ଫୁରସତ |

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ନ୍ୟୁୟର୍କ: ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ପୁରାତନ ଇଜିପ୍ଟ ସାମ୍ରାଜ୍ୟ ଧ୍ୱଂସ ହୋଇଥିବା ଗବେଷକ କହିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୫ରୁ ୩୦ ମଧ୍ୟରେ ନୀଳ ନଦୀ ଅବବାହିକାରେ ଥିବା ଏହି ପୁରାତନ ସାମ୍ରାଜ୍ୟର କିଭଳି ଅନ୍ତ ଘଟିଲା ସେ ସମ୍ପର୍କରେ ଗବେଷକ ଜାଣିପାରିଛନ୍ତି। ପୂର୍ବରୁ ଆକଳନ କରାଯାଉଥିଲା ହୁଏତ ନୀଳ ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ପ୍ରବଳ ବନ୍ୟାରେ ପୁରାତନ ସାମ୍ରାଜ୍ୟ ଧ୍ୱଂସ ହୋଇଯାଇଛି। ସେହିପରି ଅନ୍ୟ କେତେକ ଗବେଷକ ଦୁର୍ଭିକ୍ଷ, ପ୍ଲେଗ୍‌ ଯୋଗୁ ଏପରି ହୋଇଥିବା ମତପୋଷଣ କରୁଥିଲେ। କିନ୍ତୁ ଏଭଳି ଏକ ସମୃଦ୍ଧ ସାମ୍ରାଜ୍ୟର ଧ୍ୱଂସ ପାଇଁ ଆଗ୍ନେୟଗିରୀ ଉଦ୍‌ଗୀରଣ ଦାୟୀ ବୋଲି ପ୍ରତ୍ନତତ୍ତ୍ୱବିତ୍‌ଙ୍କ ପକ୍ଷରୁ କରାଯାଇଥିବା କାର୍ବନ ଡାଟିଂରୁ ଜଣାପଡିଛି। ମାଟିତଳେ ପୋତି ହୋଇ ରହିଥିବା କେତେକ ପଦାର୍ଥରେ ଲାଭାର ଅଂଶ ବିଶେଷ ରହିଥିବାରୁ ଏହା ଗବେଷକ ଆକଳନ କରୁଛନ୍ତି। ଖ୍ରୀଷ୍ଟପୂର୍ବ ୩୦ ବେଳକୁ ପୋଟୋଲୋମି ସାମ୍ରାଜ୍ୟର ପତନ କ୍ଲିଓପାଟ୍ରାଙ୍କ ମୃତ୍ୟୁ ପରେ ହୋଇଥିବାର ଅନୁମାନ କରାଯାଉଛି। ସେତେବେଳେ ନୀଳ ନଦୀର ଗତିପଥ ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟର ସଙ୍କେତ ଗବେଷକଙ୍କୁ ମିଳି ନାହିଁ। ତେବେ ଖ୍ରୀଷ୍ଟପୂର୍ବ ୪୪ ବେଳକୁ ଉତ୍ତର ଗୋଲାର୍ଦ୍ଧରେ ଭୟଙ୍କର ଆଗ୍ନେୟଗିରୀ ଉଦ୍‌ଗୀରଣ ହୋଇଥିବାର ପ୍ରମାଣ ମିଳୁଛି। ଗତ ୨୫ଶହ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟାବହ ଆଗ୍ନେୟଗିରୀ ଉଦ୍‌ଗୀରଣ ବୋଲି ଗବେଷକ ସୂଚିତ କରିଛନ୍ତି। ଉତ୍ତପ୍ତ ଲାଭା ଯୋଗୁ ଘରଦ୍ୱାର, ଚାଷ ଜମି ସବୁ ନଷ୍ଟ ହୋଇଯାଇଥିଲା।

All Right Reserved By

ଫୁରସତ |

କଥା ଛୋଟ, ହେଲେ..

କଥା ଛୋଟ, ହେଲେ..

ନିମ୍ନୋକ୍ତ କେତୋଟି ବିଷୟରେ ଆମେ ହୁଏତ ଅଳ୍ପ ବହୁତ ଅବଗତ ହୋଇଥାଇପାରୁ, ହେଲେ ଠିକ୍‌ ସମୟରେ ଅନେକେ ଏହାକୁ ଉପଯୋଗ କରିବାରେ ସଫଳ ହୋଇ ନ ଥାନ୍ତି । ଏକ ସୁସ୍ଥ ଜୀବନ ପାଇଁ ଏଭଳି ଟିପ୍ସ ଆପଣେଇ ପାରନ୍ତି...

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ସୋସିଆଲ ସାଇଟ୍‌ର ବ୍ୟବହାର ଆଜିକାଲି କେତେ ବଢ଼ିଯାଇଛି, ତାହା କହିବା ବାହୁଲ୍ୟ। ଅନେକେ ଏହା ସହ ଓତଃପ୍ରୋତ ଭାବରେ ଜଡ଼ିତ ରହୁଛନ୍ତି। ପୁଣି କେତେକେ ଅଧିକାଂଶ ସମୟ ସୋସିଆଲ ସାଇଟ୍‌ ସହ ସମୟ ବିତାଉଛନ୍ତି। ହେଲେ ଏହାର ବହୁଳ ବ୍ୟବହାର ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ।

ହାଇଟେକ୍‌ ଶାର୍ଟ

ହାଇଟେକ୍‌ ଶାର୍ଟ

ଆଜିକାଲି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କାରିଗରି ବିଦ୍ୟା ବଳରେ ଅନେକ କାମ କମ୍‌ ସମୟ ମଧ୍ୟରେ ସମ୍ପାଦନ କରିହେଉଛି। ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯାଇ ସଫଳତା ମିଳିବାର ନଜିର ମଧ୍ୟ ଅନେକ ରହିଛି। ନିକଟରେ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏଭଳି ଏକ ସ୍ମାର୍ଟ ଶାର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ବିଭିନ୍ନ କାର୍ଯ୍ୟରେ ଲଗାଯାଇପାରିବ।

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଇସିଜି ସୁଦର୍ଶନ

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଇସିଜି ସୁଦର୍ଶନ

“ସୁଦର୍ଶନ ୧୯୬୩ ମସିହାରେ କ୍ୱାଣ୍ଟମ୍‌ ଆଲୋକ ବିଜ୍ଞାନ ଉପରେ ଗବେଷଣା କରିଥିଲେ। ଏହା ଭଲଭାବେ ଜଣା ଯେ ଆଲୋକର କ୍ୱାଣ୍ଟମ୍‌ ପ୍ରକୃତି ଅଛି। ମାତ୍ର ଏହି ପ୍ରକୃତି ସବୁଠାରେ ଦେଖାଯାଏ ନାହିଁ। ଉଦାହରଣ ସ୍ବରୂପ, ଗୋଟିଏ ବିଜୁଳିବତିରେ ଆଲୋକ କଣିକା ବା ଫୋଟନକୁ ସାଧାରଣ ଭାବେ ବୁଝାଇହେବ। ଆଲୋକର କେଉଁ ପରିସ୍ଥିତିରେ କ୍ୱାଣ୍ଟମ୍‌ ପ୍ରକୃତି ଦେଖାଦେବ ଏବଂ ଅନ୍ୟ କେଉଁ ପରିସ୍ଥିତିରେ ଏହାର ରୀତିସିଦ୍ଧ ପ୍ରକୃତି ଦେଖାଦେବ, ତାହାକୁ ସୁଦର୍ଶନ ଗାଣିତିକ ଭାବେ ଉପସ୍ଥାପନ କରିଥିଲେ।”

ବିଚିତ୍ର ବ୍ରହ୍ମାଣ୍ଡ

ବିଚିତ୍ର ବ୍ରହ୍ମାଣ୍ଡ

ବିଶ୍ୱାସ କରାଯାଏ ଯେ, ଆଗକୁ ପ୍ରାୟ ୧୪ରୁ ୧୫ ହଜାର ନିୟୁତ ବର୍ଷ ପୂର୍ବେ ଏକ ପ୍ରଚଣ୍ଡ ବିସ୍ଫୋରଣ ଫଳରେ ବ୍ରହ୍ମାଣ୍ଡର ଉତ୍ପତ୍ତି ଘଟିଲା। ବିଶ୍ୱତତ୍ତ୍ୱବିତ୍‌ମାନେ ଏହାକୁ ନାମିତ କରିଛନ୍ତି ବ୍ରହ୍ମ ବିସ୍ଫୋଟ ବା ବିଗ୍‌ବ୍ୟାଙ୍ଗ୍‌ ରୂପେ। ଏହାର ବହିର୍ଗାମୀ ବଳ ହେତୁ ଏଥିରୁ ଉତ୍ପନ୍ନ ଶକ୍ତି ପ୍ରସାରିତ ହେବାକୁ ଆରମ୍ଭ କଲା ଏବଂ ବସ୍ତୁ ସୃଷ୍ଟି କଲେ।

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଜିସାଟ୍‌-୧୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)। ମହାକାଶ ସଂସ୍ଥାନ ରବିବାର ଏହି ପ୍ରୋଜେକ୍ଟକୁ ଅନୁମତି ଦେଇଛି। ୫,୭୦୦ କି.ଗ୍ରା. ଓଜନ ବିଶିଷ୍ଟ ଜିସାଟ୍‌-୧୧କୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ୍‌ ଗାଏନା ଅନ୍ତର୍ଗତ କୌରୁଠାରୁ ମେ ୨୬ରେ ଉତ୍‌କ୍ଷେପଣ କରିବା ଲାଗି ନିର୍ଦ୍ଧାରଣ କରାଯାଇଥିଲା।

ଏଭରେଷ୍ଟ ପାଲଟିଲାଣି ଅଳିଆଗଦା

ଏଭରେଷ୍ଟ ପାଲଟିଲାଣି ଅଳିଆଗଦା

କାଠମାଣ୍ଡୁ: ଦୀର୍ଘ ଦଶନ୍ଧି ଧରି ବ୍ୟବସାୟିକ ଧର୍ମୀ ପର୍ବତାରୋହଣ ଯୋଗୁ ମାଉଣ୍ଟ ଏଭରେଷ୍ଟ ବିଶ୍ୱର ଉଚ୍ଚତମ ଅଳିଆ ଗଦାରେ ପରିଣତ ହୋଇଯାଇଛି। ଦିନକୁ ଦିନ ପ୍ରତିଯୋଗିତାମୂଳକ ଭାବେ ବିଶ୍ୱର ଉଚ୍ଚତମ ଶୃଙ୍ଗରେ ଗୋଟିଏ ପରେ ଗୋଟିଏ ଇତିହାସ ଲେଖାଯାଉଛି। କିନ୍ତୁ ରେକର୍ଡ ସହ ପର୍ବତାରୋହୀ ପଛରେ ଛାଡ଼ି ଆସୁଥିବା ମଣିଷର ପଦଚିହ୍ନ ପରିବେଶ ସୁରକ୍ଷା କର୍ମୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ଦୀର୍ଘାୟୁ ହେବାପାଇଁ...

ଦୀର୍ଘାୟୁ ହେବାପାଇଁ...

ମର୍ନିଂଓ୍ବାକ୍‌ରେ ଯାଉଥିବା ଲୋକଙ୍କ ମନରେ ଧାରଣା ଥାଏ ଯେ ଶୀଘ୍ର ଚାଲିଲେ ବା ଦୌଡିଲେ ଶରୀର ବେଶି ଦିନ ସୁସ୍ଥ ରୁହେ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଦୀର୍ଘାୟୁ ଲାଗି ସପ୍ତାହକୁ ଏକ ଘଣ୍ଟା ଧୀରେ ଧୀରେ ଦୌଡିବା ଭଲ। ଡେନମାର୍କର କୋପେନହାଗେନ୍‌ସ୍ଥିତ ପ୍ରେଡରିକ୍ସବର୍ଗ ହସ୍ପିଟାଲର ଗବେଷକମାନେ ଏହି ମତ ଦେଇଛନ୍ତି।

ଛୋଟ ପିଲାଙ୍କୁ ଆକୃଷ୍ଟ କରେ ମା’ଙ୍କ ଚରିତ୍ର

ଛୋଟ ପିଲାଙ୍କୁ ଆକୃଷ୍ଟ କରେ ମା’ଙ୍କ ଚରିତ୍ର

ଛୋଟ ପିଲା ସବୁଠାରୁ ବେଶି କଥା ଶିକ୍ଷା କରିଥାଏ ନିଜ ମାଆ ଠାରୁ। ମା’ ହେଉଛି ପିଲାର ପ୍ରଥମ ଗୁରୁ। ମା’ର ଶିକ୍ଷା ପିଲାର ଜୀବନରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ। ମା’ ଯେତେ ସ୍ନେହୀ, ସଚ୍ଚୋଟ, ନମ୍ର, ତ୍ୟାଗଶୀଳା ସଦିଚ୍ଛା ସମ୍ପନ୍ନା ମାର୍ଜିତ ରୁଚି ସଂପନ୍ନା ତଥା ବ୍ୟକ୍ତିତ୍ୱର ଅଧିକାରିଣୀ ହୁଏ ପିଲାଟି ମା’ ଠାରୁ ସେ ସବୁ ଶିକ୍ଷା କରିଥାଏ।

ବୁଲା କୁକୁରକୁ ପକାଯାଏ ଫୁଟନ୍ତା ପାଣିରେ

ବୁଲା କୁକୁରକୁ ପକାଯାଏ ଫୁଟନ୍ତା ପାଣିରେ

ଚାଇନାରେ କୁକୁର ମାଂସ ଏକ ଲୋକପ୍ରିୟ ଖାଦ୍ୟ। ତେଣୁ ଏଠାକାର ଜନସାଧାରଣ ବୁଲା କୁକୁରଙ୍କୁ ଧରିଆଣି ଫୁଟନ୍ତା ପାଣିରେ ପକାଇଥାନ୍ତି। ପାଣିରେ ପକାଇ କୁକୁରର ଚମଡ଼ା ବାହାର କରି ମାଂସକୁ ଅତି ଆନନ୍ଦରେ ଖାଦ୍ୟ ଖାଇଥାନ୍ତି। ୟୁଲିନ୍‌ ସହରରେ ଏହାକୁ ଏକ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ।

ଗରମ ଦିନେ ଘୋଡି ହୁଅନ୍ତି ରେଜେଇ, ଶୀତଦିନେ ବରଫ ଖଣ୍ଡ ଉପରେ କଟେ ସମୟ

ଗରମ ଦିନେ ଘୋଡି ହୁଅନ୍ତି ରେଜେଇ, ଶୀତଦିନେ ବରଫ ଖଣ୍ଡ ଉପରେ କଟେ ସମୟ

ଯଦି ଆପଣଙ୍କୁ ଦ୍ୱିପ୍ରହରର ଢୁ ଢୁ ଖରାରେ ଚାଦର ଢାଙ୍କି ଶୋଇବାକୁ କୁହାଯାଏ, ନଚେତ ମାଘ ମାସ ଜାଡ଼ରେ ବରଫ ଉପରେ ଶୋଇବା ପାଇଁ କୁହାଯାଏ ତେବେ ପ୍ରତିକ୍ରିୟା ସ୍ବରୂପ ଆପଣ ସାମ୍ନା ଲୋକର ମସ୍ତିଷ୍କ ବିକୃତ ବୋଲି ଭାବିବା ସ୍ବାଭାବିକ। ତେବେ ଦିଲ୍ଲୀଠାରୁ ଅନତି ଦୂର ହରିୟାଣାର ମହେନ୍ଦ୍ରଗଡ଼ ଜିଲା ଡେରୋଲି ଗ୍ରାମର ସନ୍ତଲାଲ୍‌ ଏପରି ପିଲାଟିବେଳୁ କରିଆସୁଛନ୍ତି। ସନ୍ତଲାଲ୍‌ଙ୍କୁ ଶୀତଦିନେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଗରମ ଦିନେ ତାଙ୍କୁ ବରଫ ପଡ଼ିବା ପରି ଲାଗେ। ତେଣୁ ସେ ଗରମ ଦିନମାନଙ୍କରେ ଶୀତବସ୍ତ୍ର ପରିଧାନ କରି ବୁଲୁଥାନ୍ତି।

ସିଙ୍ଗଡାର ଦାମ୍‌ ୩ଶହ ଟଙ୍କା

ସିଙ୍ଗଡାର ଦାମ୍‌ ୩ଶହ ଟଙ୍କା

ନୂଆଦିଲ୍ଲୀ: ସିଙ୍ଗଡା, ଆମ ଦେଶରେ ଜଳଖିଆ ଭାବେ ଏହାର ରହିଛି ବେଶ୍‌ ଚାହିଦା। କିନ୍ତୁ ଏଭଳି ଜାଗା ଅଛି ଯେଉଁଠି ସିଙ୍ଗଡା ୨ଟି ଖାଇବାକୁ ହେଲେ ଦେବାକୁ ପଡିଥାଏ ୩ଶହ ଟଙ୍କା।

Model This Week

ପ୍ରଭାତ