ସମ୍ବଲପୁର

ଧର୍ମଗଡ଼ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

ଧର୍ମଗଡ଼ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

ଧର୍ମଗଡ,୯।୧(ଡି.ଏନ୍‌.ଏ.): କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୮ ଉପଲେକ୍ଷେ ଅନୁଷ୍ଠିତ ହୋଇଯାଇଛି ଗଣଦୌଡ ପ୍ରତିଯୋଗିତା। ଜୁନାଗଡ ବ୍ଲକ ଅନ୍ତର୍ଗତ ବଣ୍ଡାକୁଟୁରା କର୍ତ୍ତବ୍ୟ ଅନୁଷ୍ଠାନ ନିକଟରୁ ଧର୍ମଗଡ ଉତ୍ସବ ପଡିଆ ପର୍ଯ୍ୟନ୍ତ ୧୦ କିମି ବ୍ୟାପି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ୪୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜମୋଟେର ଗ୍ରାମର ନିରିନ୍ଦ୍ର ଗହିର ପ୍ରଥମ, କାଶିବାହାଲ ଗ୍ରାମର କ୍ଷେତ୍ର ମାଝି ଦ୍ୱିତୀୟ ଏବଂ ନବରଙ୍ଗପୁର ଜିଲା ତାଲିଅମ୍ବା ଝରିଗାଁର ତ୍ରିପତି ହରିଜନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଧର୍ମଗଡ ସହ ଜିଲାପାଳ ମିଲନ କୁମାର ଝାଙ୍କର ମୁଖ୍ୟ ଅତିଥି ଭାବେ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ ଜିଲାପାଳ ହରେକୃଷ୍ଣ ବରିହା,ଏନଏସି ଉପାଧ୍ୟକ୍ଷ ଅଶୋକ ମହାନ୍ତି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହରେକୃଷ୍ଣ ବରିହା, ଘୁମୁରା କ୍ରୀଡ଼ା କମିଟିର ଅଧ୍ୟକ୍ଷ ସୋଦନ ନାଏକ, ପିଇଟି ଅଭୟ ବାଗ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ପରିଚାଳକ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗୀଙ୍କୁ ଉତ୍ସବ ପଡିଆଠାରେ ସମର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ହିରା ବାଗ, ଅତିରିକ୍ତ ତହସିଲଦାର ଚିନ୍ମୟ କୁମାର ନାଏକ, ବିଶିଷ୍ଠ ସାହିତି୍ୟକ ପ୍ରତାପ କିଶୋର ମୁଣ୍ଡ, ଶ୍ରବଣ କୁମାର ଜାଲ, କୋର କମିଟିର ସଦସ୍ୟ ବିରଞ୍ଚତ୍ ଜାଲ, ପିଇଟି ଶୁଶାନ୍ତ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ସମ୍ବଲପୁର

ଜଳ ଘେରରେ ୧୬ ଗାଁ, ୧୨ ଜଣଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

ଜଳ ଘେରରେ ୧୬ ଗାଁ, ୧୨ ଜଣଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

କର୍ଲାମୁଣ୍ଡା, ୧୫।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସୋମବାରଠାରୁ ଲଗାଣ ବର୍ଷା ହେତୁ ବ୍ଲକର ୧୬ଟି ଗ୍ରାମ ଜଳବନ୍ଦୀ ହୋଇଛି। କର୍ଲାମୁଣ୍ଡା ଓ ମ.ରାମପୁର ଦମକଳ ପକ୍ଷରୁ ରିଞ୍ଜା ପଞ୍ଚାୟତର ଦେଓଗଁାରେ ଜଳ ଘେରରେ ଥିବା ୧୨ ଜଣଙ୍କୁ ବୋଟ ସାହାଯ୍ୟରେ ଉଦ୍ଧାର କରାଯାଇଛି। ରିଞ୍ଜା ସରପଞ୍ଚ ଭୋଜବନ୍ତି ସାହୁଙ୍କ ନେତୃତ୍ୱରେ ସେମାନଙ୍କୁ ଦେଓଗଁା ୟୁପି ସ୍କୁଲରେ ରଖାଯାଇଛି।  

ବନ୍ୟା ପାଣିରେ ଫସିଛି ୧୭ ଜୀବନ

ବନ୍ୟା ପାଣିରେ ଫସିଛି ୧୭ ଜୀବନ

ଟିଟିଲାଗଡ,୧୫।୮ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ୍‌ ବାଞ୍ଜିପଦର ନିକଟ ତେଲନଦୀର ଏକ ଟାପୁରେ ୧୭ ଜଣଙ୍କ ଜୀବନ ବାଜି ଲାଗିଛି। ହଠାତ୍‌ ନଦୀରେ ବନ୍ୟାପାଣି ପ୍ରବଳ ଜୋରରେ ମାଡି ଆସିବାରୁ ଏଭଳି ଭୟଙ୍କର ପରିସ୍ଥିତି ଉପୁଜିଛି। ସେଠାରେ ଏକ ପମ୍ପ ହାଉସ ରହିଛି। ଉକ୍ତ ପମ୍ପ ହାଉସରୁ ୧୦ କି.ମି. ଦୂର ଟିଟିଲାଗଡ଼ ସହରକୁ ପାଣି ଯୋଗାଣ ହୋଇଥାଏ। 

ବନ୍ୟା ଯୋଗୁ କଳାହାଣ୍ଡି ଜିଲାରେ ଜଟିଳ ପରିସ୍ଥିତି, ରାସ୍ତା ବିଚ୍ଛିନ୍ନ

ବନ୍ୟା ଯୋଗୁ କଳାହାଣ୍ଡି ଜିଲାରେ ଜଟିଳ ପରିସ୍ଥିତି, ରାସ୍ତା ବିଚ୍ଛିନ୍ନ

କେସିଙ୍ଗା,୧୫।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲାରେ ବନ୍ୟା ଜଟିଳ ପରିସ୍ଥିତି ସୃଷ୍ଟି କରିଛି।  ଅନେକ ଅଞ୍ଚଳରେ ରାସ୍ତାଘାଟ ଧୋଇଯିବା ସହ ରାସ୍ତା ଉପରେ ପାଣି ଚାଲୁଛି। ଏଣୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। 

ସୁଶାସନ ପାଇଁ ସକ୍ରିୟ ନାଗରିକଙ୍କ ସହଯୋଗ ଆବଶ୍ୟକ

ସୁଶାସନ ପାଇଁ ସକ୍ରିୟ ନାଗରିକଙ୍କ ସହଯୋଗ ଆବଶ୍ୟକ

ବୀରମହାରାଜପୁର,୧୫।୮ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ସରକାରୀ କଟକଣା ଲାଗି ପିଲାମାନେ ପରେଡରେ ଭାଗ ନେଇ ପାରି ନ ଥିଲେ। କେବଳ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପରେଡରେ ଭାଗ ନେଇଥିଲେ। ତେବେ ସ୍ଥାନୀୟ ଉପଜିଲାପାଳ ସୁବ୍ରତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ଆତ୍ମହତ୍ୟା ଉଦ୍ୟମ କରି ମହିଳା ଗୁରୁତର

ଆତ୍ମହତ୍ୟା ଉଦ୍ୟମ କରି ମହିଳା ଗୁରୁତର

ରାଉରକେଲା ଅଫିସ,୧୫।୮ (ଡି.ଏନ.ଏ.)-ରାଉରକେଲା ଆଇଡିଏଲ ନିକଟ ତଳ ବାଲିଯୋଡି ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ନିଜ ଦେହରେ ସେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। 

କୁଆଁରମୁଣ୍ଡା ଅଞ୍ଚଳରେ ଉଡିଲା ତ୍ରିରଙ୍ଗା

କୁଆଁରମୁଣ୍ଡା ଅଞ୍ଚଳରେ ଉଡିଲା ତ୍ରିରଙ୍ଗା

କୁଆଁରମୁଣ୍ଡା,୧୫।୮ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଅଞ୍ଚଳରେ ବୁଧବାର ସ୍ବାଧୀନତା ଦିବସ ପାଳିତ ହୋଇଛି। ବ୍ଲକ୍‌ ଅଧ୍ୟକ୍ଷା ମାଗଦାଲି କୋନଗାଡି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଡିଓ ପିୟୂଷ ଲୁହାର, ଏବିଡିଓ ଭବାନୀଶଙ୍କର ପାଢୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବଢେଇ, ପଦ୍ମପୁର ପିଇଓ ଦେବବ୍ରତ ଦାଶ, 

ଦେଶର ଏକତା, ଅଖଣ୍ଡତା ବଜାୟ ରଖିବାକୁ ଆହ୍ବାନ

ଦେଶର ଏକତା, ଅଖଣ୍ଡତା ବଜାୟ ରଖିବାକୁ ଆହ୍ବାନ


ବଲାଙ୍ଗୀର ଅଫିସ, ୧୫।୮-ବଲାଙ୍ଗୀର ମନୋହରପୁରସ୍ଥିତ ପୋଲିସ ପଡିଆରେ ୭୨ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ପୂର୍ତ୍ତ, ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି କେ. ଶିବା ସୁବ୍ରମଣି, ଉପଜିଲାପାଳ ଭୈରବ ସିଂ ପଟେଲଙ୍କ ସହ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା ଭାରତର ସ୍ବାଧୀନତା ସଂଗ୍ରାମରେ ଆତ୍ମ ବଳିଦାନ କରିଥିବା ମହାପୁରୁଷଙ୍କ ତ୍ୟାଗ ଓ ଆଦର୍ଶ ସମ୍ପର୍କରେ ମନ୍ତ୍ରୀ ମଲ୍‌ଲିକ ଆଲୋକପାତ କରିବା ସହ ଭାରତବର୍ଷର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସମସ୍ତ ନାଗରିକ ସର୍ବଦା ଚେଷ୍ଟିତ ରହିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲୋକାର୍ପିତ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲୋକାର୍ପିତ

ବିଜେପୁର,୧୫।୮(ଡି.ଏନ.ଏ.)- ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଧେଶ୍ୟାମ ଅଗ୍ରଓ୍ବାଲ ଯୋଗ ଦେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଥିଲେ। ଏହି ଯୋଜନାରେ ପରିବାରର ୫ଜଣ ସଦସ୍ୟ ପ୍ରତିବର୍ଷ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସହାୟତା ପାଇପାରିବେ। 

ଗଣ୍ଠିଆପାଲିରେ ଶ୍ରୀ ଅରବିନ୍ଦ ଜୟନ୍ତୀ

ଗଣ୍ଠିଆପାଲିରେ ଶ୍ରୀ ଅରବିନ୍ଦ ଜୟନ୍ତୀ

ବିଜେପୁର, ୧୫।୮(ଡି.ଏନ.ଏ.)- ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀ ଅରବିନ୍ଦ ଜୟନ୍ତୀ ଓ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। 

ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୪୬ତମ ଜନ୍ମ ଦିବସ

ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୪୬ତମ ଜନ୍ମ ଦିବସ

କେସିଙ୍ଗା,୧୫।୮ (ଡି.ଏନ.ଏ.)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ବାଲସିସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବୁଧବାର ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୪୬ ତମ ଜନ୍ମ ଦିବସ ପାଳିତ ହୋଇଛି।

ସୁନ୍ଦରଗଡରେ ମନ୍ତ୍ରୀ ସୁଶାନ୍ତ ସିଂ ଜାତୀୟ ପତାକା ଉତ୍ତୋଳନ କଲେ

ସୁନ୍ଦରଗଡରେ ମନ୍ତ୍ରୀ ସୁଶାନ୍ତ ସିଂ ଜାତୀୟ ପତାକା ଉତ୍ତୋଳନ କଲେ

ସୁନ୍ଦରଗଡ଼,୧୫।୮-ସୁନ୍ଦରଗଡ ଭବାନୀ ଭବନ ପଡିଆରେ ବୁଧବାର ଜିଲାସ୍ତରୀୟ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ବରଗଡ଼ ଅଫିସ,୧୫।୮-ବରଗଡ଼ ସାମ୍ବାଦିକ ଭବନ ପରିସରରେ ବୁଧବାର ‘ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା’ ଆୟୋଜିତ ହୋଇ ଯାଇଛି। ସ୍ଥାନୀୟ ସ୍କୁଲ ଅଫ ଫାଇନ ଆର୍ଟ (ସୋଫା)ର ଅଧ୍ୟକ୍ଷ ରାଜେନ୍ଦ୍ର ସିକନ୍ଦର ଏହି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ। 

Model This Week

ଯସ୍ମିନ୍