ଜୀବନଚର୍ଯ୍ୟା |

ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

 ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ
ଲଣ୍ଡନ: ବିଶୋଧକ ସିଲ୍କ ଦ୍ୱାରା କ୍ଷତିଗ୍ରସ୍ତ ମେରୁଦଣ୍ଡର ଚିକିତ୍ସା ସମ୍ଭବ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହାକୁ ମସ୍ତିଷ୍କ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଗୁରୁତର ମେରୁଦଣ୍ଡ କ୍ଷତ ଚିକିତ୍ସା ପାଇଁ କୌଣସି ପ୍ରଣାଳୀ ବାହାରି ନ ଥିବାବେଳେ ଏବେ ସିଲ୍କ ଦ୍ୱାରା ସହଜରେ ଏହା କରାଯାଇ ପାରିବ ବୋଲି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଗବେଷକ କହିଛନ୍ତି। ଏଥିପାଇଁ ଆନ୍ଥ୍ରେଆ ପେରିନୟାଲ(ଏପି) ସିଲ୍କର ଉପଯୋଗ କରାଯାଇଥାଏ। ଏହା ଜଳାପୋଡାକୁ କମ୍‌ କରିବା ସହିତ କ୍ଷତକୁ ଶୀଘ୍ର ଭରଣା କରିଥାଏ। ପୃଥିବୀରେ ପ୍ରତିବର୍ଷ ଅଢ଼େଇରୁ ପାଞ୍ଚ ଲକ୍ଷ ଲୋକଙ୍କର ବିଭିନ୍ନ କାରଣରୁ ମେରୁଦଣ୍ଡରେ କ୍ଷତ ସୃଷ୍ଟି ହୋଇଥାଏ। ଏହା ପରବର୍ତ୍ତୀ ସମୟରେ ମୋଟାର୍‌ ଓ ସେନସର୍‌ ସ୍ନାୟୁର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ଦୀର୍ଘଦିନ ଧରି ଏହି ସମସ୍ୟା ଳାଗି ରହିଲେ ମୁତ୍ରାଶୟ, ଅନ୍ତନଳୀ ଓ ଯୌନାଙ୍ଗକୁ ପ୍ରଭାବିତ କରିଥାଏ। ଏପି ସିଲ୍କର ଉପଯୋଗ କରି ମେରୁଦଣ୍ଡ ଚିକିତ୍ସା ସହଜରେ କରାଯାଇ ପାରିଥାଏ ବୋଲି ଆବେରଡେନ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଓ୍ବେନଲଙ୍ଗ୍‌ ହୁଆଙ୍ଗ୍‌ କହିଛନ୍ତି। ଆଧୁନିକ ଚିକିତ୍ସା ବିଜ୍ଞାନରେ ବିଭିନ୍ନ ଭେଷଜ ଔଷଧ ପ୍ରସ୍ତୁତିରେ ସିଲ୍କର ବ୍ୟବହାର କରାଯାଇ ସୁଫଳ ମିଳିପାରୁଥିବା ହୁଆଙ୍ଗ୍‌ କହିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ସାଇକେଲ ଚଳାନ୍ତୁ ସ୍ମରଣ ଶକ୍ତି ବଢ଼ାନ୍ତୁ...

ସାଇକେଲ ଚଳାନ୍ତୁ ସ୍ମରଣ ଶକ୍ତି ବଢ଼ାନ୍ତୁ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଡାକ୍ତର ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଅନ୍ତି।  ଏବେ ଗବେଷକମାନେ ବ୍ୟାୟାମ ଉପରେ ଏକ ନୂତନ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ପିଲା ଓ ବୟସ୍କ ଲୋକ ଉଭୟେ ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରିବା ଦ୍ୱାରା  ସେମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

ଏସିଡିଟିର କାରଣ ଚକୋଲେଟ୍‌

ଏସିଡିଟିର କାରଣ ଚକୋଲେଟ୍‌

ଏବେ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିପାଇଁ ମୁଖ୍ୟତଃ ଆମର ଖାଦ୍ୟଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଅତ୍ୟଧିକ ଅଣ୍ଡା କ୍ୟାନସରର କାରଣ

ଅତ୍ୟଧିକ ଅଣ୍ଡା କ୍ୟାନସରର କାରଣ

ଅଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ଏକ ଗବେଷଣା ଅନୁଯାୟୀ ଅତ୍ୟଧିକ ଅଣ୍ଡା ଖାଇଲେ କ୍ୟାନସର ହୋଇପାରେ। ଗବେଷକଙ୍କ ମତରେ ସପ୍ତାହକୁ ୩ରୁ ଅଧିକ ଅଣ୍ଡା ଖାଇଲେ ଏଥିରେ ଥିବା କୋଲେଷ୍ଟ୍ରଲ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ଫ୍ୟାଶନ ଦୁନିଆରେ ସବୁ କିଛି ସମ୍ଭବ। କିଛି ବି ନୂଆ ଫ୍ୟାଶନ ଟ୍ରେଣ୍ଡ ମାର୍କେଟକୁ ଆସିଲେ ଏହା ଧିରେ ଧିରେ ଯୁବପିଢ଼ୀଙ୍କ ମଧ୍ୟରେ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ ହୋଇଯାଏ।  ବର୍ତ୍ତମାନ ମାର୍କେଟକୁ  ଏପରି ଏକ ଜିନ୍ସପ୍ୟାଣ୍ଟ ଆସିଛି। ଯାହାକୁ ପିନ୍ଧିବା ମାତ୍ରେ ଦେଖୁଥିବା ଲୋକ ଆପଣଙ୍କୁ ଦେଖି ଭାବି ନେଇପାରେ ଯେ ଆପଣ ଭୁଲବସତଃ ଏହି ପ୍ୟାଣ୍ଟଟିକୁ ଓଲଟା ପିନ୍ଧି ଦେଇଛନ୍ତି।

ରୋଗ ସମ୍ପର୍କରେ ବି ସୂଚନା ଦିଏ ନଖ...

ରୋଗ ସମ୍ପର୍କରେ ବି ସୂଚନା ଦିଏ ନଖ...

ରୋଗ ସହିତ ନଖର ସମ୍ପର୍କ ରହିଛି। ରୋଗ ଅନୁସାରେ ନଖର ରଙ୍ଗରେ ଆସିଥାଏ ପରିବର୍ତ୍ତନ। ନିକଟରେ ଏକ ଗବେଷଣା ରିପୋର୍ଟରୁ ଏହା ଜଣାପଡିଛି। 

କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। ଏହା କର୍କଟ ରୋଗ  ଆଶଙ୍କା ଦୂର କରେ। 

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଆଜିର  ଯୁଗରେ ମୋଟା ହେବାକୁ କିଏ ବା ଚାହେଁ! ଏଣୁ ଦୈନଦିନ ଜୀବନଚର୍ଯ୍ୟାରେ  ଯେତେ ସମ୍ଭବ ଫ୍ୟାଟ୍‌ ଥିବା ଖାଦ୍ୟ ସାମିଲ ନ କରିବାକୁ ଅନେକେ ଚେଷ୍ଟା କରିଥାନ୍ତି। ମାତ୍ର ଫ୍ୟାଟ୍‌ ଥିବା ଅନେକ ଖାଦ୍ୟପଦାର୍ଥ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।  ବିଟ୍‌ ଜୁସ୍‌ ଦ୍ୱାରା ଶରୀରରେ କୋଲେଷ୍ଟରସ୍ତର ନିୟନ୍ତ୍ରିତ ହୋଇ ଉଚ୍ଚ ରକ୍ତଚାପରୁ ମିଳିଥାଏ ମୁକ୍ତି। 

ବୋଝ ନ ପାଲଟୁ ପାଠ ପଢ଼ା...

ବୋଝ ନ ପାଲଟୁ ପାଠ ପଢ଼ା...

ପିଲାର ସ୍ମରଣ ଶକ୍ତି ବଢ଼ାଇବାକୁ ହେଲେ ତାକୁ ଏକ ଶାନ୍ତ ପରିବେଶ ଦେବାକୁ ଚେଷ୍ଟା କରନ୍ତୁ। ଏପରି ଏକ ସକାରାମତ୍କ ପରିବେଶ ପାଇଲେ ସବୁବେଳେ ଖୁସି ରହିବା ସହ ପାଠ ପ୍ରତି ଅଧିକ ଧ୍ୟାନ ଦେବାରେ ସକ୍ଷମ ହୋଇପାରିବ ବୋଲି ଆମେରିକା ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। 

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତଦିନେ ଥଣ୍ଡା ଯୋଗୁ କେତେକ ଗରମ ପାଣିରେ ଗାଧୋଇଥାନ୍ତି।  ତେବେ ଗରମ ପାଣିରେ ଗାଧୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଗାଧୋଇବା ପାଣିର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍‌ ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ଭଲ।

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମିଳିଥାଏ ମୁକ୍ତି। 

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ଦିନକୁ ୩ ଥର ଗ୍ରୀନ୍‌ ଟି ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦୂର ହୋଇଥାଏ।