Dharitri News
ଅନ୍ତର୍ଜାତୀୟ |

ପାକିସ୍ତାନରେ ମିଲିଟାରୀ ବେସ୍‌ କରିବନି ଚାଇନା

ପାକିସ୍ତାନରେ ମିଲିଟାରୀ ବେସ୍‌ କରିବନି ଚାଇନା ବେଜିଂ, ୯।୧: ପାକିସ୍ତାନରେ ଚାଇନା ମିଲିଟାରୀ ବେସ୍‌ ସ୍ଥାପନ କରିବନି ବୋଲି ମଙ୍ଗଳବାର ସୂଚିତ କରିଛି। ଏନେଇ ଜାରି ରହିଥିବା କଳ୍ପନା ଜଳ୍ପନା ଭିତ୍ତିହୀନ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ପୂର୍ବରୁ ଆକଳନ କରାଯାଉଥିଲା ଚାଇନା ପାକିସ୍ତାନ ବେଲୁଚିସ୍ତାନର ଜିଓ୍ବାନୀଠାରେ ମିଲିଟାରୀ ବେସ୍‌ ସ୍ଥାପନ କରିବ। ଏହା ଭାରତ, ଇରାନ ଓ ଆଫଗାନୀସ୍ତାନର ମିଳିତ ସହଯୋଗରେ ବିକଶିତ ହୋଇଥିବା ଛାବହାର ବନ୍ଦର ନିକଟରେ ରହିବ ବୋଲି ଅନୁମାନ କରାଯାଇଥିଲା। ଏପରି ହେଲେ ଚାଇନା ସହଜରେ ଭାରତର ସାମରୀକ ଗତିବିଧି ଉପରେ ନଜର ରଖିପାରିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଚାଇନା ଏପରି ଖବରକୁ ଖଣ୍ଡନ କରିଛି।

ଅନ୍ତର୍ଜାତୀୟ |

 ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ଲଣ୍ଡନ/ନୂଆଦିଲ୍ଲୀ, ୨୨।୨: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ନୌସେନାକୁ ବ୍ରିଟେନ୍‌ ସବ୍‌ମେରାଇନ୍‌ ରେସକ୍‌ୟୁ ସିଷ୍ଟମ୍‌ ଯୋଗାଇଦେବ। ଆସନ୍ତା ମାସରେ ଏହା ନୌସେନାକୁ ମିଳିବାର ସମ୍ଭାବନା ରହିଛି। ସ୍କଟଲ୍ୟାଣ୍ଡ କମ୍ପାନୀ ଜେଏଫ୍‌ଡି ଭାରତକୁ ଏହା ଯୋଗାଇଦେବ। ଭାରତୀୟ ନୌସେନା ସହିତ ଏନେଇ ଜେଏଫ୍‌ଡି ୧୯୩ ନିୟୁତ ପାଉଣ୍ଡର ଚୁକ୍ତି ସ୍ବାକ୍ଷରିତ କରିଥିଲା।

ଆମେରିକା ଦୂତାବାସ ଉପରେ ଆତ୍ମଘାତି ଆକ୍ରମଣ

ଆମେରିକା ଦୂତାବାସ ଉପରେ ଆତ୍ମଘାତି ଆକ୍ରମଣ

ଓ୍ବାଶିଂଟନ୍‌,୨୨।୨: ୟୁରୋପ ମଣ୍ଟିନିଗ୍ରୋରର ରାଜଧାନୀ ପାଣ୍ଡଗୋରିକା ସ୍ଥିତ ଆମେରିକା ଦୂତାବାସ ପରିସରରେ ଏକ ଆତ୍ମଘାତି ବିସ୍ଫୋରଣ ଘଟିଛି।

ଶିକ୍ଷକ ରଖନ୍ତୁ ମାରଣାସ୍ତ୍ର: ଡୋନାଲ୍ଡ ଟ୍ରମ୍ପ୍‌

ଶିକ୍ଷକ ରଖନ୍ତୁ ମାରଣାସ୍ତ୍ର: ଡୋନାଲ୍ଡ ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୨୨।୨: ଫ୍ଲୋରିଡା ସ୍କୁଲ ଗୁଳିକାଣ୍ଡ ଘଟଣା ପରେ ଏଥିରୁ ବର୍ତ୍ତିଯାଇଥିବା ପିଲାମାନଙ୍କୁ ଭେଟିବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାବବିହ୍ବଳ ହୋଇଯାଇଥିଲେ।

ଖାଲକୁ ଖସିଲା ବସ୍‌: ୪୪ ମୃତ

ଖାଲକୁ ଖସିଲା ବସ୍‌: ୪୪ ମୃତ

ଲିମା,୨୨।୨: ପେରୁର ଆରୋକ୍ୱିପା ଅଞ୍ଚଳରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଫଳରେ ୪୪ ଜଣଙ୍କ ମୃତ୍ୟୁ ହେବା ସହ ୨୪ ଆହତ ହୋଇଥିବା ସୂଚନା ମିଳିଛି।

ବୋକୋ ହାରାମ କବଳରୁ ୮୦ ସ୍କୁଲ ଛାତ୍ରୀ ମୁକ୍ତ, ୪୦ରୁ ଅଧିକ ନିଖୋଜ

ବୋକୋ ହାରାମ କବଳରୁ ୮୦ ସ୍କୁଲ ଛାତ୍ରୀ ମୁକ୍ତ, ୪୦ରୁ ଅଧିକ ନିଖୋଜ

ଆବୁଜା, ୨୨।୨: ନାଇଜେରିଆରେ ବୋକୋ ହାରାମ ମୌଳବାଦୀ ସଂଗଠନ ଦ୍ୱାରା ଅପହୃତ ହୋଇଥିବା ୮୦ ଜଣ ସ୍କୁଲ ଛାତ୍ରୀଙ୍କୁ ମୁକ୍ତ କରାଯାଇଛି। ଏବେ ମଧ୍ୟ ୪୦ ଜଣ ଛାତ୍ରୀଙ୍କର କୌଣସି ଖୋଜ ଖବର ମିଳି ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ମୁକ୍ତ ଛାତ୍ରୀମାନଙ୍କୁ ୟୋବାସ୍ଥିତ ଗୈଦାମ୍‌ ସେନା ଶିବିରଙ୍କୁ ନିଆଯାଇଛି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଜାରି ରହିଛି।

ଆମେରିକାରେ ଯୋଗାସନ କାର୍ଯ୍ୟକ୍ରମ: ସାମିଲ୍‌ ହେଲେ ୧୧ ହଜାର ଲୋକ

ଆମେରିକାରେ ଯୋଗାସନ କାର୍ଯ୍ୟକ୍ରମ: ସାମିଲ୍‌ ହେଲେ ୧୧ ହଜାର ଲୋକ

ଓ୍ବାଶିଂଟନ, ୨୧।୨: ଆମେରିକାରେ ଆୟୋଜିତ ହୋଇଥିବା ଯୋଗାସନ କାର୍ଯ୍ୟକ୍ରମରେ ୧୧ ହଜାର ଲୋକ ସାମିଲ୍‌ ହୋଇ ବିଭିନ୍ନ ଯୋଗାସନ କରିଛନ୍ତି। ସୂର୍ଯ୍ୟ ନମସ୍କାରରୁ ଆରମ୍ଭ କରି ଅନ୍ୟାନ୍ୟ ଯୋଗାସନ ସେମାନେ କରିଛନ୍ତି। ସୁସ୍ଥ ଓ ନିରୋଗ ଶରୀର ପାଇଁ ଯୋଗର ଭୂମିକା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା।

ଜାପାନ କିଣିବ ଏଫ୍‌-୩୫-ଏ ଫାଇଟର ଯୁଦ୍ଧବିମାନ

ଜାପାନ କିଣିବ ଏଫ୍‌-୩୫-ଏ ଫାଇଟର ଯୁଦ୍ଧବିମାନ

ଟୋକିଓ, ୨୧।୨: ଜାପାନ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦ଟି ଏଫ୍‌-୩୫-ଏ ଯୁଦ୍ଧବିମାନ କିଣିବ। ଆମେରିକାର ଲକ୍‌ହିଡ୍‌ ମାର୍ଟିନ୍‌ କର୍ପ ସହିତ ଏନେଇ ଜପାନ ସରକାର ବୁଝାମଣା କରିଛନ୍ତି।

ସିରିଆରେ ସେନା ନେଉଛି ନିରୀହ ଜନତାଙ୍କ ଜୀବନ: ଚେତାବନୀ ଦେଲା ଜାତିସଂଘ

ସିରିଆରେ ସେନା ନେଉଛି ନିରୀହ ଜନତାଙ୍କ ଜୀବନ: ଚେତାବନୀ ଦେଲା ଜାତିସଂଘ

ଦାମାସ୍କସ୍‌, ୨୧।୨: ସିରିଆରେ ଗୃହଯୁଦ୍ଧ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ବାୟୁସେନା ପକ୍ଷରୁ ବୋମାମାଡ ଜାରି ରହିଛି। ଇଷ୍ଟର୍ନ ଗୌତା ଅଞ୍ଚଳରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ବୋମାମାଡ କରାଯାଉଛି। ଏହି ଘଟଣାରେ ଗତ ୩ ଦିନ ମଧ୍ୟରେ ୧୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫୭ ଜଣ ଛୋଟପିଲା ଅଛନ୍ତି। ସୋମବାର ବାୟୁସେନା ଆକ୍ରମଣରେ ୩୯ ଛୋଟପିଲାଙ୍କ ସମେତ ୧୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।

ମାଳଦ୍ୱୀପରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କର ଗୁରୁତ୍ୱାରୋପ

ମାଳଦ୍ୱୀପରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କର ଗୁରୁତ୍ୱାରୋପ

କଲୋମ୍ବୋ, ୨୦।୨: ମାଳଦ୍ୱୀପରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ମର୍ମରେ ଏଠାରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କ ପକ୍ଷରୁ ଅନୁରୋଧ କରାଯାଇଛି। ସେଠାରେ ଗଣତାନ୍ତ୍ରିକ ପ୍ରଥାର ଉଲ୍ଲଂଘନ ହେବା ସହିତ କମ୍ରାଗତ ସଙ୍କଟ ବୃଦ୍ଧି ପାଉଛି ବୋଲି ସାର୍କ ସୂଚିତ କରିଛି। ସାର୍କ ଅଧ୍ୟକ୍ଷ କାରୁ ଜୟସୂରିୟା ମାଲଦ୍ୱୀପ ମଜଲିସ୍‌ ବାଚସ୍ପତି ଅବଦୁଲା ମାସିଚ୍‌ ମହମ୍ମଦଙ୍କୁ ଏନେଇ ଏକ ପତ୍ର ମଧ୍ୟ ଲେଖିଛନ୍ତି।

କୋର୍ଟରେ ଗୁଳିକାଣ୍ଡ: ୨ ଆଇନଜୀବୀ ମୃତ

କୋର୍ଟରେ ଗୁଳିକାଣ୍ଡ: ୨ ଆଇନଜୀବୀ ମୃତ

ଲାହୋର,୨୦।୨: ପାକିସ୍ତାନର ଲାହୋର ଦୌରା ଜଜ କୋର୍ଟ ପରିସରରେ ମଙ୍ଗଳବାର ଗୁଳିକାଣ୍ଡ ଘଟି ୨ ଆଇନଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଜଲାଲାବାଦ ବିସ୍ଫୋରଣ: ୩ ମୃତ

ଜଲାଲାବାଦ ବିସ୍ଫୋରଣ: ୩ ମୃତ

କାବୁଲ,୨୦।୨: ନଙ୍ଗାହାର ପୂର୍ବାଞ୍ଚଳରେ ଥିବା ଆଫଗାନିସ୍ତାନର ଜଲାଲାବାଦ ସହରରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ଲାକ ସି’ରେ ଯୁଦ୍ଧ ପାଇଁ ସଜବାଜ ହେଉଛନ୍ତି ଆମେରିକା ଓ ରୁଷ

ବ୍ଲାକ ସି’ରେ ଯୁଦ୍ଧ ପାଇଁ ସଜବାଜ ହେଉଛନ୍ତି ଆମେରିକା ଓ ରୁଷ

ଓ୍ବାଶିଂଟନ,୨୦।୨: କିଛିଦିନ ହେବ ଆମେରିକା ଓ ରୁଷ ମଧ୍ୟରେ ବିବାଦ ଲାଗି ରହିଛି। ବ୍ଲାକ୍‌ ସିରେ ଉଭୟ ପକ୍ଷ ଯୁଦ୍ଧପାଇଁ ପ୍ରସ୍ତୁତ ହେଉଥିବା ଖବର ମଧ୍ୟ ନଜରକୁ ଆସିଛି। ରୁଷ ବ୍ଲାକ ସିରେ ନିଜର ଉପସ୍ଥିତି ବୃଦ୍ଧି କରୁଥିବା ଦେଖି ଚିନ୍ତାରେ ପଡିଯାଇଛି ଆମେରିକା।