Dharitri News
ଖେଳ |

ବିପର୍ଯ୍ୟୟ ଘଟାଇଲେ ଭାମ୍ବ୍ରୀ

ବିପର୍ଯ୍ୟୟ ଘଟାଇଲେ ଭାମ୍ବ୍ରୀ ଓ୍ବାଶିଂଟନ, ୪।ପି.ଟି.): ୟୁକି ଭାମ୍ବ୍ରୀ ଏଠାରେ ଚାଲିଥିବା ଏଟିପି ସିଟି ଓପନ୍‌ ପ୍ରତିଯୋଗିତାରେ ବିପର୍ଯ୍ୟୟ ଘଟାଇଛନ୍ତି। ଦ୍ୱିତୀୟ ରାଉଣ୍ଡର ଏକ ମୁକାବିଲାରେ ଭାମ୍ବ୍ରୀ ବିଶ୍ୱର ୨୨ ନମ୍ବର ଖେଳାଳି ତଥା ଡିଫେଣ୍ଡିଂ ଚାମ୍ପିୟନ ଗେଲ ମୋନଫିଲ୍ସଙ୍କୁ ୬-୩, ୪-୬, ୭-୫ ସେଟ୍‌ରେ ପରାସ୍ତ କରି କ୍ୟାରିୟରର ୨ୟ ବୃହତ ବିଜୟ ହାସଲ କରିଥିଲେ। ଏଥିପୂର୍ବରୁ ଭାମ୍ବ୍ରୀ ୨୦୧୪ ଚେନ୍ନାଇ ଓପନ୍‌ରେ ବିଶ୍ୱର ୧୫ ନମ୍ବର ଖେଳାଳି ଫାବିଓ ଫୋଗନିନିଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ପ୍ରି-କ୍ୱାର୍ଟର ଫାଇନାଲରେ ଭାମ୍ବ୍ରୀ ଆର୍ଜେଣ୍ଟିନାର ଗୁଇଡୋ ପିଲ୍ଲାଙ୍କୁ ଭେଟିବେ। ପିଲ୍ଲା ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଅନ୍ୟତମ ଭାରତୀୟ ଖେଳାଳି ରାମକୁମାର ରାମନାଥନଙ୍କୁ ହରାଇଥିଲେ। ପ୍ରତିଯୋଗିତାର ପୁରୁଷ ଡବଲ୍ସରେ ଭାରତର ରୋହନ ବୋପାନ୍ନା ଓ ତାଙ୍କ ପାର୍ଟନର ଡୋନାଲ୍ଡ ୟଙ୍ଗ୍‌ ଯୋଡି କ୍ୱାର୍ଟରରେ ପ୍ରବେଶ କରିଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଖେଳ |

ଆଇସିସି ନିବେଦନକୁ ବିସିସିଆଇର ପ୍ରତ୍ୟାଖ୍ୟାନ

ଆଇସିସି ନିବେଦନକୁ ବିସିସିଆଇର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୫।୨(ପି.ଟି.)- କଲିକତାରେ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ମ୍ୟାଚ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) କରାଯାଇଥିବା ନିବେଦନକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଛି। ଆସନ୍ତା ଏପ୍ରିଲ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କଲିକତାଠାରେ ଆଇସିିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଭୁବି, ଧାଓ୍ବନଙ୍କ ମାନ୍ୟତାରେ ଉନ୍ନତି

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଭୁବି, ଧାଓ୍ବନଙ୍କ ମାନ୍ୟତାରେ ଉନ୍ନତି

ଦୁବାଇ,୨୫।୨(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ଉନ୍ନତ ପ୍ରଦର୍ଶନ କରିଥିବା ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ର଼୍ୟାଙ୍କିଙ୍ଗରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହା ଦର୍ଶାଇଛି ସଦ୍ୟପ୍ରକାଶିତ ଆଇସିସି ଟି୨୦ ଖେଳାଳି ର଼୍ୟାଙ୍କିଙ୍ଗ୍‌।

ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ରୁ ଓହରିଲେ ସୁଶୀଲ

ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ରୁ ଓହରିଲେ ସୁଶୀଲ

ନୂଆଦିଲ୍ଲୀ,୨୫।୨- ଡବଲ ଅଲିମ୍ପିକ୍‌ ପଦକଧାରୀ ସୁଶୀଲ କୁମାର କିର୍ଗିଜସ୍ତାନଠାରେ ହେବାକୁ ଥିବା ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ଶିପ୍‌ରୁ ଓହରି ଯାଇଛନ୍ତି। ଆହତ ସମସ୍ୟାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ଏସିଆନ୍‌ ରେସଲିଂ ଚାମ୍ପିୟନ୍‌ଶିପ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)କୁ ପତ୍ର ଲେଖିଛନ୍ତି।

ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ ସ୍ମିଥ୍‌

ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ ସ୍ମିଥ୍‌

ନୂଆଦିଲ୍ଲୀ,୨୫।୨- ଦୁଇ ବର୍ଷ ବ୍ୟବଧାନ ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଫେରିବାକୁ ଯାଉଥିବା ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌। ଏ ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଶନିବାର ଘୋଷଣା କରାଯାଇଛି।

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ୍‌, ୨୪।୨(ପି.ଟି.)- ଦମ୍‌ଦାର ବିଜୟ ସହ ଭାରତ ତା’ର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି। ଟେଷ୍ଟ ସିରିଜ ପରାଜୟକୁ ପଛରେ ପକାଇ ଭାରତ ଉଭୟ ଦିନିକିଆ ଓ ଟି୨୦ ସିରିଜ୍‌କୁ ହାତେଇ ନେଇଛି। ଦିନିକିଆ ସିରିଜକୁ ୫-୧ ଓ ପରେ ଟି୨୦ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଏଥି ସହିତ ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଦୁଇଟି ସିରିଜରେ ବାଜି ମାରିଛି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ଭାରତ ୭ ରନରେ ବିଜୟୀ ହୋଇଛି। ଏହି ଗ୍ରୀନ୍‌ ପିଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଜବାବରେ ଘରୋଇ ଦଳ ୬ ଉଇକେଟ ହରାଇ ୧୬୫ ରନରେ ସୀମିତ ରହି ମ୍ୟାଚ ହାତଛଡା କରିଥିଲା। ଦ୍ରୁତ ୪୩ ରନ କରିବା ସହ ଡେଭିଡ ମିଲରଙ୍କୁ ଆଉଟ କରିଥିବା ସୁରେଶ ରାଇନା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ବେଶ୍‌ ପ୍ରଭାବୀ ବୋଲିଂ କରିଥିବା ଭୁବନେଶ୍ୱର କୁମାର ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ମେଲବୋର୍ନ, ୨୪।୨(ପି.ଟି.)- ଭାରତୀୟ ମହିଳା ଜିମ୍ନାଷ୍ଟ ଅରୁଣା ବୁଡ୍ଡା ରେଡୀ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଜିମ୍ନାଷ୍ଟିକ୍‌ ବିଶ୍ୱକପ୍‌ରେ ବ୍ୟକ୍ତିଗତ ପଦକ ହାସଲ କରିଛନ୍ତି। ଶନିବାର ସେ ମହିଳା ଭଲ୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି।

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

କେପ୍‌ ଟାଉନ୍‌, ୨୪ା୨ (ପି.ଟି.)- ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ୫୪ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତିନେଇଛି।

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

ଦୁବାଇ, ୨୪ା୨ (ପି.ଟି.)-କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ କରାଯାଇଛି।

କ୍ୱାର୍ଟରରେ ଓଡ଼ିଶା ପୁରୁଷ, ମହିଳା ଦଳ

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ଲାଥୁରଠାରେ ଚାଲିଥିବା ୧୯ତମ ସିନିୟର ଟେନିସ ଭଲିବଲ (ପୁରୁଷ/ମହିଳା) ପ୍ରତିଯୋଗିତାରେ ଓଡ଼ିଶା ଡବଲ ବିଜୟ ହାସଲ କରିଛି। ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟ ସହ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ସୋଫିଆ(ବୁଲଗେରିଆ),୨୪।୨(ପି.ଟି.)- ଚଳିତ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟର୍ନୁାମେଣ୍ଟରେ ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ ବ୍ରୋଞ୍ଜ ପଦକଧାରୀ ସୀମା ପୁନିଆ ମହିଳା ବିଭାଗର ୮୧ କିଗ୍ରାରୁ ଅଧିକ ବର୍ଗର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରେ ଖେଳାଯାଇଥିବା ସେମିଫାଇନାଲରେ ସୀମା ବାଇ ପାଇ ସ୍ବର୍ଣ୍ଣ ପଦକ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି।

ସୁଇସ୍‌ ଓପନ୍‌: ସେମିରେ ସମୀର

ସୁଇସ୍‌ ଓପନ୍‌: ସେମିରେ ସମୀର

ବାସେଲ (ସୁଇଜରଲାଣ୍ଡ),୨୪।୨(ପି.ଟି.)- ଭାରତୀୟ ଶଟଲର ସମୀର ବର୍ମା ଏଠାରେ ଚାଲିଥିବା ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ସୁଇଓ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ସେ ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ୨ୟ ର଼୍ୟାଙ୍କଧାରୀ ଜାପାନିଜ୍‌ ଖେଳାଳି କେଣ୍ଟୋ ମୋମୋତାଙ୍କୁ ୨୧-୧୭, ୨୧-୧୬ ଗେମ୍‌ରେ ହରାଇଛନ୍ତି।

ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌: ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୨୩।୨- ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ୩ୟ ଜାତୀୟ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୭ ଉଇକେଟରେ ତାମିଲନାଡୁକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ତାମିଲନାଡୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୧୫ ଓଭରରରେ ୮ ଉଇକେଟ ହରାଇ ୧୨୨ରନ୍‌ କରିଥିଲା। ଜବାବରେ ଘରୋଇ ଓଡ଼ିଶା ୩ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା