ଖେଳ |

ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ

ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ
କଲମ୍ବୋ, ୯।୧(ଏଏଫ୍‌ପି)- ଛ’ ମାସର ବ୍ୟବଧାନ ପରେ ବରିଷ୍ଠ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ପୁଣିଥରେ ଜାତୀୟ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ପଦକୁ ଫେରିଛନ୍ତି। ଚଳିତ ମାସ ଶେଷଭାଗରେ ବାଂଲାଦେଶରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ସିରିଜ ଲାଗି ମଙ୍ଗଳବାର ୧୬ ଜଣିଆ ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ମାଥ୍ୟୁସ୍‌ଙ୍କ ଏହି ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ୨୦୧୯ ବିଶ୍ୱକପ୍‌କୁ ନଜରରେ ରଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆହତ ସମସ୍ୟା ଦେଇ ଗତି କରିବା ଯୋଗୁ ୩୦ ବର୍ଷୀୟ ମାଥ୍ୟୁସ ଗତବର୍ଷ ଜୁଲାଇରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଅପରପକ୍ଷରେ ଉଇକେଟ୍‌କିପର ଦୀନେଶ ଚାଣ୍ଡିମାଲ ଟେଷ୍ଟ ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି। ମାଥ୍ୟୁସଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଦଳ ଗତବର୍ଷ ଘରୋଇ ଗ୍ରାଉଣ୍ଡରେ ଅନୁଷ୍ଠିତ ଟେଷ୍ଟ ସିରିଜରେ ନିମ୍ନମାନ୍ୟତା ପ୍ରାପ୍ତ ଜିମ୍ବାଓ୍ବେଠାରୁ ପରାସ୍ତ ହୋଇଥିଲା। ଏହାପରେ ମାଥ୍ୟୁସଙ୍କ ନେତୃତ୍ୱକୁ ନେଇ ଚାରିଆଡ଼ୁ ସମାଲୋଚନା ହୋଇଥିଲା। ଶ୍ରୀଲଙ୍କା ଦଳ: ଆଞ୍ଜେଲୋ ମାଥ୍ୟୁସ (ଅଧିନାୟକ), ଉପୁଲ ଥରଙ୍ଗା, ଦନୁଷ୍କା ଗୁଣଥିଲକ, କୁସଲ ମେଣ୍ଡିସ, ଦୀନେଶ ଚାଣ୍ଡିମଲ, କୁସଲ ଜାନିଥ୍‌ ପେରେରା, ଆସେଲା ଗୁଣରତ୍ନେ, ନିରୋଶାନ ଡିକ୍‌ଓ୍ବେଲା, ସୁରଙ୍ଗ ଲାକମଲ, ନୁଆନ୍‌ ପ୍ରଦୀପ୍‌, ଦୁଷ୍ମନ୍ଥ ଚାମିରା, ସେହାନ ମଡୁସନକା, ଅକିଲ ଧନଞ୍ଜୟ, ଲକ୍ଷନ ସନ୍ଦାକନ ଓ ଓ୍ବାନିଡୁ ହାସାରଙ୍ଗା।
All Right Reserved By

ଖେଳ |

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବ

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବ

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବ ବେଶ୍‌ ମନମୋହକ ହେବ। ଏଥିପାଇଁ ଆୟୋଜକ ଇଣ୍ଡୋନେସିଆ ସବୁ ପ୍ରକାର ପ୍ରୟାସ ତଥା ପସ୍ତୁତି ପର୍ବ ଶେଷ କରିଛି। ଏଥିପାଇଁ ବହୁତ ସମୟ ଓ ପ୍ରତିଭାର ପ୍ରୟୋଗ କରାଯାଇଛି। ଏକ ଆନ୍ତର୍ଜାତିକ ଇଭେଣ୍ଟକୁ ସଫଳଭାବେ ଆୟୋଜନ କରିବାକୁ ଇଣ୍ଡୋନେସିଆ ସୁଯୋଗ ହାସଲ କରିଛି ଓ ସାରା ବିଶ୍ୱକୁ ନିଜର ଦକ୍ଷତାର ପ୍ରମାଣ ଦେବାକୁ ଚେଷ୍ଟିତ ହେବ। ପ୍ରଥମଥର ପାଇଁ ଏସିଆନ ଗେମ୍ସର ଉଦ୍‌ଘାଟନୀ ଉତ୍ସବକୁ ଦୁଇଟି ସହର ଜାକର୍ତ୍ତା ଓ ପାଲେମବାଙ୍ଗ ମିଳିତ ଭାବେ ଆୟୋଜନ କରିବେ। ତେବେ ଏହା ଜାକର୍ତ୍ତାର ଜିବିକେ ମୁଖ୍ୟ ଷ୍ଟାଡିୟମରେ ପ୍ରଥମେ ଆରମ୍ଭ ହେବ। ୪୦ଟି କ୍ରୀଡ଼ା ଓ ୬୭ଟି ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବ। ଏଥିରେ ୨୮ଟି ନୂଆ ଅଲିମ୍ପିକ୍‌ କ୍ରୀଡ଼ା, ୪ଟି ନୂଆ ଅଲିମ୍ପିକ କ୍ରୀଡ଼ା, ୮ଟି ଅଣ- ଅଲିମ୍ପିକ କ୍ରୀଡ଼ା ସାମିଲ ରହିଛି। 

ଭାରତ ପାଇଁ କର ଅବା ମର

ଭାରତ ପାଇଁ କର ଅବା ମର

ନଟ୍ଟିଂହାମ, ୧୭।୮(ପି.ଟି.)-
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ଟେଷ୍ଟ ଶନିବାର ଏଠାରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ୨ଟି ଟେଷ୍ଟ ହାରିସାରିଥିବାରୁ ଭାରତ ପାଇଁ ଏହି ଟେଷ୍ଟର ଗୁରୁତ୍ୱ ବହୁ ପରିମାଣରେ ବଢ଼ି ଯାଇଛି। ଇଂଲଣ୍ଡ ମ୍ୟାଚ ଜିତିଲେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩-୦ରେ ଅଗ୍ରଣୀ ନେବା ସହିତ ଏହାକୁ ଆଗୁଆ ଜିତିଯିବ। ତେଣୁ ଭାରତ ପାଇଁ ଏହି ଟେଷ୍ଟ ‘କର ଅବା ମର’ ସଦୃଶ ହୋଇଛି।

ଏସିଆନ ଗେମ୍ସ ଆଜିଠାରୁ:  ଐତିହାସିକ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଏସିଆନ ଗେମ୍ସ ଆଜିଠାରୁ: ଐତିହାସିକ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଜାକାର୍ତ୍ତା, ୧୭।୮(ପି.ଟି.)- ବିଶ୍ୱର ଅନ୍ୟତମ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଏସିଆନ ଗେମ୍ସ ୧୮ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ଉତ୍ସବ ଉପରେ ସାରା ବିଶ୍ୱର ନଜର ରହିଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ରହିଛି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଖେଳାଯିବାକୁ ଥିବା ଏସିଆନ ଗେମ୍ସରେ ପୂର୍ବରୁ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବା ଭାରତ ଏବେ ଉନ୍ନତ ପ୍ରଦର୍ଶନ ଲଊକ୍ଷ୍ୟରେ ରହିଛି। କିଛିମାସ ତଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦମ୍‌ଦାର ପ୍ରଦର୍ଶନ କରିଥିବା ଭାରତୀୟ ଆଥଲେଟମାନେ ଏହି କ୍ରୀଡ଼ାରେ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି।  କେତୋଟି ତଥାକଥିତ ବିବାଦକୁ ପଛରେ ପକାଇ ଏଥର ଭାରତ ଏକ ସର୍ବବୃହତ୍‌ ଦଳ ଜାକର୍ତ୍ତା ପଠାଇଛି। ଆଥଲେଟ ଓ ଅଫିସିଆଲଙ୍କୁ ମିଶାଇ ଏକ ୮୦୪ ଜଣିଆ ଭାରତୀୟ ଦଳ ବିଭିନ୍ନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ।

ପାକିସ୍ତାନରେ ପହଞ୍ଚତ୍ଲେ ସିଦ୍ଧୁ

ପାକିସ୍ତାନରେ ପହଞ୍ଚତ୍ଲେ ସିଦ୍ଧୁ

ଲାହୋର,୧୭।୮(ପି.ଟି.)- ଭାରତୀୟ ପୂର୍ବତନ କ୍ରିକେଟର ତଥା ରାଜନୈତିଜ୍ଞ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପାକିସ୍ତାନରେ ପହଞ୍ଚତ୍ଛନ୍ତି। ସେ ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଇମ୍ରାନ ଖଁାଙ୍କ ଶପତ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଇଛନ୍ତି।

ବିଶ୍ୱ ଜୁନିୟର ଟ୍ରାକ ସାଇକ୍ଲିଂ ଚାମ୍ପିୟନଶିପ୍‌: ଆଲବେନଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୧୭।୮(ପି.ଟି.)- ଭାରତୀୟ ଟିନ ଏଜ ସାଇକେଲ ଚାଳକ ଇସୋ ଆଲବେନ ଶୁକ୍ରବାର ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ସାଇକେଲିଷ୍ଟ ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ଟ୍ରାକ ସାଇକେଲ ଚାଳନା ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। 

ଜାମଶେଦ ୧୦ ବର୍ଷ ବାସନ୍ଦ

ଜାମଶେଦ ୧୦ ବର୍ଷ ବାସନ୍ଦ

କରାଚି,୧୭।୮(ଏଏଫ୍‌ପି)- ପୂର୍ବତନ ପାକିସ୍ତାନ ଟେଷ୍ଟ ଦଳର ଓପନର ନସିର ଜାମଶେଦଙ୍କୁ ୧୦ ବର୍ଷ ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବାସନ୍ଦ କରାଯାଇଛି। ପାକିସ୍ତାନ ସୁପର ଲିଗ୍‌ରେ ସ୍ପଟ୍‌ ଫିକ୍ସିଂ ମାମଲରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

ମାର୍ଟିନ ଡିଆଜଙ୍କ ଏଫ୍‌ସି ପୁନେ ଅନୁବନ୍ଧିତ

ପୁନେ,୧୭।୮(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) କ୍ଲବ ଏଫ୍‌ସି ପୁନେ ସିଟି ଉରୁଗୁଏର ସେଣ୍ଟର ବ୍ୟାକ ମାର୍ଟିନ ଡିଆଜଙ୍କ ସହ ଚୁକ୍ତି କରିଛି। ଏ ନେଇ କ୍ଲବ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।

ଖରାପ ପାଗ: ଚତୁଃରାଷ୍ଟ୍ରୀୟ ସିରିଜ୍‌ ପ୍ରଥମ ଦୁଇ ମ୍ୟାଚ୍‌ ବାତିଲ

ଖରାପ ପାଗ: ଚତୁଃରାଷ୍ଟ୍ରୀୟ ସିରିଜ୍‌ ପ୍ରଥମ ଦୁଇ ମ୍ୟାଚ୍‌ ବାତିଲ

ବିଜୟଓ୍ବାଡା,୧୭।୮- ଏଠାରେ ଭାରତ ଏ, ଭାରତ ବି, ଦକ୍ଷିଣ ଆଫ୍ରିକା ଏ’ ଓ ଅଷ୍ଟ୍ରେଲିଆ ଏ’କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚତୁଃରାଷ୍ଟ୍ରୀୟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌କୁ ବିତାଲ କରିବାକୁ ପଡ଼ିଛି। 

ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ଖେଳିପାରନ୍ତି ପନ୍ତ

ନଟ୍ଟିଂହାମ,୧୭।୮- ଲଡର୍‌ସ ଟେଷ୍ଟ ଅଢ଼ଇ ଦିନରେ ପରାସ୍ତ ହୋଇଥିତ୍ବା ଭାରତୀୟ ଦଳକୁ ଟେଷ୍ଟ ସିରିଜ୍‌ରେ ତିଷ୍ଠିବା ଲାଗି କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମ ହେଉଛି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତଙ୍କୁ ପଦାର୍ପଣ କରିବାକୁ ସୁଯୋଗ ମିଳିପାରେ।

ଟେଷ୍ଟରେ ଓପନ କରିବାକୁ ମୁଁ ପ୍ରସ୍ତୁତ- ରୋହିତ

ଟେଷ୍ଟରେ ଓପନ କରିବାକୁ ମୁଁ ପ୍ରସ୍ତୁତ- ରୋହିତ

ମୁମ୍ବାଇ,୧୭।୮- ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଓପନରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।  ମୁରଲୀ ବିଜୟ, ଶିଖର ଧାଓ୍ବନ ଓ ଲୋକେଶ ରାହୁଲଙ୍କ ମଧ୍ୟରୁ କୌଣସି ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ଅନ୍ୟପକ୍ଷରେ ଦିନିକିଆ ଓ ଟି୨୦ ଫର୍ମାଟରେ ସଫଳତମ ଭାରତୀୟ ଓପନର ରୋହିତ ଶର୍ମା ଟେଷ୍ଟରେ ମଧ୍ୟ ଓପନିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଅଷ୍ଟ୍ରେଲିଆ ଫୁଟ୍‌ବଲ ପରିଚାଳନା କରିବ ଫିଫା

ସିଡ୍‌ନୀ,୧୭।୮(ଏଏଫ୍‌ପି)- ଫୁଟ୍‌ବଲ ଫେଡେରେଶନ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ମୁଖ୍ୟ ଷ୍ଟିଭେନ ଲୋୟ ପୁନଃ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଶୁକ୍ରବାର କହିଛନ୍ତି। ଫଳରେ ଅଷ୍ଟ୍ରେଲିଆ ଫୁଟ୍‌ବଲକୁ ଅନ୍ତର୍ଜାତୀୟ ଫୁଟ୍‌ବଲ ପରିଚାଳକ ସଂସ୍ଥା (ଫିଫା) ପରିଚାଳିତ କରିବ ବୋଲି ସ୍ପଷ୍ଟ ହୋଇଛି। 

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଜାକର୍ତ୍ତା, ୧୭ା୮ (ପି.ଟି.)-ଜଣେ ସ୍ପେଶାଲିଷ୍ଟ ପୁରୁଷ ପାର୍ଟନର ନ ପାଇବାରୁ ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ଶେଷରେ  ଶନିବାର ଆରମ୍ଭ ହେବାକୁଥିବା ୧୮ତମ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି। ୪୫ ବର୍ଷୀୟ ଭାରତୀୟ ଖେଳାଳି ଇତିମଧ୍ୟରେ ୧୮ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଛନ୍ତି। ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) ପକ୍ଷରୁ ପେସ୍‌ଙ୍କୁ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲଙ୍କୁ ପାର୍ଟନର କରି ଖେଳିବାକୁ କୁହାଯାଇଥିଲା। ନାଗାଲ କିନ୍ତୁ ଏବେ ଭଲ ଫର୍ମରେ ନାହାନ୍ତି। ଏହା ପେସ୍‌ଙ୍କ ପାଇଁ ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଏସିଆନ ଗେମ୍ସରେ ସେମାନଙ୍କୁ ଯୋଡ଼ିଦାର ହୋଇ ଖେଳିବା ଲାଗି ସୁଯୋଗ ଦେବା ପାଇଁ ଦେଶର ଟପ୍‌ ଡବଲ୍ସ ଯୋଡ଼ି ରୋହନ ବୋପାନ୍ନା ଓ ଡିଭିଜ  ଶରନ   ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା)କୁ ଅନୁରୋଧ କରିଥିଲେ।