Dharitri News
ଅନ୍ତର୍ଜାତୀୟ |

ଉପଯୁକ୍ତ ସମୟରେ କିମ୍‌ଙ୍କ ଆଲୋଚନା କରିବେ ଟ୍ରମ୍ପ୍‌

ଉପଯୁକ୍ତ ସମୟରେ କିମ୍‌ଙ୍କ ଆଲୋଚନା କରିବେ ଟ୍ରମ୍ପ୍‌ ଓ୍ବାଶିଂଟନ, ୧୧।୧: ଉପଯୁକ୍ତ ସମୟରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚିତ କରିଛନ୍ତି। ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍‌ ଜେ ଇନ୍‌ଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ସମୟରେ ଟ୍ରମ୍ପ୍‌ ଏଭଳି ସୂଚନା ଦେଇଛନ୍ତି। ଦୁଇବର୍ଷ ପରେ ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ଶାନ୍ତି ଆଲୋଚନା ସଫଳ ହୋଇଛି। ଫଳରେ ଗତ ଦୁଇବର୍ଷ ଧରି ପାରମ୍ପରିକ ଶତ୍ରୁ ଭାବେ ପରସ୍ପରକୁ ଦେଖୁଥିବା ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବାର ଆଶା କରାଯାଉଛି। କେବେ ଉତ୍ତରକୋରିଆ ସହିତ କଥାବାର୍ତ୍ତା ଆରମ୍ଭ ହେବ ସେ ନେଇ କୌଣସି ସମୟ ଟ୍ରମ୍ପ୍‌ ପ୍ରକାଶ କରି ନ ଥିଲେ ମଧ୍ୟ ତାଙ୍କର ଏପରି ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ୯ ତାଲିବାନ ଆତଙ୍କବାଦୀ ମୃତ

ଆଫଗାନିସ୍ତାନରେ ୯ ତାଲିବାନ ଆତଙ୍କବାଦୀ ମୃତ

କାବୁଲ,୨୫।୨: ଆଫଗାନିସ୍ତାନର ଉତ୍ତର ବାଙ୍ଗଲାନ ଅଞ୍ଚଳରେ ଆଫଗାନ ନ୍ୟାଶନାଲ ଡିଫେନ୍ସ ଓ ସିକ୍ୟୁରିଟି ଫୋର୍ସଙ୍କ ମିଳିତ ଅପରେଶନରେ ପ୍ରାୟ ୯ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୋମାଲିଆ ବିସ୍ଫୋରଣ ମୃତ୍ୟୁସଂଖ୍ୟା ୩୮ ଛୁଇଁଲା

ସୋମାଲିଆ ବିସ୍ଫୋରଣ ମୃତ୍ୟୁସଂଖ୍ୟା ୩୮ ଛୁଇଁଲା

ମୋଗାଦିସୁ,୨୫।୨: ସୋମାଲିଆ ରାଜଧାନୀ ମୋଗାଦିସୁରେ ଶୁକ୍ରବାର ହୋଇଥିବା ଦୁଇଟି କାର ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢି ୩୮ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଆଫଗାନିସ୍ତାନରେ ୩ ଆଇଏସ୍‌ ଆତଙ୍କୀ ମୃତ

ଆଫଗାନିସ୍ତାନରେ ୩ ଆଇଏସ୍‌ ଆତଙ୍କୀ ମୃତ

କାବୁଲ,୨୫।୨: ଆଫଗାନିସ୍ତାନର ପୂର୍ବ କୁନର ଅଞ୍ଚଳରେ ଆମେରିକାର ଡ୍ରୋନ ଆକ୍ରମଣ ଫଳରେ ଅତିକମରେ ୩ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୨୩ ମୃତ

ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୨୩ ମୃତ

କାବୁଲ,୨୪।୨: ଆଫଗାନିସ୍ତାନରେ ଶନିବାର ଏକାଧିକ ଆତ୍ମଘାତୀ ବୋମା ବିସ୍ଫୋରଣରେ ପାଖାପାଖି ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମ ସୀମାରେ ଥିବା ବାଲା ବୁଲୁକ ଜିଲାରେ ୧ ସେନା ଶିବିରରେ ତାଲିବାନୀ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୧୮ ସୈନ୍ୟଙ୍କ ମୃତ୍ୟୁ ଘଟିଛି।

ସାମ୍‌ନାକୁ ଆସିଲା ପାକିସ୍ତାନର ଆଉ ଏକ ମିଛ: ଅବାଧରେ ଚାଲିଛି ଜମାତ-ଉଦ୍‌-ଦାଓ୍ବା ସଙ୍ଗଠନ

ସାମ୍‌ନାକୁ ଆସିଲା ପାକିସ୍ତାନର ଆଉ ଏକ ମିଛ: ଅବାଧରେ ଚାଲିଛି ଜମାତ-ଉଦ୍‌-ଦାଓ୍ବା ସଙ୍ଗଠନ

ଇସ୍‌ଲାମାବାଦ,୨୪।୨: ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଘୋଷଣା ହେବା ପରେ ମଧ୍ୟ ପାକିସ୍ତାନରେ ହାଫିଜ ସଇଦଙ୍କ ଜମାତ-ଉଦ୍‌-ଦାଓ୍ବାର କେତେକ କାର୍ଯ୍ୟାଳୟ ଅବାଧରେ ଚାଲିିଛି। ଘଟଣା ସାମ୍‌ନାକୁ ଆସିବା ପରେ ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଛି। ପାକିସ୍ତାନ ଉକ୍ତ ସଙ୍ଗଠନକୁ ଅସିଦ୍ଧ ଘୋଷଣା କରିଥିବା କହୁଥିଲେ ହେଁ ତାହା ମିଛ ବୋଲି ପ୍ରମାଣିତ ହୋଇଛି।

ଉତ୍ତରକୋରିଆ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ୍‌

ଉତ୍ତରକୋରିଆ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୪।୨: ଆମେରିକା ତଥା ବିଶ୍ୱସମୂହର ଚେତାବନୀକୁ ବେଖାତିର କରି ବାରମ୍ବାର ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଉତ୍ତରକୋରିଆ ଉପରେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଉତ୍ତରକୋରିଆର ଟ୍ରେଡିଂ କମ୍ପାନୀ ଏବଂ ଶିପିଂ ଇଣ୍ଡଷ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି।

ସୀମାରେ ଚାଇନାର ସମରସଜ୍ଜା

ସୀମାରେ ଚାଇନାର ସମରସଜ୍ଜା

ବେଜିଂ/ନୂଆଦିଲ୍ଲୀ, ୨୩।୨: ଭାରତ ସୀମାରେ ଚାଇନା ଆରମ୍ଭ କରିଛି ସମରସଜ୍ଜା। ସୀମାରେ ମୁତୟନଥିବା ଚାଇନା ସୈନିକଙ୍କ ପାଖରେ ଏବେ ରହିଛି ଆଧୁନିକ କ୍ୟୁଟିଏସ୍‌-୧୧ ସିଷ୍ଟମ। ଏହା ଆମେରିକା ସୈନ୍ୟଙ୍କ ପାଖରେ ରହିଥାଏ। ଏହାଦ୍ୱାରା ଚାଇନାର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି।

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ନୂଆଦିଲ୍ଳୀ/ଓ୍ବାଶିଂଟନ, ୨୩।୨: ମାଳଦ୍ୱୀପରେ ରାଜୈନତିକ ସଙ୍କଟ ଧୀରେଧୀରେ ଘନୀଭୁତ ହେବାରେ ଲାଗିଛି। ରାଷ୍ଟ୍ରପତି ଅବଦୁଲା ୟାମିନ୍‌ ଇତି ମଧ୍ୟରେ ଦେଶର ମୁଖ୍ୟ ଆଇନ ଅଧିକାରୀଙ୍କ ସମର୍ଥନ ହରାଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ବିଧାନ ବିରୋଧୀ ବୋଲି ମୁଖ୍ୟ ଆଇନ ଅଧିକାରୀ ଏଶାଥ୍‌ ବିସ୍‌ହାମ୍‌ ସୂଚିତ କରିଛନ୍ତି। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ସଙ୍କଟଯୋଗୁ ଭାରତ ଓ ଚାଇନା ମଧ୍ୟରେ ଭାରତ ମହାସାଗରରେ ଶୀତଳଯୁଦ୍ଧ ଆଶଙ୍କା ଦୃଢ଼ିଭୁତ ହେବାରେ ଲାଗିଛି। ଏନେଇ ଅଷ୍ଟ୍ରେଲିଆର ଏକ ବିଶେଷଜ୍ଞଦଳ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରିଛନ୍ତି। ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଡଃ. ଡେଭିଡ୍‌ ବ୍ରିୟୁଷ୍ଟରଏହି ବିବରଣୀ ଦେଇଛନ୍ତି।

ରୋହିଙ୍ଗ୍ୟା ଗ୍ରାମକୁ ଭାଙ୍ଗୁଛି ମ୍ୟାନ୍‌ମାର ସରକାର: ଏଚ୍‌ଆର୍‌ଡବ୍ଲ୍ୟୁ

ରୋହିଙ୍ଗ୍ୟା ଗ୍ରାମକୁ ଭାଙ୍ଗୁଛି ମ୍ୟାନ୍‌ମାର ସରକାର: ଏଚ୍‌ଆର୍‌ଡବ୍ଲ୍ୟୁ

ନାପିତ, ୨୩।୨: ମ୍ୟାନ୍‌ମାର ସରକାରଙ୍କ ନିର୍ଦ୍ଦେଶରେ ଗତ ନଭେମ୍ବରଠାରୁ ରାଖିନିସ୍ଥିତ ରୋହିଙ୍ଗ୍ୟା ଗ୍ରାମଗୁଡିକୁ ଭଙ୍ଗାଯାଉଛି। ଇତିମଧ୍ୟରେ ୫୫ରୁ ଅଧିକ ରୋହିଙ୍ଗ୍ୟା ଗ୍ରାମକୁ ଭଙ୍ଗା ଯାଇଛି। ହ୍ୟୁମ୍ୟାନ ରାଇଟ୍‌ ଓ୍ବାଚ୍‌(ଏଚ୍‌ଆର୍‌ଡବ୍ଲ୍ୟୁ) ସଂଗଠନ ପକ୍ଷରୁ ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି। ମ୍ୟାନ୍‌ମାରରେ ସରକାରୀ ସେନା ଏକଛତ୍ରବାଦୀ ଆଇନ ଚଳାଇଛି ବୋଲି ଏହି ସଂଗଠନ ଅଭିଯୋଗ କରିଛି।

ଆସନ୍ତା ମାସରେ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ

ଆସନ୍ତା ମାସରେ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ

କାଠମାଣ୍ଡୁ,୨୩।୨: ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ଶୁକ୍ରବାର ନେପାଳ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

ଲାଇଭ୍‌ ଶୋ ସମୟରେ ମା’ହେଲେ ବେତାର ଉପସ୍ଥାପିକା

ଲାଇଭ୍‌ ଶୋ ସମୟରେ ମା’ହେଲେ ବେତାର ଉପସ୍ଥାପିକା

ଓ୍ବାଶିଂଟନ୍‌,୨୩।୨: ଆମେରିକାର ‘ଦ ଆର୍କ’ ନାମକ ଏକ ରେଡିଓ ଷ୍ଟେଶନରେ ଉପସ୍ଥାପିକା ଭାବେ କାମ କରୁଥିବା କ୍ୟାସିଡେ ପ୍ରୋକଟର ଲାଇଭ୍‌ ଶୋ କରୁଥିବା ସମୟରେ ଶିଶୁ ଜନ୍ମ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମସ୍‌ଜିଦ୍‌ ସାମ୍ନାରେ ‘ବୋର୍ଡ ଗେମ୍‌’ ଖେଳି ଅଡୁଆରେ ମୁସଲମାନ୍‌ ମହିଳା

ମସ୍‌ଜିଦ୍‌ ସାମ୍ନାରେ ‘ବୋର୍ଡ ଗେମ୍‌’ ଖେଳି ଅଡୁଆରେ ମୁସଲମାନ୍‌ ମହିଳା

ରିୟାଦ,୨୩।୨: ମକ୍କାର ପ୍ରସିଦ୍ଧ ମସ୍‌ଜିଦ ପ୍ରାଙ୍ଗଣରେ ୪ ମହିଳା ବୁର୍ଖା ପିନ୍ଧିଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ ବିବାଦ ମଧ୍ୟ ମୁଣ୍ଡ ଟେକିଲାଣି।