Dharitri News
ଖେଳ |

ପଣ୍ଟିଂ ଅଷ୍ଟ୍ରେଲିଆ ଟି୨୦ ଦଳର ସହାୟକ କୋଚ୍‌

ପଣ୍ଟିଂ ଅଷ୍ଟ୍ରେଲିଆ ଟି୨୦ ଦଳର ସହାୟକ କୋଚ୍‌ ସିଡ୍‌ନୀ, ୯।୧(ଏଏଫ୍‌ପି)- ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗାମୀ ଦିନରେ ଖେଳାଯିବାକୁ ଥିବା ଟି୨୦ ସିରିଜ ଲାଗି ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ଅଷ୍ଟ୍ରେଲିଆ ଦଳର ସହାୟକ କୋଚ୍‌ ନିଯୁକ୍ତ ହୋଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏନେଇ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ଏହି ଦୁଇ ସିିରିଜ ଲାଗି ପଣ୍ଟିଂ ମୁଖ୍ୟ କୋଚ୍‌ ଡାରେନ ଲେହମ୍ୟାନଙ୍କୁ ସହାୟତା କରିବେ। ସେହିପରି ଟ୍ରୋଏ କୋଲି ଓ ମାଥ୍ୟୁ ମଟ୍ଟ ମଧ୍ୟ ସହାୟକ କୋଚିଂ ତାଲିକାରେ ରହିଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ଦଳ ଆସନ୍ତା ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଅଷ୍ଟ୍ରେଲିଆ ଦଳର ନିୟମିତ ସହାୟକ ଷ୍ଟାଫ୍‌ ଗ୍ରାଏମ ହିକ୍‌, ଡେଭିଡ୍‌ ସକର ଓ ବ୍ରାଡ୍‌ ହାଡିନ ଖେଳାଳିଙ୍କ ପୂର୍ବ ପ୍ରସ୍ତୁତି ଲାଗି ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି। ଏଥିଯୋଗୁ ସାମୟିକ ଭାବେ ପଣ୍ଟିଂଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଏଥିପୂର୍ବରୁ ଗତବର୍ଷ ପଣ୍ଟିଂ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଲାଗି ଜାତୀୟ ଦଳର ସହାୟକ କୋଚ୍‌ ଭାବେ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ପଣ୍ଟିଂ ଅଷ୍ଟ୍ରେଲିଆର ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ୨୦୦୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିଲା। ସେହିପରି ପଣ୍ଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୦୭ଓ ୨୦୦୯ ଟି୨୦ ବିଶ୍ୱକପ୍‌ ଖେଳିଥିଲା।

ଖେଳ |

ଆଇସିସିକୁ ଋଣ ପାଇଁ ନିବେଦନ କଲା ଜିମ୍ବାଓ୍ବେ

କରାଚୀ, ୧୯।୨(ପି.ଟି.)-ଜିମ୍ବାଓ୍ବେ କ୍ରିକେଟ ୟୁନିୟନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଋଣ ପାଇଁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ନିବେଦନ କରିଛି। ଫଳରେ ଏହି ଦେଶକୁ ପାକିସ୍ତାନ ଦଳର ଟୁର୍‌କୁ ନେଇ ସନ୍ଦେହ ଦେଖାଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜାମ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜିମ୍ବାଓ୍ବେ ଟୁର୍‌ ବାତିଲ କରାଯାଇ ନାହିଁ।

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ନୂଆଦିଲ୍ଲୀ, ୧୯।୨(ପି.ଟି.)- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ପ୍ରାକ୍ତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହର୍ସେଲ ଗିବ୍ସଙ୍କ ମଧ୍ୟରେ ସୋମବାର ଟୁଇଟରରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଛି। ଏଥିରେ ଅଶ୍ୱିନ ନିଜକୁ ନିୟନ୍ତ୍ରଣରେ ରଖି ନ ପାରି ବହୁଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ଘଟଣାକୁ ଗିବ୍ସଙ୍କୁ ମନେ ପକାଇ ଦେଇଛନ୍ତି।

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ସିଡ୍‌ନୀ, ୧୯।୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପଅଧିନାୟିକା ତଥା ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିବା ଆଲେକ୍ସ ବ୍ଲାକଓ୍ବେଲ ସୋମବାର ଅନ୍ତର୍ଜାତୀୟ ଓ ଷ୍ଟେଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟା ଏହି ଡାହାଣହାତୀ ବ୍ୟାଟ୍ସଓମ୍ୟାନ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

ଶାରଜା, ୧୯।୨(ଏଏଫ୍‌ପି)- ଯୁବ ଲେଗ୍‌-ସ୍ପିନର ରଶିଦ ଖାଁଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୧୪୬ ରନର ବୃହତ ରନ ବ୍ୟବଧାନରେ ପରାସ୍ତ କରିଛି।

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି) ହକି, ଆଥଲେଟିକ୍ସ ପରେ ଏବେ ଭୁବନେଶ୍ୱରରେ ଫୁଟବଲ ପାଇଁ ଉଷ୍ମତା ବଢ଼ିଛି। ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ସିଜନରେ ଜାମସେଦପୁର ଏଫସି କଳିଙ୍ଗ ଷ୍ଟାଡିୟମକୁ ଏହାର ଦ୍ୱିତୀୟ ହୋମ୍‌ ଭେନ୍ୟୁ କରିଛି। ଫଳସ୍ବରୂପ ଦଳ ଆଗାମୀ ୨୫ ତାରିଖରେ ଏଠାରେ ବେଙ୍ଗାଲୁରୁ ଏଫସି ସହିତ ଏକ ମ୍ୟାଚ ଖେଳିବ ଜାମସେଦପୁର ଏଫ୍‌ସି। ଲିଗ୍‌ କ୍ରମେ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବାରୁ ଏହି ମ୍ୟାଚ ଜାମସେଦପୁର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ପଦକ ନିଶ୍ଚିତ କଲେ ବକ୍ସର ସୀମା

ସୋଫିଆ, ୧୯।୨(ପି.ଟି.): ସୋମବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତର ସୀମା ପୁନିଆ ଦେଶ ପାଇଁ ଏକ ପଦକ ନିଶ୍ଚିତ କରିଛନ୍ତି। ପୁନିଆ ୮୧ କିଗ୍ରାରୁ ଊର୍ଦ୍ଧ୍ୱ ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ଏହି ବର୍ଗରେ କେବଳ ୩ ଜଣ ବକ୍ସର ଅଂଶଗ୍ରହଣ କରୁଥିବାରୁ ପୁନିଆ କୌଣସି ଫାଇଟ୍‌ ନ କରି ପଦକ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି।

ଏଟିପି ର଼୍ୟାଙ୍କିଙ୍ଗ୍‌: ୟୁକି ୧୦୧

ଏଟିପି ର଼୍ୟାଙ୍କିଙ୍ଗ୍‌: ୟୁକି ୧୦୧

ନୂଆଦିଲ୍ଲୀ, ୧୯।୨(ପି.ଟି.)- ଚେନ୍ନାଇ ଓପନ ଟେନିସ ଟୁର୍ନାମେଣ୍ଟରେ ରନର୍ସଅପ୍‌ ହେବାର ସୁଫଳ ଭାରତର ୟୁକି ଭାମ୍ବ୍ରିଙ୍କୁ ମିଳିଛି। ସେ ସୋମବାର ପ୍ରକାଶି ଏଟିପି ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ୧୪ଟି ସ୍ଥାନ ଉପରକୁ ଉଠି ୧୦୧ରେ ପହଞ୍ଚତ୍ ଯାଇଛନ୍ତି।

ଆଣ୍ଡରସନ ଜିତିଲେ ନ୍ୟୁୟର୍କ ଓପନ ଟାଇଟଲ

ଆଣ୍ଡରସନ ଜିତିଲେ ନ୍ୟୁୟର୍କ ଓପନ ଟାଇଟଲ

ନ୍ୟୁୟର୍କ, ୧୯।୨(ଏଏଫପି)- ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ନ୍ୟୁୟର୍କ ଓପନ ଟେନିସ ଟାଇଟଲ ଜିତିଛନ୍ତି। ୩ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ସାମ୍‌ କ୍ୱେରିଙ୍କୁ ୪-୬, ୬-୩, ୭-୬(୭/୧) ସେଟ୍‌ରେ ପରାସ୍ତ କରିଛନ୍ତି।

ଟି୨୦ ସିରିଜ୍‌ : ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

ସିଲ୍‌ହେଟ୍‌, ୧୮।୨(ପି.ଟି.)- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୭୫ ରନରେ ବିଜୟ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ୪ ଉଇକେଟ ହରାଇ ୨୧୦ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୧୮.୪ ଓଭରରେ ୧୩୫ ରନ କରି ଅଲଆଉଟ୍‌ ହେବା ସହ ପରାସ୍ତ ହୋଇଛି। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ଶ୍ରୀଲଙ୍କା ୨-୦ରେ ବିଜୟୀ ହେବା ସହ କ୍ଲିନ୍‌ ସୁଇପ୍‌ କରିଛି।

ଟି୨୦ ସିରିଜ୍‌ରୁ ଡି’ଭିଲର୍ସ ଆଉଟ୍‌

ଟି୨୦ ସିରିଜ୍‌ରୁ ଡି’ଭିଲର୍ସ ଆଉଟ୍‌

ଜୋହାନ୍ସବର୍ଗ,୧୮।୨ (ପି.ଟି.)- ଘରୋଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଆଘାତ ଜନିତ ସମସ୍ୟା ଚାଲୁ ରହିଛି। ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚରୁ ବାଦ ପଡିଥିବା ଅଭିଜ୍ଞ ତଥା ତାରକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଏବେ ଚଳିତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରୁ ମଧ୍ୟ ବାଦ ପଡିଛନ୍ତି।

ଡୋପିଂ ମାମଲାରେ ରୁଷୀୟ ଆଥ୍‌ଲେଟ୍‌

ପ୍ୟୋଙ୍ଗଚାଙ୍ଗ, ୧୮ା୨(ଏଏଫ୍‌ପି)-ଏଠାରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍ସରେ ରୁଷିଆର ଜଣେ ଆଥଲେଟ୍‌ ନିଷିଦ୍ଧ ମେଲଡୋନିଅମ୍‌ ସେବନ କରି ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ବିବାହ ବନ୍ଧନରେ ରଶ୍ମିତା

ବିବାହ ବନ୍ଧନରେ ରଶ୍ମିତା

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ମହିଳା କବାଡ଼ି ଖେଳାଳି ରଶ୍ମିତା ସାହୁ ରବିବାର ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଜାତୀୟ ସ୍ତରୀୟ କବାଡ଼ି ଖେଳାଳି ପ୍ରଦୀପ ଜେନାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।