ଖେଳ |

ବେଙ୍ଗଲ ଚାମ୍ପିୟନ, ଓଡ଼ିଶା ରନର୍ସଅପ୍‌

ବେଙ୍ଗଲ ଚାମ୍ପିୟନ, ଓଡ଼ିଶା ରନର୍ସଅପ୍‌
ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅଡିଟ୍‌ ଆଣ୍ଡ ଆକାଉଣ୍ଟ୍ସ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଛି। କିଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ଓଡ଼ିଶାକୁ ୫୯ ରନରେ ହରାଇ ବେଙ୍ଗଲ ଚାମ୍ପିୟନ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବେଙ୍ଗଲ ୩୫ ଓଭରରେ ୮ ଉଇକେଟ ହରାଇ ୨୭୭ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ରହମନ ୩ ଛକା ଓ ୮ ଚୌକା ସହାୟତାରେ ସର୍ବାଧିକ ୭୭, ରିତମ ପୋରେଲ ୪୯ ଓ ପ୍ରସନ୍ନଜିତ ଦାସ ୨୪ ରନ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ବସନ୍ତ ମହାନ୍ତି ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ୨୭୮ ରନ ବିଜୟ ଲକ୍ଷ୍ୟର ପିଛା କରି ଓଡ଼ିଶା ୩୪.୧ ଓଭରରେ ୨୧୮ ରନରେ ଅଲଆଉଟ ହୋଇ ଯାଇଥିଲା। ଅଧିନାୟକ ବିପ୍ଳବ ସାମନ୍ତରାୟ ୪ ଚୌକା ଓ ୩ ଛକା ସହ ୬୨, ଗୋବିନ୍ଦ ପୋଦ୍ଦାର ୨୯, ଅରବିନ୍ଦ ସିଂ ୨୯ ଓ ବିଭୁଦତ୍ତ ପଣ୍ଡା ୨୨ ରନ କରିବାକୁ ସକ୍ଷମ ହୋଇଥିଲେ। ବିପ୍ଳବ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ପ୍ରଧାନ ମହାଲେଖାକାର ମଧୁବିତା ବସୁ, ଯଶୋଧାରା ରାୟ ଚୌଧୁରୀ, ମହାଲେଖାକାର ଆର.ଅମ୍ବଲାଭାନନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚାମ୍ପିୟନ ଓ ରନର୍ସଅପ୍‌ ବେଙ୍ଗଲ ଓ ଓଡ଼ିଶା ଦଳ ନାଗପୁରଠାରେ ହେବାକୁଥିବା ସର୍ବଭାରତୀୟ ଅଡିଟ ଆଣ୍ଡ ଆକାଉଣ୍ଟ୍ସ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
All Right Reserved By

ଖେଳ |

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ବେଙ୍ଗାଲୁରୁ,୨୦।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକଆ ଟୁର୍ନାମେଣ୍ଟରେ ମୁମ୍ବାଇ ଦଳ ଚାମ୍ପିୟନ ହୋଇଛି। ମୋଟ ଉପରେ ୩ୟ ଥର ପାଇଁ ମୁମ୍ବାଇ ଦଳ ଏହ ସଫଳତା ପାଇଛି।

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

ଗୁଆହାଟି,୨୦।୧୦- ବରିଷ୍ଠ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦଳର ୪ର୍ଥ କ୍ରମରେ ସ୍ଥାନ ପକ୍କା କଲେ ମଧ୍ୟକ୍ରମର ଅବସ୍ଥା ସୁଧିରି ପାରିବ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର କହିଛନ୍ତି। 

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଗୁଆହାଟି,୨୦।୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ଲାଗି ଶନିବାର ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ୨୦ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ଏଥିରେ ସ୍ଥାନ ମିଳିଛି। 

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ରାଜକୋଟ,୨୦।୧୦- କ୍ଷେତ୍ରୀୟ ରାଜପୁତ ସମୁଦାୟ କରନୀ ସେନା ନୀର୍ଦ୍ଧଷ୍ଟ ଭାବେ ଗୁଜରାଟ ଓ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ଏହି ଗ୍ରୁପ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ’କୁ ସର୍ବଭାରତୀୟ ସ୍ତରରେ କଡ଼ା ବିରୋଧ କରିଥିଲେ। 

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୨୦।୧୦(ପି.ଟି.)- ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,୨୦।୧୦- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍‌ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା।

ପ୍ରବୀଣ କୁମାରଙ୍କ ଅବସର

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। 

ମେଡିକାଲରେ ସର୍ଫରାଜ

ମେଡିକାଲରେ ସର୍ଫରାଜ

ଆବୁଧାବି,୧୯।୧୦- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। 

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।