Dharitri News
ଖେଳ |

ଓଡ଼ିଶାର ପ୍ରଥମ ବିଜୟ

କଟକ ଅଫିସ,୧୦ା୧- ରାଞ୍ଚତ୍ ଜେଏସ୍‌ସିଏ ଅନ୍ତର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ପୂର୍ବାଞ୍ଚଳ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୫୧ରନ୍‌ରେ ଆସାମକୁ ପରାସ୍ତ କରିଛି। ଓଡ଼ିଶାର ୧୨୮ରନ୍‌ ଜବାବରେ ଆସାମ ମାତ୍ର ୭୭ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା। ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ଓ ପ୍ରୟାସ ସିଂ ୩ଟି ଲେଖାଏ ଉଇକେଟ ନେଇଥିଲେ। ବିଜୟୀ ଓଡ଼ିଶାକୁ ୪ ପଏଣ୍ଟ ମିଳିଛି। ପ୍ରତିଯୋଗିତାର ୨ ମ୍ୟାଚରୁ ଓଡ଼ିଶାର ଏହାଥିଲା ପ୍ରଥମ ବିଜୟ। ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ବେଙ୍ଗଲଠାରୁ ହାରିଯାଇଥିଲା। ଆସାମ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଓପନ୍‌ର ରାଜେଶ ଧୂପର ଓ ଅନୁରାଗ ଷଡ଼ଙ୍ଗୀ ପ୍ରଥମ ଉଇକେଟରେ ୨୨ରନ୍‌ ଭାଗୀଦାରି ସୃଷ୍ଟି କରିବା ପରେ ରାଜେଶଙ୍କ ଉଇକେଟ ପତନ ଘଟିଥିଲା। ରାଜେଶ ୧୧ରନ୍‌ରେ ଆଉଟ୍‌ ହୋଇଥିଲେ। ପରେ ଓଡ଼ିଶାର କୌଣସି ବ୍ୟାଟ୍ସମ୍ୟାନ ଭଲ ଇନିଂସ୍‌ ଖେଳିବାକୁ ସକ୍ଷମ ହୋଇ ନଥିଲେ। ଦଳ ପକ୍ଷରୁ ଦେବାଶିଷ ସାମନ୍ତରାୟ ସର୍ବାଧିକ ୨୫ରନ୍‌ କରିଥିଲେ। ଅଧିନାୟକ ଅନୁରାଗ ୨୨, ଶୁଭ୍ରାଂଶୁ ସେନାପତି ୧୬ରନ୍‌, ଅଭିଷେକ ରାଉତ ୧୦, ପରେଶ ପଟେଲ ୧୪ରନ୍‌ କରିଥିଲେ। ତେବେ ୯୦ରନ୍‌ରେ ଓଡ଼ିଶା ୭ଟି ଉଇକେଟ ହରାଇ ସାରିଥିବା ବେଳେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ଲଗ୍ନଜିତ ସାମଲ ଓ ଦେବବ୍ରତ ପ୍ରଧାନ ୧୧ରନ୍‌ ଲେଖାଏ ସଂଗ୍ରହ କରିବା ଯୋଗୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୨୮ରନ୍‌ କରିଥିଲା। ଆସାମ ପକ୍ଷରୁ ପ୍ରୀତମ ଦାସ ଓ ଅଧିନାୟକ ଅବୁ ନଚିମ ଅହମ୍ମଦ ୨ଟି ଲେଖାଏ ଉଇକେଟ ଦଖଲ କରିଥିଲେ। ୧୨୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଆସାମ ପ୍ରଥମ ଉଇକେଟରେ ୧୧ରନ୍‌ ସଂଗ୍ରହ କରିଥିଲା। ଓପନର ପଲ୍ଲଭ କୁମାର ଦାସ ଖାତା ନ ଖୋଲି ପାରି ପରେଶ ପଟେଲଙ୍କ ଦ୍ୱାରା ରନ୍‌ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟତମ ଓପନର ରିଷଭ ଦାସ ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ବ୍ୟକ୍ତିଗତ ୨୬ରନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ରିଷଭଙ୍କ ଉଇକେଟ ପରେ ଆସାମ ଲଗାତର ଉଇକେଟ ହରାଇଥିଲା। ପ୍ରୟାସ ସିଂ ଓ ଅଭିଷେକ ରାଉତ ମଧ୍ୟକ୍ରମର ୬ଟି ଯାକ ଉଇକେଟ ବାଣ୍ଟି ନେଇଥିଲେ। ପରେଶ ପଟେଲ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ଆସାମର ୯ଜଣ ଖେଳାଳି ୨ଅଙ୍କ ଛୁଇଁପାରି ନ ଥିଲେ।

ଖେଳ |

ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌: ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୨୩।୨- ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ୩ୟ ଜାତୀୟ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୭ ଉଇକେଟରେ ତାମିଲନାଡୁକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ତାମିଲନାଡୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୧୫ ଓଭରରରେ ୮ ଉଇକେଟ ହରାଇ ୧୨୨ରନ୍‌ କରିଥିଲା। ଜବାବରେ ଘରୋଇ ଓଡ଼ିଶା ୩ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ସୋଫିଆ (ବୁଲ୍‌ଗେରିଆ), ୨୩।୨(ପି.ଟି.)- ଏଠାରେ ଚାଲିଥିବା ୬୯ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ମହିଳା ୪୮ କିଗ୍ରା ବର୍ଗରେ ଭାରତର ଏମ୍‌.ସି. ମେରିକମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ପ୍ରାକ୍ତନ ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ବିକାଶ କ୍ରିଷ୍ଣା (୭୫ କିଗ୍ରା) ଓ ଗୌରବ ସୋଲାଙ୍କି (୫୨ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଷ୍ଟର ଟ୍ରେନର ଟ୍ରେନିଂରେ ୫୨ ଜଣ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ତରଫରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ଜଣ ବାଳିକା ୧୧ଟି ଜିଲାରୁ ଭାଗ ନେଇଥିଲେ।

କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ: ଫାଇନାଲରେ ରାଜକନିକା

ଭଦ୍ରକ ଅଫିସ,୨୩।୨ ପୁରୁଣା ବଜାର କେଜିଏନ୍‌ ଟ୍ରଷ୍ଟ (ବାଙ୍କାବଜାର) ଆନୁକୂଲ୍ୟରେ ମହାବୀର ପଡ଼ିଆଠାରେ ଚାଲିଥିବା କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ରାଜକନିକାର ଏସ୍‌ଏନ୍‌ କ୍ଲବ୍‌ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଏସ୍‌ଏନ୍‌ କ୍ଲବ୍‌ ୨-୧ ଗୋଲରେ ବିଗ୍‌ବସ୍‌ କ୍ଲବ୍‌ ରୁପ୍‌ସାକୁ ପରାସ୍ତ କରି ଏହି ସଫଳତା ପାଇଛି।

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବାଙ୍ଗାଲୋର,୨୩।୨(ପି.ଟି.) ବେଙ୍ଗାଲୁରୁ ଏଫ୍‌ସି ଦଳର ସ୍ପାନିଶ ଖେଳାଳି ଇଡୁ ଗାର୍ସିଆ ଆଗାମୀ ଦିନରେ ଚାଇନିଜ୍‌ ଲିଗ୍‌ ଓ୍ବାନ ସାଇଡ୍‌ର ଝେଜିଆଙ୍ଗ ଲୁଚାଙ୍ଗ ଦଳ ପକ୍ଷରୁ ଖେଳିବେ। ଏ ନେଇ ଉଭୟ ଦଳ ମଧ୍ୟରେ ଶୁକ୍ରବାର ଚୁକ୍ତି କରାଯାଇଛି। ଏଥିସହ ଦେଶର ପ୍ରଥମ କ୍ଲବ ଭାବେ ବେଙ୍ଗାଲୁରୁ ଏଫ୍‌ସି ବିଦେଶୀ ଦଳ ସହ ଖେଳାଳି ଆଦନପ୍ରଦାନ କରିଛି। ଚଳିତ ବର୍ଷର ଲିଗ୍‌ ଓ୍ବାନ ସିଜନ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଓ୍ବେଲିଂଟନ, ୨୩।୨(ଏଏଫପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ମିଶାଇ ଅନୁଷ୍ଠିତ ଟି୨୦ କ୍ରିକେଟ ସିରିଜରେ ଅଷ୍ଟ୍ରେଲିଆ ଚାମ୍ପିୟନ ହେଲେ ମଧ୍ୟ ପାକିସ୍ତାନ ଆଇସିସି ର଼୍ୟାଙ୍କିଙ୍ଗର ନମ୍ବରଓ୍ବାନ ସ୍ଥାନରେ ଅପରିବର୍ତ୍ତିତ ରହିଛି।

କନ୍ୟା ସନ୍ତାନର ଜନକ ହେଲେ ପୂଜାରା

କନ୍ୟା ସନ୍ତାନର ଜନକ ହେଲେ ପୂଜାରା

ନୂଆଦିଲ୍ଲୀ, ୨୩।୨- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଖୁସି ଏବେ କହିଲେ ନସରେ। ତେବେ ତାଙ୍କର ଏହି ଖୁସି କ୍ରିକେଟରେ ସଫଳତା ପାଇଁ ନୁହେଁ ବରଂ ପିତା ହେବାର ସୌଭାଗ୍ୟ ପାଇଁ।

କୋରିଆ ଗସ୍ତ ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୪

କୋରିଆ ଗସ୍ତ ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୨୩।୨- ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆ ଗସ୍ତକରି ମାର୍ଚ୍ଚ ୩ରୁ ୧୨ ପର୍ଯ୍ୟନ୍ତ ଘରୋଇ ଦଳ ସହିତ ୫ଟି ମ୍ୟାଚ ଖେଳିବ। ଏଥିପାଇଁ ଶୁକ୍ରବାର ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ୪ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି।

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଥର ହକି କିମ୍ବା ଆଥଲେଟିକ୍ସ ପାଇଁ ନୁହେଁ ଅନ୍ତର୍ଜାତୀୟ ମାନର ଟେନିସ ଓ ଫୁଟବଲର ରୋମାଞ୍ଚ ଏଥର ଦେଖିବାକୁ ମିଳିବ ଏହି ଷ୍ଟାଡିୟମରେ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଏକ ମ୍ୟାଚ ପାଇଁ ଜାମସେଦପୁର ଏଫସି ଦଳ ଗତ ୧୯ ତାରିଖରୁ ଭୁବନେଶ୍ୱରରେ ପହଞ୍ଚତ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛି। ବେଙ୍ଗାଲୁରୁ ଏଫସି ଶୁକ୍ରବାର ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଦୁଇ ଦଳ ମଧ୍ୟରେ ଆଇଏସଏଲ ମ୍ୟାଚ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟ।

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

ପ୍ୟୋଙ୍ଗ୍‌ଚାଙ୍ଗ,୨୨।୨(ଏ.ଏଫ.ପି.)-ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀତକାଳୀନ ଅଲିମ୍ପିକ୍ସର ମହିଳା ହକି ଇଭେଣ୍ଟରେ ଶେଷରେ ଆମେରିକା ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛି। ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଆମେରିକା ପେନାଲ୍ଟି ସୁଟ୍‌ ଆଉଟ୍‌ ମାଧ୍ୟମରେ ପଡୋଶୀ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଏହି ଐତିହାସିକ ସଫଳତା ଅର୍ଜନ କରିଛି।

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ଚଣ୍ଡିଗଡ଼, ୨୨।୨(ପି.ଟି.)- ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳର ଅଧିନାୟିକା ହର୍‌ମନପ୍ରୀତ୍‌ କୌର ମାର୍ଚ୍ଚ ୧ରୁ ପଞ୍ଜାବ ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (ଡିଏସ୍‌ପି) ଭାବେ ଯୋଗ ଦେବେ।

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।