ଖେଳ |

ଡ୍ରାଭିଡଙ୍କ ପୁଅ ସମିତ୍‌ଙ୍କ ଚମକ

ଡ୍ରାଭିଡଙ୍କ ପୁଅ ସମିତ୍‌ଙ୍କ ଚମକ
ବାଙ୍ଗାଲୋର,୧୦ା୧(ପି.ଟି.)- ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍‌ଙ୍କ ବଡ଼ପୁଅ ସମିତ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୧୪ ବର୍ଷରୁ କମ୍‌ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (କେଏସସିଏ) ବିଟିଆର କପ୍‌ ଆନ୍ତଃ ବିଦ୍ୟାଳୟ ଟୁର୍ନାମେଣ୍ଟରେ ସମିତ ଶତକ ହାସଲ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ମାଲ୍ୟ ଅଦିତି ଇଣ୍ଟରନ୍ୟାଶନାଲ ସ୍କୁଲ୍‌ ତରଫରୁ ପ୍ରତିନିଧିତ୍ୱ କରି ସମିତ ବିବେକାନନ୍ଦ ସ୍କୁଲ ବିପକ୍ଷରେ ୧୫୦ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୪୧୨ରନର ବୃହତ୍‌ ବ୍ୟବଧାନରେ ସମିତଙ୍କ ସ୍କୁଲ ଏହି ମ୍ୟାଚରେ ବିଜୟୀ ହୋଇଛି। ଉକ୍ତ ମ୍ୟାଚରେ ଅନ୍ୟ ଏକ ପୂର୍ବତନ ଭାରତୀୟ କ୍ରିକେଟର ତଥା ସ୍ପିନର ସୁନୀଲ ଜୋଷୀଙ୍କ ପୁଅ ଆର୍ଯ୍ୟନ ମଧ୍ୟ ୧୫୪ ରନର ଶତକୀୟ ପାଳି ଖେଳିଛନ୍ତି। ସମିତ ଓ ଆର୍ଯ୍ୟନଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ମାଲ୍ୟ ଅଦିତି ସ୍କୁଲ୍‌ ୫୦ ଓଭରରେ ୫ ଉଇକେଟ ହରାଇ ୫୦୦ ରନ ସଂଗ୍ରହ କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ବିବେକାନନ୍ଦ ସ୍କୁଲ ମାତ୍ର ୮୮ ରନ କରି ଅଲଆଉଟ୍‌ ହୋଇଥିଲା। ଉଲ୍ଲେଖଥାଉ କି, ସମିତ୍‌ ଦୁଇବର୍ଷ ତଳେ ଏକ ୧୪ ବର୍ଷରୁ କମ୍‌ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ୧୨୫ ରନର ଶତକୀୟ ପାଳି ଖେଳି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ୨୦୧୫ ସେପ୍ଟେମ୍ବରରେ ୧୨ ବର୍ଷରୁ କମ୍‌ ଗୋପାଳନ କ୍ରିକେଟ ଚ୍ୟାଲେଞ୍ଜ୍‌ରେ ସମିତ୍‌ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ। ସେତେବେଳେ ନିଜ ସ୍କୁଲ ମାଲ୍ୟା ଅଦିତି ତରଫରୁ ସେ ୩ଟି ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ପ୍ରଥମେ ଅପରାଜିତ ୭୭, ପରେ ୯୩ ଓ ଶେଷରେ ଫାଇନାଲ ମ୍ୟାଚରେ ସେ ୭୭ ରନ କରି ନିଜ ଦଳକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୁରୁବାର ଡ୍ରାଭିଡ ତାଙ୍କ ୪୪ତମ ଜନ୍ମଦିନ ପାଳନ କରିବାକୁ ଯାଉଥିବାରୁ ପୁଅ ସମିତ ତାଙ୍କର ଏହି ଶତକ ମାରି ଏକ ଅମୂଲ୍ୟ ଉପହାର ପ୍ରଦାନ କରିଛନ୍ତି। ଡ୍ରାଭିଡ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ଓ ଭାରତ-ଏ ଦଳର କୋଚ୍‌ ରୂପେ କାର୍ଯ୍ୟ କରୁଛନ୍ତି। ସେ ଭାରତୀୟ ଦଳ ସହ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ନ୍ୟୁଜିଲାଣ୍ଡରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସୁନୀଲ ଜୋଷୀ ବାଂଲାଦେଶର ସ୍ପିନ ପରାମର୍ଶଦାତା ରୂପେ କାର୍ଯ୍ୟକରୁଛନ୍ତି।
All Right Reserved By

ଖେଳ |

ଅଷ୍ଟ୍ରେଲିଆନ ଓପନ ଟେନିସ:  ଓ୍ବାରିଙ୍କାଙ୍କ ବିଦାୟ, ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌

ଅଷ୍ଟ୍ରେଲିଆନ ଓପନ ଟେନିସ: ଓ୍ବାରିଙ୍କାଙ୍କ ବିଦାୟ, ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌

ମେଲବୋର୍ନ, ୧୭।୧(ଏଏଫପି)-
ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସରେ ୨୦୧୪ ଚାମ୍ପିୟନ ଷ୍ଟାନ ଓ୍ବାରିଙ୍କାଙ୍କ ଚ୍ୟାଲେଞ୍ଜ ଦ୍ୱିତୀୟ ରାଉଣ୍ଡରୁ ଶେଷ ହୋଇ ଯାଇଛି। ଅନ୍ୟପକ୍ଷରେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌, ଜାପାନର କେଇ ନିଶିକୋରି ପ୍ରମୁଖ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ ସିମୋନା ହାଲେପ କଷ୍ଟସାଧ୍ୟ ବିଜୟ ସହ ଅଭିଯାନ ଜାରି ରଖିଥିବାବେଳେ ଓ୍ବିଲିୟମ୍ସ ଭଗୀନି ଭେନସ ଓ ସେରେନା, ନାଓମି ଓସାକା ବିଜୟ ସହ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି।

ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ମେଲବୋର୍ନ,୧୭।୧(ପି.ଟି.)- ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିବା ପରେ  ଭାରତ ଆଉ ଏକ ରେକର୍ଡ ଅପେକ୍ଷାରେ। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ଅନ୍ତିମ ଦିନିକିଆ ଶୁକ୍ରବାର ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ। ସିରିଜ ୧-୧ ସମାନ ସ୍ତରରେ ରହିଥିବାରୁ ଭାରତ ଏହି ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ହିଛି।

ନାରାୟଣୀ କପ୍‌ କ୍ରିକେଟ୍‌ : ଓସ୍କାର ସ୍ପୋର୍ଟିଂ ବିଜୟୀ

କଣାସ, ୧୭।୧(ସ୍ବ.ପ୍ର.)-କଣାସ ବ୍ଳକ ଅନ୍ତର୍ଗତ ଗଡସାନପୁଟ ଗ୍ରାମପଞ୍ଚାୟତର କଣ୍ଟାବଣିଆ ଖେଳପଡିଆରେ ଚାଲିଥିବା ୩୨ତମ ନାରାୟଣୀ କ୍ରିକେଟ ଟୁନର୍ର୍ାମେଣ୍ଟର ୪ର୍ଥ ଦିବସ ଖେଳରେ ଓସ୍କାର ସ୍ପୋର୍ଟିଂ ବିଜୟୀ ହୋଇଛି।

ଫଟାମୁଣ୍ଡା କପ୍‌ ଫୁଟ୍‌ବଲ : ଝରବାହାଲି ଚାମ୍ପିୟନ୍‌

ଫଟାମୁଣ୍ଡା କପ୍‌ ଫୁଟ୍‌ବଲ : ଝରବାହାଲି ଚାମ୍ପିୟନ୍‌

ଟିକ୍ରାପଡା, ୧୮ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଟିକ୍ରାପଡା ପଞ୍ଚାୟତ ଅଧିନ ମେରାବାହାଲ ଫୁଟବଲ ପଡିଆରେ ଚାଳିଥିବା ଫଟାମୁଣ୍ଡା କପ ଫୁଟବଲ ଟର୍ନାମେଣ୍ଟ ଗୁରୁ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫଟାମୁଣ୍ଡା ଯୁବଗୋଷ୍ଠୀ ଆନୁକୂଲ୍ୟରେ ଆୟୋଜିତ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଦେବକାନୀ ଦଳ ଓ ଝରବାହାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।  

ଦ୍ୱିଶତକ ସହ ଜାଫରଙ୍କ ୧୯ ହଜାର ରନ

ଦ୍ୱିଶତକ ସହ ଜାଫରଙ୍କ ୧୯ ହଜାର ରନ

ନାଗପୁର, ୧୭।୧- ଭେଟେରାନ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫରଙ୍କ ସାମ୍ନାରେ ବୟସ କିନ୍ତୁ ହାର୍‌ ମାନିଛି। ଆସନ୍ତା ସପ୍ତାହରେ ୪୧ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଜାଫରଙ୍କ ଘରୋଇ କ୍ରିକେଟରେ ରନ୍‌ ସଂଗ୍ରହ କ୍ଷୁଧା କମିବାର ନା ନେଉନାହିଁ। ଚଳିତ ରଣଜୀ ଟ୍ରଫିରେ ଦମ୍‌ଦାର ଫର୍ମରେ ଥିବା ଏହି ଅଭିଜ୍ଞ ହାହାଣହାତୀ ବ୍ୟାଟ୍ସମ୍ୟାନ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ୧୯ ହଜାର ରନ୍‌ ପୂରଣ କରିବା ସହ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। 

ପ୍ରଥମଥର ପାଇଁ ରଣଜୀ ସେମିରେ କେରଳ

ପ୍ରଥମଥର ପାଇଁ ରଣଜୀ ସେମିରେ କେରଳ

ଓ୍ବେନଡ୍‌ (କେରଳ), ୧୭।୧(ପି.ଟି.)- ସ୍ଥାନୀୟ କ୍ରିଷ୍ଣାଗିରି ଷ୍ଟାଡିୟମରେ ଘରୋଇ କେରଳ ଓ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଅଢ଼େଇ ଦିନରେ ସମାପ୍ତ ହୋଇଯାଇଛି। ସଚିନ ବେବିଙ୍କ ନେତୃତ୍ୱାଧୀନ କେରଳ ୧୧୩ ରନରେ ଗୁଜରାଟକୁ ପରାସ୍ତ କରି ପ୍ରଥମଥର ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲ ଖେଳିବାକୁ ସୌଭାଗ୍ୟ ଲାଭ କରିଛି।

ମୁମ୍ବାଇରେ ଖୋଲିବ ସାଙ୍ଗାକରା-ଜୟବର୍ଦ୍ଧନେଙ୍କ ରେଷ୍ଟୁରାଣ୍ଟ

ମୁମ୍ବାଇରେ ଖୋଲିବ ସାଙ୍ଗାକରା-ଜୟବର୍ଦ୍ଧନେଙ୍କ ରେଷ୍ଟୁରାଣ୍ଟ

ମୁମ୍ବାଇ, ୧୭।୧- ଶ୍ରୀଲଙ୍କାର ଟପ୍‌ ସିଫୁଡ୍‌ ରେଷ୍ଟୁରାଣ୍ଟ ‘ମିନିଷ୍ଟ୍ରି ଅଫ୍‌ କ୍ରବ’ (ଏମ୍‌ଓସି) ଆସନ୍ତା ମାସରେ ମୁମ୍ବାଇରେ ଖୋଲିବାକୁ ଯାଉଛି। ୨୦୧୧ରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଆରମ୍ଭ ହୋଇଥିବା ଏହି ରେଷ୍ଟୁରାଣ୍ଟ ସାମୁଦ୍ରିକ ଖାଦ୍ୟ ପାଇଁ ବେଶ୍‌ ଚର୍ଚ୍ଚିତ।

ତୃତୀୟ ଦିନିକିଆରୁ ଲିୟନ, ଜାସନ ବାଦ୍‌

ତୃତୀୟ ଦିନିକିଆରୁ ଲିୟନ, ଜାସନ ବାଦ୍‌

ମେଲବୋର୍ନ, ୧୭।୧- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ତଥା ୩ୟ ମ୍ୟାଚ୍‌ ଶୁକ୍ରବାର ସ୍ଥାନୀୟ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅଷ୍ଟ୍ରେଲିଆ ଏହାର ଚୂଡ଼ାନ୍ତ ଏକାଦଶ ତାଲିକା ପ୍ରକାଶ କରିଛି। 

ଷ୍ଟୁଆର୍ଟ ବ୍ରଡ୍‌ଙ୍କ ହ୍ୟାଟ୍ରିକ

ଷ୍ଟୁଆର୍ଟ ବ୍ରଡ୍‌ଙ୍କ ହ୍ୟାଟ୍ରିକ

ବାର୍ବାଡୋସ, ୧୭।୧- ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ୨ ଦିବସୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। ଭ୍ରମଣକାରୀ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଉଇକେଟ୍‌ ସଫଳତା ପାଇଛନ୍ତି।

ଭାରତ ବିପକ୍ଷ ଦିନିକିଆ ସିରିଜ: ନ୍ୟୁଜିଲାଣ୍ଡ ଟିମ୍‌କୁ ଲଥାମ, ଗ୍ରାଣ୍ଡହୋମ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଭାରତ ବିପକ୍ଷ ଦିନିକିଆ ସିରିଜ: ନ୍ୟୁଜିଲାଣ୍ଡ ଟିମ୍‌କୁ ଲଥାମ, ଗ୍ରାଣ୍ଡହୋମ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ, ୧୭।୧(ପି.ଟି.)- ଆସନ୍ତା ସପ୍ତାହରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏକଦିବସୀୟ ସିରିଜ ଲାଗି ଘରୋଇ ନ୍ୟୁଜିଲାଣ୍ଡ ଦଳ ଗୁରୁବାର ଘୋଷଣା କରାଯାଇଛି। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜ ଲାଗି ଟମ୍‌ ଲଥାମ୍‌ ଓ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୧୪ ଜଣିଆ ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।

ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ସାଇନା

ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ସାଇନା

କୁଆଲାଲମ୍ପୁର, ୧୭।୧(ପି.ଟି.)- ଭାରତୀୟ ଷ୍ଟାର୍‌ ଶଟ୍‌ଲର ସାଇନା ନେହ୍ବାଲ ଏଠାରେ ଚାଲିଥିବା ବର୍ଷର ପ୍ରଥମ ସୁପର୍‌ ୫୦୦ ଟୁର୍ନାମେଣ୍ଟ ମାଲେସିଆ ମାଷ୍ଟର୍ସ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ଋଷଭ ପନ୍ଥଙ୍କ ଜୀବନରେ ଆସିଲେ ଲେଡି ଲକ୍‌...

ଋଷଭ ପନ୍ଥଙ୍କ ଜୀବନରେ ଆସିଲେ ଲେଡି ଲକ୍‌...

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିବା ଓ୍ବିକେଟ କିପର ତଥା ବ୍ୟାଟସ୍‌ ମ୍ୟାନ୍‌ ଋଷଭ ପନ୍ଥଙ୍କ ଜୀବନରେ ଆସିଛନ୍ତି ଲେଡି ଲକ୍‌। ଏନେଇ ଋଷଭ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି ଲେଡି ଲକ୍‌ଙ୍କ ସହିତ ନିଜର ଫଟୋ।