Dharitri News
ଜାତୀୟ |

ଭାରତ ମହାସାଗରରେ ୨୨ରାଷ୍ଟ୍ରର ମିଳିତ ସମରାଭ୍ୟାସ ‘ମିଲନ୍‌’

ଭାରତ ମହାସାଗରରେ ୨୨ରାଷ୍ଟ୍ରର ମିଳିତ ସମରାଭ୍ୟାସ ‘ମିଲନ୍‌’ ନୂଆଦିଲ୍ଲୀ, ୧୧।୧: ଭାରତ ମହାସାଗରରେ ମାର୍ଚ୍ଚ ୧ଠାରୁ ୫ ଦିନିଆ ମିଳିତ ସମରାଭ୍ୟାସ ‘ମିଲନ୍‌’ ଆୟୋଜିତ ହେବ। ଏଥିରେ ୨୨ରାଷ୍ଟ୍ରର ୭୦ଟି ଯୁଦ୍ଧଜାହାଜ ଅଂଶଗ୍ରହଣ କରିବେ। ପାକିସ୍ତାନ ଏଥିରେ ଅଂଶଗ୍ରହଣ କରିବ ନାହିଁ। ୨୨ ବର୍ଷ ତଳେ ଏହି କାର୍ଯ୍ୟକ୍ରମ ୧୯୯୫ରୁ ଆରମ୍ଭ ହୋଇଥିବାବେଳେ ସେତେବେଳେ ଏଥିରେ ମାତ୍ର ୪ଟି ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ। ପରେ ୨୦୧୪ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୬ଟି ରାଷ୍ଟ୍ର ଯୋଗଦେଇଥିଲେ। ୫ ହଜାର ବର୍ଗ ମାଇଲ୍‌ ପରିମିତ ସାମୁଦ୍ରିକ କ୍ଷେତ୍ରରେ ଏହି ମିଳିତ ସମରାଭ୍ୟାସ ଆୟୋଜିତ ହେବ।

ଜାତୀୟ |

ମୁଙ୍ଗାବଳୀ-କୋଲାରସ ଉପନିର୍ବାଚନ: ମତଦାନ ଜାରି

ମୁଙ୍ଗାବଳୀ-କୋଲାରସ ଉପନିର୍ବାଚନ: ମତଦାନ ଜାରି

ଭୋପାଳ,୨୪।୨: ମଧ୍ୟପ୍ରଦେଶରେ ଶିବପୁରୀ ଜିଲାର କୋଲାରସ ଏବଂ ଅଶୋକନଗର ଜିଲାର ମୁଙ୍ଗାବଳୀ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଲାଗି ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ। କିଛି ବୁଥ୍‌ରେ ଇଭିଏମ୍‌ ମେଶିନରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି।

ସୀମାରେ ଚାଇନାର ସମରସଜ୍ଜା

ସୀମାରେ ଚାଇନାର ସମରସଜ୍ଜା

ବେଜିଂ/ନୂଆଦିଲ୍ଲୀ, ୨୩।୨: ଭାରତ ସୀମାରେ ଚାଇନା ଆରମ୍ଭ କରିଛି ସମରସଜ୍ଜା। ସୀମାରେ ମୁତୟନଥିବା ଚାଇନା ସୈନିକଙ୍କ ପାଖରେ ଏବେ ରହିଛି ଆଧୁନିକ କ୍ୟୁଟିଏସ୍‌-୧୧ ସିଷ୍ଟମ। ଏହା ଆମେରିକା ସୈନ୍ୟଙ୍କ ପାଖରେ ରହିଥାଏ। ଏହାଦ୍ୱାରା ଚାଇନାର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି।

ପରପାରିରେ କନଓ୍ବର ବାଇ

ପରପାରିରେ କନଓ୍ବର ବାଇ

ରାୟପୁର,୨୩।୨: ରାୟପୁରସ୍ଥିତ ଆମ୍ବେଦକର ହସ୍ପିଟାଲରେ ୧୦୬ ବର୍ଷ ବୟସରେ କନଓ୍ବର ବାଇଙ୍କ ପରଲୋକ ଘଟିଛି। ସ୍ବଚ୍ଛ ଭାରତ ଅଭିଯାନର ଏକ ଅଗ୍ରଣୀ ସଦସ୍ୟା ଭାବେ ଦିନେ ଚର୍ଚ୍ଚାରେ ଥିଲେ କନଓ୍ବର।

ଏୟାର ଇଣ୍ଡିଆ ବିମାନରେ ଭାଙ୍ଗଡା

ଏୟାର ଇଣ୍ଡିଆ ବିମାନରେ ଭାଙ୍ଗଡା

ନୂଆଦିଲ୍ଲୀ,୨୩।୨: ଦୀର୍ଘ ୮ ବର୍ଷ ପରେ ଏୟାର ଇଣ୍ଡିଆ ଅମୃତସର ଓ ବର୍ମିଙ୍ଗହାମ ମଧ୍ୟରେ ନିରନ୍ତର ବିମାନ ସେବା ଆରମ୍ଭ କରିଛି। ତେବେ ବିମାନ ଉଡାଣ ପୂର୍ବରୁ ଯାତ୍ରୀଙ୍କୁ ମିଳିଛି ଏକ ସରପ୍ରାଇଜ୍‌ ଗିଫ୍ଟ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ନୂଆଦିଲ୍ଳୀ/ଓ୍ବାଶିଂଟନ, ୨୩।୨: ମାଳଦ୍ୱୀପରେ ରାଜୈନତିକ ସଙ୍କଟ ଧୀରେଧୀରେ ଘନୀଭୁତ ହେବାରେ ଲାଗିଛି। ରାଷ୍ଟ୍ରପତି ଅବଦୁଲା ୟାମିନ୍‌ ଇତି ମଧ୍ୟରେ ଦେଶର ମୁଖ୍ୟ ଆଇନ ଅଧିକାରୀଙ୍କ ସମର୍ଥନ ହରାଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ବିଧାନ ବିରୋଧୀ ବୋଲି ମୁଖ୍ୟ ଆଇନ ଅଧିକାରୀ ଏଶାଥ୍‌ ବିସ୍‌ହାମ୍‌ ସୂଚିତ କରିଛନ୍ତି। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ସଙ୍କଟଯୋଗୁ ଭାରତ ଓ ଚାଇନା ମଧ୍ୟରେ ଭାରତ ମହାସାଗରରେ ଶୀତଳଯୁଦ୍ଧ ଆଶଙ୍କା ଦୃଢ଼ିଭୁତ ହେବାରେ ଲାଗିଛି। ଏନେଇ ଅଷ୍ଟ୍ରେଲିଆର ଏକ ବିଶେଷଜ୍ଞଦଳ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରିଛନ୍ତି। ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଡଃ. ଡେଭିଡ୍‌ ବ୍ରିୟୁଷ୍ଟରଏହି ବିବରଣୀ ଦେଇଛନ୍ତି।

ମେଘାଳୟ ବିଧାନସଭା ନିର୍ବାଚନ: ୨୫ ଦାଗି ପ୍ରାର୍ଥୀ, ୧୫୨ କୋଟିପତି

ମେଘାଳୟ ବିଧାନସଭା ନିର୍ବାଚନ: ୨୫ ଦାଗି ପ୍ରାର୍ଥୀ, ୧୫୨ କୋଟିପତି

ଶିଲଂ, ୨୩।୨: ମେଘାଳୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୨୫ ଜଣ ଦାଗି ପ୍ରାର୍ଥୀ ରହିଛନ୍ତି ବୋଲି ଆସୋସିଏସନ୍‌ ଫର ଡୋମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଦାଗି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ହତ୍ୟା ଓ ବଳାତ୍କାର ମାମଲା ରହିଛି। ପ୍ରତିଦ୍ୱନ୍ଦିତା କରୁଥିବା ୩୭୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୫୨ ଜଣ କୋଟିପତି ଅଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୩.୫୪ କୋଟି ଟଙ୍କା ରହିଛି ବୋଲି ସେମାନେ ସତ୍ୟପାଠ ଦାଖଲ କରିଛନ୍ତି।

ଲାଲୁଙ୍କୁ ଝଟ୍‌କା

ଲାଲୁଙ୍କୁ ଝଟ୍‌କା

ରାଞ୍ଚି,୨୩।୨: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କାଟୁଥିବା ରାଷ୍ଟ୍ରୀୟ ଜନତାଦଳ (ଆର୍‌ଜେଡି)ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଥରେ ଲାଗିଛି ଧକ୍କା। ଦେଓଘର ଟ୍ରେଜେରି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି।

ନୀତୀଶଙ୍କ ଉପରେ ଅଭିଯୋଗ ଆଣିଲେ ତେଜସ୍ବି

ନୀତୀଶଙ୍କ ଉପରେ ଅଭିଯୋଗ ଆଣିଲେ ତେଜସ୍ବି

ମୁଜାଫରପୁର,୨୩।୨: ନୀତୀଶ ସରକାରଙ୍କ ଉପରେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ବିରୋଧୀ ନେତା ତେଜସ୍ବି ଯାଦବ। ଫୋନ ଟ୍ୟାପିଙ୍ଗଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ତାଙ୍କ ଉପରେ କଡା ନଜର ରଖିଥିବା ନୀତୀଶ ସରକାର ଏବେ ତାଙ୍କ ଖାଦ୍ୟରେ ବିଷ ମିଶାଇବାକୁ ଚେଷ୍ଟା କରୁଛନ୍ତି।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଦିଲ୍ଲୀ ପୋଲିସକୁ ନୋଟିସ ଜାରି

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଦିଲ୍ଲୀ ପୋଲିସକୁ ନୋଟିସ ଜାରି

ନୂଆଦିଲ୍ଲୀ,୨୩।୨: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଆଧାରରେ ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ନିୟନ୍ତ୍ରଣ ରେଖା  ନିକଟବର୍ତ୍ତୀ ବାସିନ୍ଦା ସ୍ଥାନାନ୍ତର

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ବାସିନ୍ଦା ସ୍ଥାନାନ୍ତର

ଶ୍ରୀନଗର, ୨୩।୨: ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଏହାକୁ ଦୃଷ୍ଟିରେ ନିକଟବର୍ତ୍ତୀ ଗ୍ରାମ ଗୁଡିକର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ସିଲିକୋଟ୍‌, ବାଲକୋଟ୍‌,ତିଲାଓ୍ବାରୀ, ଚୁରନ୍ଦା,ବାଟଗଡ ଆଦି ଗ୍ରାମର ବାସିନ୍ଦା ଶୁକ୍ରବାର ଭୋର୍‌ଠାରୁ ସୁରକ୍ଷିତ ସ୍ଥାନକୁ ଯିବା ଆରମ୍ଭ କରିଛନ୍ତି। ଗତ ସୋମବାରଠାରୁ ଏସବୁ ଅଞ୍ଚଳରେ ପାକିସ୍ତାନ ମୋର୍ଟାର ସେଲିଂ ମାଡ ଜାରି ରଖିଛି।

ସଭ୍ୟ ସମାଜରେ ବର୍ବର କାଣ୍ଡ: ୧କିଲୋ ଚାଉଳ ପାଇଁ ଜୀବନ ଗଲା

ସଭ୍ୟ ସମାଜରେ ବର୍ବର କାଣ୍ଡ: ୧କିଲୋ ଚାଉଳ ପାଇଁ ଜୀବନ ଗଲା

ପାଲାକ୍କାଡୁ, ୨୩।୨: କେରଳ ପାଲାକ୍କାଡୁ ଜିଲାରେ ଘଟିଛି ଏକ ଅଘଟଣ। ମାତ୍ର ୧ କିଲୋ ଚାଉଳ ଚୋରାଇଥିବା ଅଭିଯୋଗରେ ଉତ୍ତେଜିତ ଲୋକମାନେ ଜଣେ ଆଦିବାସୀ ଯୁବକଙ୍କୁ ଗୁରୁବାର ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ସମ୍ପୃକ୍ତ ଯୁବକ ହେଉଛନ୍ତି ମଧୁ କୁଡୁକୁମନ୍ନା(୨୭)। ପୋଲିସ୍‌ ଏସମ୍ପର୍କରେ ଜାଣିବା ପରେ ମଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଟାଥାରା ହସ୍ପିଟାଲକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ମାଓବାଦୀଙ୍କ ବିରୋଧରେ ଅଭିଯାନ: ବୁଢ଼ା ପାହାଡ଼କୁ ଘେରିବେ ତିନି ରାଜ୍ୟ ସୁରକ୍ଷାବଳ

ମାଓବାଦୀଙ୍କ ବିରୋଧରେ ଅଭିଯାନ: ବୁଢ଼ା ପାହାଡ଼କୁ ଘେରିବେ ତିନି ରାଜ୍ୟ ସୁରକ୍ଷାବଳ

ନୂଆଦିଲ୍ଲୀ, ୨୩।୨: ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ସୀମାରେ ଥିବା ବୁଢ଼ା ପାହାଡ଼ ମାଓବାଦୀଙ୍କ ପାଇଁ ପାଲଟିଛି ସୁରକ୍ଷାସ୍ଥଳ। ପ୍ରାୟ ୫୦ କିଲୋମିଟର ବ୍ୟାସ ମଧ୍ୟରେ ମାଓବାଦୀ ଏଠାରେ ସୁରକ୍ଷିତ ଭାବେ ବିଚରଣ କରୁଛନ୍ତି। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଆକ୍ରମଣ କରି ସହଜରେ ବୁଢ଼ାପାହାଡ଼ ଅଞ୍ଚଳକୁ ମାଓବାଦୀ ପଳାୟନ କରୁଛନ୍ତି। ମାଓବାଦୀଙ୍କ ବିରୋଧରେ ତିନି ରାଜ୍ୟରେ ସରକାର ଏବେ ଅଣ୍ଟା ଭିଡିଛନ୍ତି। ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଖୁବ୍‌ ଶୀଘ୍ର ବୁଢ଼ା ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯିବ।