ଖେଳ |

ଡିଏଲ୍‌ରେ ପୁଣି ଜିତିଲା ନ୍ୟୁଜିଲାଣ୍ଡ

ଡିଏଲ୍‌ରେ ପୁଣି ଜିତିଲା ନ୍ୟୁଜିଲାଣ୍ଡ

ନେଲସନ, ୯।୧(ଏଏଫ୍‌ପି)- ଏଠାରେ ମଙ୍ଗଳବାର ଅନୁଷ୍ଠିତ ବର୍ଷାବାଧା ପ୍ରାପ୍ତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଡିଏଲ୍‌ ପଦ୍ଧତିରେ ୮ ଉଇକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ କେନ୍‌ ଓ୍ବିଲିୟମ୍‌ସନଙ୍କ ଦଳ ସିରିଜରେ ଲଗାତର ୨ୟଥର ପାଇଁ ଡିଏଲ୍‌ ପଦ୍ଧତିରେ ବିଜୟ ସ୍ବାଦ ଚାଖିଛି। ପୂର୍ବରୁ ଓ୍ବେଲିଂଟନରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍‌କୁ ମଧ୍ୟ କିଓ୍ବି ଦଳ ଡିଏଲ୍‌ ପଦ୍ଧତିରେ ୬୧ ରନରେ ଜିତିଥିଲା। ପାଞ୍ଚମ୍ୟାଚ୍‌ ବିଶିଷ୍ଟ ସିରିଜର ୩ୟ ମ୍ୟାଚ୍‌ ଶନିବାର ଡୁନେଦିନରେ ଖେଳାଯିବ।
ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ମହମ୍ମଦ ହାଫିଜ (୬୦), ଶାଦବ ଖାଁ (୫୨) ଓ ହାସନ ଅଲୀ (୫୧)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୪୬ ରନ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ ୩ଟି ଏବଂ ଟିମ୍‌ ସୌଦୀ ଓ ଟଡ୍‌ ଆଷ୍ଟଲ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ବ୍ୟାଟିଂ ଆରମ୍ଭ କରି ନ୍ୟୁଜିଲାଣ୍ଡ ୧୪ ଓଭରରେ ୨ ଉଇକେଟ୍‌ ହରାଇ ୬୪ ରନ କରିଥିବାବେଳେ ଅଢ଼େଇ ଘଣ୍ଟା ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ମ୍ୟାଚ୍‌କୁ ୨୫ ଓଭର ବିଶିଷ୍ଟ କରାଯାଇଥିଲା। ଫଳେରେ ପରବର୍ତ୍ତୀ ୧୧ ଓଭରରେ ନ୍ୟୁଜିଲାଣ୍ଡକୁ ବିଜୟୀ ପାଇଁ ୮୭ ରନ ଆବଶ୍ୟକ ହେଉଥିଲା। ଦୁଇ ବରିଷ୍ଠ ବ୍ୟାଟ୍ସମ୍ୟାନ ମାର୍ଟିନ୍‌ ଗୁପ୍‌ଟିଲ ଓ ରସ୍‌ ଟେଲରଙ୍କ ଦ୍ରୁତ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡ ଆଉ କୌଣସି ଉଇକେଟ୍‌ ନ ହରାଇ ୭ଟି ବଲ ପୂର୍ବରୁ ମ୍ୟାଚ୍‌କୁ ଜିତି ନେଇଥିଲା। ରସ୍‌ ଟେଲର ୪୩ ବଲରୁ ୪ ଚୌକା ସହ ୪୬ ରନ କରି ଅପରାଜିତ ରହିଥିଲେ। ତେବେ ଗୁପ୍‌ଟିଲଙ୍କ ବିସ୍ଫୋରକ ଇନିଂସ ପାକିସ୍ତାନ ନିକଟରୁ ବିଜୟ ଛଡ଼ାଇ ଆଣିଥିଲା। ଗୁପ୍‌ଟିଲ ୫ଟି ଲେଖାଏ ଚୌକା ଓ ଛକା ସହାୟତାରେ ୭୧ ବଲରୁ ୮୬ ରନର ଇନିଂସ ଖେଳିଥିଲେ। ମ୍ୟାଚ୍‌ବିଜୟୀ ଇନିଂସ ଲାଗି ଏହି ଡାହାଣହାତୀ ଓପନର ବ୍ୟାଟ୍ସମ୍ୟାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ଡୋପ୍‌ ଟେଷ୍ଟରେ ବିଫଳ ପୂର୍ବତନ ବିଶ୍ୱ ଚାମ୍ପିୟନ୍‌ ସନ୍ତରଣକାରୀ

ଟୋକିଓ,୨୩।୫(ଏଫ୍‌ପି)- ପୂର୍ବତନ ବିଶ୍ୱ ଚାମ୍ପିୟନ୍‌ ସନ୍ତରଣକାରୀ ଜୁନ୍ୟା କୋଗା ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କୁ ଏସିଆନ୍‌ ଗେମ୍ସ ପାଇଁ ବୁଧବାର ଘୋଷିତ ଜାପାନ ଦଳରୁ ବାଦ୍‌ ଦିଆଯାଇଛି।

ଆର୍ସେନାଲ କ୍ଲବର କୋଚ୍‌ ଉନାଇ ଏମରି

ଆର୍ସେନାଲ କ୍ଲବର କୋଚ୍‌ ଉନାଇ ଏମରି

ଲଣ୍ଡନ,୨୩।୫(ଏଏଫ୍‌ପି)- ପ୍ରିମିୟର ଫୁଟ୍‌ବଲ କ୍ଲବ ଆର୍ସେନାଲ ମୁଖ୍ୟ କୋଚ୍‌ ପଦରେ ଉନାଇ ଏମରି ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ପୂର୍ବରୁ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ଦଳର କୋଚିଂ ଦାୟିତ୍ୱରେ ଥିଲେ। ତାଙ୍କ ନେତୃତ୍ୱରେ ପିଏସ୍‌ଜି ଦଳ ଚଳିତ ସିଜନରେ ଘରୋଇ ଲିଗ୍‌ରେ ଚାମ୍ପିୟନ୍‌ ହୋଇଛି।

ଫ୍ରେଞ୍ଚ ଓପନରୁ ଓହରିଲେ ଚୁଙ୍ଗ

ଫ୍ରେଞ୍ଚ ଓପନରୁ ଓହରିଲେ ଚୁଙ୍ଗ

ସେଓଲ,୨୩।୫(ଏଏଫ୍‌ପି)- ଚଳିତ ସିଜନର ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲିଷ୍ଟ ଚୁଙ୍ଗ ହ୍ୟୁନ ଫ୍ରେଞ୍ଚ ଓପନ୍‌ରୁ ଓହରି ଯାଇଛନ୍ତି। ୨୨ ବର୍ଷୀୟ କୋରିଆ ଖେଳାଳି ଗୋଇଠି ଜିନତ ସମସ୍ୟା କାରଣରୁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ନ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମାଞ୍ଚେଷ୍ଟର ୟୁନାଇଟେଡ୍‌ ବିତ୍ତଶାଳୀ ଫୁଟ୍‌ବଲ କ୍ଲବ

ମାଞ୍ଚେଷ୍ଟର ୟୁନାଇଟେଡ୍‌ ବିତ୍ତଶାଳୀ ଫୁଟ୍‌ବଲ କ୍ଲବ

ପ୍ୟାରିସ,୨୩।୫(ଏଏଫ୍‌ପି)- ଚଳିତ ଇଂଲିଶ ପ୍ରିମିୟର ଲିଗ୍‌ରେ ୨ୟ ସ୍ଥାନରେ ଅଭିଯାନ ଶେଷ କରିଥିବା ମାଞ୍ଚେଷ୍ଟର ୟୁନାଇଟେଡ୍‌ ବିତ୍ତଶାଳୀ ଫୁଟ୍‌ବଲ କ୍ଲବ ତାଲିକା ଶୀର୍ଷରେ ରହିଛି। କେପିଏମ୍‌ଜି ରିପୋର୍ଟ ମୁତାବକ, ୟୁନାଇଟେଡ୍‌ କ୍ଲବର ମୋଟ ମୂଲ୍ୟରେ ଗତବର୍ଷ ଅପେକ୍ଷା ୫ ପ୍ରତିଶତ ବୃଦ୍ଧି ଘଟିଛି।

ଆର୍ଜେଣ୍ଟିନା ବିଶ୍ୱକପ୍‌ ଦଳରୁ ରୋମେରୋ ବାଦ୍‌

ଆର୍ଜେଣ୍ଟିନା ବିଶ୍ୱକପ୍‌ ଦଳରୁ ରୋମେରୋ ବାଦ୍‌

ବୁଏନ୍ସ ଏରିଜ,୨୩।୫(ଏଏଫ୍‌ପି)- ଆଗାମୀ ବିଶ୍ୱକପ୍‌ ପାଇଁ ଘୋଷିତ ଆର୍ଜେଣ୍ଟିନା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଗୋଲ୍‌କିପର ସେର୍ଗିଓ ରୋମେରୋ ଆହତ ସମସ୍ୟା କାରଣରୁ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ତେବେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି।

ସାମୟିକ ଭାବେ ପଦ ଛାଡ଼ିଲେ ଷ୍ଟ୍ରାସ୍‌

ସାମୟିକ ଭାବେ ପଦ ଛାଡ଼ିଲେ ଷ୍ଟ୍ରାସ୍‌

ଲଣ୍ଡନ,୨୩।୫(ଏଏଫ୍‌ପି)- ଇଂଲଣ୍ଡ କ୍ରିକେଟ୍‌ ନିର୍ଦ୍ଦେଶକ ଆଣ୍ଡ୍ରୁ ଷ୍ଟ୍ରାସ୍‌ ସାମୟିକ ଭାବେ ନିଜ ପଦ ତ୍ୟାଗ କରିଛନ୍ତି। ତାଙ୍କ ସ୍ତ୍ରୀ ରୁଥଙ୍କ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ସେ ଛୁଟି ନେଉଥିବା ପ୍ରକାଶ କରିଛନ୍ତି। ତାଙ୍କ ଅନୁପସ୍ଥିତିରେ ଆଣ୍ଡି ଫ୍ଲାଓ୍ବର କାର୍ଯ୍ୟଭାର ସମ୍ଭାଳିବେ।

‘ଅନ୍ୟ ଲିଗ୍‌ରେ ଭାରତୀୟ ଖେଳାଳି ଖେଳିବା ଉଚିତ’

‘ଅନ୍ୟ ଲିଗ୍‌ରେ ଭାରତୀୟ ଖେଳାଳି ଖେଳିବା ଉଚିତ’

ପୁଣେ,୨୩।୫- ଭାରତରେ ବହୁ ପ୍ରତିଭା ସମ୍ପନ୍ନ ଖେଳାଳି ରହିଛନ୍ତି। ସେମାନଙ୍କୁ ଅନ୍ୟ ଦେଶଗୁଡ଼ିକ ଲିଗ୍‌ରେ ଖେଳିବାକୁ ଅନୁମତି ମିଳିବା ଉଚିତ। ଏଭଳି ମନ୍ତବ୍ୟ ଦେଇଛନ୍ତି ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌।

ଫ୍ରେଞ୍ଚ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରୁ ଅଙ୍କିତା ବାଦ୍‌

ଫ୍ରେଞ୍ଚ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରୁ ଅଙ୍କିତା ବାଦ୍‌

ପ୍ୟାରିସ,୨୩।୫- ଭାରତର ମହିଳା ସିଙ୍ଗଲ୍ସ ଟେନିସ୍‌ ଖେଳାଳି ଅଙ୍କିତା ରାଇନା ଫ୍ରେଞ୍ଚ ଓପନ୍‌ର ଯୋଗ୍ୟତା ପର୍ଯ୍ୟାୟରୁ ମେନ ଇଭେଣ୍ଟକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି।

ଆନ୍ତଃକ୍ଲବ କ୍ରିକେଟ ସିରିଜ ଟାଉନ୍‌ କ୍ଲବ ବିଜୟୀ

ଆନ୍ତଃକ୍ଲବ କ୍ରିକେଟ ସିରିଜ ଟାଉନ୍‌ କ୍ଲବ ବିଜୟୀ

ଭୁବନେଶ୍ୱର, ୨୩।୫(ସ୍ପୋଟର୍‌ସ ବ୍ୟୁରୋ):ଟାଉନ କ୍ଲବ ପଡ଼ିଆରେ ଅନୁଷ୍ଠିତ ଆନ୍ତଃକ୍ଲବ କ୍ରିକେଟ ସିରିଜର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଆୟୋଜକ ଟାଉନ୍‌ କ୍ଲବ ୪୦ ରନରେ ପୁରୀର ପାୟୋନିୟର କ୍ଲବକୁ ପରାସ୍ତ କରିଛି। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିବା ଟାଉନ୍‌ କ୍ଲବ ୩୬.୧ ଓଭରରେ ୧୬୫ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ରାକେଶ କୁମାର ବେହେରା ସର୍ବାଧିକ ୫୭ ରନ କରିଥିବାବେଳେ ରାକେଶ କୁମାର ବାରିକ ୨୪, ଗିରିଜା ମିଶ୍ର ୨୨ ରନ କରିଥିଲେ। ପ୍ରତିପକ୍ଷ ବୋଲର ଲାଲୁ ମହାନ୍ତି (୩/୩୦), ଭାଗୀରଥି ବେହେରା (୨/୧୮) ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଜବାବରେ ପାୟୋନିୟର ଦଳ ଭାଗୀରଥିଙ୍କ ୫୩ ରନ ସତ୍ତ୍ୱେ ୩୩.୩ ଓଭରରେ ୧୨୫ ରନ କରି ସମସ୍ତ ଉଇକେଟ୍‌ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସୂରଜ ମାର୍ଥା ୨୪ ରନ କରିଥିବାବେଳେ ଟାଉନ୍‌ କ୍ଲବର ସୋନୁ କୁମାର (୩/୧୪), ମାନସ ଦାସ (୩/୧୮) ଓ ବିଶାଳ କର (୩/୨୩) ୩ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ବିଜୟୀ ଦଳର ରାକେଶଙ୍କ ସହ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବା ଭାଗୀରଥିଙ୍କୁ ଯୁଗ୍ମ ଭାବେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ କୋଚ୍‌ କିଶୋର ମାଣିଆ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟାଉନ କ୍ଲବ କ୍ରୀଡ଼ା ସମ୍ପାଦକ ମନୋଜ କୁମାର ମହାପାତ୍ରଙ୍କ ସହ ଅନ୍ୟସଦସ୍ୟ ବୃନ୍ଦ ଏହି ଅବସରରେ ଉପସ୍ଥିତ ରହିଥିଲେ। ୪୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌କୁ ସି.ପି. ମହାପାତ୍ର ଓ ପି.କେ. ଜେନା ପରିଚାଳନା କରିଥିଲେ। ସିରିଜର ପରବର୍ତ୍ତୀ ମ୍ୟାଚ୍‌ ଟାଉନ କ୍ଲବ ଓ କିଶୋର କ୍ଲବ ମଧ୍ୟରେ ବୁଧବାର ଖେଳାଯିବ।

ୟୁଏସଏ ସୁଇମିଂ ବିରୋଧରେ ଅଲିମ୍ପିଆନଙ୍କ ମକଦ୍ଦମା

ଲସ୍‌ଆଞ୍ଜେଲସ, ୨୩।୫ (ଏଏଫ୍‌ପି)-ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର ଜଣେ ପୂର୍ବତନ ଅଲିମ୍ପିଆନ ଆରିଆନା କୁକୋର୍ସ ସ୍ମିଥ୍‌ ୟୁଏସଏ ସୁଇମିଂ ବିରୋଧରେ ଏକ ମକଦ୍ଦମା କରିଛନ୍ତି। କୋଚ୍‌ଙ୍କ ଦ୍ୱାରା ସେ ଯୌନ ନିର୍ଯାତିତ ହୋଇଥିବା ବିଷୟରେ ଅବଗତ ଥାଇ ମଧ୍ୟ ଦେଶର ସୁଇମିଂ ପରିଚାଳନା ପରିଷଦ ଏହାକୁ ଘଣ୍ଟ ଘୋଡାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କୁକର୍ସ ସ୍ମିଥ୍‌ ଲସ୍‌ଆଞ୍ଜେଲସ ନିକଟବର୍ତ୍ତୀ ଅରେଞ୍ଜ କାଉଣ୍ଟି ସୁପରିଅର କୋର୍ଟରେ ଏହି ମକଦ୍ଦମା କରିଛନ୍ତି। ପୂର୍ବତନ ମହିଳା ଅଲିମ୍ପିଆନଙ୍କ କହିବା ଅନୁସାରେ ସେ ବାଲ୍ୟକାଳରୁ ସିଆଟଲ ନିକଟବର୍ତ୍ତୀ ଏକ ସୁଇମିଂ କ୍ଲବରେ ସିନ୍‌ ହଚିସନଙ୍କଠାରୁ କୋଚିଂ ନେଉଥିଲେ। କୁକୋର୍ସ ସ୍ମିଥଙ୍କ ଦାବିକୁ କିନ୍ତୁ ହୁଚିସନ ଅନଲାଇନ୍‌ରେ ଖଣ୍ଡନ କରିଛନ୍ତି। ଏବିଷୟ ଆମେ ପ୍ରଥମେ ଶୁଣିବାକୁ ପାଉଛୁ ବୋଲି ୟୁଏସଏ ସୁଇମିଂ ପକ୍ଷରୁ ସଫେଇ ଦିଆଯାଇଛି। କୁକୋର୍ସ ସ୍ମିଥ୍‌ଙ୍କୁ ବର୍ତ୍ତମାନ ୨୮ବର୍ଷ ବୟସ। ସେ ୨୦୦୯ରେ ରୋମ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ୨୦୦ମିଟର ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ବ୍ୟକ୍ତିଗତ ମିଡ୍‌ଲେ ରେସ୍‌ ଜିତିଥିଲେ। କୁକୋର୍ସ ସ୍ମିଥ୍‌ ୟୁଏସଏ ସୁଇମିଂ, ପୂର୍ବତନ ୟୁଏସ୍‌ଏ ନ୍ୟାଶନାଲ ଟିମ୍‌ ଡାଇରେକ୍ଟର ମାର୍କ ସ୍କୁବର୍ଟ ସିଆଟଲ ନିକଟବର୍ତ୍ତୀ ହୁଚସନଙ୍କ ପୂର୍ବତନ କ୍ଲବ କିଙ୍ଗ ଆକ୍ୱାଟିକ୍‌ କ୍ଲବ ବିରୋଧରେ ମକଦ୍ଦମା କରିଛନ୍ତି।

ଶୃଙ୍ଖଳା କମିଟିର ସାମ୍‌ନା କରିବେ ରିନା, କାନାଭାରୋ

ମିଲାନ, ୨୩।୫ (ଏଏଫ୍‌ପି)- ଇଟାଲୀ ଫୁଟ୍‌ବଲ ମହାସଂଘ (ଏଫ୍‌ଆଇଜିସି) ଶୃଙ୍ଖଳା କମିଟିର ସାମ୍ନା କରିବେ ଫୁଟ୍‌ବଲର ପେପେ ରିନା, ପାଓଲୋ କାନାଭାରୋ ଏବଂ ସାଲ୍‌ଭାଟୋରେ ଆରୋନିକା। ଏହି ୩ ଜଣଙ୍କର ମାଫିଆଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ନାପଲ୍ସର ଆଣ୍ଟି-ମାଫିଆ ଡିପାର୍ଟମେଣ୍ଟ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ଏହି ୩ ଖେଳାଳିଙ୍କୁ ଶୃଙ୍ଖଳା କମିଟି ଆଗରେ ହାଜର ହେବା ଲାଗି ଇଟାଲୀ ଫୁଟ୍‌ବଲ ମହାସଂଘର ମୁଖ୍ୟ ପ୍ରସିକ୍ୟୁଟର ଜିଉସେପ୍‌ ପେକୋରାରୋ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଥିପାଇଁ ଦିନ ଧାର୍ଯ୍ୟ ହୋଇନାହିଁ। ଉଭୟ କାନାଭାରୋ ଓ ଆରୋନିକା କିଛି ବର୍ଷ ହେଲା ନାପୋଲି ପାଇଁ ଖେଳୁଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଗୋଲକିପର ରିନା ଏହି ଗ୍ରୀଷ୍ଣଋତୁରେ ନାପୋଲିରୁ ଆସି ଏସି ମିଲାନରେ ଯୋଗ ଦେଇଛନ୍ତି।

ଆଇଓଏସ ସ୍ପୋଟର୍‌ସ ସହିତ ମାନିକା, ମୀରବାଇଙ୍କ ଚୁକ୍ତି

ନୂଆଦିଲ୍ଲୀ, ୨୩।୫ (ପି.ଟି.)-ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଟେବୁଲ ଟେନିସ ଷ୍ଟାର ମାନିକା ବାତ୍ରା ଏବଂ ଭାରୋତ୍ତୋଳିକା ମୀରବାଇ ଚାନୁ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କମ୍ପାନୀ ଆଇଓଏସ ସହିତ ଚୁକ୍ତି କରିଛନ୍ତି। ତଦନୁସାରେ ଏହି ସଂସ୍ଥା ଏଣିକି ଖେଳାଳି ଦ୍ୱୟଙ୍କ ଏଣ୍ଡୋର୍ସମେଣ୍ଟ, ଆପିଅରାନ୍‌ସେସ୍‌, ବ୍ରାଣ୍ଡ ପ୍ରୋଫାଇଲିଂ, ପ୍ୟାଟେଣ୍ଟ, ଲାଇସେନ୍‌ସିଂ ଓ ଡିଜିଟାଲ ରାଇଟ୍ସ ଏବଂ ଭିଜିବିଲିଟି ଇନ୍‌ ସୋସିଆଲ ନେଟଓ୍ବର୍କିଙ୍ଗ ସାଇଟ୍ସ ବ୍ୟାପାର ବୁଝାଶୁଝା କରିବ। ପୂର୍ବରୁ ବକ୍ସିଂ ଷ୍ଟାର ଏମସି ମେରୀକମ୍‌ ଓ ବିଜେନ୍ଦର ସିଂ ଏବଂ ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଏହି କମ୍ପାନୀ ସହ ଅନୁବନ୍ଧିତ ହୋଇ ସାରିଛନ୍ତି।