ଖେଳ |

ଆଞ୍ଚଲ ଠାକୁରଙ୍କୁ ଅନ୍ତର୍ଜାତୀୟ ସ୍କିଙ୍ଗ ପଦକ

ଆଞ୍ଚଲ ଠାକୁରଙ୍କୁ  ଅନ୍ତର୍ଜାତୀୟ ସ୍କିଙ୍ଗ ପଦକ

ଚଣ୍ଡିଗଡ଼, ୧୦।୧(ପି.ଟି.)- ମନାଲି ବାସିନ୍ଦା ଆଞ୍ଚଲ ଠାକୁର ମଙ୍ଗଳବାର ଇତିହାସ ସୃଷ୍ଟି କରିଛନ୍ତି। ୨୧ ବର୍ଷୀୟା ଖେଳାଳି ପ୍ରଥମ ଭାରତୀୟ ଭାବେ କୌଣସି ଅନ୍ତର୍ଜାତୀୟ ସ୍କିଙ୍ଗ ଇଭେଣ୍ଟରେ ପଦକ ଜିତିଛନ୍ତି। ତୁର୍କୀର ଇର୍ଜୁରୁମସ୍ଥିତ ପାଲାଣ୍ଡୋକେନ ସ୍କି କେନ୍ଦ୍ରଠାରେ ଅନ୍ତର୍ଜାତୀୟ ସ୍କିଙ୍ଗ ମହାସଂଘ ପକ୍ଷରୁ ଚାଲିଥିବା ଆଲପିନେ ଇଜଦେର ୩୨୦୦ କପ୍‌ ଟୁର୍ନାମେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିଣି ଏହି ସଫଳତା ପାଇଛନ୍ତି। ସେ ସ୍ଲାଲୋମ ରେସ୍‌ରେ ପଦକ ଜିଣିଛନ୍ତି। ”ଦୀର୍ଘଦିନର ପ୍ରଶିକ୍ଷଣ ଓ ଅଭ୍ୟାସର ଫଳ ମତେ ମିଳିଛି। ମୁଁ ରେସ୍‌ ଆରମ୍ଭରୁ ଭଲ ପ୍ରଦର୍ଶନ କରି ଅନ୍ୟ ଖେଳାଳିଙ୍କଠାରୁ ଆଗୁଆ ରହିଥିଲି, ଯାହାକି ୩ୟ ସ୍ଥାନ ଅଧିକାର କରିବାରେ ସହାୟକ ହୋଇଥିଲା“ ଆଞ୍ଚଲ କହିଛନ୍ତି। ଏଥିସହ କହିଛନ୍ତି ଓ୍ବିଣ୍ଟର ସ୍ପୋଟର୍‌ସ ପାଇଁ ଭାରତରେ ପରମ୍ପରା ଓ ଭିତ୍ତିଭୂମିର ଅଭାବ ରହିଛି। ଯଦି ଓ କେତେକ ଆଥ୍‌ଲେଟ ଓ୍ବିଣ୍ଟର ସ୍ପୋଟର୍‌ସରେ ଅଂଶଗ୍ରହଣ କରୁଛନ୍ତି, ମାତ୍ର ସେମାନଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମର୍ଥନ ଓ ସହାୟତା ମିଳୁନାହିଁ। ଉଲ୍ଲେଖଥାଉ କି, ଆଞ୍ଚଲଙ୍କ ପିତା ରୋଶନ ଠାକୁର ଓ୍ବିଣ୍ଟର ଗେମ୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଜିଏଫ୍‌ଆଇ)ର ସାଧାରଣ ସମ୍ପାଦକ ପଦରେ ରହିଛନ୍ତି। ସେ ଏ ସମ୍ପର୍କରେ କହିଛନ୍ତି, ଆଞ୍ଚଲଙ୍କ ଅର୍ଜନ କରିଥିବା ସଫଳତା ବଳରେ ଓ୍ବିଣ୍ଟର ସ୍ପୋଟର୍‌ସକୁ
ଭାରତରେ ପରିଚୟ ମିଳିପାରିବ। ଏହି ଇଭେଣ୍ଟ ସମ୍ପର୍କରେ ଏଯାବତ କ୍ରୀଡ଼ା ମନ୍ତ୍ରଣାଳୟ ଅବଗତ ନୁହେଁ। କିନ୍ତୁ ଆଞ୍ଚଲଙ୍କ ପଦକ ଯୋଗୁ କେନ୍ଦ୍ର ପକ୍ଷରୁ ଆମକୁ ପରବର୍ତ୍ତୀ ସମୟରେ ସହାୟତା ମିଳିବ ବୋଲି ଆଶା କରୁଛି। ମୁଁ ଚାହୁଁଛି ଆଞ୍ଚଲ ଓ ତାଙ୍କ ଭାଇ ୨୦୧୮ ଓ୍ବିଣ୍ଟର ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରନ୍ତୁ। ଏପର୍ଯ୍ୟନ୍ତ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କେବଳ ଅଲିମ୍ପିକ୍ସ ପାଇଁ ଗମନାଗମନ ଖର୍ଚ୍ଚ ପ୍ରଦାନ କରାଯାଉଛି, ଅନ୍ୟ ସମୟରେ ନିଜ ଖର୍ଚ୍ଚରେ ଖେଳାଳିଙ୍କୁ ପଠାଇବାକୁ ପଡ଼ୁଛି“।

All Right Reserved By

ଖେଳ |

କ୍ୟାରିୟର ୭୯୯ତମ ମ୍ୟାଚ୍‌ ଜିତିଲେ ଜୋକୋଭିଚ୍‌

କ୍ୟାରିୟର ୭୯୯ତମ ମ୍ୟାଚ୍‌ ଜିତିଲେ ଜୋକୋଭିଚ୍‌

ଲଣ୍ଡନ, ୨୨।୬(ଏଏଫ୍‌ପି)- ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା କୁଇନ୍ସ କ୍ଲବ ଚାମ୍ପିୟନଶିପ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚ୍‌ରେ ଜୋକୋଭିଚ୍‌ ୬-୪, ୬-୧ ସିଧାସଳଖ ସେଟ୍‌ରେ ଗ୍ରିଗୋର ଡିମିତ୍ରୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ଜୋକୋଭିଚ୍‌ଙ୍କୁ ୬୫ ମିନିଟ୍‌ ସମୟ ଲାଗିଥିଲା। ଏଥିସହ ବିଜୟ ସହ ୩୧ ବର୍ଷୀୟ ଜୋକୋଭିଚ୍‌ କ୍ୟାରିୟରର ୭୯୯ତମ ମ୍ୟାଚ୍‌ ଜିତିଛନ୍ତି। ଆଡ୍ରିଆନ ମାନାରିଓନ ଓ ଜୁଲିଏନ ବେନେଟ୍‌ଏୟୁଙ୍କ ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ ପ୍ରି-କ୍ୱାର୍ଟର ଫାଇନାଲର ବିଜୋତ ଅନ୍ତିମ-୮ ମୁକାବିଲାରେ ଜୋକୋଭିଚ୍‌ଙ୍କୁ ଭେଟିବ। ଯଦି କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍‌ ବିଜୟ ହାସଲ କରନ୍ତି ତେବେ ଓପନ୍‌ ଏରା ଇତିହାସରେ ୧୦ମ ଖେଳାଳି ଭାବେ ୮୦୦ ମ୍ୟାଚ୍‌ ଜିତିବାର ସୌଭାଗ୍ୟ ଲାଭ କରିବେ।

ପ୍ରି- କ୍ୱାର୍ଟରରେ ଫ୍ରାନ୍ସ, ପେରୁ ବିଦା

ପ୍ରି- କ୍ୱାର୍ଟରରେ ଫ୍ରାନ୍ସ, ପେରୁ ବିଦା

ଏକାଟେରିନବର୍ଗ, ୨୨।୬(ଏଏଫପି) - ୧୯୯୮ ଚାମ୍ପିୟନ ଫ୍ରାନ୍ସ ଏଥର ରୁଷିଆରେ ଚାଲିଥିବା ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍‌ ପର୍ଯ୍ୟାୟରେ କ୍ରମାଗତ ଦୁଇଟି ବିଜୟ ହାସଲ କରି ବିଶ୍ୱକପର ଅନ୍ୟତମ ଫେଭରାଇଟ ଫ୍ରାନ୍ସ ଏହି ସଫଳତା ହାସଲ କରିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨-୧ ଗୋଲରେ ଓ ଗୁରୁବାର ଦ୍ୱିତୀୟ ମ୍ୟାଚରେ ପେରୁକୁ ୧-୦ ଗୋଲରେ ପରାସ୍ତ କରି ଫ୍ରାନ୍ସ ନକ୍‌ ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ସ୍ଥାନୀୟ ଏକାଟେରିନବର୍ଗ ଏରିନାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଗ୍ରୁପ୍‌ ସି’ ମୁକାବିଲାରେ ବିଜୟୀ ହେବା ପାଇଁ ଫ୍ରାନ୍ସକୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା।

ଅଷ୍ଟ୍ରେଲିଆ- ଡେନମାର୍କ ମ୍ୟାଚ୍‌ ଡ୍ର

ଅଷ୍ଟ୍ରେଲିଆ- ଡେନମାର୍କ ମ୍ୟାଚ୍‌ ଡ୍ର

ସମରା, ୨୨।୬(ଏଏଫ୍‌ପି)- ସ୍କାଣ୍ଡିନୋଭିଆନ ଦେଶ୍‌ ଡେନମାର୍କ ଗ୍ରୁପ୍‌ ସି’ରେ ଦମ୍‌ଦାର ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆମେରିକାର ପେରୁକୁ ୧-୦ ଗୋଲରେ ହରାଇବା ପରେ ଡେନ୍‌ମାର୍କ ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌ ପର୍ଯ୍ୟାୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିଥିଲା। ତେବେ ଏହି ମୁକାବିଲା ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ମୋଟ ୪ ପଏଣ୍ଟ ହାସଲ କରି ଡେନମାର୍କ ଫ୍ରାନ୍ସକୁ ହଟାଇ ଗ୍ରୁପ୍‌ ସି’ର ଶୀର୍ଷକୁ ଉଠିଛି। ମଙ୍ଗଳବାର ଖେଳାଯିବାକୁ ଥିବା ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଡେନ୍‌ମାର୍କ ଓ ପ୍ରାନ୍ସ ମୁହଁାମୁହିଁ ହେବେ।

ଆର୍ଜେଣ୍ଟିନାକୁ ଚକ୍‌ମା ଦେଖାଇଲା କ୍ରୋଏସିଆ

ଆର୍ଜେଣ୍ଟିନାକୁ ଚକ୍‌ମା ଦେଖାଇଲା କ୍ରୋଏସିଆ

ନିଝନି ନୋଭୋଗୋରୋଡ, ୨୨।୬(ଏଏଫପି)- ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ପୁଣି ଥରେ ସାଂଘାତିକ ବିଫଳତାର ସମ୍ମୁଖୀନ ହୋଇଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌-ଡି ମ୍ୟାଚରେ କ୍ରୋଏସିଆ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ହରାଇ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ରମାଗତ ଦୁଇଟି ବିଜୟ ହାସଲ କରି କ୍ରୋଏସିଆ ଏହି ସଫଳତା ଅର୍ଜନ କରିଛି। ଅନ୍ୟପଟେ ପ୍ରଥମ ମ୍ୟାଚ ଡ୍ର ରଖିଥିବା ଆର୍ଜେଣ୍ଟିନା ପାଇଁ ଏହି ପରାଜୟ ମହଙ୍ଗା ସାବ୍ୟସ୍ତ ହୋଇଛି। କ୍ରୋଏସିଆ ତରଫରୁ ୫୩ତମ ମିନିଟରେ ଆଣ୍ଟେ ରେବିକ୍‌, ୮୦ତମ ମିନିଟ ଲୁକା ମୋଡ୍ରିକ ଓ ଶେଷରେ ଇଞ୍ଜୁରୀ ଟାଇମ୍‌ରେ ଇଭାନ ରାକଟିକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ପରାଜୟ ସହ ଆର୍ଜେଣ୍ଟିନା ପାଇଁ ନକଆଉଟ୍‌କୁ ଉଠିବାର କ୍ଷୀଣ ଆଶା ରହିଛି।

ମଙ୍ଗୋଲିଆ ବକ୍ସିଂରେ ୪ ପଦକ ନିଶ୍ଚିତ କଲେ ଭାରତୀୟ ବକ୍ସର

ମଙ୍ଗୋଲିଆ ବକ୍ସିଂରେ ୪ ପଦକ ନିଶ୍ଚିତ କଲେ ଭାରତୀୟ ବକ୍ସର

ନୂଆଦିଲ୍ଲୀ, ୨୧।୬(ପି.ଟି.)- ମଙ୍ଗୋଲିଆରେ ଚାଲିଥିବା ଉଲାନବାତର କପ୍‌ ବକ୍ସିଂ ପ୍ରତିଯୋଗିତାରେ ଭାରତୀୟ ଦଳ ୪ଟି ପଦକ ନିଶ୍ଚିତ କରିଛି। ବିଶ୍ୱ ଓ ଏସିଆନ ଗେମ୍ସ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥରଙ୍କ (୫୭ କିଗ୍ରା) ସମେତ ଲଭଲିନା ବୋରଗୋହିନ (୬୯ କିଗ୍ରା), ହିମାଂଶୁ ଶର୍ମା (୪୯ କିଗ୍ରା) ଓ ଆଶିଷ (୬୪ କିଗ୍ରା) ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

ଶ୍ରୀକାନ୍ତ, ପ୍ରଣୟଙ୍କ ର଼୍ୟାଙ୍କିଙ୍ଗରେ ଅବନତି

ଶ୍ରୀକାନ୍ତ, ପ୍ରଣୟଙ୍କ ର଼୍ୟାଙ୍କିଙ୍ଗରେ ଅବନତି

ନୂଆଦିଲ୍ଲୀ, ୨୧।୬(ପି.ଟି.)- ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ର଼୍ୟାଙ୍କିଙ୍ଗ ତାଲିକାରେ ଦୁଇ ଭାରତୀୟ ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ଓ ଏଚ୍‌.ଏସ୍‌. ପ୍ରଣୟଙ୍କ ମାନ୍ୟତାରେ ଅବନତି ଘଟିଛି। ଶ୍ରୀକାନ୍ତ ୩ଟି ଓ ପ୍ରଣୟ ୫ଟି ସ୍ଥାନ ହରାଇ ଯଥାକ୍ରମେ ସପ୍ତମ ଓ ତ୍ରୟୋଦଶ ସ୍ଥାନରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଶ୍ରୀକାନ୍ତ ଶେଷଥର ପାଇଁ ଏପ୍ରିଲରେ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିଥିଲେ।

ଜିମ୍ବାଓ୍ବେ ଦଳରୁ ଟେଲର, କ୍ରିମର ବାଦ୍‌

ଜିମ୍ବାଓ୍ବେ ଦଳରୁ ଟେଲର, କ୍ରିମର ବାଦ୍‌

ହରାରେ,୨୧।୬- ଆସନ୍ତା ୧ ତାରିଖରୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳକୁ ନେଇ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ପାଇଁ ୨୨ ଜଣିଆ ଜିମ୍ବାଓ୍ବେ ଦଳ ଘୋଷଣା କରାଯାଇଛି। ଏହି ଦଳରୁ ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ଓ ଗ୍ରେମ କ୍ରିମରଙ୍କୁ ବାଦ୍‌ ଦିଆଯାଇଛି।

ବନ୍ଧୁକ ଲାଇସେନ୍ସ ପାଇଁ ସାକ୍ଷୀଙ୍କ ଆବେଦନ

ବନ୍ଧୁକ ଲାଇସେନ୍ସ ପାଇଁ ସାକ୍ଷୀଙ୍କ ଆବେଦନ

ରାଞ୍ଚତ୍,୨୧।୬- ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ରାଞ୍ଚତ୍ ଜିଲା ପ୍ରଶାସନଠାରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସାକ୍ଷୀ ପ୍ରାୟ ସମୟ ରାଞ୍ଚତ୍ରେ ଏକା ରହୁଛନ୍ତି। ଏଣୁ ନିଜ ସୁରକ୍ଷା ପାଇଁ ସେ ପିସ୍ତଲ ବା ରିଭଲ୍‌ଭର ଲାଇସେନ୍ସ ପାଇଁ ଆବେନ କରିଛନ୍ତି।

ନେମାରଙ୍କ ଖେଳିବା ନିଶ୍ଚିତ

ନେମାରଙ୍କ ଖେଳିବା ନିଶ୍ଚିତ

ସୋଚି(ରୁଷିଆ),୨୧।୬(ପି.ଟି.)- ବ୍ରାଜିଲ ଷ୍ଟାର ଖେଳାଳି ନେମାର ଏବେ ସମ୍ପୂର୍ଣ୍ଣ ରୂପେ ଫିଟ୍‌। ସେ ଆସନ୍ତା ମ୍ୟାଚ୍‌ରେ ଖେଳିବେ ବୋଲି ବ୍ରାଜିଲ ଫୁଟ୍‌ବଲ କନଫେଡେରେଶନ ପକ୍ଷରୁ କୁହାଯାଇଛି। ସେ ମଙ୍ଗଳବାର ଅଭ୍ୟାସ ସେସନରେ ଆହତ ହୋଇଥିଲେ। ପରେ ସେ ଆଉ ଅଭ୍ୟାସ ସେସନରେ ଯୋଗଦେଇ ନ ଥିଲେ।

ଜର୍ମାନୀ ବକ୍ସିଂ: ଅମିତ, ଗୌରବଙ୍କ ପଦକ ନିଶ୍ଚିତ

ଜର୍ମାନୀ ବକ୍ସିଂ: ଅମିତ, ଗୌରବଙ୍କ ପଦକ ନିଶ୍ଚିତ

ନୂଆଦିଲ୍ଲୀ,୨୧।୬(ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକଧାରୀ ଭାରତୀୟ ବକ୍ସର ଅମିତ ପାଙ୍ଘଲ (୪୯ କିଗ୍ରା) ଓ ଗୌରବ ସୋଲାଙ୍କି ଜର୍ମାନୀର ହାଲେଠାରେ ଚାଲିଥିବା କେମିଷ୍ଟ୍ରି ବକ୍ସିଂ ଟୁର୍ନାମେଣ୍ଟରେ ପଦକ ନିଶ୍ଚିତ କରିଛନ୍ତି।

କୋଷ୍ଟାଙ୍କ ଗୋଲରେ ସ୍ପେନ୍‌ ବିଜୟୀ

କୋଷ୍ଟାଙ୍କ ଗୋଲରେ ସ୍ପେନ୍‌ ବିଜୟୀ

କାଜାନ, ୨୧।୬(ପି.ଟି.)- ଚଳିତ ଫିଫା ବିଶ୍ୱକପ୍‌ର ସପ୍ତମ ଦିନର ତୃତୀୟ ତଥା ଅନ୍ତିମ ମ୍ୟାଚରେ ସ୍ପେନ୍‌ ୧-୦ ଗୋଲରେ ଏସୀୟ ଦେଶ ଇରାନ୍‌କୁ ପରାସ୍ତ କରିଛି। ବୁଧବାର ସ୍ଥାନୀୟ କାଜାନ ଏରିନାରେ ଅନୁଷ୍ଠିତ ଏହି ଗ୍ରୁପ୍‌ ବି’ ଦ୍ୱିତୀୟ ରାଉଣ୍ଡ ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା।

ସାଉଥ୍‌ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍‌

ସାଉଥ୍‌ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍‌

କଟକ ଅଫିସ, ୨୧ା୬- ନେପାଳର କାଠମାଣ୍ଡୁ ଠାରେ ଜୁନ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ୟ ସାଉଥ୍‌ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ । ଉକ୍ତ ଚାମ୍ପିୟନଶିପ୍‌ ନିମନ୍ତେ ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି ।

Model This Week

ପ୍ରଭାତ