Dharitri News
ସମ୍ବଲପୁର

ହାଟପଦାର କମଲ ବେହେରା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ

ହାଟପଦାର କମଲ ବେହେରା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ ବରଗଡ ଅଫିସ, ୯।୧: ବରଗଡ ଥାନା ପୋଲିସ ୨୭ ଡିସେମ୍ବର ୨୦୧୭ରେ କମଲ ବେହେରାଙ୍କ ହତ୍ୟା ମାମଲା ସହ ଜଡିତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ତଦନ୍ତ ପରେ ପୋଲିସ ଭୁର୍ସୁଙ୍ଗବନ୍ଧପଡାର ଛୋଟୁ ମଟାରୀ(୧୯) ଓ ସୁରଜ ସିଂଙ୍କୁ ଗିରଫ କରିଛି। ଉଭୟେ ଉକ୍ତ ଦିନ ରାତିରେ କମଲଙ୍କ ସହ ଥିବା ଏବଂ ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ସୂଚନା ଯୋଗ୍ୟ, ଉକ୍ତ ଦିନ ବରଗଡ ଲମ୍ବା ବିଲ୍‌ଡିଂ ପଛପଟେ ଥିବା ଭୁର୍ସୁଙ୍ଗବନ୍ଧ ହିଡ଼ ଉପରେ ହାଟପଦାର କମଲ ବେହେରାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ୱିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା। ଏନେଇ ଥାନାରେ ଏକ ମାମଲା(୫୬୮/୧୭) ଦଫା-୩୦୨ଆଇପିସି ଅନୁଯାୟୀ ରୁଜୁ ହୋଇଥିଲା। ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଏହାର ତଦନ୍ତ କରାଯାଇଥିଲା। ତେବେ ଛୋଟୁ ଓ ସୁରଜ ଉକ୍ତ ବନ୍ଧ ନିକଟରେ ନିଆଁରେ ସେକି ହେଉଥିଲେ। ପରେ ସେଠାରେ କମଲ ପହଞ୍ଚିବା ପରେ ସେମାନେ ମଦ ପିଇଥିଲେ। ମଦ ପିଇବା ସମୟରେ ବଚସା ହେବାରୁ ଦୁହେଁ କମଲଙ୍କୁ ବାଡିରେ ପିଟିଥିଲେ। ମଦନିଶାରେ ସେମାନେ ସେ ମରିଯାଇଥିବା ଭାବି ଗୋଟିଏ ବଡ ପଥର ଆଣି ତାଙ୍କ ମୁହଁକୁ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ କମଲଙ୍କ ମୃତ୍ୟୁ ଘଟିଥିବା ଉଭୟେ ପୋଲିସକୁ କହିଥିଲେ। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବାଡି ଓ ପଥରକୁ ଜବତ କରିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ସମ୍ବଲପୁର

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଟିଟିଲାଗଡ଼,୨୪।୨(ଡି.ଏନ୍‌.ଏ.)- ନାବାଳିକା ବଳାତ୍କାର ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅତିରିକ୍ତ ଜିଲା ଦୌରାଜଜ ତଥା ସେସନ ଜଜ୍‌ ଶ୍ରୀକାନ୍ତ ମିଶ୍ର ମାମଲାର ବିଚାର କରି ଅଭିଯୁକ୍ତ ମାଲିସିରା ଗ୍ରାମର ମୋହନ ଘିବେଲାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଶ୍ରମମନ୍ତ୍ରୀଙ୍କ ଭାଇଙ୍କ ସମେତ ୪ ଆହତ ଘଟଣା: ଗୁରୁତର ଡ୍ରାଇଭରଙ୍କ ମୃତ୍ୟୁ

ଶ୍ରମମନ୍ତ୍ରୀଙ୍କ ଭାଇଙ୍କ ସମେତ ୪ ଆହତ ଘଟଣା: ଗୁରୁତର ଡ୍ରାଇଭରଙ୍କ ମୃତ୍ୟୁ

ବରଗଡ ଅଫିସ,୨୪।୨: ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗ ଧ୍ୟାନକେନ୍ଦ୍ର ନିକଟରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ସମେତ ୪ଜଣଙ୍କୁ ଗୁରୁବାର ରାତିରେ ଆକ୍ରମଣ କରାଯାଇଥିଲା। ଏଥିରେ ଆହତ ହୋଇଥିବା ଡ୍ରାଇଭର ଚିଚିଣ୍ଡା ଗ୍ରାମର ଡିଲେଶ୍ୱର ସାହୁଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ସେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ବିଜେପୁର ଉପନିର୍ବାଚନ: ଚାଲିଛି ମତଦାନ

ବିଜେପୁର ଉପନିର୍ବାଚନ: ଚାଲିଛି ମତଦାନ

ବରଗଡ଼ ଅଫିସ,୨୪।୨: ବିଜେପୁର ଉପନିର୍ବାଚନ ଲାଗି ଶନିବାର ମତଦାନ ଆରମ୍ଭ ହୋଇଛି। ମୋଟ ୨୮୧ ବୁଥ୍‌ରେ ଭୋଟ ଗ୍ରହଣ ହେଉଛି। ୨ଲକ୍ଷ ୨୧ହଜାର ୧୪୪ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦, ୧୦୨, ୧୪୧ ନମ୍ବର ଭଳି କେତୋଟି ବୁଥ୍‌ରେ ଇଭିଏମ୍‌ ମେଶିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ୍‌ ଗ୍ରହଣ ବିଳମ୍ବ ହେଉଥିବା ସୂଚନା ମିଳିଛି।

ଭୋଟ ପୂର୍ବରୁ ଫୁଟିଲା ଗୁଳି

ଭୋଟ ପୂର୍ବରୁ ଫୁଟିଲା ଗୁଳି

ବରଗଡ଼ ଅଫିସ୍‌/ସୋହେଲା/ବୁର୍ଲା,୨୩।୨: ଶନିବାର ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ। ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ସୋହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗ ଧ୍ୟାନକେନ୍ଦ୍ର ନିକଟରେ ଗୁଳିମାଡ଼ ଓ ଗାଡ଼ି ଭଙ୍ଗାରୁଜା ଭଳି ଘଟଣା ଘଟିଛି। ଗୁଳିମାଡ଼ ଓ ଆକ୍ରମଣରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ, ଚିଚିଣ୍ଡା ଗ୍ରାମର ମାଗି ଓରଫ୍‌ ଡିଲେଶ୍ୱର ସାହୁ, ଜାମପାଲି ଗ୍ରାମର ଖଗେଶ୍ୱର ମହାମଲ୍ଲିକ, ଟୁଙ୍ଗିବନ୍ଧଲି ଗ୍ରାମର ପ୍ରଭାସ କୁମାର ନାଗ ଓରଫ୍‌ କାର୍ତ୍ତିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋହେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ (ଭିମ୍‌ସାର୍‌)କୁ ସ୍ଥାନାନ୍ତର କରାଯାଇଛି।

ନେତାକର୍‌ ନିଘା ଭୋଟର୍‌ ଉପ୍‌ରେ

ନେତାକର୍‌ ନିଘା ଭୋଟର୍‌ ଉପ୍‌ରେ

ବିଜେପୁର, ୨୩।୨ (ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ଉପ୍‌ନିର୍‌ବାଚନ୍‌କେ ଆର୍‌ ଦୁଇ ଦିନ୍‌ ନ ରହେଲା। ଆଚରନ୍‌ ବିଧି ଅନ୍‌ସାରେ ଭୋଟ୍‌ ହେବାର୍‌ ଦେଢ଼ଦିନ୍‌ ଆଘ୍‌ଲାନୁ ପର୍‌ଚାର ପର୍‌ସାର ଶେଷ ହେବା। ଇ ହିସାବେ ଗୁର୍‌ବାର ବେଲବୁଡା ତକ୍‌ ସବୁ ରାଜନିତିଆ ଦଲ୍‌ର ପର୍‌ଚାର ସରିଛେ। ହେଲେ ଇ ଉପ୍‌ନିର୍‌ବାଚନ୍‌ ପର୍‌ଚାର୍‌ଟା ସବୁନୁ ଭିନେ ଥିଲା। କାରନ୍‌ ବଛ୍‌ରେ ଉତାରୁ ଫେନ୍‌ ଘାଏ ସାଧାରନ୍‌ ନିର୍‌ବାଚନ୍‌ ହେବା। ସେଥିର୍‌ଲାଗି ସବୁ ରାଜନିତିଆ ଦଲ୍‌ ଉପ୍‌ନିର୍‌ବାଚନ୍‌କେ ସାଧାରନ୍‌ ନିର୍‌ବାଚନ୍‌ର ଟ୍ରେଲର ଭାବେ ଧରି ନେଇଛନ୍‌। ଯେନ୍‌ଥିର୍‌ଲାଗି ପର୍‌ଚାର୍‌ ପର୍‌ସାର୍‌ରେ ସବୁଦଲ୍‌ ଜାନ୍‌ଜୀବନ୍‌ ଛା

ଆତ୍‌ମ ବିଶୁଆସ ହିଁ ନିଜର ସଖା

ଆତ୍‌ମ ବିଶୁଆସ ହିଁ ନିଜର ସଖା

ମାନେଶ୍ୱର,୨୩।୨ (ଡି.ଏନ୍‌.ଏ.)- ଆତ୍‌ମ ବିଶାସ ମୁନୁଷ୍‌କେ ସଫଲ୍‌ତା ଦେସି, ବିପଦ ଆପଦ୍‌ନୁ ପାର୍‌ କର୍‌ସି। ଏନ୍‌ତା ସମ୍‌କର୍‌ ଲାଗି ଗୁଟେ ଉଦାହରନ୍‌ ସାଜିଛନ୍‌ ଭିନ୍ନକ୍ଷମ୍‌ ସୁଶାନ୍ତ ମିର୍ଦ୍ଧା (୩୬)। ଏଡ଼େ ବଡ଼ ଦୁନିଆଁ, ହେଲେ ନିଜର ବଲି କେହି ନାଇଁ। ଜୀବନ୍‌ରେ ଚାଲ୍‌ବାର୍‌ଟା ମୂଲ୍‌ ହେସି ହେଲେ ସର୍‌ବାର୍‌ ସହଜ୍‌ ନୁହେ କି କେନ୍‌ ନେ ସର୍‌ବା କେହି କହି ନାଇଁ

ଉପହାର ଖୋଲିବା ବେଳେ ବିସ୍ଫୋରଣ, ୨ ମୃତ, ଜଣେ ଗୁରୁତର

ଉପହାର ଖୋଲିବା ବେଳେ ବିସ୍ଫୋରଣ, ୨ ମୃତ, ଜଣେ ଗୁରୁତର

ବଲାଙ୍ଗୀର ଅଫିସ,୨୩।୨- ବିବାହ ଉପହାର ପ୍ୟାକେଟ୍‌ ଖେଲିବାବେଳେ ବିସ୍ଫୋରଣ ଘଟି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରାର ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତ ୧୮ ତାରିଖରେ ବ୍ରହ୍ମପୁରା ଗ୍ରାମର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟ ସାହୁଙ୍କର ବିବାହ ହୋଇଥିଲା। ୨୦

ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଜମନକିରା,୨୩।୨: ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି କୁଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗୌତମଟିକିରା ଗାଁର ଧନର୍ଜୟ ପ୍ରଧାନଙ୍କ ପୁଅ ଅମିତ(୩୦) ଗତକାଲି ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ବିଜେପୁରରେ ପ୍ରାକ୍‌ ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଗୁଳିମାଡ, ୩ ଗିରଫ

ବିଜେପୁରରେ ପ୍ରାକ୍‌ ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଗୁଳିମାଡ, ୩ ଗିରଫ

ବରଗଡ଼ ଅଫିସ, ୨୩।୨: ଶନିବାର ବିଜେପୁର ଉପନିର୍ବାଚନ। ତେବେ ଉପ-ନିର୍ବାଚନ ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ସୋହେଲା ଥାନା ଅନ୍ତର୍ଗତ ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗଧୀନ କେନ୍ଦ୍ର ଆଶ୍ରମ ସମ୍ମୁଖରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ସମେତ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସୋହେଲା ଥାନା ବାଉଁସେନମୁରା ଗ୍ରାମର ସୁବ୍ରତ ସିଂ, ଟୁଙ୍ଗିବନ୍ଧଲି ଗ୍ରାମର କାର୍ତ୍ତିକ ନାଗ, ଚିଚିଣ୍ଡା ଗ୍ରାମର ମାଝି ସାହୁ ଏବଂ ଜାମପାଲି ଗ୍ରାମର ଖଚେଶ୍ୱର ମଲ୍ଲିକ। ସୁବ୍ରତଙ୍କ ମୁଣ୍ଡରେ ଗୁଳିବାଜିଥିବା ବେଳେ ଅନ୍ୟମାନେ ଇଟା,ପଥର ମାଡରେ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରାଯାଇଛିବୋଲି ବରଗଡ ଅତରିକ୍ତ ଏସପି ଯଶୋବନ୍ତ ସେନାପତି କହିଛନ୍ତି।

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର, ୨୨।୨(ନି.ପ୍ର.): ତାଳଚେର ହାଣ୍ଡିଧୁଆ ଛକ ନିକଟରେ ଗୁରୁବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାରଚାଳକଙ୍କ ବେପରୁଆ ଗାଡିଚାଳନା ଯୋଗୁ ଦୁର୍ଘଟଣା ଘଟି ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ବଦଳି ହୋଇଛି। ଏ ନେଇ ଗୁରୁବାର ଡିଜିପି ଆର୍‌ ପି ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ଼ ଘଟଣା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସରକାରୀ ସହାୟତା ସାତସପନ

କୋଳିମାଟି, ୨୧।୨-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗ୍ରାମରେ ଅନେକ ଗରିବ ଆଦିବାସୀ ଲୋକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛି। ସେମାନଙ୍କ ଲାଗି ରାଶନ କାର୍ଡ ସାତସପନ ହୋଇଛି।