ଡ ଘଟଣା ଅନେକ ବଢ଼ିଛି ବୋଲି ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ମେଡିକାଲ ସ୍କୁଲର ପ୍ରଫେସର ଡିନ୍‌ ଫଲ୍କ୍‌ କହିଛନ୍ତିି। ଏହି ମର୍ମରେ ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିବା ୧୯ଟି ଦେଶ ଉପରେ ଆନୁଧ୍ୟାନ କରାଯାଇଥିଲା। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିବା ୨୨ଟି ଦେଶ ଉପରେ ମଧ୍ୟ ବିଶ୍ଲେଷଣ କରାଯାଇଥିଲା। ଏହାସହିତ ବିଶେଷଜ୍ଞ ଆଫ୍ରିକା ଜଙ୍ଗଲରେ ଦୁଇଗୋଷ୍ଠୀ ସିମ୍ପାଜୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ଉପରେ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ଗଟଣାରେ ୧୧ ସିମ୍ବାଜୀଙ୍କ ମୃତ୍ୟୁ ଘଟିଥିଲା। ବାସସ୍ଥାନ ଓ ଖାଦ୍ୟ ଯୋଗୁ ସେମାନଙ୍କ ମଧ୍ୟରେ ଅନେକ ଦିନ ଧରି ଲାଗି ରହିଥିବା ପ୍ରତିଦ୍ୱନ୍ଦ୍ୱିତା ଶେଷରେ ହିଂସାକାଣ୍ଡର ରୂପ ନେଇଥିଲା ବୋଲି ଗବେଷକ କହିଛନ୍ତି। ସେହିପରି ମନୁଷ୍ୟଠାରେ ମଧ୍ୟ ମାନସିକ ସ୍ଥିତିରେ ପରିବର୍ତ୍ତନ ଯୋଗୁ ହିଂସାକାଣ୍ଡ ସଂଖ୍ୟା ଘଟୁଥିବା ଗବେଷକ କହିଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଫୁରସତ |

ଚର୍ଚ୍ଚିତ ବିବାହ: ବରଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଲେ କନ୍ୟା

ଚର୍ଚ୍ଚିତ ବିବାହ: ବରଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଲେ କନ୍ୟା

ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ବର କନ୍ୟା ଘରକୁ ଆସିବାର ପ୍ରଥା ହିନ୍ଦୁ ସଂସ୍କୃତିରେ ରହି ଆସିଛି। ତେବେ ଏବେ ସମୟ ବଦଳିଛି। ବର କନ୍ୟାଙ୍କ ଘରକୁ ନୁହେଁ ବରଂ କନ୍ୟା ବର ଘରେ ପହଞ୍ଚି ବିବାହ କରିଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ପାଟଣାରେ। ବମ୍ବେରେ ସହକାରୀ ବ୍ୟାଙ୍କ ମ୍ୟାନେଜର ଭାବେ କାମ କରୁଥିବା ସ୍ନେହା ପାଟଣାରୁ ବରଯାତ୍ରୀ ଧରି ଦାନାପୁରରେ ପହଞ୍ଚିଥିଲେ।

 ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା

ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା

ଓ୍ବାଶିଂଟନ: ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ନିଦ୍ରା ହୀନତା ରୋଗ ଦେଖାଯାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ତିନି ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଶ୍ୱାସନଳୀ ସମ୍ପର୍କିତ ରୋଗ ମଧ୍ୟ ଦେଖା ଦେଇଥାଏ। ସେମାନଙ୍କର ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇ ନ ଥିବାରୁ ସେମାନଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏନେଇ ଗବେଷକ ୯୬ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନଙ୍କର ମସ୍ତିଷ୍କର ଏମ୍‌ଆର୍‌ଆଇ କରାଯାଇଥିଲା। ଜଣାପଡିଥିଲା ଯେ, ମାତୃ ଗର୍ଭରେ କମ୍‌ ସମୟ ରହିଥିବା ଶିଶୁଙ୍କର ନାସୋଫାରିଞ୍ଜିୟାଲ୍‌ ଆୟତନ ପରିମାଣ ୨୨୧.୧ ମିଲିମିଟର ଥିବାବେଳେ ଓରୋଫାରିଞ୍ଜିୟାଲ ଆୟତନ ୧୭୯.୩ ମିଲିମିଟର ରହିଥାଏ । ଅନ୍ୟପକ୍ଷରେ ମାତୃ ଗର୍ଭରେ ନିର୍ଦ୍ଦିଷ୍ଟ ସମୟ ପୂରଣ କରିଥିବା ଶିଶୁଙ୍କର କ୍ଷେତ୍ରରେ ଏହି ଦୁଇଟିର ପରିମାଣ ଯଥାକ୍ରମେ ୪୯୫.୬ ମିଲିମିଟର ଓ ୩୧୩.୬ ମିଲିମିଟର ରହିଥାଏ ବୋଲି ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଶିଶୁ ବିଶେଷଜ୍ଞ ପ୍ରଫେସର ଅନିଲାଓ୍ବାନ୍‌ ସ୍ମିଥ୍‌ମେଧିନ୍‌ ସୂଚିତ କରିଛନ୍ତି।

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ରାଜସ୍ଥାନ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର। ବରଯାତ୍ରୀରେ ଆସିଥିଲେ ପୂର୍ବ ସ୍ତ୍ରୀଙ୍କ ଝିଅ, ଜ୍ୱାଇଁ ତଥା ଅନ୍ୟ ପରିଜନ। ସ୍ଥାନୀୟ ପରମ୍ପରାନୁଯାୟୀ ଓଟ ପିଠିରେ ବସି ପହଞ୍ଚିଥିଲା ବର। ସମସ୍ତ ବୈଦିକ ରୀତିନୀତିରେ ହୋଇଥିଲା ବିବାହ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ରାଜସ୍ଥାନର କରୌଲି ଜିଲାର କୁଡଗାଓଁରେ ଘଟିଛି ଏପରି ବିବାହ।

ପ୍ରଥମ ଦରମା  ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ପ୍ରଥମ ଦରମା ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ତଥା ବିଜ୍ଞାନ ଲେଖକ ଡା. ଦ୍ୱିଜେଶ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଢେଙ୍କାନାଳ ଜିଲା ଧଳପୁର ନିକଟ ଶାଆନ୍ଦା ଗାଁରେ ମୋର ଜନ୍ମ। ସ୍ଥାନୀୟ ବି.ବି. ହାଇସ୍କୁଲ୍‌ରୁ ୧୯୬୦ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଅନୁଗୋଳ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିଲି। ତା’ପରେ ବୁର୍ଲା ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ପଢ଼ି ସେଠାରେ ବର୍ଷେ ଇଣ୍ଟର୍ନଶିପ୍‌ ବି କରିଥିଲି। ଏହି ସମୟରେ ମୋତେ ଶହେ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା, ଯାହା ନିଜ ଖର୍ଚ୍ଚରେ ସରି ଯାଉଥିଲା। ଇଣ୍ଟର୍ନଶିପ୍‌ ପରେ, କାମାକ୍ଷାନଗରର ଅଁଳାବେରଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୯୬୮ରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ପ୍ରଥମେ ଯୋଗ ଦେଇଥିଲି। ଦରମା ମିଳିଲା ୩୦୦ ଟଙ୍କା। ଏହି ଟଙ୍କାକୁ ବାପା, ମା’ଙ୍କୁ ଦେଇଥିଲି।

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ବିଏସ୍‌ସି ପାସ୍‌ ପରେ ସ୍ବାବଲମ୍ବୀ ହେବା ଲାଗି ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହି କାର୍ଯ୍ୟରେ ବାଧାବିଘ୍ନ ସାଙ୍ଗକୁ ପରିବାର ଭରଣପୋଷଣ ତାଙ୍କ ଦୁଶ୍ଚିନ୍ତା ବଢାଇ ଚାଲିଲା। ଅବଶ୍ୟ ଏହି ସମୟରେ ପ୍ରାଣୀଧନ ନିରୀକ୍ଷକ ରାଧାଗୋବିନ୍ଦ ପୁହାଣ ଓ ମତ୍ସ୍ୟ ବିଭାଗର ସୌରଭ କୁମାର ଦାସଙ୍କ ପ୍ରେରଣା ତାଙ୍କ ଜୀବନରେ ଏକ ନୂଆମୋଡ଼ ଆଣିଲା। ପ୍ରଥମେ ଜର୍ସି ଗାଈ ପାଳନ କଲେ। ସେଥିରୁ ଲାଭବାନ୍‌ ହେବା ପରେ ମାଛଚାଷରେ ମନ ବଳାଇଥିଲେ ସେ।

ଲଡୁ ବାବା

ଲଡୁ ବାବା

କାହିଁ କେଉଁ କାଳରୁ ଶ୍ରୀ ଶ୍ରୀ ଲଡୁକେଶ ମହେଶ ନୟାଗଡ଼ ଜିଲାର ଶରଣକୁଳଠାରେ ପୂଜା ପାଇ ଆସୁଛନ୍ତି। ସେ ଲଡୁକେଶ ବା ଲଡୁବାବା ନାମରେ ବି ବିଖ୍ୟାତ। ଲଡ଼ୁବାବା ଅଧା ବିଷ୍ଣୁ ଓ ଅଧା ଶିବଙ୍କ ଅବତାର। ହରିହର ସମ୍ବଳିତ ଲଡୁବାବାଙ୍କର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଅର୍ଦ୍ଧ ଚନ୍ଦ୍ର। ଗୋଟିଏ ପଟେ ତୁଳସୀ ଲାଗି ହେଉଥିବାବେଳେ ଅନ୍ୟପଟେ ଲାଗି ହୋଇଥାଏ ବେଲପତ୍ର। ତେଣୁ ଶୈବଧର୍ମ ଓ ବୈଷ୍ଣବ ଧର୍ମର ମହାମିଳନର ପରମ୍ପରା ସୃଷ୍ଟି କରୁଥିବା ଏହି ଶୈବପୀଠଟି ସମଗ୍ର ଓଡ଼ିଶାରେ ବିରଳ।

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ବେହେଲା ବାଦକ ଗୌରାଙ୍ଗ ଚରଣ ମୁଦୁଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ଜନତା ହାଇସ୍କୁଲରୁ ୧୯୭୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନିରାକାରପୁରସ୍ଥିତ କେବିଡିଏଭି କଲେଜରେ ଆଇ.ଏ. ପଢ଼ିଥିଲି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା ଯୋଗୁ ଆଉ ପଢ଼ିଲି ନାହିଁ। ଘରର ବଡ଼ପୁଅ ହୋଇଥିବାରୁ ରୋଜଗାର କରିବାକୁ ମନ ବଳାଇ କୁହୁଡ଼ିରେ ଥିବା ଜଣେ ଡାକ୍ତରଙ୍କ ପାଖରେ ଆସିଷ୍ଟାଣ୍ଟ ଭାବେ କାମ କଲି। ସେ ମୋତେ ମାସକୁ ୩୦୦ ଟଙ୍କା ଦରମା ଦେଲେ।

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

ନଦୀ ପାରହୋଇ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବିବାହ ରୋଶଣି ଆସେ। ବିଭିନ୍ନ ପାଟପଟୁଆରରେ ବର ଓ କନ୍ୟାପକ୍ଷ ଭାଗ ନେଇଥାନ୍ତି। ମାତ୍ର ବର ସାଜେ ଜଣେ ମାନବ, କିନ୍ତୁ ଦେବୀ ମା ହୁଅନ୍ତି କନିଆ । ହେଲେ ଏଠାର ପାରମ୍ପରିକ ପ୍ରଥା ଅନୁସାରେ କନ୍ୟାକୁ ବର ସ୍ପର୍ଶକରିବା ମାତ୍ରେ ସେ ଭସ୍ମ ହୋଇଯାଏ। ଏମିତି କିଛି ଧର୍ମବିଶ୍ୱାସ,ଲୋକକଥାରେ ପାଳିତ ହୁଏ ଦେବୀ-ମାନବଙ୍କ ଏକ ନିଆରା ବିବାହ ଉତ୍ସବ ।

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ଲଣ୍ଡନ: ସମଲିଙ୍ଗୀ ସମ୍ପର୍କ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଏନେଇ ସେମାନେ ୨୦୧୫ ମସିହାଠାରୁ ସର୍ଭେ ଜାରି ରଖିଥିଲେ। ସର୍ଭେ ସମୟରେ ସେମାନେ ହାଇସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ତଥା ସାମାଜିକ କ୍ଷେତ୍ରରେ ବିଭିନ୍ନ ବର୍ଗର ଓ ବୟସର କିଶୋର ଓ ବୟସ୍କଙ୍କୁ ଭେଟିଥିଲେ।

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର

ସହରର ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ନିରୋଳା, ଶାନ୍ତ ପରିବେଶରେ ଦିନଟିଏ ବିତାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲା ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି। କନ୍ଧମାଳ ଜିଲା ରାଇକିଆ ନିକଟରେ ରହିଛି ମଣ୍ଡାସୁର ଇକୋଟୁରିଜିମ। ଏହା ଏକ ସୁନ୍ଦର ହିଲଷ୍ଟେଶନ ଭାବେ ଗତ କିଛି ବର୍ଷ ହେଲା ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ମଣ୍ଡାସୁର କୁଟୀ ନାମରେ ବି ଏହା ପରିଚିତ। ଦୁଇ ପାହାଡ଼ର ମଧ୍ୟଭାଗ (ବିରାଟ ଗର୍ତ୍ତ)କୁ କୁଟୀ କୁହାଯାଇଥାଏ। ପ୍ରାକୃତିକ ଶୋଭା ରାଶିରେ ଭରପୂର ଏହି ସ୍ଥାନଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଯଥେଷ୍ଟ କ୍ଷମତା ରଖିଛି। ଏଠାରେ ସୁନ୍ଦର ପାହାଡ଼ ସାଙ୍ଗକୁ ଛୋଟ ଛୋଟ ଝରଣା ଏବଂ କାଠ ବଙ୍ଗଳା ଦେଖିବାର ସୁଯୋଗ ରହିଛି ା ବିଶେଷକରି ପିକ୍‌ନିକ୍‌ ପାଇଁ ଏଠି ଅଧିକ ଭିଡ଼ ହୋଇଥାଏ। ମଣ୍ଡାସୁରର ଅଳ୍ପ କିଛି ଦୂରରେ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅବସ୍ଥିତ।

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଜ୍ଞାନ ଲେଖକ ବିଧୁଭୂଷଣ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁରେ ମୋର ଜନ୍ମ। କ୍ଷେତ୍ରବାସୀ ଏମ୍‌.ଇ ସ୍କୁଲ୍‌ରେ ମାଇନର୍‌ ପଢି ପରେ ଜନତା ହାଇସ୍କୁଲ୍‌ରୁ ୧୯୬୧ରେ ମାଟ୍ରିକ୍‌ ପାସ୍‌ କରିଥିଲେ। ତା’ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ପ୍ରି-ୟୁନିଭର୍ସିଟି, ପ୍ରି-ପ୍ରଫେଶନାଲ୍‌ ଏବଂ ପରେ ବି.ଏସ୍‌ସି. ପଢିଥିଲି। ବି.ଏସ୍‌ସି. ପାସ୍‌ କରିବା ପରେ ୧୯୬୭ରେ ଜନତା ହାଇସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଲି। ଦରମା ୧୮୫ ଟଙ୍କା ଥିଲା। ପ୍ରଥମ ଦରମା ବାପା ନବକିଶୋର ପଟ୍ଟନାୟକ(ସେ ଏକାଧାରରେ ଜଣେ ଡାକ୍ତର, ଚିତ୍ରଶିଳ୍ପୀ, ବୈଜ୍ଞାନିକ, କବି, ଲେଖକ, ନାଟ୍ୟକାର, ଫଟୋଗ୍ରାଫର୍‌ ତଥା ସ୍ବାଧୀନତା ସଂଗ୍ରାମୀ ଥିଲେ।

ଝୁଲାପୋଲ

ଝୁଲାପୋଲ

ଦେଶ ସ୍ବାଧୀନତା ପ୍ରାପ୍ତିର ପ୍ରାୟ ୭୧ବର୍ଷ ହେଲାଣି । ଗାଁର ଉନ୍ନତି ପାଇଁ ସରକାରୀସ୍ତରରେ ଅନେକ ଯୋଜନା ଚାଲିଛି। ତଥାପି ଅନେକ ଗାଁକୁ ଏଯାଏ କଚ୍ଚାରାସ୍ତାଟିଏ ହୋଇପାରିନାହିଁ । ଏପରି କି ଗୋଟିଏ ପଟ ରାସ୍ତାରୁ ଆଉ ଗୋଟିଏ ପଟକୁ ଯିବାକୁ ହେଲେ କେତେକ ସ୍ଥାନରେ ଥିବା ନଦୀ ଉପରେ ସ୍ଥାୟୀ ପୋଲ ସଂଯୋଗ କରିଥାଏ। ମାତ୍ର ଓଡ଼ିଶାରେ ଏମିତି କେତେକ ସ୍ଥାନ ଅଛି ଯେଉଁଠି ରାସ୍ତା ନାହିଁ କି ସ୍ଥାୟୀ ପୋଲ ନାହିଁ। ଯିବା ଆସିବା ଆଉ ଯୋଗାଯୋଗ ପାଇଁ ଲୋକମାନେ ନିର୍ଭର କରିଥାନ୍ତି ଝୁଲାପୋଲ ଉପରେ। ଯାହା କି ଅନେକ ସମୟରେ ବିପଦ ଆଶଙ୍କା ବି ସୃଷ୍ଟି କରିଥାଏ। ତଥାପି ଯାତାୟାତର ଅନ୍ୟ କୌଣସି ମାଧ୍ୟମ ନ ଥିବାରୁ ଲୋକେ ବାଧ୍ୟହୋଇ ନିର୍ଭର କରନ୍ତି ଏହା ଉପରେ। ଏପରି ଝୁଲାପୋଲ ବର୍ଷେ କି ଦୁଇବର୍ଷ ପାଇଁ ନୁହେଁ, ବରଂ ବର୍ଷବର୍ଷଧରି ନଦୀଜଳ ଉପରେ ଝୁଲି ରହିଥାଏ ।